Posted inରାଜ୍ୟ

ରାଷ୍ଟ୍ରପତି ଭବନରୁ ଚିଠି ପାଇ ଆଶାବାଦୀ ସୋମ୍ୟାଶ୍ରୀ

ନିଶ୍ଚିନ୍ତକୋଇଲି, ୧୮ା୩ (ସ୍ବ.ପ୍ର.):ଆମ ଗାଁ ସ୍କୁଲରେ ପଢ଼ିବାକୁ ମୋର ଇଚ୍ଛା। କିନ୍ତୁ ଗାଁ ସ୍କୁଲରେ ଆବଶ୍ୟକ ଅଭିଜ୍ଞ ଶିକ୍ଷକ ନ ଥିବା ଓ ଶିକ୍ଷା ବ୍ୟବସ୍ଥା ଠିକ୍‌ ନ ଥିବାରୁ ମାଆବାପା ମୋତେ ଏକ ପବ୍ଲିକ୍‌ ସ୍କୁଲରେ ପାଠ ପଢ଼ାଇବାକୁ ବାଧ୍ୟ ହେଲେ। ରାଜ୍ୟ, କେନ୍ଦ୍ର ସରକାର ଓ ରାଜନୈତିକ ଦଳଗୁଡିକ ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହି ଖର୍ଚ୍ଚ ଯଦି ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଲଗାନ୍ତେ ତେବେ ସରକାରୀ ସ୍କୁଲର ଶିକ୍ଷାଦାନ ଉଚ୍ଚକୋଟୀର ହୁଅନ୍ତା। ପିଲାମାନେ ଏବଂ ଅଭିଭାବକ ଆଉ ଘରୋଇ ସ୍କୁଲ ପ୍ରତି ମନ ବଳାନ୍ତେନି। ଏ ହେଉଛି ଜଣେ କୁନି ଝିଅ ନିକଟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଏକ ଅଂଶ ବିଶେଷ। ଏହି ଚିଠି ଲେଖିଥିଲେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚାୟତ ପଞ୍ଚସରଙ୍ଗ ବଳରାମପୁର ଗଁାର ଆଶିଷ କୁମାର ବସନ୍ତରାୟଙ୍କ ଝିଅ ସୋମ୍ୟାଶ୍ରୀ। ସେ ଘର ପାଖ ଏକ ପବ୍ଲିକ୍‌ ସ୍କୁଲରେ ଷ୍ଟାଣ୍ଡାର୍ଡ ୪ରେ ପଢୁଛନ୍ତି। ସେ ସରକାରୀ ସ୍କୁଲରେ ପାଠ ପଢିବାକୁ ଇଚ୍ଛା କରିଥିଲେ ହେଁ ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଠିକ୍‌ ନ ଥିବାରୁ ତାଙ୍କ ମାଆବାପା ପବ୍ଲିକ୍‌ ସ୍କୁଲରେ ପାଠ ପଢିବାକୁ ବାଧ୍ୟ କରିଥିଲେ। ଏହି ଚିଠିଟି ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚତ୍ବା ପରେ ରାଷ୍ଟ୍ରପତି ଭବନରୁ ସୋମ୍ୟାଶ୍ରୀଙ୍କ ପାଖକୁ ଏକ ପାଲଟା ଚିଠି ଆସିଛି। ଏଥିରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିବା ମଧ୍ୟ ଜଣାଯାଇଛି। ରାଷ୍ଟ୍ରପତି ଭବନର ପତ୍ର ନଂ. ୧୮/୦୨/ପି-୨ଆଇ/୨୦୨୧/୧୯ା୨ା୨୦୨୧ରେ ଆସିଥିବା ବେଳେ ସୋମ୍ୟାଶ୍ରୀଙ୍କ ପାଖରେ ଶୁକ୍ରବାର ପହଞ୍ଚତ୍ଛି। ସୋମ୍ୟାଶ୍ରୀ ଏହି ଚିଠି ପାଇ ବେଶ୍‌ ଆନନ୍ଦିତ। ଆଗାମୀ ଦିନରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ତାଙ୍କ ଗୁହାରିକୁ ଗ୍ରହଣ କରି କାର୍ଯ୍ୟକାରୀ କରାଇବେ ବୋଲି ସେ ଦୃଢ ଆଶାବାଦୀ।
ସୂଚନାଯୋଗ୍ୟ, ସୋମ୍ୟାଶ୍ରୀ ସମଗ୍ର ବ୍ଲକର ତଥ୍ୟ ଅବଗତ ନ ଥାଇ ଘର ପାଖରେ ଥିବା ରଙ୍ଗମୁଣ୍ଡାଇ ପ୍ରାଥମିକ ବିଦ୍ୟାଳୟରେ ୫ ଶ୍ରେଣୀ ପାଇଁ ୩ ଶିକ୍ଷକ ଥିବା ଜାଣି ଏଭଳି ଚିଠି ଲେଖିଥିବା ଜଣାଯାଇଛି। ସରକାର ବ୍ଲକର ଶିକ୍ଷା ବ୍ୟବସ୍ଥା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ ଶିକ୍ଷାବିତ୍‌ଙ୍କ ମହଲରେ ଦାବି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କାଙ୍କୁ ପଚାରିବାରେ ଶିକ୍ଷକ ପଦବୀ ଖାଲି ନେଇ ସରକାର ଅବଗତ ଅଛନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ଥିଲେ ମଧ୍ୟ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri