ପୁତ୍ରମୋହ

ଟ୍ଟନାୟକବାବୁ ଚାକିରିରୁ ଅବସର ନେବା ପରେ ସ୍ତ୍ରୀଙ୍କ କଥା ମାନିଲେ। ଅବସରକାଳୀନ ଅର୍ଥରେ ଅନ୍ୟ ଏକ ସହରରେ ଗୋଟିଏ ଫ୍ଲାଟ୍‌ ନେଲେ।
ଘର ପ୍ରତିଷ୍ଠା ବି ଧୁମଧାମରେ କଲେ। ଅବସର ପରବର୍ତ୍ତୀ ଜୀବନ ସୁଖରେ କଟେଇବା ଲାଗି ଘରକୁ ସଜେଇଲେ। ଖୁସିର ଜୀବନ ଆରମ୍ଭ ହେଲା। ଏକ ମାତ୍ର ପୁଅ ବେଙ୍ଗାଲୁରୁରେ ଆଇଟିରେ ଚାକିରି। ତା’ସ୍ତ୍ରୀ ପିଲା ଧରି ସେ ସେଠି ରହୁଥିଲା। ପଟ୍ଟନାୟକବାବୁଙ୍କ ଘରକୁ ନାତିଟୋକାର ଆବିର୍ଭାବ ପରେ ଅସଲି ଦୁଃଖ ଆରମ୍ଭ ହେଲା। ନାତି ଯେତେବେଳେ ସ୍କୁଲ ଯିବା ଆରମ୍ଭ କଲା ସେତେବେଳେ ପୁଅର ଏକ ପ୍ରସ୍ତାବ ଶୁଣି ଚମକିଗଲେ ପଟ୍ଟନାୟକବାବୁ। ପୁଅ କହିଲା, ”ବାପା! ପୁଅର ସ୍କୁଲ ଓ ରହିବା ଗୋଟିଏ ସ୍ଥାନରେ। ମୋର ଚାକିରି ଅନ୍ୟ ସ୍ଥାନରେ। ବହୁ ସମସ୍ୟା ହେଉଛି। ଦୀର୍ଘ ପଥ ଯିବା ଆସିବା ଅସହ୍ୟ ହେଲାଣି। ଏଠାକାର ଫ୍ଲାଟ୍‌ ବିକ୍ରିକରି ବେଙ୍ଗାଲୁରୁରେ ଗୋଟେ ଫ୍ଲାଟ୍‌ କିଣିବି ଭାବୁଛି। ସେଠି ଆମେ ସମସ୍ତେ ରହିବା।“ ପଟ୍ଟନାୟକବାବୁ ପୁଅର ପ୍ରସ୍ତାବରେ ଅରାଜିହେଲେ। ଘର ବିକ୍ରି ପାଇଁ ସହମତି ହେଲେନି। ମା’ବାପା ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ହେଲା। ଶେଷରେ ବାପାମା’ଙ୍କୁ ଘରୁ ବେଦଖଲ କଲା ପୁଅ। ମଧ୍ୟସ୍ଥ ଲଗେଇ ଘର ବିକ୍ରିକରି ବେଙ୍ଗାଲୁରୁରେ ବଡ଼ ଫ୍ଲାଟ୍‌ କିଣିଲା। ପଟ୍ଟନାୟକବାବୁ ତେଣିକି ଅସହାୟ ହୋଇପଡ଼ିଲେ। ଦି ବଖରିଆ ଛୋଟ ଟିଣଘର ଭଡ଼ାନେଇ ନିଜ ପେନ୍‌ସନ ଅର୍ଥରେ ବୁଢ଼ାବୁଢ଼ୀ ଜୀବନ ଜିଇବା ଆରମ୍ଭ କଲେ। ସହକର୍ମୀ ବନ୍ଧୁମାନେ ପଟ୍ଟନାୟକବାବୁଙ୍କ ଏଭଳି ଅବସ୍ଥା ଦେଖି ତଟସ୍ଥ ହେଲେ। ସେତେବେଳେ ପଟ୍ଟନାୟକବାବୁ କହିଲେ – ”ଏସବୁ ଭାଗ୍ୟର ଦୋଷ ନୁହେଁ। ମୋର ଦୋଷ। ଫ୍ଲାଟ୍‌ କିଣିଲାବେଳେ ଯଦି ମୋ ନାମରେ କିଣିଥାନ୍ତି ତେବେ ଏତେ ଦୁର୍ଦ୍ଦଶା ହୋଇ ନ ଥାନ୍ତା। ପୁତ୍ରମୋହରେ ପଡ଼ି ଅତିଶୟ ବିଶ୍ୱାସରେ ଏକମାତ୍ର ପୁଅ ନାମରେ କିଣି ଦେଇଥିଲି ବୋଲି ସେ ମୋତେ ଘରୁ ବେଦଖଲ କରିପାରିଲା। ମୋ ଜୀବନର ୭୯ ବର୍ଷ ମଧ୍ୟରେ ମୁଁ କେବେ ଭାବି ନ ଥିଲି ଯେ ମୋର ଯାହା ଥିଲା ତାହା ଦାନ କରିବା ପରେ ମୋତେ ପାରିବାରିକ ବିବାଦକୁ କୋର୍ଟକୁ ନେବାକୁ ପଡ଼ିବ ଏବଂ ମୋ ମୁଣ୍ଡ ଉପରେ ଛାତ ମଧ୍ୟ ରହିବ ନାହିଁ “- ରେମଣ୍ଡ କମ୍ପାନୀର ମାଲିକ ବିଜୟପତ୍‌ ସିଂଘାନିଆ ମିଡିଆକୁ ଏମିତି କହିଥିଲେ। ୬୦୦୦ କୋଟି ଟଙ୍କାର ମାଲିକ ଏବେ ଘରଭଡ଼ାରେ ରହୁଛନ୍ତି। ବିଶିଷ୍ଟ ଶିଳ୍ପପତି ବିଜୟପତ୍‌ ସିଂଘାନିଆ ଓ ତାଙ୍କ ପୁଅ ଗୌତମ ସିଂଘାନିଆଙ୍କ ସହ ଚାଲିଥିବା ସମ୍ପତ୍ତି ବିବାଦ ଦେଶବ୍ୟାପୀ ମାତାପିତାଙ୍କ ପାଇଁ ବାର୍ତ୍ତା ହେଉଛି ‘ଆପଣ ପିଲାମାନଙ୍କୁ ଭଲ ପାଆନ୍ତୁ ଏବଂ ସେମାନଙ୍କ ଯତ୍ନ ନିଅନ୍ତୁ, କିନ୍ତୁ ସେମାନଙ୍କୁ ଏତେ ଭଲ ପାଆନ୍ତୁ ନାହିଁ ଯେ ତୁମେ ଅନ୍ଧ ହୋଇଯିବ। ’
ପୁତ୍ରମୋହ ହେଉଛି ଏକ ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ପୁଅ ପ୍ରତି ଏତେ ଆକର୍ଷିତ ହୋଇଯାଏ ଯେ ସେ ନ୍ୟାୟ, ଉପଯୁକ୍ତ ଆଚରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ଭୁଲିଯାଏ। ଏହା ଏକ ବିପଜ୍ଜନକ ଭାବନା ହୋଇପଡ଼ିଛି। ପୁଅ ପାଇଁ ପିତା ନିଜସ୍ବ ଧର୍ମ ତ୍ୟାଗକରେ ଏବଂ ଦୁନିଆ ସହ ଲଢ଼ିବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଏ। ଏହି କାରଣରୁ ଅନେକ ନକାରାତ୍ମକ ପରିଣାମ ସମାଜରେ ଘଟୁଛି। ରାମଙ୍କ ପ୍ରେମରୁ ରାଜା ଦଶରଥ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଧୃତରାଷ୍ଟ୍ର ତାଙ୍କ ପୁଅ ପ୍ରତି ଅତିଶୟ ପ୍ରେମ ହେତୁ ମହାଭାରତ ଯୁଦ୍ଧ ସୃଷ୍ଟିକରିଥିଲେ। ପୁତ୍ର ମୋହରେ ଦ୍ରୋଣାଚାର୍ଯ୍ୟ ଯୁଦ୍ଧରୁ ଓହରିଗଲେ ଏବଂ ତାଙ୍କର ଅସ୍ତ୍ର ତ୍ୟାଗକଲେ। କର୍ଣ୍ଣଙ୍କ ପାଇଁ ଅଧିରଥ ପ୍ରତ୍ୟେକ ଯନ୍ତ୍ରଣା ସହିଥିଲେ। ଭାରତରେ ରାଜନେତାଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ ପୁତ୍ରମୋହରେ କ୍ଷତାକ୍ତ ହୋଇଛନ୍ତି ଅନେକେ। ଏମିତିରେ ପୁରାଣ ବର୍ଣ୍ଣିତ କାହାଣୀ ମନେପଡିଯାଏ।
ମହାରାଜା ଚିତ୍ରକୂଟ ନିଃସନ୍ତାନ ଥିଲେ। ମହର୍ଷି ଅଙ୍ଗିରାଙ୍କୁ ସେ ବାରମ୍ବାର ପୁତ୍ର ପାଇଁ ନିବେଦନ କଲେ। ମହର୍ଷି ପୁତ୍ରମୋହରେ ଆଦୌ ନ ପଡ଼ିବାକୁ ପରାମର୍ଶ ଦେଲେ। କହିଲେ – ମହାରାଜା! ଯେଉଁମାନଙ୍କର ପୁଅ ଅଛି ସେମାନେ ପୁତ୍ରହୀନ ଲୋକଙ୍କ ପରି ଦୁଃଖୀ। ଏଇ ମାୟାଠାରୁ ଦୂରରେ ରହିବା ଭଲ। ତଥାପି ରାଜାଙ୍କ ପୁତ୍ରମୋହ ଦେଖି ସେ ଆଶୀର୍ବାଦ କଲେ। ପରେ ପୁତ୍ରସନ୍ତାନ ଜନ୍ମହେଲା। ରାଜା ଖୁସିହେଲେ। କିନ୍ତୁ ଖୁସି ବେଶିଦିନ ରହିଲା ନାହିଁ। ରାଜାଙ୍କ ଦ୍ୱିତୀୟ ରାଣୀ ପୁତ୍ରକୁ କୌଶଳରେ ମାରିବାରେ ସଫଳ ହେଲେ। ସେଠୁ ମହାରାଜା ପୁତ୍ରମୋହରେ ପୁନଶ୍ଚ ଅଧୀର ହୋଇଉଠିଲେ। ଦେବର୍ଷି ନାରଦ ରାଜାଙ୍କୁ ବୁଝାଇବାକୁ ଯାଇ କହିଲେ, ଦୁନିଆରେ ଚାରି ପ୍ରକାର ପୁତ୍ର ଅଛନ୍ତି। ପ୍ରଥମ ହେଲା ପୂର୍ବଜନ୍ମର ଶତ୍ରୁ, ଯିଏ ନିଜ ଶତ୍ରୁତାର ପ୍ରତିଶୋଧ ନେବା ପାଇଁ ପୁତ୍ର ହୋଇ ଜନ୍ମ ନେଇଥାଏ। ତାକୁ ଶତ୍ରୁପୁତ୍ର କୁହାଯାଏ। ଦ୍ୱିତୀୟ ହେଲା ପୂର୍ବ ଜୀବନର ଋଣୀ। ସେ ତାଙ୍କର ଋଣ ଆଦାୟ କରିବାକୁ ଆସିଥାନ୍ତି। ହିସାବ ସ୍ଥିର ହୋଇଥାଏ। ପୁତ୍ର ଜୀବନବ୍ୟାପୀ ଦୁଃଖ ଦେଇ ଚାଲିଯାଏ। ଇଏ ଏକ ଭିନ୍ନ ପ୍ରକାର ପୁଅ। ତୃତୀୟ ପ୍ରକାର ପୁଅ ହେଉଛି ଏକ ଉଦାସୀନ ପୁଅ। ବିବାହ ପୂର୍ବରୁ ପିତାମାତାଙ୍କର। ବିବାହ କରିବା ମାତ୍ରେ ସେ ଆଉ କାହାର। ନିଜ ପିତାମାତାଙ୍କଠାରୁ ଅଲଗା ହୋଇଯାଏ। ତା’ସହ ମିଶିବା ସମ୍ଭବ ହୋଇପାରେନା। ପୁଅମାନେ ସେତେବେଳେ ପଶୁ ପରି ହୋଇଯାଆନ୍ତି। ଚତୁର୍ଥ ପ୍ରକାର ପୁଅମାନେ ହେଉଛନ୍ତି ଦାସ ପୁଅ। ଦାସ ପୁଅ ନିଜ ମାତାପିତାଙ୍କଠାରେ ପରମେଶ୍ୱରଙ୍କୁ ଦେଖେ। ସେବାକରେ। ସେମାନଙ୍କ ପାଇଁ ମାତାପିତାଙ୍କର ସେବା ହେଉଛି ଈଶ୍ୱରଙ୍କ ସେବା। ଏବେ ଆମ ସମାଜରେ ଦାସପୁତ୍ର କମ୍‌ ଦେଖିବାକୁ ମିଳୁଛି। ଅବଶିଷ୍ଟ ତିନି ପ୍ରକାର ପୁତ୍ରର ଭାଗ ଆଜିକାଲି ବେଶି। ଏଇ କାରଣରୁ ଅଭାଗା ମାତାପିତାମାନେ ପରିଣତ ବୟସରେ ଶଢୁଛନ୍ତି ପୁତ୍ର ପ୍ରଦତ୍ତ କଷ୍ଟରେ।
କୁହାଯାଏ ମାତାପିତାମାନଙ୍କୁ ସନ୍ତାନମାନଙ୍କର ସୁଖ ନିଜ କର୍ମ ଅନୁସାରେ ମିଳିଥାଏ। ଜୋର ଜବରଦସ୍ତ ପ୍ରତିଜ୍ଞା ଦ୍ୱାରା ନୁହେଁ। ଯଦି କେହି ଏହା ପାଏ ତେବେ ଏହା କେତେଦିନ ରହିବ ତା’ର ମଧ୍ୟ କୌଣସି ଗ୍ୟାରେଣ୍ଟି ନ ଥାଏ। ଏ ଉକ୍ତିଠାରୁ ଆଉ ଦି’ପାଦ ଆଗକୁ ଯାଇ ଆମ ସହରର ଜଣେ ପ୍ରତିଷ୍ଠିତ ଆଇନଜୀବୀ ମନୋଜବାବୁ ନିଜ ଅଭିଜ୍ଞତାରୁ ସେଦିନ କହିଲେ-”ଆଜ୍ଞା! ଆଜିକାଲି ପିତାପୁତ୍ର ମଧ୍ୟରେ ସମ୍ପତ୍ତି ବିବାଦ ବଢ଼ିଚାଲିଛି। ତେଣୁ ମୋ ନିକଟକୁ ଆଇନ ସହାୟତା ଲୋଡିବାକୁ ଆସୁଥିବା ପିତାମାନଙ୍କୁ ଏକ ମାତ୍ର ମାଗଣା ପରାମର୍ଶ ଦିଏ ଯାହା କରୁଛ କର ପଛେ ନିଜ ନାମ ବ୍ୟତୀତ ଆଉ କାହା ନାମରେ ଜମିବାଡ଼ି ରେଜିଷ୍ଟ୍ର୍ରେଶନ କର ନାହିଁ। ବେଳକାଳ ଯାହା ହେଲାଣି ନିଜ ଛାଇକୁ ବି ବିଶ୍ୱାସ କରିବା ଉଚିତ ନୁହେଁ।“ ମନୋଜବାବୁଙ୍କ କଥାଟି ଅସ୍ବାଭାବିକ ଲାଗିଲେ ବି ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ନିରାଟ ସତ। ସେଥିପାଇଁ ବୋଧେ କୁହାଯାଏ ପୁତ୍ରଯୋଗ୍ୟ ଥିଲେ କି ଲୋଡ଼ା ସମ୍ପତ୍ତି। ପୁତ୍ର ଅଯୋଗ୍ୟ ହେଲେ କି ଲୋଡ଼ା ରଖିବା ସାଇତି ସମ୍ପତ୍ତି। ଅତଏବ ପୁତ୍ରମୋହରେ ଅନ୍ଧ ହେବାଠାରୁ ଆଗରୁ ସର୍ତକ ହେବା ଉଚିତ।

ଡ. ଦ୍ୱିତୀଚନ୍ଦ୍ର ସାହ
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?