Posted inଜାତୀୟ

ପୁଣି ଭିଡିଓ ଜାରି କଲେ ସୋନମ ଓ଼୍ବାଙ୍ଗଚୁକ୍‌, ଆନ୍ଦୋଳନକୁ ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୫।୭: ଦେଶ-ବିଦେଶରେ ପ୍ରସିଦ୍ଧ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଏକ ନୂଆ ଭିଡିଓ ଜାରି କରିଛନ୍ତି। ୨୬ ଦିନର ଆମରଣ ଅନଶନ ଭାଙ୍ଗିବା ପରେ ଉଠିଥିବା ପ୍ରଶ୍ନଗୁଡ଼ିକୁ ନେଇ ସେ ଏଥିରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋନମ କେନ୍ଦ୍ର ସରକାରଙ୍କ ସହ କୌଣସି “ଡିଲ୍‌” (ବୁଝାମଣା) କରିଥିବା ନେଇ ଅଭିଯୋଗ ହୋଇଛି।

ଏହି ଅଭିଯୋଗକାରୀମାନଙ୍କୁ ପ୍ରଶ୍ନ କରି ୱାଙ୍ଗଚୁକ୍ କହିଛନ୍ତି,

“ମୋର ଅନଶନ ଭାଙ୍ଗିବା ପରେ ଏତେ ହଙ୍ଗାମା କାହିଁକି? ୨୬ ଦିନ ଧରି ଦାବି ପୂରଣ ପାଇଁ ଅନଶନ କରିବା ପରେ ଏବେ ମୋତେ ନିଜର ସାଧୁତା ପ୍ରମାଣିତ କରିବାକୁ ପଡ଼ିବ? ଆଞ୍ଚଳିକ ସ୍ୱାର୍ଥ ଛାଡ଼ି ମୁଁ କେନ୍ଦ୍ର ସରକାରଙ୍କ ସହ କାହିଁକି ଡିଲ୍ କରିବି?”

କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ହାତରୁ ଜୁସ୍ ପିଇ ଭୂଖଡ଼ତାଳ ଶେଷ କରିବାକୁ ନେଇ ସୋନମ ଡିଲ୍ କରିଥିବା ଅଭିଯୋଗ ଉଠିବା ପରେ ସେ ଏହି ଭିଡିଓ ସନ୍ଦେଶ ଜାରି କରିଛନ୍ତି। ଭିଡିଓରେ ସୋନମ ୱାଙ୍ଗଚୁକ୍ କହିଛନ୍ତି:

  • ଛାତ୍ରମାନଙ୍କ ପାଇଁ ୨୬ ଦିନ ଉପବାସ ରହିବା ଯୋଗୁଁ ମୋର ୧୧ କିଲୋ ଓଜନ କମିଯାଇଛି

  • ମାଂସପେଶୀର ବଳ କମିଯାଇଛି ଏବଂ ଅଙ୍ଗପ୍ରତ୍ୟଙ୍ଗ ସହ ମସ୍ତିଷ୍କ କ୍ଷତିଗ୍ରସ୍ତ ହେବା ଅବସ୍ଥାକୁ ଚାଲିଆସିଥିଲା।

  • ଲଦାଖର ଅସହ୍ୟ ଶୀତ ଛାଡ଼ି ଦିଲ୍ଲୀର ପ୍ରଖର ଖରାରେ ଏସବୁ କରିବା ପରେ ବି ଏବେ ମୋତେ “ଚରିତ୍ର ପ୍ରମାଣପତ୍ର” ନେବାକୁ ପଡ଼ିବ?

ସୋନମ କହିଛନ୍ତି, “ମୋର ଉପବାସ କେତେ ପବିତ୍ର ଥିଲା, ତାହା କ’ଣ ମୋତେ ସାବ୍ୟସ୍ତ କରିବାକୁ ପଡ଼ିବ? ମୁଁ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ହାତରୁ ଜୁସ୍ ପିଇ ଅନଶନ ଭାଙ୍ଗିଲି ବୋଲି ମୁଁ କୌଣସି ବୁଝାମଣା କରିଦେଲି? ଏଭଳି ହୀନ ମାନସିକତା ସୃଷ୍ଟି କରୁଥିବା ବିଚାରଧାରା ପାଇଁ ଦୁଃଖ ଲାଗୁଛି। ମୁଁ କାହାକୁ ଦୋଷ ଦେଉନାହିଁ, କାରଣ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଜାଣିନାହାନ୍ତି ଯେ ମୁଁ କେଉଁ ପରିସ୍ଥିତି ଦେଇ ଗତି କରିଛି ଏବଂ ବିଗତ ଦିନଗୁଡ଼ିକରେ ମୋ ପରିବାର କେଉଁ ଅବସ୍ଥାରେ ଥିଲା। ସେହି ମାନସିକ ସ୍ଥିତି କେହି ବୁଝିପାରିବେ ନାହିଁ।”


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri