Posted inଜାତୀୟ

ସୋନମ ୱାଙ୍ଗଚୁକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌ : ସ୍ବାସ୍ଥ୍ୟାବସ୍ଥାରେ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ସଦ୍ୟତମ ଅପଡେଟ୍‌ ସାମ୍ନାକୁ ଆସିଛି। ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି ବୋଲିି କୁହାଯାଉଛି, କିନ୍ତୁ ଡାକ୍ତରଙ୍କ ନଜରବନ୍ଦୀ ଜାରି ରହିଛି। ଅନ୍ୟପକ୍ଷରେ ରକ୍ତରେ ଶର୍କରାର ପରିମାଣ (ବ୍ଲଡ ସୁଗାର୍‌) ଏବେ ମଧ୍ୟ ସାଧାରଣଠାରୁ କମ୍‌ ରହିଛି।

ଏହା ବ୍ୟତୀତ ପୋଟାସିୟମ ସ୍ତର ୩.୨ mEq/L, ରକ୍ତ ପରୀକ୍ଷାରେ ଆନିମିଆ (ରକ୍ତହୀନତା) ଏବଂ ଶ୍ୱେତ ରକ୍ତ କଣିକା (ସଫେଦ ରକ୍ତ କୋଷ) ମଧ୍ୟ କମ୍‌ ମିଳିଛି। ଡାକ୍ତରଙ୍କ କହିବାନୁଯାୟୀ, କ୍ରମାଗତ ଯାଞ୍ଚ ଏବଂ ତଦାରଖ କରିବା ଜରୁରୀ ଅଛି। ଏହି ସମୟରେ ୱାଙ୍ଗଚୁକ ଓଆର୍‌ଏସ (ORS) ଏବଂ ପୋଟାସିୟମ ଔଷଧ ନେଉଛନ୍ତି। ତଥାପି, ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ସେ ଆଇଭି ଫ୍ଲୁଇଡ (IV fluid) ଏବଂ ଗ୍ଲୁକୋଜ ନେବାକୁ ମନା କରିଦେଇଛନ୍ତି।

ଦୀର୍ଘ ସମୟ ଧରି ଉପବାସ ଏବଂ ଶରୀରରେ ଜଳ ଅଭାବକୁ ଦୃଷ୍ଟିରେ ରଖି ଡାକ୍ତରମାନେ କ୍ରମାଗତ ଭାବରେ ତାଙ୍କ ସୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲ ଏବଂ ଏମ୍ସ (AIIMS) ର ବିଶେଷଜ୍ଞ ଟିମ ଚିକିତ୍ସା କରୁଛନ୍ତି। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଆବଶ୍ୟକୀୟ ସମସ୍ତ ଚିକିତ୍ସା ଯାଇଯାଉଛି ଏବଂ ସ୍ବାସ୍ଥ୍ୟାବସ୍ଥା ଉପରେ କ୍ରମାଗତ ନଜର ରଖାଯାଇଛି।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ବାତ୍ୟା ଅର୍ଣ୍ଣବ ପ୍ରଭାବ, ଉପୁଡ଼ି ପଡ଼ିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ଲାଞ୍ଜିଗଡ଼, ୨୯ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

ହସିନା ସରକାରଙ୍କୁ ଗାଦିଚ୍ୟୁତ କରିବାର ଯୋଜନା ଆଗୁଆ ପ୍ରସ୍ତୁତ କରାଯାଇଥିଲା: ୟୁନୁସଙ୍କ ପୂର୍ବତନ ସଚିବ ଦେଲେ ଚମକାଇବା ଭଳି ତଥ୍ୟ

ଢାକା,୨୯।୧୦: ବାଂଲାଦେଶରେ ଛାତ୍ରମାନଙ୍କ ହିଂସାତ୍ମକ ବିକ୍ଷୋଭ ପରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡ଼ିବା ପୂର୍ବରୁ, ଦେଶର ଦାୟିତ୍ୱ ମହମ୍ମଦ ୟୁନୁସଙ୍କୁ ହସ୍ତାନ୍ତର କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?