ଇମ୍ରାନଙ୍କ ତାଲିବାନ ପ୍ରେମ

ଇସଲାମାବାଦ,୧୭ ।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁକ୍ରବାର ସାଂଘାଇ ସହଯୋଗ ସଙ୍ଗଠନ(ଏସ୍‌ସିଓ)ର ବୈଠକରେ ବି ତାଲିବାନ ସପକ୍ଷରେ କହିଛନ୍ତି । ସେ କହିଛନ୍ତି ସାରା ବିଶ୍ୱ ଆଫଗାନିସ୍ତାନକୁ ସାହାଯ୍ୟ କରିବା ଦରକାର । ଆଫଗାନିସ୍ତାନକୁ ବାହାରୁ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ । ଆମ ପକ୍ଷରୁ ଆଫଗାନିସ୍ତାନକୁ ସାହାଯ୍ୟ ଜାରି ରହିବ । ଇମ୍ରାନ ଆହୁରି ମଧ୍ୟ କହିଛନ୍ତି ତାଲିବାନକୁ ତା’ର କଥା ପୂରଣ କରିବାକୁ ପଡିବ । ପୂର୍ବରୁ ମଧ୍ୟ ତାଲିବାନ ପ୍ରତି ନିଜର ଭଲପାଇବା ଜାହିର କରିଥିବା ଇମ୍ରାନ ଏସ୍‌ସିଓର ୨୦ତମ ବୈଠକରେ ବି ଆଫଗାନିସ୍ତାନରେ ମାନବୀୟ ସଙ୍କଟ ଦୂରେଇ ଦେବାକୁ ସାରା ବିଶ୍ୱ ସାହାଯ୍ୟର ହାତ ବଢାଇବା ଉଚିତ ବୋଲି କହିଛନ୍ତି । ତାଲିବାନକୁ ବଞ୍ଚାଇବାକୁ ଯାଇ ଇମ୍ରାନ କହିଛନ୍ତି ବର୍ତ୍ତମାନ ଆଫଗାନ ସରକାର ବିଦେଶି ସାହାଯ୍ୟ ଉପରେ ନିର୍ଭର କରୁଛି । ଶାନ୍ତିପୂର୍ଣ୍ଣ ଓ ସ୍ଥିର ଆଫଗାନିସ୍ତାନ ସହ ପାକିସ୍ତାନର ହିତ ବି ଯୋଡି ହୋଇ ରହିଛି ତେଣୁ ସେଥିପାଇଁ ଆମେ କାମ କରୁଛୁ ବୋଲି ଇମ୍ରାନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆଫଗାନିସ୍ତାନରେ କୌଣସି ବାହାର ଦଖଲ ହେବା ଉଚିତ ନୁହେଁ । ଇମ୍ରାନ ତାଙ୍କ ଭାଷଣରେ କହିଛନ୍ତି କାବୁଲରେ ତାଲିବାନ କବଜା କରିବା ପରେ ନୂଆ ସତ ସାମ୍ନାକୁ ଆସିଛି । ଏବେ ବିଶ୍ୱର ଦାୟିତ୍ୱ ହେବା ଉଚିତ ଯେ ସେଠାରେ ଯେମିତି ଆଉ ସଂଘର୍ଷ ନ ହେଉ । ଏହା ପୁଣିଥରେ ଆତଙ୍କବାଦୀଙ୍କ ଘର ନ ହେଉ ଏହାବି ବିଶ୍ୱ ସମୁଦାୟ ସୁନିଶ୍ଚିତ କରିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?