କାହାର ସାଥ୍‌, କାହାର ବିକାଶ

ବିଚିତ୍ର ବିଶ୍ୱାଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ସ୍ଳୋଗାନ ଲୋକମାନଙ୍କ ମଧ୍ୟରେ ସବୁଠାରୁ ବେଶି ଆଶା ସଞ୍ଚାରକରିଥିଲା ତା’ ହେଉଛି ‘ସବ୍‌କା ସାଥ୍‌ ସବ୍‌କା ବିକାଶ’। କିନ୍ତୁ ଯଦି ବାସ୍ତବତାକୁ ଦେଖାଯାଏ ତେବେ ଏହି ସବ୍‌କା ସାଥ୍‌ ସବ୍‌କା ବିକାଶ ସ୍ଳୋଗାନ ହଁି ସବୁଠାରୁ ବେଶି ମିଛ ତଥା ପ୍ରହେଳିକା ପ୍ରମାଣିତ ହୋଇଛି। ଗୋଟିଏ କଥା ବାରମ୍ବାର ଦେଖାଯାଉଛି ଯେ, ମୋଦିଙ୍କ ସବ୍‌କା ସାଥ୍‌ ଓ ସବ୍‌କା ବିକାଶରେ ସାଧାରଣ ଜନତା, ଚାଷୀ,ମୂଲିଆ ନାହାନ୍ତି। ପ୍ରଧାନମନ୍ତ୍ରୀ ଯେପରି ଭାବେ ନିଜର କର୍ପୋରେଟ୍‌ ବନ୍ଧୁ ଓ ଅନ୍ୟ କମ୍ପାନୀଙ୍କ ସାଥ୍‌ ଦେଉଛନ୍ତି ଓ ତାଙ୍କର ବିକାଶ ପାଇଁ ଲାଗିପଡ଼ିଛନ୍ତି ସମତାଳରେ ସାଧାରଣ ଜନତାଙ୍କ କଥା ସେ ଭୁଲିଯାଇଛନ୍ତି। ସରକାର ଯେପରିଭାବେ କମ୍ପାନୀଗୁଡ଼ିକର ସାଥ୍‌ ଦେଉଛନ୍ତି ସେହି ତୁଳନାରେ ସାଧାରଣ ଜନତାଙ୍କ ସାଥିରେ ନାହାନ୍ତି। ତେଣୁ ଏହି ସ୍ଳୋଗାନକୁ ସଂଶୋଧନକରି କମ୍ପାନୀ କା ସାଥ୍‌, କମ୍ପାନୀ କା ବିକାଶ କହିଲେ ଅଧିକ ଠିକ୍‌ହେବ।
୨୦୨୨ ପ୍ରାରମ୍ଭରେ ଅକ୍ସଫାମ୍‌ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ ବିଷମତା ସମ୍ବନ୍ଧୀୟ ଏକ ରିପୋର୍ଟ ଶୀର୍ଷକ ‘ଦି ଇନ୍‌ଇକ୍ୱାଲିଟି ଭାଇରସ୍‌’ ପ୍ରକାଶ କରିଥିଲା ଯେ, ଭାରତରେ କରୋନା କାଳରେ ୧୧ ଜଣ ଧନିକଙ୍କ ଯେତିକି ସମ୍ପତ୍ତି ବୃଦ୍ଧି ପାଇଛି, ସେତିକି ଟଙ୍କାରେ ଏମ୍‌ଜିଏନ୍‌ଆର୍‌ଇଜିଏ ଭଳି ଗରିବ କଲ୍ୟାଣ ଯୋଜନାକୁ ୧୦ବର୍ଷ ଯାଏ ଚଲାଯାଇପାରିବ। ରିପୋର୍ଟ ଆହୁରି କହୁଛି ଯେ, ଆମ ଦେଶରେ ନିୟମିତଭାବେ ଧନୀମାନେ ଅଧିକ ଧନୀ ହେଉଥିବାବେଳେ ଗରିବମାନେ ଅଧିକ ଗରିବ ହେବାରେ ଲାଗିଛନ୍ତି। ପରିଣାମ ସ୍ବରୂପ ଧନୀ ଓ ଗରିବଙ୍କ ମଧ୍ୟରେ ପ୍ରଭେଦ ବହୁତ ବଢ଼ିଛି। ଦେଶର ଅର୍ଥନୀତି କ୍ରମାଗତଭାବେ ବଢ଼ିଚାଲୁଛି ବୋଲି ଯେଉଁ ପ୍ରଚାର କରାଯାଉଛି, ତାହା ସାଧାରଣ ଜନତାଙ୍କ ବିକାଶକୁ ପ୍ରତିଫଳିତ କରୁନାହଁି। ବରଂ ଉପରଭାଗରେ ଥିବା କିଛି ସୁପର ଧନୀକଙ୍କ ସମ୍ପତ୍ତି ବହୁପରିମାଣରେ ବଢ଼ିଥିବାରୁ ତାହା ଆମ ଦେଶର ଅର୍ଥନୀତିର ପୃଥୁଳଚିତ୍ରକୁ ଦର୍ଶାଉଛି। ସମ୍ପ୍ରତି ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ବୋଲି ଯେଉଁ ପ୍ରଚାରକରାଯାଉଛି ତାହା କେବଳ ଏହିପରି ଧନିକମାନେ ଅଧିକ ଧନୀ ହେବାର ପ୍ରକ୍ରିୟାରେ ହଁି ହୋଇଛି।
ଚଳିତ ବଜେଟରେ ଦୁର୍ଭାଗ୍ୟଜନକଭାବେ ଲୋକମାନଙ୍କ ହାତକୁ କାମ ଯୋଗାଉଥିବା ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ବାବଦକୁ ଅର୍ଥ କମ୍‌ କରିଦିଆଯାଇଛି। ସରକାର ଗୋଟିଏ ପଟେ ଏମ୍‌ଜିଏନ୍‌ଆର୍‌ଇଜିଏ, ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ଓ ସାମାଜିକ ସୁରକ୍ଷା ଆଦି ଯୋଜନାରେ ବ୍ୟୟବରାଦ କମ୍‌ କରୁଥିବାବେଳେ ଅନ୍ୟପଟେ ଗୁଜରାଟଭିତ୍ତିକ ଏକ କମ୍ପାନୀ ବେଦାନ୍ତ ଫକ୍ସକନ୍‌କୁ ୭୬ ହଜାର କୋଟି ଟଙ୍କା ସବ୍‌ସିଡି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଗୁଜରାଟ ସରକାରଏହି କମ୍ପାନୀକୁ ରିହାତି ଦାମ୍‌ରେ ଜମି ଯୋଗାଇ ଦେଇଛନ୍ତି। ଚିନ୍ତାର ବିଷୟ ଯେ, ଏମ୍‌ଜିଏନ୍‌ଆର୍‌ଇଜିଏର ବାର୍ଷିକ ବଜେଟଠାରୁ ଅଧିକ ଟଙ୍କା କେବଳ ଗୋଟିଏ କମ୍ପାନୀକୁ ରିହାତି ପ୍ରଦାନ କରାଯାଇଛି। ପ୍ରଶ୍ନ ଉଠୁଛି ବଡ଼ ବଡ଼ କମ୍ପାନୀକୁ ହଜାର ହଜାର କୋଟି ଟଙ୍କା ରିହାତି ଦେବା ରେବିଡି ସଂସ୍କୃତି ନା ଗରିବ ଲୋକଙ୍କୁ ଖାଦ୍ୟଶସ୍ୟ କି କାମ ଯୋଗାଇବା ରେବିଡି ସଂସ୍କୃତି! କରଦାତାଙ୍କ ଟଙ୍କାରେ ପ୍ରଧାନମନ୍ତ୍ରୀ କାହାର ବିକାଶକୁ ପ୍ରାଧାନ୍ୟ ଦେବାକୁ ଚାହଁୁଛନ୍ତି? ବେଦାନ୍ତ ଫକ୍ସକନ୍‌ ଯେପରି କମ୍ପାନୀ ସେଥିରେ ଅଧିକ କର୍ମନିଯୁକ୍ତି ବି ସୃଷ୍ଟିହେବାର ସମ୍ଭାବନା ନାହଁି। ଯଦି ପ୍ରଧାନମନ୍ତ୍ରୀ ପ୍ରକୃତରେ ସବ୍‌କା ସାଥ୍‌ ସବ୍‌କା ବିକାଶ ଚାହାନ୍ତି ତେବେ ସେ କମ୍ପାନୀକୁ ସବ୍‌ସିଡି ନ ଦେଇ ସେହି ଟଙ୍କାରେ ଏମ୍‌ଜିଏନ୍‌ଆର୍‌ଇଜିଏରେ ଲୋକମାନଙ୍କୁ ୨ଗୁଣ କର୍ମନିଯୁ୍‌କ୍ତି ଯୋଗାଇ ପାରିଥାନ୍ତେ। ଏହା ଦ୍ୱାରା ଗ୍ରାମୀଣ ଲୋକମାନଙ୍କର କ୍ରୟଶକ୍ତି ଅଧିକ ବଢ଼ିଥାନ୍ତା ଓ ଏହା ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିଥାନ୍ତା। ସ୍ବାଧୀନତା ସମୟରେ ଚର୍ଚ୍ଚାରେ ଥିବା ଟ୍ରିକଲ୍‌ଡାଉନ୍‌ତତ୍ତ୍ୱ ଅର୍ଥାତ୍‌ ପ୍ରଥମେ ଧନୀମାନେ ବିକଶିତ ହେବା ପରେ ଧୀରେ ଧୀରେ ଗରିବମାନେ ବିକଶିତ ହେବେ ତାହା ଏବେ ଭୁଲ୍‌ ପ୍ରମାଣିତ ହୋଇସାରିଛି। ସାରା ବିଶ୍ୱ ଏହା ମାନିବାକୁ ଆରମ୍ଭ କଲାଣି। ତେଣୁ ଆମ ବିକାଶ ନୀତି ଏକାସାଙ୍ଗରେ ଧନୀ ଓ ଗରିବଙ୍କୁ ସାଥିରେ ନେଇ ଚାଲିବା କଥା। କିନ୍ତୁ ଦୁର୍ଭାଗ୍ୟର ବିଷୟ , ଆମ ଅର୍ଥନୈତିକ ଢାଞ୍ଚା ଗରିବଙ୍କୁ ଶୋଷଣକରି ଅଧିକ ଗରିବ କରୁଛି ଓ ଧନୀଙ୍କୁ ସୁପର ଧନୀ। ବାସ୍ତବିକ ସବ୍‌କା ସାର୍ଥ ସବ୍‌କା ବିକାଶ ପାଇଁଏହି ଢାଞ୍ଚାକୁ ଓଲଟାଇବାକୁ ପଡ଼ିବ।
ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ୧୪ଟି କ୍ଷେତ୍ରର ଉପତ୍ାଦନଭିତ୍ତିକ କମ୍ପାନୀଙ୍କୁ ମିଳୁଥିବା ରିହାତିକୁ ସରକାର ୨୦% ପର୍ଯ୍ୟନ୍ତ ବୃଦ୍ଧିକରୁଛନ୍ତି। ମାର୍ଚ୍ଚ ୨୦୨୨ରେ ସରକାର ହୁଣ୍ଡାଇ ସମେତ ୪କମ୍ପାନୀକୁ ବୈଦ୍ୟୁତିକ ଯାନର ବ୍ୟାଟେରି ନିର୍ମାଣ କରିବା ପାଇଁ ୧୮ହଜାର କୋଟି ଟଙ୍କା ରିହାତି ପ୍ରଦାନ କରିଥିଲେ। ପରେ ପରେ ହୁଣ୍ଡାଇ ଏଥିରୁ ଓହରିଯାଇଥିଲା। ଏତଦ୍‌ବ୍ୟତୀତ ଗତ ୫ବର୍ଷ ମଧ୍ୟରେ ବ୍ୟାଙ୍କଗୁଡ଼ିକ ମଧ୍ୟ ବ୍ୟାଡ୍‌ଲୋନ୍‌ ନାମ ଦେଇ ୧୦,୯,୫୧୧ କୋଟି ଟଙ୍କା ସୁପର ଧନୀମାନଙ୍କୁ ଛାଡ଼ କରିଛନ୍ତି। ଗରିବ ଲୋକମାନେ ଋଣ ଶୁଝିବାରେ ବିଳମ୍ବ କଲେ ଏହି ବ୍ୟାଙ୍କଗୁଡ଼ିକ ବାଘରବାଡ଼ି ନିଲାମକରୁଥିବାବେଳେ ଧନିକମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାଋଣ ଛାଡ଼ କରୁଛନ୍ତି ଓ ଏହାର ନାଁ ଦେଉଛନ୍ତି ବ୍ୟାଡ୍‌ଲୋନ୍‌। ଏଥିରେ ଉଭୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ବ୍ୟାଙ୍କ୍‌ ଓ ଘରୋଇ ବ୍ୟାଙ୍କ୍‌ ଅଛନ୍ତି। ୨୦୧୭-୧୮ରେ କୋଭିଡ୍‌ ସମୟରେ ସୁପର ଧନୀମାନଙ୍କୁ ବ୍ୟାାଡ୍‌ଲୋନ୍‌ ନାଁରେ ସର୍ବାଧିକ ୨ ଲକ୍ଷ ୩୬ ହଜାର କୋଟି ଟଙ୍କା ଋଣ ଛାଡ଼ କରାଯାଇଥିବାବେଳେ ୨୦୧୮-୧୯ରେ ୨ଲକ୍ଷ ୩୪ ହଜାର କୋଟି, ୨୦୧୯-୨୦ ରେ ୨ ଲକ୍ଷ ୨ ହଜାର କୋଟି ଓ ୨୦୨୦-୨୧ରେ ୧ ଲକ୍ଷ ୭୪ ହଜାର କୋଟି ଟଙ୍କା ଋଣ ଛାଡ଼କରାଯାଇଛି। ଅନ୍ୟପକ୍ଷରେ ୨୦୨୦-୨୧ରେ ସର୍ବାଧିକ ୩୩ ହଜାର ୫୩୪ କୋଟି ଟଙ୍କା ଋଣ ଆଦାୟ କରାଯାଇଥିବାବେଳେ ୨୦୧୯-୨୦ ଓ ୨୦୨୦-୨୧ରେ ୩୦ ହଜାର କୋଟି ଲେଖାଏ ଋଣ ଆଦାୟ କରାଯାଇଛି। ଏଥିରେ ସ୍ପଷ୍ଟ ଯେ, ଋଣ ପରିଶୋଧ ଆଦାୟ ତୁଳନାରେ ବହୁ ଅଧିକ ଟଙ୍କା ଧନିକମାନଙ୍କୁ ଛାଡ଼କରାଯାଉଛି। କେଉଁମାନଙ୍କୁ ଏହି ଋଣ ଛାଡ଼କରାଯାଇଛି ତାହା ସର୍ବସାଧାରଣରେ ଜଣାଇବାକୁ ରିଜର୍ଭବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ମନାକରିଦେଇଛି। କିନ୍ତୁ ଗରିବ ଲୋକଙ୍କ ଋଣ ଖିଲାପିବେଳକୁ ବ୍ୟାଙ୍କ ଋଣଖିଲାପୀଙ୍କ ନାମ କାନ୍ଥରେ ଲେଖିଦେଉଛି। ଏହା କ’ଣ ପକ୍ଷପାତିତା ନୁହେଁ?
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?