ଜଳସଙ୍କଟର ସମାଧାନ

ଳ ହେଉଛି ଜୀବନର ମୂଳାଧାର, କିନ୍ତୁ ଭାରତରେ ଜଳସଙ୍କଟ ଏକ ଗମ୍ଭୀର ଚ୍ୟାଲେଞ୍ଜ ଭାବେ ଉଭାହୋଇଛି। ନୀତି ଆୟୋଗର ୨୦୧୮ ରିପୋର୍ଟ ଅନୁସାରେ ଭାରତର ୬୦୦ ନିୟୁତ (୪୫% ଜନସଂଖ୍ୟା) ଲୋକ ଅତି ଗମ୍ଭୀର ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି। ୨୦୩୦ ସୁଦ୍ଧା ଦେଶର ଜଳ ଚାହିଦା ଉପଲବ୍ଧ ଜଳର ଦୁଇଗୁଣ ହେବ ବୋଲି ଆକଳନ କରାଯାଇଛି। ଭାରତ ବିଶ୍ୱ ଜନସଂଖ୍ୟାର୧୮% ଅଧିକାର କରୁଥିବା ସତ୍ତ୍ୱେ, ମାତ୍ର ୪% ମଧୁର ଜଳସମ୍ପଦ ରହିଛି। ଜଣେ ବ୍ୟକ୍ତିଙ୍କ ପାଇଁ ଜଳ ଉପଲବ୍ଧତା ୧୧୦୦ଘନମିଟର, ଯାହା ଜଳ ଅଭାବର ଅନ୍ତର୍ଜାତୀୟ ସୀମା (୧୭୦୦ଘନମିଟର)ଠାରୁ କମ୍‌। ମୌସୁମୀ ବର୍ଷାରେ ଅସମତା ଏହି ସମସ୍ୟାକୁ ଜଟିଳ କରୁଛି। ଉଦାହରଣ ସ୍ବରୂପ, ୨୦୧୯ରେ ମହାରାଷ୍ଟ୍ର, ତାମିଲନାଡୁ ଓ କନ୍ନାଟକ ଭଳି ରାଜ୍ୟଗୁଡ଼ିକ କମିଥିଲା, ଯାହା ପାଇଁ ଜଳାଶୟଗୁଡ଼ିକ ହ୍ରାସ ପାଇଥିଲା। ଭାରତର ୮୫% ପାନୀୟ ଓ କୃଷି ଜଳ ଭୂମିଗତ ଜଳ ଉପରେ ନିର୍ଭର କରେ। କେନ୍ଦ୍ରୀୟ ଭୂମିଗତ ଜଳ ବୋର୍ଡ (ସିଜିଡବ୍ଲ୍ୟୁବି)ଅନୁସାରେ ୧୪୬୦ବ୍ଲକ ମଧ୍ୟରୁ ୨୫୬ଟିରେ ଜଳସ୍ତର ‘ଗମ୍ଭୀର’ ବା ‘ଅତ୍ୟଧିକ ଶୋଷିତ’ ଶ୍ରେଣୀରେ। ପଞ୍ଜାବରେ ୭୯% ଓ ହରିୟାଣାରେ ୬୧% ଭୂମିଗତ ଜଳ ଅଞ୍ଚଳ ଅତ୍ୟଧିକ ଶୋଷିତ। ବିଶ୍ୱବ୍ୟାଙ୍କର ୨୦୧୮ରିପୋର୍ଟ ଅନୁସାରେ ଭାରତ ବାର୍ଷିକ୨୫୧ବିଲିୟନ ଘନମିଟର ଭୂମିଗତ ଜଳ ଉତ୍ତୋଳନ କରୁଛି, ଯାହା ବିଶ୍ୱର ସର୍ବାଧିକ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଭାରତର ୭୦% ଉପରିସ୍ଥ ଜଳ ପ୍ରଦୂଷିତ। ଗଙ୍ଗାନଦୀରେ ୨୭୫ ସହରରୁ ୬୦୦୦କୋଟି ଲିଟର ଜଳ ନିଷ୍କାସନ ହେଉଛି, ଯାହାର ୮୦% ଅଶୋଧିତ। ଏହା ସହ କୃଷିରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକ ଯୋଗୁ ୩୦% ଭୂମିଗତ ଜଳ ଆର୍ସେନିକ, ଫ୍ଲୋରାଇଡ ଓ ନାଇଟ୍ରେଟ୍‌ଦ୍ୱାରା ଦୂଷିତ। ଏହା ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟିକରୁଛି, ଯେଉଁଠାରେ ପ୍ରତିବର୍ଷ ୧.୫ ନିୟୁତ ଶିଶୁ ଅପରିଷ୍କାର ଜଳଜନିତ ରୋଗରେ ମୃତ୍ୟୁବରଣ କରୁଛନ୍ତି। କୃଷିକ୍ଷେତ୍ର ଭାରତର ୮୫% ମଧୁରଜଳ ବ୍ୟବହାର କରୁଛି, କିନ୍ତୁ ଅତ୍ୟଧିକ ଜଳସେଚନ ଯୋଗୁ ୬୫% ଜଳନଷ୍ଟ ହେଉଛି। ସହରୀ ଜଳବଣ୍ଟନରେ ଲିକେଜ ଯୋଗୁ ମୁମ୍ବାଇରେ ୩୫% ଓ ଦିଲ୍ଲୀରେ ୪୦% ଜଳ ନଷ୍ଟ ହେଉଛି। ଏହା ସହିତ, ଜଳସଂରକ୍ଷଣ ପାଇ ଁଅପର୍ଯ୍ୟାପ୍ତ ନିବେଶ ଓ ଅବ୍ୟବସ୍ଥାପନା ସଙ୍କଟକୁ ବୃଦ୍ଧିକରୁଛି।
ଜଳସଙ୍କଟ ମହିଳା ଓ ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରୁଛି। ଗ୍ରାମାଞ୍ଚଳରେ ମହିଳାମାନେ ଦୈନିକ ୩-୪ଘଣ୍ଟା ପାଣି ଆଣିବାରେ ବ୍ୟୟ କରନ୍ତି, ଯାହା ସେମାନଙ୍କ ଶିକ୍ଷା ଓ ରୋଜଗାର ସୁଯୋଗକୁ ସୀମିତ କରୁଛି ଓ ଅର୍ଥନୀତିରେ୧.୫% ଜିଡିପି ହ୍ରାସ ଘଟାଉଛି। ଅପରିଷ୍କାର ଜଳ ଯୋଗୁ ପ୍ରତିବର୍ଷ ୪ଲକ୍ଷ ଲୋକ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଜଳ ସଙ୍କଟର ମୂଳ କାରଣଗୁଡ଼ିକ ଶିଳ୍ପାୟନ, ସହରୀକରଣ, ଜଳବାୟୁ ପରିବର୍ତ୍ତନ ଓ ନୀତିଗତ ଅସଙ୍ଗତି। ଭାରତର ଜନସଂଖ୍ୟା ୧୯୫୧ରେ ୩୬ କୋଟି ଥିବାବେଳେ ୨୦୨୫ରେ ୧୪୦କୋଟି ଅତିକ୍ରମ କରିଛି, ଯାହା ଜଳ ଚାହିଦାକୁ ୩୦୦% ବୃଦ୍ଧିକରିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ମୌସୁମୀ ବର୍ଷାରେ୧୫-୨୦% ଅନିୟମିତତା ଦେଖାଦେଇଛି, ଯାହା ଜଳାଶୟ ଓ ନଦୀଗୁଡ଼ିକୁ ହ୍ରାସକରିଛି। ଉଦାହରଣ ସ୍ବରୂପ ୨୦୧୯ରେ ଚେନ୍ନାଇରେ ଜଳସଙ୍କଟ ଏତେ ଗମ୍ଭୀର ହୋଇଥିଲା ଯେ ୨୦୦କିଲୋମିଟର ଦୂରରୁ ଟ୍ରେନ୍‌ ଯୋଗେ ୧୦ନିୟୁତ ଲିଟର ଜଳ ଆଣିବାକୁ ପଡ଼େ।
ଭାରତରେ ଜଳସଙ୍କଟ ନିରାକରଣ ପାଇଁ ପରିମାଣଗତ ଓ ବାସ୍ତବ ସମ୍ମତ ସମାଧାନ ଆବଶ୍ୟକ। ଏକ ସମନ୍ବିତ ପଦକ୍ଷେପ ମାଧ୍ୟମରେ ଏହି ସଙ୍କଟକୁ ୨୦୩୦ ସୁଦ୍ଧା ୫୦% ହ୍ରାସ କରାଯାଇ ପାରେ। ବର୍ଷାଜଳ ସଂଗ୍ରହ ଓ ଭୂମିଗତ ଜଳ ରିଚାର୍ଜ ଉପରେ ଗୁରୁତ୍ୱଦେବା ଆବଶ୍ୟକ। ଉଦାହରଣ ସ୍ବରୂପ ମହାରାଷ୍ଟ୍ରର ଜଳଯୁକ୍ତ ଶିବାର ପ୍ରକଳ୍ପ ୨୦୧୬-୨୦୨୦ ମଧ୍ୟରେ ୨୨,୦୦୦ ଗ୍ରାମରେ ୫୦,୦୦୦ ଜଳସଂରକ୍ଷଣ ସ୍ଟ୍ରକଚର ନିର୍ମାଣ କରି ଭୂମିଗତ ଜଳସ୍ତର ୧.୫ ମିଟର ବୃଦ୍ଧି କରିଛି। ଏହି ମଡେଲକୁ ଦେଶବ୍ୟାପୀ ୫୦୦,୦୦୦ ସ୍ଟ୍ରକଚର ନିର୍ମାଣ କରି ବାର୍ଷିକ ୧୦୦ ବିଲିୟନ ଘନମିଟର (ବିସିଏମ୍‌) ଜଳ ସଂରକ୍ଷଣ କରାଯାଇ ପାରିବ।
କୃଷିକ୍ଷେତ୍ରରେ ଜଳସେଚନ ଦକ୍ଷତା ବୃଦ୍ଧି କରାଯାଇପାରେ। ୨୦୨୮ ସୁଦ୍ଧା କୃଷିଜଳ ବ୍ୟବହାର ୪୦% ହ୍ରାସକରି ୧୫୦ ବିସିଏମ୍‌ ଜଳ ସଂରକ୍ଷଣ କରାଯାଇପାରିବ। ଏଥିପାଇଁ ଡ୍ରିପ ଓ ସ୍ପ୍ରିଙ୍କଲର ଜଳସେଚନକୁ ୫୦% କୃଷକଙ୍କ ମଧ୍ୟରେ ପ୍ରୋତ୍ସାହିତ କରାଯାଇପାରିବ। ଉଦାହରଣ ସ୍ବରୂପ ଗୁଜରାଟରେ ଡ୍ରିପ ଜଳସେଚନ ୩୦% ଜଳ ସଂରକ୍ଷଣ କରିଛି ଓ ଫସଲ ଉତ୍ପାଦନ ୨୦% ବୃଦ୍ଧି କରିଛି।
ଜଳପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ପ୍ରତି ସହରରେ ଅପଶିଷ୍ଟ ଜଳଶୋଧନ ପ୍ଲାଣ୍ଟ (ଏସ୍‌ଟିପି) ସ୍ଥାପନ କରାଯାଇପାରେ। ଯେମିତି ସୁରଟରେ ୧୧୫ଟି ଏସ୍‌ଟିପ ୨୦୨୦ରେ ୩୦% ଅପଶିଷ୍ଟ ଜଳ ପୁନଃବ୍ୟବହାର କରିଛି। ଦେଶବ୍ୟାପୀ ୫୦୦୦ ଏସ୍‌ଟିପି ସ୍ଥାପନ କରି ବାର୍ଷିକ ୧୮,୨୫୦ ନିୟୁତ ଲିଟର ଜଳ ପୁନଃ ବ୍ୟବହାର କରାଯାଇପାରେ। ଏହା ସହିତ, ଶିଳ୍ପପାଇଁ ‘ଜିରୋଲିକ୍ୱିଡ ଡିସ୍‌ଚାର୍ଜ’ ନୀତି କଠୋର କାର୍ଯ୍ୟକାରୀ କରିବା ଆବଶ୍ୟକ।
ସହରୀ ଜଳବଣ୍ଟନ ବ୍ୟବସ୍ଥାରେ ଉନ୍ନତି କରିବା ଆବଶ୍ୟକ। ୨୦୨୮ ସୁଦ୍ଧା ସହରୀ ଜଳ ଲିକେଜ ୧୫%କୁ ହ୍ରାସ କରି ୨୦ ବିସିଏମ୍‌ ଜଳ ସଂରକ୍ଷଣ କରାଯାଇପାରିବ। ସ୍ମାର୍ଟମିଟରିଂ ଓ ପାଇପଲାଇନ ମରାମତି ମାଧ୍ୟମରେ ଜଳବଣ୍ଟନ ଦକ୍ଷତା ବୃଦ୍ଧି କରାଯାଇପାରେ। ବେଙ୍ଗାଲୁରୁରେ ସ୍ମାର୍ଟମିଟରିଂ ମାଧ୍ୟମରେ୧୫% ଜଳ ନଷ୍ଟ ହ୍ରାସ କରାଯାଇଛି।
ସାମୁଦାୟିକ ଅଂଶଗ୍ରହଣ ଓ ସଚେତନତାକୁ ପ୍ରୋତ୍ସାହନ ଆଉ ଗୋଟିଏ ଉପାୟ। ୨୦୩୦ ସୁଦ୍ଧା ୭୫% ଗ୍ରାମପଞ୍ଚାୟତରେ ଜଳ ସଂରକ୍ଷଣ କମିଟି ଗଠନ କରାଯାଇପାରେ। ସ୍ଥାନୀୟ ସ୍ତରରେ ଜଳ ବ୍ୟବସ୍ଥାପନା ପାଇଁ ଗ୍ରାମବାସୀଙ୍କୁ ଟ୍ରେନିଂ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରେ। ଯେମିତି ରାଜସ୍ଥାନର ତରୁଣ ଭାରତ ସଙ୍ଗଠନ ୧୦୦୦ ଗ୍ରାମରେ ଜଳସଂରକ୍ଷଣ କମିଟି ଗଠନ କରି ୨୫% ଜଳ ବ୍ୟବହାର ହ୍ରାସ କରିଛି।
ଭାରତର ଜଳସଙ୍କଟ ଏକ ବହୁମୁଖୀ ସମସ୍ୟା, ଯାହା ଦେଶର ସ୍ଥାୟୀ ଉନ୍ନୟନକୁ ବାଧା ସୃଷ୍ଟି କରୁଛି। ଏହାର ସମାଧାନ ପାଇଁ ସରକାର, ସମାଜ ଓ ବ୍ୟକ୍ତିଗତ ସ୍ତରରେ ଦୃଢ଼ ପ୍ରତିବଦ୍ଧତା ଆବଶ୍ୟକ। ନୀତିଗତ ସଂସ୍କାର, ପ୍ରଯୁକ୍ତିଗତ ନବୋନ୍ମେଷ ଓ ସାମୁଦାୟିକ ସହଯୋଗ ମାଧ୍ୟମରେ ଜଳ ସମ୍ପଦର ଠିକ ବ୍ୟବହାର ଓ ସୁରକ୍ଷା ସମ୍ଭବ। ଏକ ସମୃଦ୍ଧ ଓ ସୁସ୍ଥ ଭାରତ ଗଠନ ପାଇ ଁଜଳ ସଙ୍କଟର ନିରାକରଣ ଅତ୍ୟନ୍ତ ଜରୁରୀ। ସମୟୋଚିତ ଓ ସମନ୍ବିତ ପ୍ରୟାସ ଦ୍ୱାରା ଆମେ ଆଗାମୀ ପିଢ଼ି ପାଇଁ ଜଳ-ସୁରକ୍ଷିତ ଭବିଷ୍ୟତ ନିଶ୍ଚିତ କରିପାରିବା।

ବରେଣ୍ୟ ଦାସ
କୋଲକାତା
ମୋ: ୮୩୩୫୯୪୯୪୭୭


Enter your email to get our daily news in your inbox.

All Right Reserved By Dharitri.Com

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?