ଜଳସଙ୍କଟର ସମାଧାନ

ଳ ହେଉଛି ଜୀବନର ମୂଳାଧାର, କିନ୍ତୁ ଭାରତରେ ଜଳସଙ୍କଟ ଏକ ଗମ୍ଭୀର ଚ୍ୟାଲେଞ୍ଜ ଭାବେ ଉଭାହୋଇଛି। ନୀତି ଆୟୋଗର ୨୦୧୮ ରିପୋର୍ଟ ଅନୁସାରେ ଭାରତର ୬୦୦ ନିୟୁତ (୪୫% ଜନସଂଖ୍ୟା) ଲୋକ ଅତି ଗମ୍ଭୀର ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି। ୨୦୩୦ ସୁଦ୍ଧା ଦେଶର ଜଳ ଚାହିଦା ଉପଲବ୍ଧ ଜଳର ଦୁଇଗୁଣ ହେବ ବୋଲି ଆକଳନ କରାଯାଇଛି। ଭାରତ ବିଶ୍ୱ ଜନସଂଖ୍ୟାର୧୮% ଅଧିକାର କରୁଥିବା ସତ୍ତ୍ୱେ, ମାତ୍ର ୪% ମଧୁର ଜଳସମ୍ପଦ ରହିଛି। ଜଣେ ବ୍ୟକ୍ତିଙ୍କ ପାଇଁ ଜଳ ଉପଲବ୍ଧତା ୧୧୦୦ଘନମିଟର, ଯାହା ଜଳ ଅଭାବର ଅନ୍ତର୍ଜାତୀୟ ସୀମା (୧୭୦୦ଘନମିଟର)ଠାରୁ କମ୍‌। ମୌସୁମୀ ବର୍ଷାରେ ଅସମତା ଏହି ସମସ୍ୟାକୁ ଜଟିଳ କରୁଛି। ଉଦାହରଣ ସ୍ବରୂପ, ୨୦୧୯ରେ ମହାରାଷ୍ଟ୍ର, ତାମିଲନାଡୁ ଓ କନ୍ନାଟକ ଭଳି ରାଜ୍ୟଗୁଡ଼ିକ କମିଥିଲା, ଯାହା ପାଇଁ ଜଳାଶୟଗୁଡ଼ିକ ହ୍ରାସ ପାଇଥିଲା। ଭାରତର ୮୫% ପାନୀୟ ଓ କୃଷି ଜଳ ଭୂମିଗତ ଜଳ ଉପରେ ନିର୍ଭର କରେ। କେନ୍ଦ୍ରୀୟ ଭୂମିଗତ ଜଳ ବୋର୍ଡ (ସିଜିଡବ୍ଲ୍ୟୁବି)ଅନୁସାରେ ୧୪୬୦ବ୍ଲକ ମଧ୍ୟରୁ ୨୫୬ଟିରେ ଜଳସ୍ତର ‘ଗମ୍ଭୀର’ ବା ‘ଅତ୍ୟଧିକ ଶୋଷିତ’ ଶ୍ରେଣୀରେ। ପଞ୍ଜାବରେ ୭୯% ଓ ହରିୟାଣାରେ ୬୧% ଭୂମିଗତ ଜଳ ଅଞ୍ଚଳ ଅତ୍ୟଧିକ ଶୋଷିତ। ବିଶ୍ୱବ୍ୟାଙ୍କର ୨୦୧୮ରିପୋର୍ଟ ଅନୁସାରେ ଭାରତ ବାର୍ଷିକ୨୫୧ବିଲିୟନ ଘନମିଟର ଭୂମିଗତ ଜଳ ଉତ୍ତୋଳନ କରୁଛି, ଯାହା ବିଶ୍ୱର ସର୍ବାଧିକ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଭାରତର ୭୦% ଉପରିସ୍ଥ ଜଳ ପ୍ରଦୂଷିତ। ଗଙ୍ଗାନଦୀରେ ୨୭୫ ସହରରୁ ୬୦୦୦କୋଟି ଲିଟର ଜଳ ନିଷ୍କାସନ ହେଉଛି, ଯାହାର ୮୦% ଅଶୋଧିତ। ଏହା ସହ କୃଷିରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକ ଯୋଗୁ ୩୦% ଭୂମିଗତ ଜଳ ଆର୍ସେନିକ, ଫ୍ଲୋରାଇଡ ଓ ନାଇଟ୍ରେଟ୍‌ଦ୍ୱାରା ଦୂଷିତ। ଏହା ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟିକରୁଛି, ଯେଉଁଠାରେ ପ୍ରତିବର୍ଷ ୧.୫ ନିୟୁତ ଶିଶୁ ଅପରିଷ୍କାର ଜଳଜନିତ ରୋଗରେ ମୃତ୍ୟୁବରଣ କରୁଛନ୍ତି। କୃଷିକ୍ଷେତ୍ର ଭାରତର ୮୫% ମଧୁରଜଳ ବ୍ୟବହାର କରୁଛି, କିନ୍ତୁ ଅତ୍ୟଧିକ ଜଳସେଚନ ଯୋଗୁ ୬୫% ଜଳନଷ୍ଟ ହେଉଛି। ସହରୀ ଜଳବଣ୍ଟନରେ ଲିକେଜ ଯୋଗୁ ମୁମ୍ବାଇରେ ୩୫% ଓ ଦିଲ୍ଲୀରେ ୪୦% ଜଳ ନଷ୍ଟ ହେଉଛି। ଏହା ସହିତ, ଜଳସଂରକ୍ଷଣ ପାଇ ଁଅପର୍ଯ୍ୟାପ୍ତ ନିବେଶ ଓ ଅବ୍ୟବସ୍ଥାପନା ସଙ୍କଟକୁ ବୃଦ୍ଧିକରୁଛି।
ଜଳସଙ୍କଟ ମହିଳା ଓ ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରୁଛି। ଗ୍ରାମାଞ୍ଚଳରେ ମହିଳାମାନେ ଦୈନିକ ୩-୪ଘଣ୍ଟା ପାଣି ଆଣିବାରେ ବ୍ୟୟ କରନ୍ତି, ଯାହା ସେମାନଙ୍କ ଶିକ୍ଷା ଓ ରୋଜଗାର ସୁଯୋଗକୁ ସୀମିତ କରୁଛି ଓ ଅର୍ଥନୀତିରେ୧.୫% ଜିଡିପି ହ୍ରାସ ଘଟାଉଛି। ଅପରିଷ୍କାର ଜଳ ଯୋଗୁ ପ୍ରତିବର୍ଷ ୪ଲକ୍ଷ ଲୋକ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଜଳ ସଙ୍କଟର ମୂଳ କାରଣଗୁଡ଼ିକ ଶିଳ୍ପାୟନ, ସହରୀକରଣ, ଜଳବାୟୁ ପରିବର୍ତ୍ତନ ଓ ନୀତିଗତ ଅସଙ୍ଗତି। ଭାରତର ଜନସଂଖ୍ୟା ୧୯୫୧ରେ ୩୬ କୋଟି ଥିବାବେଳେ ୨୦୨୫ରେ ୧୪୦କୋଟି ଅତିକ୍ରମ କରିଛି, ଯାହା ଜଳ ଚାହିଦାକୁ ୩୦୦% ବୃଦ୍ଧିକରିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ମୌସୁମୀ ବର୍ଷାରେ୧୫-୨୦% ଅନିୟମିତତା ଦେଖାଦେଇଛି, ଯାହା ଜଳାଶୟ ଓ ନଦୀଗୁଡ଼ିକୁ ହ୍ରାସକରିଛି। ଉଦାହରଣ ସ୍ବରୂପ ୨୦୧୯ରେ ଚେନ୍ନାଇରେ ଜଳସଙ୍କଟ ଏତେ ଗମ୍ଭୀର ହୋଇଥିଲା ଯେ ୨୦୦କିଲୋମିଟର ଦୂରରୁ ଟ୍ରେନ୍‌ ଯୋଗେ ୧୦ନିୟୁତ ଲିଟର ଜଳ ଆଣିବାକୁ ପଡ଼େ।
ଭାରତରେ ଜଳସଙ୍କଟ ନିରାକରଣ ପାଇଁ ପରିମାଣଗତ ଓ ବାସ୍ତବ ସମ୍ମତ ସମାଧାନ ଆବଶ୍ୟକ। ଏକ ସମନ୍ବିତ ପଦକ୍ଷେପ ମାଧ୍ୟମରେ ଏହି ସଙ୍କଟକୁ ୨୦୩୦ ସୁଦ୍ଧା ୫୦% ହ୍ରାସ କରାଯାଇ ପାରେ। ବର୍ଷାଜଳ ସଂଗ୍ରହ ଓ ଭୂମିଗତ ଜଳ ରିଚାର୍ଜ ଉପରେ ଗୁରୁତ୍ୱଦେବା ଆବଶ୍ୟକ। ଉଦାହରଣ ସ୍ବରୂପ ମହାରାଷ୍ଟ୍ରର ଜଳଯୁକ୍ତ ଶିବାର ପ୍ରକଳ୍ପ ୨୦୧୬-୨୦୨୦ ମଧ୍ୟରେ ୨୨,୦୦୦ ଗ୍ରାମରେ ୫୦,୦୦୦ ଜଳସଂରକ୍ଷଣ ସ୍ଟ୍ରକଚର ନିର୍ମାଣ କରି ଭୂମିଗତ ଜଳସ୍ତର ୧.୫ ମିଟର ବୃଦ୍ଧି କରିଛି। ଏହି ମଡେଲକୁ ଦେଶବ୍ୟାପୀ ୫୦୦,୦୦୦ ସ୍ଟ୍ରକଚର ନିର୍ମାଣ କରି ବାର୍ଷିକ ୧୦୦ ବିଲିୟନ ଘନମିଟର (ବିସିଏମ୍‌) ଜଳ ସଂରକ୍ଷଣ କରାଯାଇ ପାରିବ।
କୃଷିକ୍ଷେତ୍ରରେ ଜଳସେଚନ ଦକ୍ଷତା ବୃଦ୍ଧି କରାଯାଇପାରେ। ୨୦୨୮ ସୁଦ୍ଧା କୃଷିଜଳ ବ୍ୟବହାର ୪୦% ହ୍ରାସକରି ୧୫୦ ବିସିଏମ୍‌ ଜଳ ସଂରକ୍ଷଣ କରାଯାଇପାରିବ। ଏଥିପାଇଁ ଡ୍ରିପ ଓ ସ୍ପ୍ରିଙ୍କଲର ଜଳସେଚନକୁ ୫୦% କୃଷକଙ୍କ ମଧ୍ୟରେ ପ୍ରୋତ୍ସାହିତ କରାଯାଇପାରିବ। ଉଦାହରଣ ସ୍ବରୂପ ଗୁଜରାଟରେ ଡ୍ରିପ ଜଳସେଚନ ୩୦% ଜଳ ସଂରକ୍ଷଣ କରିଛି ଓ ଫସଲ ଉତ୍ପାଦନ ୨୦% ବୃଦ୍ଧି କରିଛି।
ଜଳପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ପ୍ରତି ସହରରେ ଅପଶିଷ୍ଟ ଜଳଶୋଧନ ପ୍ଲାଣ୍ଟ (ଏସ୍‌ଟିପି) ସ୍ଥାପନ କରାଯାଇପାରେ। ଯେମିତି ସୁରଟରେ ୧୧୫ଟି ଏସ୍‌ଟିପ ୨୦୨୦ରେ ୩୦% ଅପଶିଷ୍ଟ ଜଳ ପୁନଃବ୍ୟବହାର କରିଛି। ଦେଶବ୍ୟାପୀ ୫୦୦୦ ଏସ୍‌ଟିପି ସ୍ଥାପନ କରି ବାର୍ଷିକ ୧୮,୨୫୦ ନିୟୁତ ଲିଟର ଜଳ ପୁନଃ ବ୍ୟବହାର କରାଯାଇପାରେ। ଏହା ସହିତ, ଶିଳ୍ପପାଇଁ ‘ଜିରୋଲିକ୍ୱିଡ ଡିସ୍‌ଚାର୍ଜ’ ନୀତି କଠୋର କାର୍ଯ୍ୟକାରୀ କରିବା ଆବଶ୍ୟକ।
ସହରୀ ଜଳବଣ୍ଟନ ବ୍ୟବସ୍ଥାରେ ଉନ୍ନତି କରିବା ଆବଶ୍ୟକ। ୨୦୨୮ ସୁଦ୍ଧା ସହରୀ ଜଳ ଲିକେଜ ୧୫%କୁ ହ୍ରାସ କରି ୨୦ ବିସିଏମ୍‌ ଜଳ ସଂରକ୍ଷଣ କରାଯାଇପାରିବ। ସ୍ମାର୍ଟମିଟରିଂ ଓ ପାଇପଲାଇନ ମରାମତି ମାଧ୍ୟମରେ ଜଳବଣ୍ଟନ ଦକ୍ଷତା ବୃଦ୍ଧି କରାଯାଇପାରେ। ବେଙ୍ଗାଲୁରୁରେ ସ୍ମାର୍ଟମିଟରିଂ ମାଧ୍ୟମରେ୧୫% ଜଳ ନଷ୍ଟ ହ୍ରାସ କରାଯାଇଛି।
ସାମୁଦାୟିକ ଅଂଶଗ୍ରହଣ ଓ ସଚେତନତାକୁ ପ୍ରୋତ୍ସାହନ ଆଉ ଗୋଟିଏ ଉପାୟ। ୨୦୩୦ ସୁଦ୍ଧା ୭୫% ଗ୍ରାମପଞ୍ଚାୟତରେ ଜଳ ସଂରକ୍ଷଣ କମିଟି ଗଠନ କରାଯାଇପାରେ। ସ୍ଥାନୀୟ ସ୍ତରରେ ଜଳ ବ୍ୟବସ୍ଥାପନା ପାଇଁ ଗ୍ରାମବାସୀଙ୍କୁ ଟ୍ରେନିଂ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରେ। ଯେମିତି ରାଜସ୍ଥାନର ତରୁଣ ଭାରତ ସଙ୍ଗଠନ ୧୦୦୦ ଗ୍ରାମରେ ଜଳସଂରକ୍ଷଣ କମିଟି ଗଠନ କରି ୨୫% ଜଳ ବ୍ୟବହାର ହ୍ରାସ କରିଛି।
ଭାରତର ଜଳସଙ୍କଟ ଏକ ବହୁମୁଖୀ ସମସ୍ୟା, ଯାହା ଦେଶର ସ୍ଥାୟୀ ଉନ୍ନୟନକୁ ବାଧା ସୃଷ୍ଟି କରୁଛି। ଏହାର ସମାଧାନ ପାଇଁ ସରକାର, ସମାଜ ଓ ବ୍ୟକ୍ତିଗତ ସ୍ତରରେ ଦୃଢ଼ ପ୍ରତିବଦ୍ଧତା ଆବଶ୍ୟକ। ନୀତିଗତ ସଂସ୍କାର, ପ୍ରଯୁକ୍ତିଗତ ନବୋନ୍ମେଷ ଓ ସାମୁଦାୟିକ ସହଯୋଗ ମାଧ୍ୟମରେ ଜଳ ସମ୍ପଦର ଠିକ ବ୍ୟବହାର ଓ ସୁରକ୍ଷା ସମ୍ଭବ। ଏକ ସମୃଦ୍ଧ ଓ ସୁସ୍ଥ ଭାରତ ଗଠନ ପାଇ ଁଜଳ ସଙ୍କଟର ନିରାକରଣ ଅତ୍ୟନ୍ତ ଜରୁରୀ। ସମୟୋଚିତ ଓ ସମନ୍ବିତ ପ୍ରୟାସ ଦ୍ୱାରା ଆମେ ଆଗାମୀ ପିଢ଼ି ପାଇଁ ଜଳ-ସୁରକ୍ଷିତ ଭବିଷ୍ୟତ ନିଶ୍ଚିତ କରିପାରିବା।

ବରେଣ୍ୟ ଦାସ
କୋଲକାତା
ମୋ: ୮୩୩୫୯୪୯୪୭୭


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri