ବାପାଙ୍କୁ ଜୀବିତ ପ୍ରମାଣ କଲେ ପୁଅ: ମିଥ୍ୟା ମୃତ୍ୟୁ ପ୍ରମାଣପତ୍ର ହାସଲ ଅଭିଯୋଗରେ ମା’, ସାନଭାଇ ଗିରଫ

ବାଲେଶ୍ୱର ଅଫିସ, ୨୯ା୭: ଜମି ହାତେଇବା ପାଇଁ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ବାମପଦା ଗାଁର ରଘୁନାଥ ନାୟକଙ୍କୁ ମୃତ ଦର୍ଶାଯାଇଥିଲା। ଏନେଇ ତାଙ୍କ ସ୍ତ୍ରୀ ଓ ସାନପୁଅ ଗିରଫ ହୋଇଛନ୍ତି। ପୋଲିସ ଉଭୟଙ୍କୁ ୨୬ତାରିଖରେ କୋର୍ଟଚାଲାଣ କରିଛି। ହେଲେ ଦୀର୍ଘଦିନର ଆଇନ ଲଢେଇ ପରେ ରଘୁନାଥଙ୍କୁ ଜୀବିତ ବୋଲି ପ୍ରମାଣ କରିଛନ୍ତି ତାଙ୍କ ବଡପୁଅ ହରିନାରାୟଣ।
ରଘୁନାଥ ନାୟକଙ୍କର ୧୯୬୭ରେ ମୃତ୍ୟୁ ହୋଇଯାଇଥିବା ଦର୍ଶାଇ ତାଙ୍କ ସ୍ତ୍ରୀ ମାଳତୀ ଓ ସାନପୁଅ ମହେନ୍ଦ୍ର କୁମାର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୨୧ା୭ା୨୦୧୬ରେ ମୃତ୍ୟୁ ପ୍ରମାଣପତ୍ର ହାସଲ କରିଥିଲେ। ପରେ ରେମୁଣା ତହସିଲର କେତେଜଣ ଅସାଧୁ କର୍ମଚାରୀ ଓ ତତ୍କାଳୀନ ବଡଗାଁ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କ ସହାୟତାରେ ସେମାନେ ଉତ୍ତରାଧିକାରୀ ପ୍ରମାଣପତ୍ର ହାତେଇଥିଲେ। ଏକଥା ଜଣାପଡିବା ପରେ ରଘୁନାଥଙ୍କ ବଡପୁଅ ହରିନାରାୟଣ ଶିଳ୍ପାଞ୍ଚଳ ଥାନାରେ ୨୦୧୭ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା(ନଂ.୫୦/୨୦୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଇତିମଧ୍ୟରେ ୩ଜଣ ଥାନାଧିକାରୀଙ୍କର ବଦଳି ହୋଇଥିଲା ବେଳେ ଏକାଧିକ ତଦନ୍ତକାରୀ ଅଫିସର ମଧ୍ୟ ବଦଳିଗଲେଣି। ତେବେ ନ୍ୟାୟ ନ ମିଳିବାରେ ବିଳମ୍ବ ହେଉଥିବାରୁ ହରିନାରାୟଣ ଉଚ୍ଚ ନ୍ୟାୟାଳୟ ଆଶ୍ରୟ ନେଇଥିଲେ। ଶେଷରେ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ମିନତି ବିଶ୍ବାଳ ମାମଲାକୁ ଶେଷ କରିବାକୁ ତତ୍ପରତା ଦେଖାଇଥିଲେ। ଏନେଇ ଶିଳ୍ପାଞ୍ଚଳ ଥାନାଧିକାରୀ ବିଶ୍ବାଳ କହିଛନ୍ତି, ଜମି ଜାଲିଆତି କରି ହଡ଼ପ କରିବାକୁ ଏଭଳି ଯୋଜନା ହୋଇଥିଲା। ତଦନ୍ତରେ ମା’ ମାଳତୀ ଓ ଭାଇ ମହେନ୍ଦ୍ର ଦୋଷୀ ବୋଲି ଜଣାପଡିବାରୁ ଉଭୟଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri