ସୋନାକ୍ଷୀଙ୍କ ପାଖରେ ସଲମାନ, ଆଲିଆଙ୍କ ପାଖରେ କରନ୍‌ ଅଛନ୍ତି କହିଲେ ଶ୍ରଦ୍ଧା

ମୁମ୍ବାଇ,୪।୫: କରନ ଜୋହରଙ୍କ ଲୋକପ୍ରିୟ ଶୋ କଫି ଓ୍ବିଥ୍‌ କରନ୍‌ରେ ସେଲିବ୍ରେଟିଙ୍କ ବହୁ ସିକ୍ରେଟ୍‌ କଥା ଭାଇରାଲ ହୋଇଥାଏ। ଏହି ଶୋ ରେ ସେଲିବ୍ରେଟିମାନେ ଏପରି ଫ୍ରାଙ୍କ୍‌ଲି ଷ୍ଟେଟେମେଣ୍ଟ ଦେଇଥାନ୍ତି ଯାହା ସେମାନେ ଗଣମାଧ୍ୟମରେ ପ୍ରକାଶ କରିବାକୁ ହଡବଡ ହୋଇଯା’ନ୍ତି। ତେବେ ନିକଟରେ କଫି ଓ୍ବିଥ୍‌ କରନ୍‌ ଶୋ ରେ ଶ୍ରଦ୍ଧା କପୁର ତାଙ୍କ ସାଥୀ ଅଭିନେତ୍ରୀଙ୍କୁ ନେଇ ଏପରି ଏକ ବିବୃତ୍ତି ଦେଇଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଶ୍ରଦ୍ଧା କପୁର ବହୁତ ଶାନ୍ତ ଏବଂ ବାଲାନ୍ସଡ୍‌ କଥାବାର୍ତ୍ତା କରୁଥିବା କ୍ୟାଟୋଗୋରୀରେ ରୁହନ୍ତି। ସେ ନିଜକୁ ବିବାଦରୁ ସବୁବେଳେ ଦୂରେଇ ରଖିଥାନ୍ତି। କିନ୍ତୁ ଯେତେବେଳେ ବି ସୁଯୋଗ ମିଳେ, ସେ ନିଜ କଥାକୁ ରଖିବାକୁ ହାତଛଡ଼ା କରନ୍ତି ନାହିଁ। ତେବେ ଶ୍ରଦ୍ଧା କପୁର କଫି ଓ୍ବିଥ୍‌ କରନ୍‌ ଶୋ ରେ ତାଙ୍କ ସମସାମୟିକ ଅଭିନେତ୍ରୀମାନେ ଇଣ୍ଡଷ୍ଟ୍ରିରେ ପାଇଥିବା ଫାଇଦା ବିଷୟରେ କହିଥିଲେ।

ଶୋ ରେ ରାପିଡ୍‌ ଫାୟାର୍‌ ଗେମ୍‌ରେ ଶ୍ରଦ୍ଧା ତାଙ୍କ ମନକଥା ସବୁ ବଖାଣିଥିଲେ। କିପରି ସେ ବଡ ବଡ ସେଲିବ୍ରେଟିଙ୍କ ସହ ସମ୍ପର୍କରେ ନ ରହିବା ଯୋଗୁ ଇଣ୍ଡଷ୍ଟ୍ରିରେ ଅନେକ ଥର କ୍ଷତି ସହିବାକୁ ପଡିଛି। ତେବେ ଗେମ୍‌ରେ ତାଙ୍କୁ ଗୋଟିଏ ପ୍ରଶ୍ନ ପଚରା ଯାଇଥିଲା ଯେ, ତାଙ୍କ ସାଥୀ ଅଭିନେତ୍ରୀମାନଙ୍କ ପାଖରେ ଏମିତି କ’ଣ ଜିନିଷ ଅଛି ଯାହା ତାଙ୍କ ପାଖରେ ନାହିଁ। କରନ୍‌ ଜୋହର ଗୋଟି ଗୋଟି କରି ଅଭିନେତ୍ରୀମାନଙ୍କ ନାଁ ନେଇଥିଲେ ଏବଂ ଶ୍ରଦ୍ଧା ଏହାର ଉତ୍ତର ରଖିଥଲେ।

କରନ ପରିଣୀତି ଚୋପ୍ରା, ଆଲିଆ ଭଟ୍ଟ ଏବଂ ସୋନାକ୍ଷୀ ସିହ୍ନାଙ୍କ ନାଁ ନେଇ ପ୍ରଶ୍ନ କରିଥିଲେ। ଶ୍ରଦ୍ଧା ଉତ୍ତର ଦେଲେ, ପରିଣୀତଙ୍କ ପାଖରେ ଆଦି ଚୋପ୍ରା, ସୋନାକ୍ଷୀଙ୍କ ପାଖରେ ସଲମାନ ଖାନ୍‌ ଏବଂ ଆଲିଆଙ୍କ ପାଖରେ ଆପଣ ଅଛନ୍ତି।
ତେବେ ଏହି ଭାଇରାଲ କ୍ଲିପ୍‌ ନିକଟରେ ଏକ ଇନଷ୍ଟାଗ୍ରାମ୍‌ ପେଜ୍‌ ଶ୍ରଦ୍ଧାକପୁରଫ୍ୟାନ୍ସଫର୍‌ଫରଲାଇଫ୍‌ରେ ସେୟାର କରାଯାଇଛି। ଯେଉଁଥିରେ ଫ୍ୟାନ୍ସମାନେ ଭିଡିଓକୁ ବହୁତ ମାତ୍ରାରେ ଦେଖିବା ସହ କମେଣ୍ଟସ୍‌ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri