ପ୍ରେମ ପାଇଁ ବାପାଙ୍କୁ ହାଣିଲେ ପୁଅ

ବ୍ରହ୍ମପୁର ଅଫିସ,୨୭ା୫: ପାରିବାରିକ କଳହରୁ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ପୁଅ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୋଚି ସାହିର ଏ. ଭେଙ୍କଟରମଣଙ୍କ ପୁଅ ଏ. ସୁରଜ ଓ ତାଙ୍କ ସହଯୋଗୀ ଖାଲାସୀ ସାହିର ଜି.ଶ୍ୟାମ। ପୋଲିସ ଘଟଣାରେ ବ୍ୟବହୃତ ଖଣ୍ଡା ଜବତ କରିଛି। ପୋଲିସ ଏକ ମାମଲା (ନଂ.୧୩୨/୨୨) ରୁଜୁ କରି ଶୁକ୍ରବାର ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ସୁରଜ ଘର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ କିଛିଦିନ ତଳେ ଅନ୍ୟ ଜାତିର ଜଣେ ଝିଅକୁ ବିବାହ କରିଥିଲେ। ତେଣୁ ପୁଅ ବୋହୂଙ୍କୁ ବାପା ଭେଙ୍କଟରମଣ ଘରେ ରହିବାକୁ ଅନୁମତି ଦେଇ ନ ଥିଲେ। ଏହାକୁ କେନ୍ଦ୍ର କରି ବାପା, ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗୁରୁବାର ରାତି ପ୍ରାୟ ସାଢେ ୧୦ଟାରେ ସୁରଜ ଓ ତାଙ୍କ ସହଯୋଗୀ ଶ୍ୟାମଙ୍କୁ ଧରି ମୋଚି ସାହକୁ ଆସିଥିଲେ। ସୁରଜ ଏକ ଖଣ୍ଡାରେ ତାଙ୍କ ବାପାଙ୍କୁ ହାଣିବା ପାଇଁ ଉଦ୍ୟମ କରିଥିଲେ। ସୁରଜଙ୍କ ଅନ୍ୟ ଜଣେ ଭାଇ ଏ .ରସିବତ ଏହାର ପ୍ରତିବାଦ କରିଥିଲେ। ଏଥିରେ ଭେଙ୍କଟରମଣ ଓ ରସିବତ ଆହତ ହୋଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ କୋହଲା ପାଗ

ଦାରିଙ୍ଗବାଡ଼ି,୨୬।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ କୋହଲା ପାଗ ଯୋଗୁ ଦିନରେ ପ୍ରବଳ ଶୀତ ଅନୁଭତ ହେଉଛି। ରାତିରେ ତାପମାତ୍ରା ୧୦ଡିଗ୍ରୀ ଉପରେ ରହିଥିବାରୁ କିଛିମାତ୍ରାରେ ଶୀତ...

ଆନନ୍ଦପୁର ଭିଆଇପି ରୋଡ ଦୁରବସ୍ଥା: ଯେତେ ଲୁଚେଇଲେ ବି ଲୁଚୁନି ଫାଟ

ଆନନ୍ଦପୁର,୨୨। ୫(ସ୍ବ.ପ୍ର.)-ବର୍ଷାକୁ ଡର ଭିଆଇପି ରୋଡ। ସାମାନ୍ୟ ବର୍ଷା ହେଲେ ଫାଟି ଆଁ କରୁଛି। ଥରେ ନୁହେଁ କି ଅଧେ ନୁହେଁ ତିନି ତିନି ଥର...

କୋରାପୁଟ ଜିଲାରେ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଜୟପୁର,୨୫ା୫(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ସୋମବାର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜୟପୁର ସହରର ହୋଇଥିବା ବେଳେ ଦଶମନ୍ତପୁର ବ୍ଲକର...

ନବ କଳେବର ହେଉଛି ନୟାଗଡ଼ ଖେଳପଡ଼ିଆ

ନୟାଗଡ଼ ଅଫିସ,୩୦।୫: ନୟାଗଡ଼ ଟାଉନ ଥାନା ପାଖ ନୟାଗଡ଼ ଖେଳପଡ଼ିଆର ନବକଳେବର ଚାଲିଛି। ଖେଳ ପଡ଼ିଆ ପାର୍ଶ୍ୱରେ ରହିଥିବା ପେଣ୍ଡାଲକୁ ଆଧୁନିକ ଯନ୍ତ୍ରପାତି ଦ୍ୱାରା ୫...

ଭୁବନେଶ୍ୱର, ବାଲେଶ୍ୱରରୁ ୫ ବ୍ରାଉନସୁଗାର ଡିଲର ଗିରଫ: ୩୨୪ ଗ୍ରାମ ବ୍ରାଉନସୁଗାର, ୩.୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ପୋଲିସ ଡିଜିଙ୍କ କଡା ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟିମ୍‌ ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ଏସଟିଏଫ୍‌ ଟିମ୍‌...

ଇଞ୍ଜିନ୍‌ ବଦଳାଇବା ବେଳେ ଦୁର୍ଘଟଣା; ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଗୁଣପୁର,୨୩ା୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ରେଳ ଷ୍ଟେଶନ୍‌ରେ ବୁଧବାର ରାତିରେ ଏକ ଇଞ୍ଜିନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଇଞ୍ଜିନ୍‌ ସାମାନ୍ୟ ଲାଇନ୍‌ଚ୍ୟୁତ ହୋଇଥିବାବେଳେ ଟ୍ରେନ୍‌ ଚଳାଚଳ...

ମରାମତି ଅଭାବ : ନଦୀବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା

ସିଂହପୁର,୨୧।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅଧିନସ୍ଥ ଖରସ୍ରୋତା ନଦୀବନ୍ଧର ଜରୀ ନୂଆ ମାହାରାଠାରୁ ବାଛୋଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ନଦୀବନ୍ଧ...

ଦିନ ଦ୍ବିପହରରେ ଲୁଟ୍‌ ଉଦ୍ୟମ, ତିନି ଜଣଙ୍କୁ ଅଟକ ରଖି ପଚରାଉଚରା

କେନ୍ଦୁଝର,୨୯।୧୨ (ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ଥାନାଠାରୁ କିଛି ଦୂରରେ ଏନ୍‌ଏଚ୍‌ ୨୦ରେ ଏକ ଲୁଟ୍‌ ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ...

Advertisement
Archives

Model This Week