କିଛି ସମର୍ଥନ, କିଛି ବିରୋଧ

ନୂଆଦିଲ୍ଲୀ,୭ା୭: ଲୋକ ସଭା ନିର୍ବାଚନ ସହ ରାଜ୍ୟ ବିଧାନସଭାଗୁଡ଼ିକର ଭୋଟ ଏକସଙ୍ଗେ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଭାରତର ୩ ଜଣ ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) କିଛି ସମର୍ଥନ କରିଥିବାବେଳେ ଏଥିରେ ଥିବା କେତେକ ପ୍ରସଙ୍ଗକୁ ବିରୋଧ ମଧ୍ୟ କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବ ସିଜେଆଇମାନେ ‘ଏକ ଦେଶ ଏକ ନିର୍ବାଚନ’ ସମ୍ପର୍କିତ ବିଲ୍‌ ଉପରେ ଅନୁଧ୍ୟାନ ପାଇଁ ଗଢ଼ାଯାଇଥିବା ସଂସଦୀୟ କମିଟିକୁ ନିଜ ନିଜର ମତ ଜଣାଇଦେଇଛନ୍ତି। ତେବେ ଏଥିରେ ନିର୍ବାଚନ କମିଶନ(ଇସି)ଙ୍କୁ ପ୍ରଦତ୍ତ କ୍ଷମତା ସମେତ ବିଭିନ୍ନ ଦିଗକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏକାଧିକ ପ୍ରସ୍ତାବ ଦେଇଛନ୍ତି। ପୂର୍ବତନ ସିଜେଆଇ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଯୁଗ୍ମ ସଂସଦୀୟ କମିଟିରେ ମତାମତ ଦାଖଲ କରିଛନ୍ତି। ଲୋକ ସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକସଙ୍ଗେ କରାଗଲେ ସମ୍ବିଧାନର ମୌଳିକ ଢାଞ୍ଚାଗତ ସିଦ୍ଧାନ୍ତର ଉଲ୍ଲଂଘନ ହେବ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ସମାଲୋଚନାକୁ ସେ ଖଣ୍ଡନ କରିଦେଇଛନ୍ତି। ଲୋକ ସଭା ଓ ବିଧାନସଭା ନିର୍ବାଚନ ପୃଥକ୍‌ ଭାବେ କରାଯିବ ବୋଲି ସମ୍ବିଧାନରେ ବାଧ୍ୟତାମୂଳକ କରାଯାଇ ନ ଥିବା ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି। ତେବେ ପ୍ରସ୍ତାବିତ ସାମ୍ବିଧାନିକ ସଂଶୋଧନ ଆଇନରେ ଇସିଙ୍କୁ ଯେଉଁ କ୍ଷମତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ତାକୁ ନେଇ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ ଉଠାଇଥିବା ପ୍ରଶ୍ନ ସହ ଚନ୍ଦ୍ରଚୂଡ଼ ସହମତି ପ୍ରକାଶ କରିଛନ୍ତି। ଇସିଙ୍କୁ ଏଭଳି ନିରଙ୍କୁଶ କ୍ଷମତା ପ୍ରଦାନ ଫଳରେ କମିଶନ ଏକକାଳୀନ ନିର୍ବାଚନ କରାଇବା ଆଳରେ କୌଣସି ବିଧାନସଭାର କାର୍ଯ୍ୟକାଳ ହ୍ରାସ କିମ୍ବା ବୃଦ୍ଧି କରାଇବା ବ୍ୟବହାରିକ ନୁହେଁ। ଇସିଆଇ କେଉଁ ପରିସ୍ଥିତିରେ ଏହି କ୍ଷମତା ପ୍ରୟୋଗ କରିପାରିବେ ତାହା ସମ୍ବିଧାନ ସ୍ପଷ୍ଟ କରିବା ଜରୁରୀ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାଜପା ଏମ୍‌ପି ପି.ପି. ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଏବଂ ଜେ.ଏସ୍‌. ଖେହର ଜୁଲାଇ ୧୧ରେ ଉପସ୍ଥିତ ହୋଇ ବିଲ୍‌ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ପ୍ୟାନେଲ ସଦସ୍ୟମାନଙ୍କ ପ୍ରଶ୍ନ ଉପରେ ନିଜ ନିଜ ମତାମତ ରଖିବେ। ଏହା ପୂର୍ବରୁ ୨ ପୂର୍ବତନ ସିଜେଆଇ ୟୁ.ୟୁ. ଲଳିତ ଏବଂ ରଞ୍ଜନ ଗୋଗୋଇ ଯଥାକ୍ରମେ ୨୦୨୫ ଫେବୃଆରୀ ଓ ମାର୍ଚ୍ଚରେ ଉକ୍ତ କମିଟି ସମ୍ମୁଖରେ ହାଜର ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ହେଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ: ବଡ଼ କାରଣ କହିଲେ …

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ବାରାମତିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।…

୨ ପୁଅ, ସ୍ତ୍ରୀଙ୍କୁ ଛାଡିଦେଇ ଗଲେ ଅଜିତ ପାୱାର: ଜାଣନ୍ତୁ ତାଙ୍କ ରାଜନୈତିକ ଯାତ୍ରା ବିଷୟରେ ଅଜଣା କଥା…

ପୁଣେ,୨୮।୧: ମହାରାଷ୍ଟ୍ରର ଏନସିପି ନେତା ଏବଂ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ…

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୧:  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ମନେ ପକାଇଥିଲେ ଅଜିତ ପାଓ୍ବାର: ଭାଇରାଲ ହେଉଛି ଶେଷ ପୋଷ୍ଟ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ମୁମ୍ବାଇରେ ଏକ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ, ଅଜିତ ପାୱାର ଏକ…

ଦୁର୍ଘଟଣା ସମୟରେ ଅଜିତ ପାୱାରଙ୍କ ସହ ବିମାନରେ କିଏ ଥିଲେ? ଦେଖନ୍ତୁ ପୂରା ଲିଷ୍ଟ

ନୂଆଦିଲ୍ଲୀ,୨୮।୧: ବାରାମତିରେ ଏକ ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ଜିଲା ପଞ୍ଚାୟତ ପରିଷଦ ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ…

ନୀରବି ଗଲେ ମହାରାଷ୍ଟ୍ର ରାଜନୀତିର ‘ପିତାମହ’: ଦାଦାଙ୍କଠାରୁ ଶିଖିଥିଲେ କୌଶଳ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଜିଲା ପରିଷଦ…

ଏତେ ଭୟଙ୍କର ଥିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା, ଭିଡିଓ ଦେଖିଲେ ଥରିଉଠିବ ଛାତି…

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୬ ଜଣ ମୃତ୍ୟୁ ହୋଇଛି।…

ପ୍ଲେନ୍‌ କ୍ରାଶ୍‌ରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ୬ ଜଣଙ୍କ ପରଲୋକ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri