ଅଧିକ ଫ୍ୟାଟ୍‌ ଯୁକ୍ତ ଖାଦ୍ୟ ଖାଉଛନ୍ତି କି? ଦେଖାଦେଇପାରେ ଏସବୁ ସମସ୍ୟା…

ଆମେ ସବୁବେଳେ ସୁଷମ ଖାଦ୍ୟ ଖାଇବା ଦରକାର। ଯଦି ଏଣୁତେଣୁ ଖାଦ୍ୟ ଖାଇବା ଅଭ୍ୟାସରେ ପଡ଼ିଥାଏ ତେବେ ଏହା କିଛି ରୋଗକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ବିଶେଷଭାବରେ ଜଣେ ବ୍ୟକ୍ତି ଫ୍ୟାଟ୍‌ଜାତୀୟ ଖାଦ୍ୟ ପ୍ରତି ଅଧିକ ସର୍ତକତା ଅବଲମ୍ବନ କରିବା ଦରକାର। କାରଣ ଏହାର ଖରାପ ପ୍ରଭାବ ଅଧିକ ପରିମାଣରେ ଶରୀର ଉପରେ ପଡ଼ିଥାଏ। ଏଭଳି ଖାଦ୍ୟ ସବୁବେଳେ ଖାଇଲେ ତାହାଦ୍ୱାରା ଷ୍ଟ୍ରୋକ୍‌ ଆଶଙ୍କା ରହିଛି ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏଭଳି ବିଷୟକୁ ନେଇ ସେମାନେ ଏକ ସର୍ଭେ କରିଥିଲେ। ପ୍ରାୟ ନିୟମିତ ଫ୍ୟାଟ୍‌ଜାତୀୟ ଖାଦ୍ୟ ଖାଉଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା।

ଅନ୍ୟପକ୍ଷରେ ଏହାର ପ୍ରଭାବ ସେମାନଙ୍କର ମସ୍ତିଷ୍କ ଉପରେ ପଡୁଛି ତାହାକୁ ସେମାନେ ତନ୍ନ ତନ୍ନ କରି ନିରୀକ୍ଷଣ କରିଥିଲେ। ପରିଶେଷରେ ଜଣାପଡିଥିଲା ଯେ, ଏଭଳି ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବ୍ୟକ୍ତିଙ୍କଠାରେ ବ୍ରେନ୍‌ ଷ୍ଟ୍ରୋକ୍‌ର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳିଥିଲା। ତେଣୁ ଏଭଳି ଖାଦ୍ୟ ଖାଇବା ଅଭ୍ୟାସକୁ ଯେତେ ସୀମିତ ରଖିବେ ତାହା ସ୍ବାସ୍ଥ୍ୟ ପାଇଁ ସେତେ ଭଲ ବୋଲି ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲିୟମ ମନ୍ତ୍ରାଳୟର ବଡ଼ ସୂଚନା, ୩୧ ଅଗଷ୍ଟ ପରେ ମିଳିବନି ଗ୍ୟାସ ସିଲିଣ୍ଡର? ଶୀଘ୍ର ସାରନ୍ତୁ ଏହି କାମ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣଙ୍କ ଘରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ତେଲ କମ୍ପାନୀ ଏବଂ…

Zamatoରୁ ଅର୍ଡର କରୁଥିଲେ ସାବଧାନ! ଦିନ ଦ୍ୱିପ୍ରହରରେ ଲୁଟୁଛି କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଆଜିକାଲି ଲୋକମାନେ ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଅଭ୍ୟାସ ବିକଶିତ କରିଛନ୍ତି। ଏହାର ସୁଯୋଗ ନେଇ, ଖାଦ୍ୟ ବିତରଣ ସେବାଗୁଡ଼ିକ ପ୍ରାୟତଃ ଅତ୍ୟଧିକ ପରିମାଣରେ ଚାର୍ଜ…

କ’ଣ ୨୭ ଅଗଷ୍ଟରେ ବନ୍ଦ ରହିବ ସ୍କୁଲ? ଛୁଟିକୁ ନେଇ ଆସିଲା ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ସ୍ଥାନରେ ଇଦ୍-ମିଲାଦ୍-ଉନ୍-ନବୀ ଅବସରରେ ବିଦ୍ୟାଳୟଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ପ୍ରବଳ ବର୍ଷା ଆଲର୍ଟ ଆଦି କାରଣରୁ ସ୍ଥାନୀୟ ପ୍ରଶାସନ ଦ୍ୱାରା…

ମାଟି ଅତଡ଼ା ଧସି ଯାତାୟାତ ବନ୍ଦ: ଶୁଣିଲାନି ପ୍ରଶାସନ, ନିଜେ ସଫା କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ତଳ ହାଡ଼ସିଲ ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଧସି…

ଭଡ଼ା ଘରୁ ମିଳିଲା ଲୋକୋ ପାଇଲଟଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ…

ଟିଟିଲାଗଡ଼/ବଲାଙ୍ଗୀର,୨୬।୮(ସଞ୍ଜୟ ବେହେରା/ସୁନିଲ କୁମାର ମହାନ୍ତି): ଟିଟିଲାଗଡ଼ ସହରର ମାଲଗୋଦାମ ପଡା ସ୍ଥିତ ଏକ ଭଡା ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।…

ନେପାଳରେ ବନ୍ୟା ପରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କ ଉଚ୍ଚସ୍ତରୀୟ ବୈଠକ

ପାଟନା,୨୬।୮: ନେପାଳରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି (ବୁଧବାର) ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସେମାନଙ୍କୁ…

ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି…

ଭାରତ ପୂର୍ବରୁ ‘ବଡ଼ ଭାଇ’ର ଭୂମିକା ନିର୍ବାହ କରିସାରିଛି, ଏଥର ବି ନେପାଳକୁ ସହାୟତା ପଠାଇବାକୁ ଆଶ୍ୱାସନା ଦେଲେ ମୋଦି

ନୂଆଦିଲ୍ଲୀ/କାଠମାଣ୍ଡୁ,୨୬।୮: ଭାରତର ପଡ଼ୋଶୀ ନେପାଳ ବର୍ତ୍ତମାନ ଏକ ଭୟଙ୍କର ଦୁଃଖଦ ପରିସ୍ଥିତି ସହିତ ସଂଘର୍ଷ କରୁଛି। ରସୁୱାଗାଧି ଅଞ୍ଚଳରେ ହିମସ୍ଖଳନ ଏବଂ ହଠାତ, ଭୟଙ୍କର ବନ୍ୟା କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri