Posted inଜାତୀୟ

‘ୟୁଟ୍ୟୁବ ମୋତେ ମାସିକ ୪ ଲକ୍ଷ ଟଙ୍କା ଦିଏ’

ମୁମ୍ବାଇ,୧୭।୯: କୋଭିଡ୍‌ ମହାମାରୀ ସମୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ନିଜ ସମୟକୁ ଉପଯୋଗ କରିବା ପାଇଁ ଅନଲାଇନ ଲେକଚର ଦେଇଥିଲେ। ଏଥି ଯୋଗୁ ତାଙ୍କୁ ମାସିକ ୪ ଲକ୍ଷ ଟଙ୍କା ଦେଉଥିଲା ୟୁଟ୍ୟୁବ। ଏ ନେଇ ହରିୟାଣାର ଏକ ଇଭେଣ୍ଟରେ ଯୋଗଦେଇ କେନ୍ଦ୍ର ସଡକ ପରିବହନ ଓ ରାଜରାସ୍ତା ମନ୍ତ୍ରୀ ଗଡ଼କରୀ କହିଛନ୍ତି।

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସଓ୍ବେର ଚାଲିଥିବା ନିର୍ମାଣ କାର୍ଯ୍ୟ ତଦାରଖ କରିବା ପରେ ବରିଷ୍ଠ ଭାଜପା ନେତା କହିଥିଲେ, କୋଭିଡ୍‌-୧୯ ସମୟରେ ମୁଁ ଦୁଇଟି କାର୍ଯ୍ୟ କରିଥିଲି। ଘରେ ରୋଷେଇ ଆରମ୍ଭ କରିବା ସହ ଭିଡିଓ କନଫରେନ୍ସ ଜରିଆରେ ଲେକଚର ଦେଇଥିଲି। ମୁଁ ଅନ୍‌ଲାଇନରେ ବହୁ ଲେକଚର ଦେଇଥିଲି, ଯାହାକୁ ୟୁଟ୍ୟୁବରେ ଅପଲୋଡ୍‌ କରାଯାଇଥିଲା। ଭିଡିଓଗୁଡ଼ିକୁ ପ୍ରବଳ ଭ୍ୟୁଅର୍ସ ମିଳିବାରୁ ୟୁଟ୍ୟୁବ ମୋତେ ମାସିକ ୪ ଲକ୍ଷ ଟଙ୍କା ଦେଉଛି। ଏହି କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ଓ ଏମ୍‌ପି ରାଓ ଇନ୍ଦ୍ରଜିତ ସିଂ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସଓ୍ବେର ନିର୍ମାଣ ଲାଗି ୯୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ୨୦୨୩ ସୁଦ୍ଧା ଏହି ଏକ୍ସପ୍ରେସଓ୍ବେର ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri