Posted inଜାତୀୟ

ସୋନାଲି ଫୋଗାଟ ମୃତ୍ୟୁ ମାମଲା: ପରିବାରର ଦାବି ସମ୍ପତ୍ତି ପାଇଁ କରାଯାଇଛି ହତ୍ୟା, ଝିଅର ଜୀବନ ପ୍ରତି ରହିଛି ବିପଦ

ପଣଜୀ,୨୭ ।୮: ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ତଥା ଟିକ୍‌ଟକ୍ ଷ୍ଟାର ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ତାଙ୍କର ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ସୋନାଲିଙ୍କ ପିଏ ସୁଧିର ସାଙ୍ଗୱାନ ଓ ଅନ୍ୟ ଜଣେ ସହଯୋଗୀ ସୁଖବିନ୍ଦରଙ୍କୁ ଗିରଫ କରିଛି । ଏହି ମାମଲାରେ ହୋଟେଲ ମାଲିକ ସମେତ ଜଣେ ଡ୍ରଗ୍ସ ପେଡଲରଙ୍କୁ ବି ଗିରଫ କରାଯାଇଛି । ଏପର୍ଯ୍ୟନ୍ତ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ସୋନାଲଙ୍କ ପରିବାର ସନ୍ତୁଷ୍ଟ ଥିବା ଗଣ ମାଧ୍ୟମକୁ କହିଛନ୍ତି ।
ସୋନାଲିଙ୍କ ଜଣେ ସମ୍ପର୍କିୟ କହିଛନ୍ତି କେବଳ ସମ୍ପତ୍ତି ପାଇଁ ସୋନାଲିଙ୍କୁ ହତ୍ୟା କରାଯାଇଛି । ସୋନାଲିଙ୍କ ପିଏ ସମ୍ପତ୍ତି ହାତେଇବାକୁ ଯାଇ ତାଙ୍କୁ ହତ୍ୟା କରିଥିବା ସେ କହିଛନ୍ତି । ପ୍ରଥମେ ପିଏ ସୁଧିର ସୋନାଲିଙ୍କ ନିକଟକୁ ଡ୍ରାଇଭର ଭାବେ ଆସିଥିବା ବେଳେ ଏତେ ବିଶ୍ୱାସ ଜନ୍ମାଇଥିଲେ ଯେ ପରେ ସେ ସୋନାଲିଙ୍କ ପିଏ ହୋଇ ଯାଇଥିଲେ । ହେଲେ ସେ ସମ୍ପୂର୍ଣ୍ଣ ଭାବେ ପ୍ଲାନିଂରେ ଆସିଥିଲେ ବୋଲି ସୋନାଲିଙ୍କ ସମ୍ପର୍କିୟ କହିଛନ୍ତି । ସେ ସୋନାଲିଙ୍କୁ ତାଙ୍କ ଘରେ ମାରି ପାରିବାର କୌଣସି ସୁବିଧା ପାଇ ନ ଥିଲେ ତେଣୁ ସେ ଗୋଆ ନେଇ ସେଠାରେ ତାଙ୍କୁ ହତ୍ୟା କରିଥିବା କହିଛନ୍ତି ସେହି ସମ୍ପର୍କୀୟ । ଏବେ ସୋନାଲିଙ୍କ ଝିଅର ଜୀବନ ପ୍ରତି ବିପଦ ରହିଛି ବୋଲି ତାଙ୍କ ସମ୍ପର୍କିୟ କହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି ମୋଦି

ନୂଆଦିଲ୍ଲୀ,୧୧।୮: ଆସନ୍ତା ମାସରେ ଉଜବେକିସ୍ତାନରେ ହେବାକୁ ଥିବା ସାଂଘାଇ କୋଅପରେଶନ ଅରଗାନାଇଜେସନ(ଏସସିଓ) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଭେଟି ପାରନ୍ତି।...

ଋଣ ଭାର ସହି ନ ପାରି କୋଲ୍ଡ ଡ୍ରିଙ୍କସ୍‌ରେ ଜହର ମିଶାଇ ପିଇଲେ ପରିବାର ସଦସ୍ୟ: ୩ ଜଣଙ୍କ ମୃତ୍ୟୁ

ଭୋପାଳ,୨୫।୫: ଋଣ ଭାର ସହି ନ ପାରି ଜହର ମିଶା କୋଲ୍ଡ ଡ୍ରିଙ୍କସ୍‌ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ...

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ଆପ୍‌ରେ ଯୋଗଦେଲେ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୬।୧୦: କଂଗ୍ରେସକୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରହ୍ଲାଦ ସିଂ ସାହଣୀ ରବିବାର ଆମ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୬୨୪ ପ୍ରତିଦ୍ୱନ୍ଦ୍ୱୀ-୫୯ ଆସନ-୧୦ ହଟ୍‌ ସିଟ୍‌…

ଲକ୍ଷ୍ନୌ,୨୩।୨ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବୁଧବାର ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୨୪ ଜଣ ପ୍ରାର୍ଥୀ ୫୯ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା...

ସିଟ୍‌ ନ ମିଳିବାରୁ ଅଧାରୁ ଉଠି ଆସିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୨୬।୫: ରାଗି ଯାଇ ଶପଥ ସମାରୋହ ଅଧାରୁ ଉଠି ଆସିଲେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ଏମ୍‌ପି ଡ. ହର୍ଷବର୍ଦ୍ଧନ। ଦିଲ୍ଲୀର ନୂଆ ଉପରାଜ୍ୟପାଳ ବିନୟ...

ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ତୁଳସୀରାମ-ଗୋବିନ୍ଦ ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ଭୋପାଳ,୩।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ...

କ୍ଷମତା ପାଇଁ ରିସର୍ଟ ରାଜନୀତି: କର୍ନାଟକ ପାଲଟିଛି ରାଜନୈତିକ ପର୍ଯ୍ୟଟନସ୍ଥଳୀ

ବେଙ୍ଗାଲୁରୁ,୧୯ା୩: ମଧ୍ୟପ୍ରଦେଶ କଂଗ୍ରେସର ବିଦ୍ରୋହୀ ବିଧାୟକମାନଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ରିସର୍ଟରେ ରଖାଯାଇଛି। ବିଧାୟକମାନଙ୍କୁ ବିଭିନ୍ନ ରାଜ୍ୟର ହୋଟେଲଗୁଡ଼ିକରେ ମେଳିକରି ରଖିବା କିଛି ଦଶନ୍ଧି ମଧ୍ୟରେ ଦେଖିବାକୁ...

ନେପାଳରୁ ଚୋରାରେ ଆସୁଛି ତେଲ

ନୂଆଦିଲ୍ଲୀ,୨୫ା୨: ଭାରତରେ ତେଲ ଦରରେ ନିଆଁ ଲାଗିଛି। ଦେଶର କେତେକ ଭାଗରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ପ୍ରଥମ...

Advertisement
Archives

Model This Week