ଅଣ୍ଡରୱାର୍ଲଡର ପ୍ରଭାବରେ ବଲିଉଡ: ସୋନାଲି

ମୁମ୍ବାଇ: ବଲିଉଡର ବିଗତ ଦିନର ଆଗଧାଡିର ନାୟିକା ସୋନାଲି ବେନ୍ଦ୍ରେ ନିଜର ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ତିଆରି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଏବେ ସେ ଯଦିଓ ବଲିଉଡଠାରୁ ଟିକେ ଦୂରେଇ ରହିଛନ୍ତି ହେଲେ କିଛି ବର୍ଷ ପରେ ସେ ଅଭିନୟକୁ ଫେରିଛନ୍ତି । ନିକଟରେ ସେ ଦେଇଥିବା ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ସୋନାଲି ଏହି ସାକ୍ଷାତକାରରେ ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ଏକ ଚମକାଇବା ଭଳି କଥା କହିଛନ୍ତି । ସେ କହିଛନ୍ତି ଅଣ୍ଡରୱାର୍ଲଡ ପ୍ରଭାବରେ ବଲିଉଡ । ତେବେ ସମୟ ଥିଲା ଯେତେବେଳେ ଅଣ୍ଡରୱାର୍ଲଡ ପ୍ରଭାବରେ ବଲିଉଡ ଥିଲା ସେତେବେଳେ ତାଙ୍କୁ କିଛି ଫିଲ୍ମ ଛାଡିବାକୁ ପଡିଥିଲା ବୋଲି ସେ କହିଛନ୍ତି । ପ୍ରଥମେ ପ୍ରଥମେ ସେ ଏକଥା ବୁଝି ପାରୁ ନ ଥିବା ବେଳେ ତାଙ୍କ ବୟଫ୍ରେଣ୍ଡ ତଥା ବର୍ତ୍ତମାନର ସ୍ୱାମୀ ଗୋଲଡିଙ୍କ ଜରିଆରେ ଏ ସମ୍ପର୍କରେ ସେ ବୁଝିପାରିଥିଲେ ।
ସୋନାଲି କହିଛନ୍ତି, ବିଭିନ୍ନ ସୋର୍ସରୁ ଫିଲ୍ମ ପାଇଁ ଫାଇନାନ୍ସ କରାଯାଇଥାଏ । ହେଲେ ସେମାନଙ୍କୁ ଉଚିତ, ଔପଚାରିକ ଇଣ୍ଡଷ୍ଟ୍ରିର ମାନ୍ୟତା ମିଳି ନ ଥାଏ । ସେଥିପାଇଁ ଅନେକ ଅନିୟନ୍ତ୍ରିତ ଫାଇନାନ୍ସ ବି ଆସିଥାଏ । ଯାହାକୁ ବ୍ୟାଙ୍କ ଦେଇ ନ ଥାଏ । ତେଣୁ ଇଣ୍ଡଷ୍ଟ୍ରିରେ ଅଣ୍ଡରୱାର୍ଲଡର ପ୍ରଭାବ ଯୋଗୁ ତାଙ୍କୁ କିଛି ଫିଲ୍ମ ଛାଡିବାକୁ ପଡିଛି ବୋଲି ସେ କହିଛନ୍ତି । କିଛି ଅଫର ତାଙ୍କ ପାଖରେ ଥିଲେ ବି କିଛି କାରଣ ନ ଥାଇ ଏହା ଆଉ କାହା ପାଖକୁ ଚାଲିଯାଇଥାଏ । ଏହାପରେ ଡାଇରେକ୍ଟର ଅବା କୋ ଆକ୍ଟର ଫୋନ କରି କହିଥାଆନ୍ତି କି ମୋ ଉପରେ ପ୍ରେସର ରହିଛି ଆଉ ମୁଁ ଏହାକୁ ନେଇ କିଛି କରିପାରିବି ନାହିଁ । ଏହାପରେ ମୁଁ ବୁଝିଯାଇଥାଏ ।
ଜୁନ ୧୦ରେ ଜି୫ରେ ରିଲିଜ ହୋଇଛି ସୋନାଲିଙ୍କ ମୁଭି ‘ଦ ବ୍ରୋକେନ ନ୍ୟୁଜ’ । ଏଥିରେ ସୋନାଲିଙ୍କ ସହ ଜୟଦିପ ଅହଲାବତ, ଶ୍ରିୟା ପିଲଗାଓଁକର ଲିଡ ରୋଲରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri