ବୋହୂଙ୍କୁ ଫେରାଇ ଆଣିବାକୁ କହିବାରୁ ମା’ଙ୍କୁ ହତ୍ୟା

ସୁନ୍ଦରଗଡ଼,୭ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅଧୀନ ମନଭଲାପଡ଼ାରେ ମଦ୍ୟପ ପୁଅ ନିଜ ମା’ଙ୍କୁ ଇଟାରେ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ହେଲେ ଉକିଆ ବାର୍ଲା (୬୫)।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଅଭିଯୁକ୍ତ ପୁଅ ଇଂରାଜୀ ବାର୍ଲା(୩୦)ଙ୍କୁ ଗିରଫ କରି ଅଧିକ ପଚରାଉଚୁରା ଚଳାଇଛି। ଏ ନେଇ ଲେଫ୍ରିପଡା ଥାନାରେ ଏକ ହତ୍ୟା ମାମଲା (ନଂ. ୨୦୯/୨୦୨୧) ରୁଜୁ ହୋଇଛି।

ସୂଚନା ମୁତାବକ, ମନଭଲାପଡ଼ାର ଲଡୁ ବାର୍ଲାଙ୍କ ପୁଅ ଇଂରାଜୀ ମଦ୍ୟପାନ କରି ନିଜ ସ୍ତ୍ରୀ ସହିତ ଝଗଡା କରୁଥିଲେ। ଏନେଇ ୬ମାସ ହେଲା ସ୍ତ୍ରୀ ବାପକୁ ଚାଳିଯାଇଛନ୍ତି। ମଦ ଛାଡି ସ୍ତ୍ରୀଙ୍କୁ ବୁଝାଶୁଝା କରି ଘରକୁ ଆଣିବାକୁ ମା’ ବାପା ପୁଅଙ୍କୁ କହୁଥିଲେ। ହେଲେ ସେ ଓଲଟା ମା’ ବାପାଙ୍କୁ ଗାଳିଗୁଲଜ କରୁଥିଲା । ପୁଅର ଏଭଳି ଆଚରଣରେ ଅତିଷ୍ଠ ହୋଇ ବୃଦ୍ଧ ମା’ ବାପା ଗ୍ରାମରେ ଥିବା ଜଣେ ସମ୍ପର୍କୀୟ ଭଉଣୀଙ୍କ ଘରେ ରହୁଥିଲେ। ଶୁକ୍ରବାର ରାତିରେ ଇଂରାଜୀ ମଦପିଇ ସେଠାରେ ପହଞ୍ଚି ଥିଲେ। ଘରେ ଶୋଇ ଥିବା ମା’ଉକିଆଙ୍କୁ ବାହାରକୁ ଟାଣି ଆଣି ଏକ ଇଟାରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌। ହେଲେ ପାଖାପାଖି ମାସେ ହେଲା...

ପ୍ରସ୍ତୁତ ହେବ ବିକାଶମୂଳକ ଯୋଜନା:ବଦଳିବ ସହରାଞ୍ଚଳ କଳେବର

ଢେଙ୍କାନାଳ ଅଫିସ,୩୦।୫: ବଦଳିବ ଢେଙ୍କାନାଳ ଜିଲାର ପ୍ରମୁଖ ସହରାଞ୍ଚଳର କଳେବର। ସହରବାସୀ ଅତ୍ୟାଧୁନିକ ସୁବିଧା ହାତପାହାନ୍ତାରେ ପାଇବେ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏ...

ନୂଆଁଖାଇରେ ଅଡୁଆ ଯୁକ୍ତ ୩ ନାମଲେଖା

ବରଗଡ଼ ଅଫିସ୍‌,୨।୯: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ...

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୋଳ ଅଫିସ/ବାରିପଦା ଅଫିସ,୬ା୧: ଶୁକ୍ରବାରଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି। ଏହି...

ପଜିଟିଭ ଚିହ୍ନଟ ପରେ ସଂକ୍ରମିତଙ୍କ ଗାଁ ୫ଦିନ ଶଟ୍‌ଡାଉନ

ଜୁନାଗଡ,୨୭।୭(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ପଞ୍ଚାୟତ ଅନ୍ତର୍ଗତ ଚକୁଳି ଗ୍ରାମରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା...

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ବାଙ୍ଗିରିପୋଷି,୩ା୧୨(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ବ୍ଲକ ଅଧୀନ ଚନ୍ଦନପୁର ଗ୍ରାମର ଚନ୍ଦନପୁର ଯୁବକ ସଂଘ ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର ମୟୂରଭଞ୍ଜ,ବାରିପଦା ତରଫରୁ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨ ଦିନ...

ବାଇକ୍‌ ସହ ଜଳିଥିବା ଯୁବକଙ୍କ ପରିଚୟ ମିଳିଲା

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଜୟଦେବବିହାର ନିକଟ ଓଭରବ୍ରିଜ୍‌ରେ ରବିବାର ରାତିରେ ଦୁର୍ଘଟଣା ଘଟିଥିଲା। ଖଣ୍ଡଗିରି ପଟୁ ବାଣୀବିହାର ଆଡ଼କୁ ଯାଉଥିବା ବେଳେ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଏକ...

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭୁବନେଶ୍ୱର,୪।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ପୋଲିସ ବାବୁ। ରାଜଧାନୀ ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରବି ସାହୁ ଗୁରୁବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ...

Advertisement
Archives

Model This Week