Posted inଜାତୀୟ

CJP ଆନ୍ଦୋଳନ ଭିତରେ ୟୁ-ଟର୍ନ ନେଲେ ସୋନମ ୱାଙ୍ଗଚୁକ: କହିଲେ- ମୁଁ ନିଜର ଅନଶନ…

ନୂଆଦିଲ୍ଲୀ, ୨୦।୭: CJPର ବିରୋଧ ପ୍ରଦର୍ଶନ ମଧ୍ୟରେ ସୋନମ ୱାଙ୍ଗଚୁକଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଏଥିରେ ସେ ନିଜର ଅନଶନ ଜାରି ରଖିବେ ବୋଲି କହିଛନ୍ତି। ସେ ହସ୍ପିଟାଲରୁ ଏକ ଟିସୁ ପେପରରେ ଅସ୍ପଷ୍ଟ ହସ୍ତାକ୍ଷରରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ୱାଙ୍ଗଚୁକ ସ୍ପଷ୍ଟ କରିଦେଇଛନ୍ତି ଯେ ସେ ନିଜର ଅନଶନ ଜାରି ରଖିବେ।

ସୋନମ ୱାଙ୍ଗଚୁକ ନିଜ ପକ୍ଷ ରଖି ଲେଖିଛନ୍ତି ଯେ, “ମୁଁ ମୋର ଅନଶନ ଜାରି ରଖିବି। ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରୁଥିବା ଯୁବକମାନଙ୍କ ସହ ଯେଉଁଭଳି ବର୍ବରତା କରାଯାଉଛି, ତାହାକୁ ଦୃଷ୍ଟିରେ ରଖି ମୁଁ ନିଷ୍ପତ୍ତି ନେଇଛି ଯେ, ଯେପର୍ଯ୍ୟନ୍ତ ଯୁବ ନେତାମାନଙ୍କୁ ସଂସଦ ଭବନରେ ସାଂସଦମାନଙ୍କୁ ଭେଟିବା ପାଇଁ ଅନୁମତି ନ ମିଳିଛି, ସେପର୍ଯ୍ୟନ୍ତ ମୁଁ ମୋର ଅନଶନ ଜାରି ରଖିବି।”

ୱାଙ୍ଗଚୁକ ଲେଖିଥିବା ଚିଠିରେ କହିଛନ୍ତି, “ମତେ ସେମାନଙ୍କୁ ଏଠାରେ ହସ୍ପିଟାଲରେ ଭେଟିବା ପାଇଁ ଅନୁମତି ମିଳିଛି। ଉସୁକାଇବା ସତ୍ତ୍ୱେ ଯୁବକମାନେ ଯେଉଁଭଳି ଶାନ୍ତି ବଜାୟ ରଖିଛନ୍ତି, ସେଥିରେ ମୁଁ ବହୁତ ପ୍ରଭାବିତ ହୋଇଛି। ମୁଁ ସରକାର ଏବଂ ପୋଲିସ ବାହିନୀକୁ ନିବେଦନ କରୁଛି ଯେ, ସେମାନେ ଛାତ୍ରମାନଙ୍କୁ ଆଜି କିମ୍ବା କାଲି ସଂସଦ ସାମ୍ନାରେ ନିଜର ଅଭିଯୋଗ ରଖିବା ପାଇଁ ଅନୁମତି ଦେଇ ଏହି ପ୍ରସଙ୍ଗର ସମାଧାନ କରନ୍ତୁ। ମୋର ବିଶ୍ୱାସ ଅଛି ଯେ, ଯୁବ ପ୍ରଦର୍ଶନକାରୀମାନେ କାଲି ମଧ୍ୟ ସେହିଭଳି ଧୌଯ୍ୟ ଏବଂ ସହନଶୀଳତା ଦେଖାଇବେ, ଯାହା ସେମାନେ ଆଜି ଦେଖାଇଛନ୍ତି।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଅନ୍ତର୍ଜାତୀୟ ବିମାନ ବନ୍ଦର! ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ସେପ୍ଟେମ୍ବର ୪ ଅପରାହ୍ନରେ ଆରମ୍ଭ ହୋଇଥିବା ବର୍ଷା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ପାଣି ଜମି ରହିବା…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ପୁଣି ପେନଶନ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌, ପେନଶନଧାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ମେଲୋନିଙ୍କୁ ଖାସ୍‌ ମେସେଜ୍‌ ପଠାଇଲେ ମୋଦି, କହିଲେ ଡିୟର…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନୂଆ ରାଜନୈତିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଉପଲବ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଅଭିନନ୍ଦନ…

୧୫୦୦ କିଲୋଗ୍ରାମ ପ୍ରସାଦ ସହ ୫୦୦ରୁ ଅଧିକ ବ୍ୟଞ୍ଜନର ନୈବେଦ୍ୟ, ଜନ୍ମାଷ୍ଟମୀ ପାଇଁ ନୋଏଡାରେ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ନୋଏଡାର ମନ୍ଦିରଗୁଡ଼ିକ ଭକ୍ତି, ମହିମା ଏବଂ ରାନ୍ଧଣା ଆନନ୍ଦର ଏକ ଅନନ୍ୟ ମିଶ୍ରଣ ଦେଖିବେ। କିଛି ସ୍ଥାନରେ, ଭଗବାନ ଶ୍ରୀକୃଷ୍ଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri