Posted inଜାତୀୟ

ଦିଲ୍ଲୀରେ ସୋନମ ୱାଙ୍ଗଚୁକ, ସରକାରଙ୍କ ସହ ହେବ ବଡ଼ ବୈଠକ; କହିଲେ ଆଜି…

ନୂଆଦିଲ୍ଲୀ,୨୨।୧୦: ଲଦାଖର ଭବିଷ୍ୟତ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ନିକଟରେ କେନ୍ଦ୍ର ସରକାର ଓ ଲଦାଖ ପ୍ରତିନିଧିମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକକୁ ନେଇ ସୋନମ ୱାଙ୍ଗଚୁକଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଅକ୍ଟୋବର ୧୫ରେ ଲେହରେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଲେହ ଆପେକ୍ସ ବଡି (LAB) ତଥା କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ (KDA)ର ସବ-କମିଟି ମଧ୍ୟରେ ହୋଇଥିବା ଆଲୋଚନା ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି। ସେ ଜଣାଇଛନ୍ତି ଯେ ଆମକୁ ଆଜି ଦିଲ୍ଲୀ ଡକାଯାଇଥିଲା।

ସୋନମ ୱାଙ୍ଗଚୁକ ଏକ୍ସ (X)ରେ ପୋଷ୍ଟ କରି ଜଣାଇଛନ୍ତି ଯେ ଗୃହ ମନ୍ତ୍ରଣାଳୟ ସହ ଗୁରୁବାର (୨୨ ଅକ୍ଟୋବର) ଦିନ ବୈଠକ ହେବାର ଥିଲା। ସେ କହିଛନ୍ତି ଯେ ୧୫ ଅକ୍ଟୋବରରେ ଲେହରେ ହୋଇଥିବା ଆଲୋଚନା ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିଲା, କାରଣ ସେଥିରୁ କୌଣସି ଫଳାଫଳ ବାହାରି ନଥିଲା। ସେ କହିଛନ୍ତି ଯେ କେନ୍ଦ୍ରର ମୋଦୀ ସରକାର ନିଜ ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି। ତାଙ୍କ ତରଫରୁ କୁହାଯାଇଥିଲା ଯେ ଅକ୍ଟୋବର ୨୨ରେ ଆଲୋଚନା କରିବେ।

ସୋନମ ୱାଙ୍ଗଚୁକ କହିଛନ୍ତି ଯେ ଆମକୁ କୁହାଯାଇଥିଲା ଅକ୍ଟୋବର ୨୨ରେ ଦିଲ୍ଲୀରେ ଆଲୋଚନା କରାଯିବ, ତେଣୁ ମୁଁ ଆଜି ଦିଲ୍ଲୀ ଆସିଛି। ସେ ଆହୁରି କହିଛନ୍ତି ଯେ ବୋଧହୁଏ ଆଜି ମଧ୍ୟ ସରକାର ଏହି ଆଲୋଚନା କରୁନାହାନ୍ତି। ଏହିଭଳି ଭାବରେ ସେମାନେ ପୁଣି ଥରେ ନିଜ ପ୍ରତିଶ୍ରୁତିରୁ ଓହରି ଯାଉଛନ୍ତି। ସେ କହିଛନ୍ତି ଯେ ଏବେ ଯାହା ବି ହେଉ, ମୁଁ ତ ଦିଲ୍ଲୀ ପହଞ୍ଚୁଛି ଏବଂ ଦିଲ୍ଲୀ ଆସି ଲଦାଖ ଭବନରେ ସାମ୍ୱାଦିକମାନଙ୍କ ସହ କଥା ହେବି।

ସେ କହିଛନ୍ତି ଯେ ଆମେ ଆଶା କରୁଛୁ ସରକାର ଆମ ସହ ଆଲୋଚନା କରିବେ, କିନ୍ତୁ ମୋତେ ବହୁତ ଦୁଃଖର ସହ କହିବାକୁ ପଡ଼ୁଛି ଯେ ସରକାର କ୍ରମାଗତ ଭାବେ ନିଜ ପ୍ରତିଶ୍ରୁତିରୁ ଓହରି ଯାଉଛନ୍ତି, ତେଣୁ ସୀମାନ୍ତ ଅଞ୍ଚଳର ଲୋକମାନେ ଏସବୁ କାରଣରୁ ବହୁତ ଦୁଃଖିତ ଅଛନ୍ତି।

ୱାଙ୍ଗଚୁକ ଆହୁରି କହିଛନ୍ତି ଯେ ଆମ ଉପରେ ଚୀନ ପକ୍ଷରୁ ଚାପ ଆସୁଛି; ସେମାନେ କହୁଛନ୍ତି ଯେ ଭାରତ ସରକାର ତ ଲଦାଖକୁ ସୱୀକୃତି ମଧ୍ୟ ଦେଉନାହାନ୍ତି ଏବଂ ଲଦାଖ ଚୀନର ଏକ ଅଂଶ। ସେ କହିଛନ୍ତି ଯେ ଭାରତ, ଯାହାକୁ ଆମେ ବହୁତ ଭଲ ପାଉ, ସିଏ ମଧ୍ୟ ନିଜର ପ୍ରତ୍ୟେକଟି ପ୍ରତିଶ୍ରୁତିରୁ ପଛଘୁଞ୍ଚା ଦେଉଛି। ଲଦାଖବାସୀଙ୍କୁ ଦେଶର ବାକି ନାଗରିକଙ୍କ ସହ ସମାନ ମର୍ଯ୍ୟାଦା ମଧ୍ୟ ଦିଆଯାଉ ନାହିଁ। ଆମକୁ ଗଣତନ୍ତ୍ରର ଅଧିକାରଯେପରିକି ଭୋଟ ଦେବା ଏବଂ ସରକାର ବାଛିବା ଭଳି ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?