ବୈଶ୍ୱିକ ଖାଦ୍ୟାଭାବର ସମାଧାନ

କୌଶିକ ବସୁ

ଖାଦ୍ୟାଭାବ ସାରା ବିଶ୍ୱରେ ଏବେ ସମସ୍ୟାର ଏକ କଳା ବାଦଲ ବିଛାଇବା ଆରମ୍ଭ କରୁଛି। ଏହା ବ୍ୟତୀତ ଆଉ ଏକ ଦୀର୍ଘକାଳିକ କାରକ ପୃଥିବୀକୁ ଉତ୍ତପ୍ତ କରୁଛି, ଯାହା ଧୀରେ ଧୀରେ ଚାଷ ଜମି ନଷ୍ଟ କରିଚାଲିଛି। କିନ୍ତୁ ସବୁଠୁ ବଡ଼ ଚିନ୍ତା ତଥା କ୍ଷତିର କାରଣ ହେଉଛି ୟୁକ୍ରେନ୍‌ ଯୁଦ୍ଧ ଓ ପୁଟିନଙ୍କ ବ୍ଲାକ୍‌ ସି’ ଅବରୋଧ, ଯାହା ଓଡେଶା ବନ୍ଦରରୁ ୟୁୁକ୍ରେନ୍‌ର ଶସ୍ୟ ଏବଂ ସାର ବାହାରକୁ ଯିବାରେ ବାଧା ସୃଷ୍ଟି କରୁଛି। ଏହା ଏକ ଅତି ଜରୁରୀ ସମସ୍ୟା ଓ ବର୍ତ୍ତମାନ ନୀତିନିର୍ଦ୍ଧାରକମାନେ କୌଣସି ପ୍ରକାରେ ଏହାକୁ ଶୀଘ୍ର ସମାଧାନ କରିବା ଲାଗି ଚେଷ୍ଟା କରୁଛନ୍ତି। ତେବେ ଏବେକାର ଖାଦ୍ୟାଭାବ ସମସ୍ୟାରୁ ମୁକୁଳିବା ଲାଗି ଯଦି ଚାହଁୁଛେ ତେବେ ଜରୁରିକାଳୀନ ପଦକ୍ଷେପ ପରେ ବି ଆଉ ଏକ ସାଧାରଣ ସମସ୍ୟା ରହିଛି, ଯାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ବୈଶ୍ୱିକ ନୀତି, ସମ୍ମେଳନ ଓ ବୁଝାମଣା ମାଧ୍ୟମରେ ଆଗକୁ ବଢୁଥିବା ଆର୍ଥିକ ଜଗତୀକରଣର ଧାରା ସହ ତାଳଦେଇ ଗତି କରିବାରେ ଆମେ ବିଫଳ ହେବା ଯୋଗୁ ଏହି ସମସ୍ୟାଟି ଉପୁଜିଛି, ଯାହା ଉପରେ ତୁରନ୍ତ ବିଚାର କରିବାକୁ ପଡ଼ିବ। ୨୦୧୯ର ଶେଷାର୍ଦ୍ଧରୁ କୋଭିଡ୍‌-୧୯ ମହାମାରୀ, ଯୋଗାଣ ଶୃଙ୍ଖଳରେ ଅବ୍ୟବସ୍ଥା ଏବଂ ପୁଟିନ୍‌ଙ୍କ ୟୁକ୍ରେନ ଆକ୍ରମଣ କାରଣରୁ ବିଶ୍ୱ ଲଗାତର ସଂକଟ ଦେଇ ଗତି କରିଆସିଛି। ଅନେକ ସମସ୍ୟା ବାସ୍ତବରେ ବିଭିନ୍ନ ଦେଶର ନାଗରିକମାନଙ୍କୁ ଗୋଟିଏ ପରେ ଗୋଟିଏ ନିଆଁ ଲିଭାଇବା ଭଳି କାର୍ଯ୍ୟ କରିବାକୁ ପ୍ରେରିତ କରିଛି। କିନ୍ତୁ ଆମେ ଯଦି ନିଆଁ ବିରୋଧରେ ଲଢ଼େଇ କରିବାରେ ସବୁ ସଂସାଧନ ଲଗାଇ ଦେବା ତେବେ ଆମେ ସମ୍ଭବତଃ ନୂତନ ଅଗ୍ନି ନିରୋଧକ ଉପାୟ ସୃଷ୍ଟି କରିବାରେ ବିଫଳ ହେବା। ଏହି ବିଚାରରେ, ସମସ୍ୟାଗୁଡ଼ିକର ମୂଳରେ ଥିବା କାରଣଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ସମାଧାନ କରିବା ଲାଗି ମୁଁ ଏବକାର ଚିନ୍ତାଜନକ ସ୍ଥିତି ଓ ଗମ୍ଭୀରତାରୁ ପଛକୁ ହଟିଯିବା ଲାଗି ଚାହେଁ।
ୟୁକ୍ରେନ ଚାରିପାଖକୁୁ ଅବରୋଧ କରିବା ଠାରୁ ଆରମ୍ଭ କରି ଅନେକ ସମସ୍ୟା ଏବେ ସ୍ପଷ୍ଟ ହୋଇଛି। ୨୦୨୧ ପର୍ଯ୍ୟନ୍ତ, ୟୁକ୍ରେନ୍‌ ବାର୍ଷିକ ପାଖାପାଖି ୧୭ ମିଲିୟନ ଟନ୍‌ ଗହମ ରପ୍ତାନି କରୁଥିଲା। ବିଶ୍ୱର ମୋଟ୍‌ ଗହମ ରପ୍ତାନିର ଏହା ୮.୫%। କିନ୍ତୁ ରପ୍ତାନିରେ ବାଧା ଗହମର ଏଭଳି ଅତ୍ୟଧିକ ମୂଲ୍ୟ ବୃଦ୍ଧି କିମ୍ବା ବିଶ୍ୱରେ ଖାଦ୍ୟାଭାବ ଏବଂ ଏବକାର ଦୁର୍ଭିକ୍ଷର କାରଣ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହା ଜାତୀୟ ଏବଂ ରାଜ୍ୟ ବା ଆଞ୍ଚଳିକ ସରକାରଗୁଡ଼ିକ ଏବଂ ଏପରି କି ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ଓ ପ୍ରତିକ୍ରିୟା ଉପରେ ନିର୍ଭର କରେ। ବିଶ୍ୱରେ ନୀତି ନିର୍ଦ୍ଧାରଣ ସମନ୍ବୟ ଦୁର୍ବଳ ଥିତ୍ଲାବେଳେ ଗଚ୍ଛିତ ଦ୍ରବ୍ୟର ଯୋଗାଣରେ ଅଭାବ ଦେଖାଯାଇଥାଏ ଓ ଖାଦ୍ୟାଭବ ସୃଷ୍ଟି ହୁଏ। ବିଭିନ୍ନ ଅନୁଧ୍ୟାନରୁ ମୁଖ୍ୟତଃ,୧୯୪୩ ବଙ୍ଗ ଦୁର୍ଭିକ୍ଷ ଉପରେ ଅମର୍ତ୍ତ୍ୟ ସେନ୍‌ଙ୍କ ଉକତ୍ୃଷ୍ଟ ଗବେଷଣାରୁ ଏହା ଆମେ ଜାଣିବାକୁ ସକ୍ଷମ ହୋଇଛୁ ଏବଂ ଏହା ଏବେ ଘଟୁଥିବା ଦେଖୁଛୁ। ୟୁକ୍ରେନ ପାଖରେ କୌଣସି ବିକଳ୍ପ ନ ଥିତ୍ତ୍ବାରୁ ଏହା ଗହମ ରପ୍ତାନି ବନ୍ଦ କରିଛି। ଅନ୍ୟଦେଶଗୁଡ଼ିକ ମଧ୍ୟ ସମୁଦ୍ର ପଥରେ ପରିବହନକୁ ବନ୍ଦ କରିବାକୁ ଚାହିଁଛନ୍ତି। ଉଦାହରଣ ସ୍ବରୂପ, ଭାରତ ମେ ୧୪ରେ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ମୌଖିକ ଘୋଷଣା କରିଛି। କେବଳ ଭାରତ ନୁହେଁ, ୨୬ଟି ଦେଶ ସେମାନଙ୍କ ନାଗରିକମାନଙ୍କ ପାଇଁ ପର୍ଯ୍ୟାପ୍ତ ଯୋଗାଣ ନିଶ୍ଚିତ କରିବା ଲାଗି ଗହମ ରପ୍ତାନିକୁ ସୀମିତ କରିଛନ୍ତି। ଏସବୁ କାରଣ ପାଇଁ ବିଶ୍ୱରେ ଗହମ ମୂଲ୍ୟ ଶୀଘ୍ର ବୃଦ୍ଧିପାଉଛି। କେବଳ ଭାରତର ଘୋଷଣା ହିଁ ୬% ମୂଲ୍ୟ ବୃଦ୍ଧି କରିଛି।
ସମାନ ଧରଣର ଘଟଣା ପରିବାର ସ୍ତରରେ ବି ଘଟେ। ଖାଦ୍ୟାଭାବ ଭୟ ଥରେ ପ୍ରକାଶ ପାଇଲେ ଚରମ ସଂକଟରୁ ରକ୍ଷା ପାଇବା ଲାଗି ଲୋକେ ଆବଶ୍ୟକତାଠାରୁ ଅଧିକ ଗଚ୍ଛିତ କରିବାରେ ଲାଗନ୍ତି। ଲକ୍ଷ ଲକ୍ଷ ଲୋକଙ୍କ ଏଭଳି କ୍ଷୁଦ୍ର ପଦକ୍ଷେପ ସହ ଜାତୀୟ ଏବଂ ଆଞ୍ଚଳିକ ସରକାରମାନଙ୍କର ନୀତିଗୁଡ଼ିକ ଅଭାବର ମୂଳ କାରଣଗୁଡ଼ିକୁ କିଛି ମାତ୍ରାରେ ସମାପ୍ତ କରିପାରିବ, କିନ୍ତୁ ବ୍ୟାପକ କ୍ଷେତ୍ରରେ ନୁହେଁ। କେବଳ ଖାଦ୍ୟ କ୍ଷେତ୍ରରେ ନୁହେଁ, ଆମେ ଟିକା କ୍ଷେତ୍ରରେ ସମାନ ଘଟଣା ମଧ୍ୟ ଦେଖିବାକୁ ପାଇଛୁ। ସମ୍ଭାବ୍ୟ ଅଭାବକୁ ମୁକାବିଲା କରିବା ଲାଗି ଦେଶଗୁଡ଼ିକ ସେମାନଙ୍କ ଆବଶ୍ୟତାଠାରୁ ବହୁ ଅଧିକ ଡୋଜ୍‌ ଗଚ୍ଛିତ ରଖିଛନ୍ତି। ଏଭଳି ଗଚ୍ଛିତ ରଖିବା ଧାରା ବିଶ୍ୱରେ କୋଭିଡ୍‌-୧୯ ଟିକା ପାଇବାରେ ଅସମାନତାକୁ ଦର୍ଶାଇଛି। ଏଭଳି କାର୍ଯ୍ୟକଳାପର ଅତି ଆବଶ୍ୟକତା ଥିଲେ ଅଭାବ ଦୂର କରିବା ଲାଗି ଆମେ ସମ୍ମିଳିତ ପଦକ୍ଷେପ ମାଧ୍ୟମରେ ବହୁତ କିଛି କରିପାରିବା, ଯାହା ମାର୍କେଟ କରିପାରିବ ନାହିଁ। ଅଭାବ ସମୟରେ ବିଶ୍ୱରେ ବଳକା ଦ୍ରବ୍ୟର ଯୋଗାଣ ପଦ୍ଧତିଗୁଡ଼ିକ କିମ୍ବା ବଳକା ଖାଦ୍ୟ ଥିବା ଦେଶମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଚୁକ୍ତି ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ସାହାଯ୍ୟ କରିବ। ଏହା ମଧ୍ୟ ଦୀର୍ଘମିଆଦୀ ସୂତ୍ରରେ ସମସ୍ୟାର ସମାଧାନ କରିପାରିବ। ଏହି ପଦ୍ଧତି ସଂକଟକୁ ବଦଳାଇଦେବାରେ ସାହାଯ୍ୟ କରିବ ବୋଲି ବିଶ୍ୱାସ ହେଲେ ଅଧିକାଂଶ ଲୋକ ଗଚ୍ଛିତ ପ୍ରକ୍ରିୟା ବନ୍ଦ କରିଦେବେ। ଯଦି ବିଚାର ଆଧାରରେ ଏହା ବିଶ୍ୱାସଯୋଗ୍ୟ ବୋଲି ଲାଗୁଛିି ତେବେ ଖାଦ୍ୟାଭାବ ଏବଂ ଗଚ୍ଛିତ ପଦ୍ଧତିର ଇତିହାସ ଥିବା ଭାରତ ଭଳି ଦେଶରେ କ’ଣ ଘଟିଲା ତାହା ବିଚାର କରାଯାଉ। ୧୯୯୨ରେ ଏକ ଜାତୀୟ ସାର୍ବଜନୀନ ଖାଦ୍ୟ ଯୋଗାଣ ପଦ୍ଧତି ଗଢିବା ଲାଗି ଦୀର୍ଘମିଆଦୀ ପଦକ୍ଷେପ ଦ୍ୱାରା ବହୁ ଉନ୍ନତି ଘଟିଥିଲା ଏବଂ ଏହା ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଶେଷ ହୋଇଗଲା। ତିନି ଦଶନ୍ଧିର ପଦ୍ଧତି ବଦଳରେ ସର୍ବନିମ୍ନ ଖାଦ୍ୟ ନିଶ୍ଚିତତାର ଏକ ଉତ୍ତମ ବ୍ୟବସ୍ଥା ଦ୍ୱାରା ପରିବାର ସ୍ତରରେ ଗଚ୍ଛିତ କରିବା ମାନସିକତା ହ୍ରାସ ପାଇଛି, ଗଚ୍ଛିତ ପ୍ରକ୍ରିୟାର ଆବଶ୍ୟକତା ଯଥେଷ୍ଟ ହ୍ରାସ ପାଇଛି।
ବୈଶ୍ୱିକ ଚୁକ୍ତି ଏବଂ ବଳକା ଯୋଗାଣ ପଦ୍ଧତିଗୁଡ଼ିକ ଖାଦ୍ୟ ସଂକଟ ହ୍ରାସ କରିବା ଅସମ୍ଭବ ଲାଗିପାରେ। କିନ୍ତୁ ଭାରତ ଭଳି ଏକ ବିଶାଳ ଦେଶରେ ଜାତୀୟ ସ୍ତରରେ ସମାନ ପ୍ରକାର ବ୍ୟବସ୍ଥା ଘଟିବା ପର୍ଯ୍ୟନ୍ତ ଏହା କ୍ଷମତାର ବାହାରେ ଥିଲା ବୋଲି ବିଚାର କରାଯାଉଥିଲା। ଏହିପରିି ଭାବେ ଆମେରିକା ଭଳି ବଡ଼ ଗଣତାନ୍ତ୍ରିକ ଦେଶରେ ଆମେରିକାରେ ସାମ୍ବିଧାନିକ ଚୁକ୍ତି ବା ଆଇନ ନ ହେବା ପର୍ଯ୍ୟନ୍ତ ଅସମ୍ଭବ ଲାଗୁଥିଲା। ଘଟଣା ହେଉଛି, ଏକ ସଫଳ ବୈଶ୍ୱିକ ଏବଂ ଜାତୀୟ ବଳକା ଯୋଗାଣ ବ୍ୟବସ୍ଥା କିମ୍ବା ବଳକା ବଣ୍ଟନ ଚୁକ୍ତି ଆଦୌ ନ ଥିଲେ ମଧ୍ୟ ଆଶା ହରାଇବା ଠିକ ନୁହେଁ। ଆଶା ବାନ୍ଧିବାକୁ ହେବ। ଏହି ଯୁକ୍ତି ଖାଦ୍ୟରୁ ଅନ୍ୟ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ଗ୍ରହଣ କରାଯାଇପାରେ। ଏବକାର ସମସ୍ୟାଗୁଡ଼ିକ ସତ୍ତ୍ୱେ, ଜଗତୀକରଣର ଅଭିଯାନ ବନ୍ଦ ହେବ ନାହିଁ। ଏଣୁ ଜଗତୀକରଣର ଅଭିଯାନକୁ ସମ୍ଭାବ୍ୟ ବିପଦରୁ ରକ୍ଷା କରିବା ଲାଗି ଆମେ ଅତି କମ୍‌ରେ ବିଶ୍ୱସ୍ତରୀୟ ସମ୍ମିଳନୀ ଏବଂ ଚୁକ୍ତିଗୁଡ଼ିକ କରିବା ଲାଗି ଚେଷ୍ଟିତ ହେବା ଦରକାର, ଯାହାଦ୍ୱାରା ବୈଶ୍ୱିକ ଅଭାବର ସମାଧାନ କରାଯାଇପାରିବ।
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱ ବ୍ୟାଙ୍କ
ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଭାରତ ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?