Posted inଜାତୀୟ

CJP ଆନ୍ଦୋଳନ ଭିତରେ ୟୁ-ଟର୍ନ ନେଲେ ସୋନମ ୱାଙ୍ଗଚୁକ: କହିଲେ- ମୁଁ ନିଜର ଅନଶନ…

ନୂଆଦିଲ୍ଲୀ, ୨୦।୭: CJPର ବିରୋଧ ପ୍ରଦର୍ଶନ ମଧ୍ୟରେ ସୋନମ ୱାଙ୍ଗଚୁକଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଏଥିରେ ସେ ନିଜର ଅନଶନ ଜାରି ରଖିବେ ବୋଲି କହିଛନ୍ତି। ସେ ହସ୍ପିଟାଲରୁ ଏକ ଟିସୁ ପେପରରେ ଅସ୍ପଷ୍ଟ ହସ୍ତାକ୍ଷରରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ୱାଙ୍ଗଚୁକ ସ୍ପଷ୍ଟ କରିଦେଇଛନ୍ତି ଯେ ସେ ନିଜର ଅନଶନ ଜାରି ରଖିବେ।

ସୋନମ ୱାଙ୍ଗଚୁକ ନିଜ ପକ୍ଷ ରଖି ଲେଖିଛନ୍ତି ଯେ, “ମୁଁ ମୋର ଅନଶନ ଜାରି ରଖିବି। ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରୁଥିବା ଯୁବକମାନଙ୍କ ସହ ଯେଉଁଭଳି ବର୍ବରତା କରାଯାଉଛି, ତାହାକୁ ଦୃଷ୍ଟିରେ ରଖି ମୁଁ ନିଷ୍ପତ୍ତି ନେଇଛି ଯେ, ଯେପର୍ଯ୍ୟନ୍ତ ଯୁବ ନେତାମାନଙ୍କୁ ସଂସଦ ଭବନରେ ସାଂସଦମାନଙ୍କୁ ଭେଟିବା ପାଇଁ ଅନୁମତି ନ ମିଳିଛି, ସେପର୍ଯ୍ୟନ୍ତ ମୁଁ ମୋର ଅନଶନ ଜାରି ରଖିବି।”

ୱାଙ୍ଗଚୁକ ଲେଖିଥିବା ଚିଠିରେ କହିଛନ୍ତି, “ମତେ ସେମାନଙ୍କୁ ଏଠାରେ ହସ୍ପିଟାଲରେ ଭେଟିବା ପାଇଁ ଅନୁମତି ମିଳିଛି। ଉସୁକାଇବା ସତ୍ତ୍ୱେ ଯୁବକମାନେ ଯେଉଁଭଳି ଶାନ୍ତି ବଜାୟ ରଖିଛନ୍ତି, ସେଥିରେ ମୁଁ ବହୁତ ପ୍ରଭାବିତ ହୋଇଛି। ମୁଁ ସରକାର ଏବଂ ପୋଲିସ ବାହିନୀକୁ ନିବେଦନ କରୁଛି ଯେ, ସେମାନେ ଛାତ୍ରମାନଙ୍କୁ ଆଜି କିମ୍ବା କାଲି ସଂସଦ ସାମ୍ନାରେ ନିଜର ଅଭିଯୋଗ ରଖିବା ପାଇଁ ଅନୁମତି ଦେଇ ଏହି ପ୍ରସଙ୍ଗର ସମାଧାନ କରନ୍ତୁ। ମୋର ବିଶ୍ୱାସ ଅଛି ଯେ, ଯୁବ ପ୍ରଦର୍ଶନକାରୀମାନେ କାଲି ମଧ୍ୟ ସେହିଭଳି ଧୌଯ୍ୟ ଏବଂ ସହନଶୀଳତା ଦେଖାଇବେ, ଯାହା ସେମାନେ ଆଜି ଦେଖାଇଛନ୍ତି।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

ବାଣ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ନାହାନ୍ତି ସୁପ୍ରିମକୋର୍ଟ; ବିରାଟ କୋହଲିଙ୍କ ନାମ ନେଇ କହିଲେ ଏମିତି

ନୂଆଦିଲ୍ଲୀ,୨୯।୧୦: ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ-ଏନସିଆର (Delhi-NCR) ରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ସେ ନାହାନ୍ତି; ବରଂ, କୋର୍ଟ ଏକ ସନ୍ତୁଳିତ ନିର୍ଦ୍ଦେଶ…

ଆଶୁତୋଷ ସିହ୍ନା କିଏ? ପ୍ରଧାନମନ୍ତ୍ରୀଙ୍କ ଗଡ଼ରେ ଉଡ଼ାଇଲେ ଅଖିଲେଶଙ୍କ ପତାକା

ବାରାଣସୀ,୨୯।୧୦: ଉତ୍ତର ପ୍ରଦେଶର ୧୧ଟି ବିଧାନ ପରିଷଦ ଆସନ ପାଇଁ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଜନତା ପାର୍ଟି (ଭାଜପା) ୬ଟି ଆସନ ଜିତିଥିବା ବେଳେ…

ଭାରତ ଉପରେ ‘ଏଲ ନିନୋ’ (El Ni୦o) ର ଗମ୍ଭୀର ପ୍ରଭାବ; ଦେଶରେ ୬ ମାସ ମଧ୍ୟରେ ୫୫ହଜାର ଲୋକଙ୍କର ହୋଇପାରେ ମୃତ୍ୟୁ!

ନୂଆଦିଲ୍ଲୀ,୨୯।୧୦: ‘ସୁପର’ ଏଲ ନିନୋ ଯୋଗୁ, ବିଶ୍ୱ ବୃଷ୍ଟିପାତ ଢାଞ୍ଚା ପରିବର୍ତ୍ତନ ହେଉଛି ଏବଂ 2026 ରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିକ୍ରିୟା ସ୍ବରୂପ, ‘କ୍ଲାଇମେଟ ଇମ୍ପାକ୍ଟ…

ଡିସେମ୍ବର ୧ରୁ ବଦଳିବ SBI କ୍ରେଡିଟ କାର୍ଡ ନିୟମ, ଏହି ସବୁ ପେମେଣ୍ଟରେ ଲାଗିବ ଅତିରିକ୍ତ ଶୁଳ୍କ

ନୂଆଦିଲ୍ଲୀ, ୨୯।୧୦: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ୧ ଡିସେମ୍ବର…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଗାଡ଼ି, ବ୍ୟାଙ୍କିଂ ଓ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ୧ ନଭେମ୍ୱର ୨୦୨୬ରୁ ଦେଶରେ ସାଧାରଣ ଲୋକଙ୍କ ପକେଟ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ବଡ଼…

ସରକାରଙ୍କ କଡ଼ା ନିୟମ, ପ୍ରଦର୍ଶନରେ ସାମିଲ ହେଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ,୨୯।୧୦: ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ, କେବଳ ରାଜନୈତିକ ବିଚାରଧାରା ଆଧାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?