ଘରୋଇ ଉପାୟରେ ଦୂର କରନ୍ତୁ ଗ୍ୟାସ ସମସ୍ୟା

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ପ୍ରାୟ ସମସ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ଛୋଟ ପିଲା ମଧ୍ୟ ବାଦ୍‌ ପଡ଼ୁ ନାହାନ୍ତି। ତେବେ ଅନେକ ଏହି ଗ୍ୟାସ୍‌ ସମସ୍ୟାର ମୁକ୍ତି ପାଇବା ଲାଗି ବିଭିନ୍ନ ଔଷଧ ବ୍ୟବହାର କରିଥାନ୍ତି। ମାତ୍ର ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ବୋଲି ଆର୍ୟୁବେଦ ଡାକ୍ତର କୁହନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ଡାଲ୍‌ଚିନି: ଡାଲ୍‌ଚିନି ଗ୍ୟାସ୍‌ ସମସ୍ୟାକୁ ଦୂର କରିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ଗରମ ପାଣିରେ କିଛି ଡାଲ୍‌ଚିନି ପାଉଡର ମିଶାଇ ପିଅନ୍ତୁ। ଆପଣ ଚାହିଁଲେ ଏଥିରେ ମହୁ ପକାଇ ମଧ୍ୟ ପିଇ ପାରିବେ। ଏପରି କରିବା ଦ୍ୱାରା ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ।

ଅଦା:
ଏହା ସହ ଅଦା, ଅଳେଇଚ ଓ ସମାନ ପରିମାଣର ପାନମଧୁରୀରେ ନେଇ ପାଣିରେ ମିଶାଇ ପିଅନ୍ତୁ । ଚାହିଁଲେ କିଛି ହେଙ୍ଗୁ ପକାଇ ମଧ୍ୟ ପିଇ ପାରିବେ।

ଲେମ୍ବୁ ପାଣି ଓ ବେକିଂ ସୋଢ଼ା:

ଅଳ୍ପ ଲେମ୍ବୁରସରେ କିଛି ପାଣି ଓ ଅଳ୍ପ ବେକିଂ ସୋଡ଼ା ମିଶାଇ ପିଇବା ଫଳରେ ଗ୍ୟାସ୍‌ ସମସ୍ୟା ତୁରନ୍ତ ଦୂର ହୋଇଥାଏ।

ରସୁଣ:
ରସୁଣରେ ଥିବା ତତ୍ତ୍ୱ ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ଦେଇଥାଏ। ଅଳ୍ପ ରସୁଣ ପାଖୁଡାକୁ ପାଣିରେ ପକାଇ ଫୁଟାଇ ସେଥିରେ ଗୋଲ ମରିଚ ପାଉଡର ଜିରା ମିଶାଇ ଛାଣି ଦିଅନ୍ତୁ। ପରେ ଥଣ୍ଡା ହେଲେ ପିଅନ୍ତୁ । ଦେଖିବେ ଗ୍ୟାସ ସମସ୍ୟା ଦୂର ହୋଇଯିବ।

ପାନମଧୁରୀ:
ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ପାଇବା ଲାଗି ପାନମଧୁରୀ ଓ ଜୁଆଣିକୁ ମଧ୍ୟ ଚୋବାଇ ଖାଇ ପାରିବେ। ଏଭିଳି କରିବା ଫଳରେ ଗ୍ୟାସ୍‌ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

ପୁରୁଷଙ୍କୁ ହାର୍ଟ ଆଟାକ୍‌ ଆସିଲେ ଛାତିରେ ହୋଇଥାଏ ଯନ୍ତ୍ରଣା, ମାତ୍ର ମହିଳାଙ୍କଠାରେ ଦେଖାଦିଏ ଏସବୁ ଲକ୍ଷଣ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର, ମେଷ-ମକର ସମେତ ୫ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଆଜି ସକାଳ ୮ଟା ୩ ମିନିଟ୍‌ରେ ନିଜ ସ୍ୱରାଶି ସିଂହରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ସିଂହ ରାଶିରେ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri