କାହାର ସାଥ୍‌, କାହାର ବିକାଶ

ବିଚିତ୍ର ବିଶ୍ୱାଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ସ୍ଳୋଗାନ ଲୋକମାନଙ୍କ ମଧ୍ୟରେ ସବୁଠାରୁ ବେଶି ଆଶା ସଞ୍ଚାରକରିଥିଲା ତା’ ହେଉଛି ‘ସବ୍‌କା ସାଥ୍‌ ସବ୍‌କା ବିକାଶ’। କିନ୍ତୁ ଯଦି ବାସ୍ତବତାକୁ ଦେଖାଯାଏ ତେବେ ଏହି ସବ୍‌କା ସାଥ୍‌ ସବ୍‌କା ବିକାଶ ସ୍ଳୋଗାନ ହଁି ସବୁଠାରୁ ବେଶି ମିଛ ତଥା ପ୍ରହେଳିକା ପ୍ରମାଣିତ ହୋଇଛି। ଗୋଟିଏ କଥା ବାରମ୍ବାର ଦେଖାଯାଉଛି ଯେ, ମୋଦିଙ୍କ ସବ୍‌କା ସାଥ୍‌ ଓ ସବ୍‌କା ବିକାଶରେ ସାଧାରଣ ଜନତା, ଚାଷୀ,ମୂଲିଆ ନାହାନ୍ତି। ପ୍ରଧାନମନ୍ତ୍ରୀ ଯେପରି ଭାବେ ନିଜର କର୍ପୋରେଟ୍‌ ବନ୍ଧୁ ଓ ଅନ୍ୟ କମ୍ପାନୀଙ୍କ ସାଥ୍‌ ଦେଉଛନ୍ତି ଓ ତାଙ୍କର ବିକାଶ ପାଇଁ ଲାଗିପଡ଼ିଛନ୍ତି ସମତାଳରେ ସାଧାରଣ ଜନତାଙ୍କ କଥା ସେ ଭୁଲିଯାଇଛନ୍ତି। ସରକାର ଯେପରିଭାବେ କମ୍ପାନୀଗୁଡ଼ିକର ସାଥ୍‌ ଦେଉଛନ୍ତି ସେହି ତୁଳନାରେ ସାଧାରଣ ଜନତାଙ୍କ ସାଥିରେ ନାହାନ୍ତି। ତେଣୁ ଏହି ସ୍ଳୋଗାନକୁ ସଂଶୋଧନକରି କମ୍ପାନୀ କା ସାଥ୍‌, କମ୍ପାନୀ କା ବିକାଶ କହିଲେ ଅଧିକ ଠିକ୍‌ହେବ।
୨୦୨୨ ପ୍ରାରମ୍ଭରେ ଅକ୍ସଫାମ୍‌ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ ବିଷମତା ସମ୍ବନ୍ଧୀୟ ଏକ ରିପୋର୍ଟ ଶୀର୍ଷକ ‘ଦି ଇନ୍‌ଇକ୍ୱାଲିଟି ଭାଇରସ୍‌’ ପ୍ରକାଶ କରିଥିଲା ଯେ, ଭାରତରେ କରୋନା କାଳରେ ୧୧ ଜଣ ଧନିକଙ୍କ ଯେତିକି ସମ୍ପତ୍ତି ବୃଦ୍ଧି ପାଇଛି, ସେତିକି ଟଙ୍କାରେ ଏମ୍‌ଜିଏନ୍‌ଆର୍‌ଇଜିଏ ଭଳି ଗରିବ କଲ୍ୟାଣ ଯୋଜନାକୁ ୧୦ବର୍ଷ ଯାଏ ଚଲାଯାଇପାରିବ। ରିପୋର୍ଟ ଆହୁରି କହୁଛି ଯେ, ଆମ ଦେଶରେ ନିୟମିତଭାବେ ଧନୀମାନେ ଅଧିକ ଧନୀ ହେଉଥିବାବେଳେ ଗରିବମାନେ ଅଧିକ ଗରିବ ହେବାରେ ଲାଗିଛନ୍ତି। ପରିଣାମ ସ୍ବରୂପ ଧନୀ ଓ ଗରିବଙ୍କ ମଧ୍ୟରେ ପ୍ରଭେଦ ବହୁତ ବଢ଼ିଛି। ଦେଶର ଅର୍ଥନୀତି କ୍ରମାଗତଭାବେ ବଢ଼ିଚାଲୁଛି ବୋଲି ଯେଉଁ ପ୍ରଚାର କରାଯାଉଛି, ତାହା ସାଧାରଣ ଜନତାଙ୍କ ବିକାଶକୁ ପ୍ରତିଫଳିତ କରୁନାହଁି। ବରଂ ଉପରଭାଗରେ ଥିବା କିଛି ସୁପର ଧନୀକଙ୍କ ସମ୍ପତ୍ତି ବହୁପରିମାଣରେ ବଢ଼ିଥିବାରୁ ତାହା ଆମ ଦେଶର ଅର୍ଥନୀତିର ପୃଥୁଳଚିତ୍ରକୁ ଦର୍ଶାଉଛି। ସମ୍ପ୍ରତି ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ବୋଲି ଯେଉଁ ପ୍ରଚାରକରାଯାଉଛି ତାହା କେବଳ ଏହିପରି ଧନିକମାନେ ଅଧିକ ଧନୀ ହେବାର ପ୍ରକ୍ରିୟାରେ ହଁି ହୋଇଛି।
ଚଳିତ ବଜେଟରେ ଦୁର୍ଭାଗ୍ୟଜନକଭାବେ ଲୋକମାନଙ୍କ ହାତକୁ କାମ ଯୋଗାଉଥିବା ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ବାବଦକୁ ଅର୍ଥ କମ୍‌ କରିଦିଆଯାଇଛି। ସରକାର ଗୋଟିଏ ପଟେ ଏମ୍‌ଜିଏନ୍‌ଆର୍‌ଇଜିଏ, ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ଓ ସାମାଜିକ ସୁରକ୍ଷା ଆଦି ଯୋଜନାରେ ବ୍ୟୟବରାଦ କମ୍‌ କରୁଥିବାବେଳେ ଅନ୍ୟପଟେ ଗୁଜରାଟଭିତ୍ତିକ ଏକ କମ୍ପାନୀ ବେଦାନ୍ତ ଫକ୍ସକନ୍‌କୁ ୭୬ ହଜାର କୋଟି ଟଙ୍କା ସବ୍‌ସିଡି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଗୁଜରାଟ ସରକାରଏହି କମ୍ପାନୀକୁ ରିହାତି ଦାମ୍‌ରେ ଜମି ଯୋଗାଇ ଦେଇଛନ୍ତି। ଚିନ୍ତାର ବିଷୟ ଯେ, ଏମ୍‌ଜିଏନ୍‌ଆର୍‌ଇଜିଏର ବାର୍ଷିକ ବଜେଟଠାରୁ ଅଧିକ ଟଙ୍କା କେବଳ ଗୋଟିଏ କମ୍ପାନୀକୁ ରିହାତି ପ୍ରଦାନ କରାଯାଇଛି। ପ୍ରଶ୍ନ ଉଠୁଛି ବଡ଼ ବଡ଼ କମ୍ପାନୀକୁ ହଜାର ହଜାର କୋଟି ଟଙ୍କା ରିହାତି ଦେବା ରେବିଡି ସଂସ୍କୃତି ନା ଗରିବ ଲୋକଙ୍କୁ ଖାଦ୍ୟଶସ୍ୟ କି କାମ ଯୋଗାଇବା ରେବିଡି ସଂସ୍କୃତି! କରଦାତାଙ୍କ ଟଙ୍କାରେ ପ୍ରଧାନମନ୍ତ୍ରୀ କାହାର ବିକାଶକୁ ପ୍ରାଧାନ୍ୟ ଦେବାକୁ ଚାହଁୁଛନ୍ତି? ବେଦାନ୍ତ ଫକ୍ସକନ୍‌ ଯେପରି କମ୍ପାନୀ ସେଥିରେ ଅଧିକ କର୍ମନିଯୁକ୍ତି ବି ସୃଷ୍ଟିହେବାର ସମ୍ଭାବନା ନାହଁି। ଯଦି ପ୍ରଧାନମନ୍ତ୍ରୀ ପ୍ରକୃତରେ ସବ୍‌କା ସାଥ୍‌ ସବ୍‌କା ବିକାଶ ଚାହାନ୍ତି ତେବେ ସେ କମ୍ପାନୀକୁ ସବ୍‌ସିଡି ନ ଦେଇ ସେହି ଟଙ୍କାରେ ଏମ୍‌ଜିଏନ୍‌ଆର୍‌ଇଜିଏରେ ଲୋକମାନଙ୍କୁ ୨ଗୁଣ କର୍ମନିଯୁ୍‌କ୍ତି ଯୋଗାଇ ପାରିଥାନ୍ତେ। ଏହା ଦ୍ୱାରା ଗ୍ରାମୀଣ ଲୋକମାନଙ୍କର କ୍ରୟଶକ୍ତି ଅଧିକ ବଢ଼ିଥାନ୍ତା ଓ ଏହା ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିଥାନ୍ତା। ସ୍ବାଧୀନତା ସମୟରେ ଚର୍ଚ୍ଚାରେ ଥିବା ଟ୍ରିକଲ୍‌ଡାଉନ୍‌ତତ୍ତ୍ୱ ଅର୍ଥାତ୍‌ ପ୍ରଥମେ ଧନୀମାନେ ବିକଶିତ ହେବା ପରେ ଧୀରେ ଧୀରେ ଗରିବମାନେ ବିକଶିତ ହେବେ ତାହା ଏବେ ଭୁଲ୍‌ ପ୍ରମାଣିତ ହୋଇସାରିଛି। ସାରା ବିଶ୍ୱ ଏହା ମାନିବାକୁ ଆରମ୍ଭ କଲାଣି। ତେଣୁ ଆମ ବିକାଶ ନୀତି ଏକାସାଙ୍ଗରେ ଧନୀ ଓ ଗରିବଙ୍କୁ ସାଥିରେ ନେଇ ଚାଲିବା କଥା। କିନ୍ତୁ ଦୁର୍ଭାଗ୍ୟର ବିଷୟ , ଆମ ଅର୍ଥନୈତିକ ଢାଞ୍ଚା ଗରିବଙ୍କୁ ଶୋଷଣକରି ଅଧିକ ଗରିବ କରୁଛି ଓ ଧନୀଙ୍କୁ ସୁପର ଧନୀ। ବାସ୍ତବିକ ସବ୍‌କା ସାର୍ଥ ସବ୍‌କା ବିକାଶ ପାଇଁଏହି ଢାଞ୍ଚାକୁ ଓଲଟାଇବାକୁ ପଡ଼ିବ।
ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ୧୪ଟି କ୍ଷେତ୍ରର ଉପତ୍ାଦନଭିତ୍ତିକ କମ୍ପାନୀଙ୍କୁ ମିଳୁଥିବା ରିହାତିକୁ ସରକାର ୨୦% ପର୍ଯ୍ୟନ୍ତ ବୃଦ୍ଧିକରୁଛନ୍ତି। ମାର୍ଚ୍ଚ ୨୦୨୨ରେ ସରକାର ହୁଣ୍ଡାଇ ସମେତ ୪କମ୍ପାନୀକୁ ବୈଦ୍ୟୁତିକ ଯାନର ବ୍ୟାଟେରି ନିର୍ମାଣ କରିବା ପାଇଁ ୧୮ହଜାର କୋଟି ଟଙ୍କା ରିହାତି ପ୍ରଦାନ କରିଥିଲେ। ପରେ ପରେ ହୁଣ୍ଡାଇ ଏଥିରୁ ଓହରିଯାଇଥିଲା। ଏତଦ୍‌ବ୍ୟତୀତ ଗତ ୫ବର୍ଷ ମଧ୍ୟରେ ବ୍ୟାଙ୍କଗୁଡ଼ିକ ମଧ୍ୟ ବ୍ୟାଡ୍‌ଲୋନ୍‌ ନାମ ଦେଇ ୧୦,୯,୫୧୧ କୋଟି ଟଙ୍କା ସୁପର ଧନୀମାନଙ୍କୁ ଛାଡ଼ କରିଛନ୍ତି। ଗରିବ ଲୋକମାନେ ଋଣ ଶୁଝିବାରେ ବିଳମ୍ବ କଲେ ଏହି ବ୍ୟାଙ୍କଗୁଡ଼ିକ ବାଘରବାଡ଼ି ନିଲାମକରୁଥିବାବେଳେ ଧନିକମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାଋଣ ଛାଡ଼ କରୁଛନ୍ତି ଓ ଏହାର ନାଁ ଦେଉଛନ୍ତି ବ୍ୟାଡ୍‌ଲୋନ୍‌। ଏଥିରେ ଉଭୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ବ୍ୟାଙ୍କ୍‌ ଓ ଘରୋଇ ବ୍ୟାଙ୍କ୍‌ ଅଛନ୍ତି। ୨୦୧୭-୧୮ରେ କୋଭିଡ୍‌ ସମୟରେ ସୁପର ଧନୀମାନଙ୍କୁ ବ୍ୟାାଡ୍‌ଲୋନ୍‌ ନାଁରେ ସର୍ବାଧିକ ୨ ଲକ୍ଷ ୩୬ ହଜାର କୋଟି ଟଙ୍କା ଋଣ ଛାଡ଼ କରାଯାଇଥିବାବେଳେ ୨୦୧୮-୧୯ରେ ୨ଲକ୍ଷ ୩୪ ହଜାର କୋଟି, ୨୦୧୯-୨୦ ରେ ୨ ଲକ୍ଷ ୨ ହଜାର କୋଟି ଓ ୨୦୨୦-୨୧ରେ ୧ ଲକ୍ଷ ୭୪ ହଜାର କୋଟି ଟଙ୍କା ଋଣ ଛାଡ଼କରାଯାଇଛି। ଅନ୍ୟପକ୍ଷରେ ୨୦୨୦-୨୧ରେ ସର୍ବାଧିକ ୩୩ ହଜାର ୫୩୪ କୋଟି ଟଙ୍କା ଋଣ ଆଦାୟ କରାଯାଇଥିବାବେଳେ ୨୦୧୯-୨୦ ଓ ୨୦୨୦-୨୧ରେ ୩୦ ହଜାର କୋଟି ଲେଖାଏ ଋଣ ଆଦାୟ କରାଯାଇଛି। ଏଥିରେ ସ୍ପଷ୍ଟ ଯେ, ଋଣ ପରିଶୋଧ ଆଦାୟ ତୁଳନାରେ ବହୁ ଅଧିକ ଟଙ୍କା ଧନିକମାନଙ୍କୁ ଛାଡ଼କରାଯାଉଛି। କେଉଁମାନଙ୍କୁ ଏହି ଋଣ ଛାଡ଼କରାଯାଇଛି ତାହା ସର୍ବସାଧାରଣରେ ଜଣାଇବାକୁ ରିଜର୍ଭବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ମନାକରିଦେଇଛି। କିନ୍ତୁ ଗରିବ ଲୋକଙ୍କ ଋଣ ଖିଲାପିବେଳକୁ ବ୍ୟାଙ୍କ ଋଣଖିଲାପୀଙ୍କ ନାମ କାନ୍ଥରେ ଲେଖିଦେଉଛି। ଏହା କ’ଣ ପକ୍ଷପାତିତା ନୁହେଁ?
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri