ଅଣ୍ଡରୱାର୍ଲଡର ପ୍ରଭାବରେ ବଲିଉଡ: ସୋନାଲି

ମୁମ୍ବାଇ: ବଲିଉଡର ବିଗତ ଦିନର ଆଗଧାଡିର ନାୟିକା ସୋନାଲି ବେନ୍ଦ୍ରେ ନିଜର ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ତିଆରି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଏବେ ସେ ଯଦିଓ ବଲିଉଡଠାରୁ ଟିକେ ଦୂରେଇ ରହିଛନ୍ତି ହେଲେ କିଛି ବର୍ଷ ପରେ ସେ ଅଭିନୟକୁ ଫେରିଛନ୍ତି । ନିକଟରେ ସେ ଦେଇଥିବା ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ସୋନାଲି ଏହି ସାକ୍ଷାତକାରରେ ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ଏକ ଚମକାଇବା ଭଳି କଥା କହିଛନ୍ତି । ସେ କହିଛନ୍ତି ଅଣ୍ଡରୱାର୍ଲଡ ପ୍ରଭାବରେ ବଲିଉଡ । ତେବେ ସମୟ ଥିଲା ଯେତେବେଳେ ଅଣ୍ଡରୱାର୍ଲଡ ପ୍ରଭାବରେ ବଲିଉଡ ଥିଲା ସେତେବେଳେ ତାଙ୍କୁ କିଛି ଫିଲ୍ମ ଛାଡିବାକୁ ପଡିଥିଲା ବୋଲି ସେ କହିଛନ୍ତି । ପ୍ରଥମେ ପ୍ରଥମେ ସେ ଏକଥା ବୁଝି ପାରୁ ନ ଥିବା ବେଳେ ତାଙ୍କ ବୟଫ୍ରେଣ୍ଡ ତଥା ବର୍ତ୍ତମାନର ସ୍ୱାମୀ ଗୋଲଡିଙ୍କ ଜରିଆରେ ଏ ସମ୍ପର୍କରେ ସେ ବୁଝିପାରିଥିଲେ ।
ସୋନାଲି କହିଛନ୍ତି, ବିଭିନ୍ନ ସୋର୍ସରୁ ଫିଲ୍ମ ପାଇଁ ଫାଇନାନ୍ସ କରାଯାଇଥାଏ । ହେଲେ ସେମାନଙ୍କୁ ଉଚିତ, ଔପଚାରିକ ଇଣ୍ଡଷ୍ଟ୍ରିର ମାନ୍ୟତା ମିଳି ନ ଥାଏ । ସେଥିପାଇଁ ଅନେକ ଅନିୟନ୍ତ୍ରିତ ଫାଇନାନ୍ସ ବି ଆସିଥାଏ । ଯାହାକୁ ବ୍ୟାଙ୍କ ଦେଇ ନ ଥାଏ । ତେଣୁ ଇଣ୍ଡଷ୍ଟ୍ରିରେ ଅଣ୍ଡରୱାର୍ଲଡର ପ୍ରଭାବ ଯୋଗୁ ତାଙ୍କୁ କିଛି ଫିଲ୍ମ ଛାଡିବାକୁ ପଡିଛି ବୋଲି ସେ କହିଛନ୍ତି । କିଛି ଅଫର ତାଙ୍କ ପାଖରେ ଥିଲେ ବି କିଛି କାରଣ ନ ଥାଇ ଏହା ଆଉ କାହା ପାଖକୁ ଚାଲିଯାଇଥାଏ । ଏହାପରେ ଡାଇରେକ୍ଟର ଅବା କୋ ଆକ୍ଟର ଫୋନ କରି କହିଥାଆନ୍ତି କି ମୋ ଉପରେ ପ୍ରେସର ରହିଛି ଆଉ ମୁଁ ଏହାକୁ ନେଇ କିଛି କରିପାରିବି ନାହିଁ । ଏହାପରେ ମୁଁ ବୁଝିଯାଇଥାଏ ।
ଜୁନ ୧୦ରେ ଜି୫ରେ ରିଲିଜ ହୋଇଛି ସୋନାଲିଙ୍କ ମୁଭି ‘ଦ ବ୍ରୋକେନ ନ୍ୟୁଜ’ । ଏଥିରେ ସୋନାଲିଙ୍କ ସହ ଜୟଦିପ ଅହଲାବତ, ଶ୍ରିୟା ପିଲଗାଓଁକର ଲିଡ ରୋଲରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri