Posted inଖେଳ

‘ଅନ୍ୟ ଜଣେ ନେଇଗଲେ ମୋ ସଫଳତାର ଶ୍ରେୟ’

ନୂଆଦିଲ୍ଲୀ,୧୦।୨: ଅଷ୍ଟ୍ରେଲିଆରେ ୨୦୨୦-୨୧ରେ ଭାରତ ଐତିହାସିକ ସିରିଜ୍‌ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ୩୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ ହରାଇ ଦେଇଥିଲା। ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିଥିବା ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଗୁରୁବାର କହିଛନ୍ତି, “ଅଷ୍ଟ୍ରେଲିଆରେ ମୁଁ ନେଇଥିବା ନିଷ୍ପତ୍ତିର ଶ୍ରେୟ ଅନ୍ୟ ଜଣେ ନେଇଗଲେ”।

ଆଡିଲେଡ୍‌ ଟେଷ୍ଟରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରି ଯାଇଥିଲେ। ତାଙ୍କ ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆର ମଙ୍ଗ ସମ୍ଭାଳିଥିଲେ ରାହାନେ। ତା’ ପରେ ଯାହା ଘଟିଲା ତାହା ଉଲ୍ଲେଖ ରହିଛି ଟେଷ୍ଟ କ୍ରିକେଟ ଇତିହାସରେ। ମେଲବୋର୍ନରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା।

“ମୋତେ ଜଣାଅଛି, ମୁଁ ସେଠାରେ କ’ଣ କରିଛି। ମୋତେ କାହାକୁ କହିବାର ଆବଶ୍ୟକତା ନାହିଁ। ସଫଳତାର ଶ୍ରେୟ ପାଇଁ ପଚାରିବା ମୋ ସ୍ବଭାବ ନୁହେଁ। କିନ୍ତୁ ସେଠାରେ ଫିଲ୍ଡ ମଧ୍ୟରେ ଏବଂ ଡ୍ରେସିଂ ରୁମ୍‌ରେ ମୁଁ ଯେଉଁ ନିଷ୍ପତ୍ତି ନେଇଥିଲି, ତାହାର ଶ୍ରେୟ ଅନ୍ୟ ଜଣେ ନେଇଗଲେ” ବୋଲି ରାହାନେ ‘ବ୍ୟାକଷ୍ଟେଜ ଓ୍ବିଥ ବୋରିଆ’ର ଏକ ଏପିସୋଡ୍‌ରେ କହିଛନ୍ତି।

“ଆମେ ସିରିଜ୍‌ ଜିତିଲୁ, ତାହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ତାହା ଏକ ଐତିହାସିକ ସିରିଜ୍‌ ଥିଲା। ମୋ ପାଇଁ ମଧ୍ୟ ଏହା ସ୍ବତନ୍ତ୍ର। କିନ୍ତୁ ମୋ ସଫଳତାର ଶ୍ରେୟ ନେଇଥିବା ବ୍ୟକ୍ତି ଗଣମାଧ୍ୟମରେ ‘ମୁଁ ଏହି ନିଷ୍ପତ୍ତି ନେଇଥିଲି’ ବୋଲି କହୁଛନ୍ତି। ମୋ କଥା ହେଲା ମୁଁ ଫିଲ୍ଡରେ କେଉଁ ନିଷ୍ପତ୍ତି ନେଇଥିଲି, ତାହା ମୋତେ ଜଣା” ବୋଲି ୩୩ ବର୍ଷୀୟ ବ୍ୟାଟର କହିଛନ୍ତି। ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ନାମ ନେଇ ନ ଥିଲେ ମଧ୍ୟ ଏଭଳି କହି ରାହାନେ ତାଙ୍କୁ ହିଁ ଟାର୍ଗେଟ୍‌ କରିଛନ୍ତି। କାରଣ ଶାସ୍ତ୍ରୀ ଗଣମାଧ୍ୟମ ଆଗରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ସଫଳତାର ଶ୍ରେୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୁସ୍ତିଯୋଦ୍ଧା ଦୀପକଙ୍କ କୃତୀତ୍ୱ

ନୂଆଦିଲ୍ଲୀ, ୧୫।୮ (ପି.ଟି.)- ପ୍ରଥମ ଭାରତୀୟ ଭାବେ ୧୮ ବର୍ଷ ପରେ କୁସ୍ତିଯୋଦ୍ଧା ଦୀପକ ପୁନିଆ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ୍‌ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି।...

ଅଷ୍ଟ୍ରେଲିଆ ଖେଳାଳି ମାଳଦୀପ ବାଟଦେଇ ସ୍ବଦେଶ ଫେରିବେ

ନୂଆଦିଲ୍ଲୀ,୫।୫(ପି.ଟି.): କୋଭିଡ୍‌-୧୯ ପାଇଁ ଅଷ୍ଟ୍ରେଲିଆ ଭାରତରୁ ସବୁପ୍ରକାର ବିମାନଯାତ୍ରାକୁ ବାତିଲ କରିଛି। ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସାମିଲ ଥିବା ଅଷ୍ଟ୍ରେଲିଆ କ୍ରିକେଟର, ସପୋର୍ଟ...

ରଣଜୀ ଟ୍ରଫି: ଧ୍ରୁବଙ୍କୁ ଦିଲ୍ଲୀର ନେତୃତ୍ୱ

ନୂଆଦିଲ୍ଲୀ, ୫।୧୨(ପି.ଟି.)- ୨୦୧୯-୨୦ ରଣଜୀ ଟ୍ରଫି ସେସନର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଦିଲ୍ଲୀ ଏକ ୧୫ ଜଣିଆ ଦଳ ଘୋଷଣା କରିଛି। ମିଡଲ ଅର୍ଡର...

ପ୍ରୋ-କବାଡ଼ି ଲିଗ: ଜୟପୁର, ହରିୟାଣା ବିଜୟୀ

ହାଇଦ୍ରାବାଦ,୨୩ା୭(ପି.ଟି.): ପ୍ରୋ-କବାଡି ଲିଗ୍‌ର ସିଜନ୍‌-୭ରେ ଜୟପୁର ପାନ୍ଥର୍ସ ଓ ହରିୟାଣା ଷ୍ଟିଲର୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଗାଚିବାଓ୍ବଲି ଇନ୍‌ଡୋର ଷ୍ଟାଡ଼ିୟମରେ ସୋମବାର ଅନୁଷ୍ଠିତ...

ଦଳକୁ ଫେରିଲେ କୋହଲି, ହାର୍ଦ୍ଦିକ, ଈଶାନ୍ତ

ନୂଆଦିଲ୍ଲୀ, ୧୯।୧- ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିବା ପରେ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଟାର୍ଗେଟରେ ହେଉଛି ଇଂଲଣ୍ଡ। ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର...

କୋଲକାତାକୁ ହରାଇଲା ଚେନ୍ନାଇ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

ବିରାଟ କୋହଲିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଦୁବାଇ,୩୧।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିର ମ୍ୟାଚ ସେମିଫାଇନାଲରେ ପହଞ୍ଚିବା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରୁ...

ରୁଟ୍‌, ବଟଲରଙ୍କ ଶତକ ଫିକା: ପାକିସ୍ତାନର ପ୍ରଥମ ବିଜୟ

ନଟିଂହାମ୍‌, ୪।୫-ଜୋ ରୁଟ୍‌ ଓ ଜୋସ୍‌ ବଟଲର ଦ୍ରୁତ ଶତକ ସତ୍ତ୍ୱେ ଇଂଲଣ୍ଡ ଚଳିତ ଆଇସିସି ବିଶ୍ୱକପର ସୋମବାର ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ପାକିସ୍ତାନଠାରୁ ୧୪...

Advertisement
Archives

Model This Week