Posted inଜାତୀୟ

ବୁଝାମଣାରେ ସମାଧାନ ସମ୍ଭବ

ନୂଆଦିଲ୍ଲୀ, ୧୭ା୧୨(ପି.ଟି.): ନୂଆଦିଲ୍ଲୀ, ୧୭।୧୨(ପି.ଟି.):କେନ୍ଦ୍ରର ୩ କୃଷି ଆଇନ ହଟାଇବା ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ୨୧ ଦିନ ବିତିଛି। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ଥିବାରୁ ଅଚଳାବସ୍ଥା ଦୂର ହୋଇପାରୁ ନାହିଁ। ଇତିମଧ୍ୟରେ ଆନ୍ଦୋଳନରତ ୨୦ ଜଣ ଚାଷୀଙ୍କ ଜୀବନ ଯାଇଥିବାରୁ ସରକାରଙ୍କୁ ତୁରନ୍ତ ଏହି ବିବାଦୀୟ ଆଇନ ପ୍ରତ୍ୟାହାର କରିବାକୁ ପଡ଼ିବ ବୋଲି କୃଷକ ସଙ୍ଗଠନଗୁଡ଼ିକ ରଣହୁଙ୍କାର ଦେଇଛନ୍ତି। ସେପଟେ ସରକାର ଆଇନକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଥିବାବେଳେ ସୁପ୍ରିମକୋର୍ଟ ବୁଝାମଣା ଜରିଆରେ ଅଚଳାବସ୍ଥା ଦୂର କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ କମିଟି ଗଠନ କରି ନୁହେଁ, ବରଂ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କଲେ ଯାଇ ସମାଧାନ ସମ୍ଭବ ବୋଲି କୃଷକ ସଙ୍ଗଠନଗୁଡ଼ିକ ଅଦାଲତଙ୍କ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।
ଚାଷୀ ଆନ୍ଦୋଳନକୁ ନେଇ ଅଚଳାବସ୍ଥା ଲାଗିରହିଥିବାବେଳେ ଏହା ଖୁବ୍‌ଶୀଘ୍ର ଜାତୀୟ ପ୍ରସଙ୍ଗରେ ପରିଣତ ହେବାକୁ ଯାଉଛି। ବୁଝାମଣା ମାଧ୍ୟମରେ ଏହାର ଜରୁରୀ ସମାଧାନ ହୋଇପାରିବ ବୋଲି ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି। ଏଥିପାଇଁ ସାରା ଦେଶରୁ କୃଷକ ସଂଗଠନ, ସରକାରୀ ପ୍ରତିନିଧି ଓ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ବୁଧବାର ପ୍ରସ୍ତାବ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଧାର୍ଯ୍ୟ ହୋଇଛି।
ନୂତନ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ଦିଲ୍ଲୀ ସୀମାବର୍ତ୍ତୀ ବିଭିନ୍ନ ରାସ୍ତାକୁ ଦୀର୍ଘଦିନ ହେଲା ଅବରୋଧ କରି ଆନ୍ଦୋଳନ ଚଳାଇଥିବାରୁ ଅନ୍ୟମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆନ୍ଦୋଳନରେ ହଜାର ହଜାର ଚାଷୀ ଏକାଠି ହେଉଥିବାରୁ କୋଭିଡ୍‌ ମହାମାରୀ ବ୍ୟାପିବାରେ ଏହା ସହାୟକ ହେଉଛି। ତେଣୁ ସେମାନଙ୍କୁ ତୁରନ୍ତ ହଟାଇବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଲାଗି ସର୍ବୋଚ୍ଚ ଅଦାଲତରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ବୁଧବାର ସୁପ୍ରିମକୋର୍ଟ ଉକ୍ତ ପିଟିଶନଗୁଡ଼ିକର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନଙ୍କ ଖଣ୍ଡପୀଠ କେନ୍ଦ୍ର ସମେତ ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ସରକାରଙ୍କଠାରୁ ଜବାବ ଚାହିଁଛନ୍ତି। ଶୀତକାଳୀନ ଅବକାଶ ଆରମ୍ଭ ହେବାକୁ ଥିବାରୁ ଗୁରୁବାର ସୁଦ୍ଧା ଜବାବ ଦାଖଲ କରିବାକୁ ସେମାନଙ୍କୁ କୁହାଯାଇଛି।
ଶାହିନ୍‌ବାଗ ରାୟର ଉଦାହରଣ ଦେଇ ରାସ୍ତା ଅବରୋଧକୁ ବେଆଇନ ଘୋଷଣା କରିବାକୁ ଜଣେ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ। ୩ ସପ୍ତାହ ହେଲା ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି। କୃଷକ ନେତାମାନଙ୍କ ସହ ସରକାରଙ୍କର ୫ ପର୍ଯ୍ୟାୟ ଆଲୋଚନା ବିଫଳ ହେଲାଣି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ଚାଷୀନେତାମାନଙ୍କ ସହ ବୈଠକ କରିଥିଲେ। ତେବେ ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ଅଡ଼ିବସିଛନ୍ତି। କୃଷକ ନେତାମାନଙ୍କ ସହ କେନ୍ଦ୍ରର ବୁଝାମଣା କାମ କରୁନାହିଁ । ଅଚଳାବସ୍ଥା ଦୂର ଲାଗି କୃଷକ ଓ ସରକାରୀ ପ୍ରତିନିଧିମାନଙ୍କୁ ନେଇ ଏକ କମିଟି ଗଠନ ଲାଗି ଖଣ୍ଡପୀଠ ପରାମର୍ଶ ଦେଇଥିଲେ।
ବୁଝାମଣା ପାଇଁ ସରକାର ପ୍ରସ୍ତୁତ ଥିବା କୋର୍ଟଙ୍କୁ ଜଣାଇଥିଲେ। ଚାଷୀମାନେ କୌଣସି କଥା ଶୁଣିବାକୁ ରାଜି ନୁହନ୍ତି। ଆନ୍ଦୋଳନରୁ ଅନ୍ୟମାନେ ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି ଓ କୃଷକ ଆନ୍ଦୋଳନକୁ ଉସୁକାଉଛନ୍ତି ବୋଲି ସରକାର ଅଦାଲତଙ୍କୁ ଜଣାଇଥିଲେ। କୃଷକଙ୍କ ବିରୋଧରେ କିଛି କରାଯିବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ଚାଷୀମାନେ ପ୍ରଭାବିତ ହୋଇସାରିଥିବାବେଳେ ଏପରି କହିବାର ଅର୍ଥ କ’ଣ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ। କୃଷକ ସଂଗଠନଗୁଡ଼ିକୁ କ’ଣ ପାଇଁ ପକ୍ଷ କରାଯାଉନାହିଁ। ସେମାନଙ୍କୁ ନ ଶୁଣି ଆମେ କିପରି ରାୟ ଦେବୁ ବୋଲି ଜଷ୍ଟିସ୍‌ ବୋବ୍‌ଡେ କହିବା ସହ ଆବେଦନକାରୀଙ୍କୁ କୃଷକ ସଂଗଠନଗୁଡ଼ିକର ନାଁ ଦେବା ପାଇଁ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ

କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସଂଘର୍ଷ ଓ ଦୁର୍ଦ୍ଦଶାରେ ମର୍ମାହତ ହୋଇ ଜଣେ ଶିଖ୍‌ ପୂଜକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତକ ହରିୟାଣାର ଜଣେ ଧର୍ମପ୍ରଚାରକ ବାବା ରାମ ସିଂ(୬୫) ବୋଲି ଜଣାପଡିଛି। କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ସମାଧାନ କରୁ ନ ଥିବା ଏବଂ ସେମାନଙ୍କ ପ୍ରତି ଅନ୍ୟାୟ କରୁଥିବାରୁ ଏହାର ପ୍ରତିବାଦ ସ୍ବରୂପ ସେ ଆତ୍ମହତ୍ୟା କରିଥିବା ଏକ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ତାଙ୍କ ନିକଟରୁ ଜବତ ଏହି ନୋଟ୍‌ରେ ଆହୁରି ଲେଖା ଯାଇଛି, ନିଜ ଅଧିକାର ପାଇଁ ଚାଷୀମାନେ ଏଭଳି ଲଢ଼ୁଥିବାବେଳେ ସରକାର କିଛି କରୁ ନ ଥିବା ତାଙ୍କୁ ଦୁଃଖ ଦେଇଛି। ତାଙ୍କ ଆତ୍ମହତ୍ୟା ସରକାରଙ୍କ ଦମନ ନୀତି ବିରୋଧରେ ସ୍ବର ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?