Posted inଜାତୀୟ

ବୁଝାମଣାରେ ସମାଧାନ ସମ୍ଭବ

ନୂଆଦିଲ୍ଲୀ, ୧୭ା୧୨(ପି.ଟି.): ନୂଆଦିଲ୍ଲୀ, ୧୭।୧୨(ପି.ଟି.):କେନ୍ଦ୍ରର ୩ କୃଷି ଆଇନ ହଟାଇବା ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ୨୧ ଦିନ ବିତିଛି। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ଥିବାରୁ ଅଚଳାବସ୍ଥା ଦୂର ହୋଇପାରୁ ନାହିଁ। ଇତିମଧ୍ୟରେ ଆନ୍ଦୋଳନରତ ୨୦ ଜଣ ଚାଷୀଙ୍କ ଜୀବନ ଯାଇଥିବାରୁ ସରକାରଙ୍କୁ ତୁରନ୍ତ ଏହି ବିବାଦୀୟ ଆଇନ ପ୍ରତ୍ୟାହାର କରିବାକୁ ପଡ଼ିବ ବୋଲି କୃଷକ ସଙ୍ଗଠନଗୁଡ଼ିକ ରଣହୁଙ୍କାର ଦେଇଛନ୍ତି। ସେପଟେ ସରକାର ଆଇନକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଥିବାବେଳେ ସୁପ୍ରିମକୋର୍ଟ ବୁଝାମଣା ଜରିଆରେ ଅଚଳାବସ୍ଥା ଦୂର କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ କମିଟି ଗଠନ କରି ନୁହେଁ, ବରଂ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କଲେ ଯାଇ ସମାଧାନ ସମ୍ଭବ ବୋଲି କୃଷକ ସଙ୍ଗଠନଗୁଡ଼ିକ ଅଦାଲତଙ୍କ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।
ଚାଷୀ ଆନ୍ଦୋଳନକୁ ନେଇ ଅଚଳାବସ୍ଥା ଲାଗିରହିଥିବାବେଳେ ଏହା ଖୁବ୍‌ଶୀଘ୍ର ଜାତୀୟ ପ୍ରସଙ୍ଗରେ ପରିଣତ ହେବାକୁ ଯାଉଛି। ବୁଝାମଣା ମାଧ୍ୟମରେ ଏହାର ଜରୁରୀ ସମାଧାନ ହୋଇପାରିବ ବୋଲି ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି। ଏଥିପାଇଁ ସାରା ଦେଶରୁ କୃଷକ ସଂଗଠନ, ସରକାରୀ ପ୍ରତିନିଧି ଓ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ବୁଧବାର ପ୍ରସ୍ତାବ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଧାର୍ଯ୍ୟ ହୋଇଛି।
ନୂତନ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ଦିଲ୍ଲୀ ସୀମାବର୍ତ୍ତୀ ବିଭିନ୍ନ ରାସ୍ତାକୁ ଦୀର୍ଘଦିନ ହେଲା ଅବରୋଧ କରି ଆନ୍ଦୋଳନ ଚଳାଇଥିବାରୁ ଅନ୍ୟମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆନ୍ଦୋଳନରେ ହଜାର ହଜାର ଚାଷୀ ଏକାଠି ହେଉଥିବାରୁ କୋଭିଡ୍‌ ମହାମାରୀ ବ୍ୟାପିବାରେ ଏହା ସହାୟକ ହେଉଛି। ତେଣୁ ସେମାନଙ୍କୁ ତୁରନ୍ତ ହଟାଇବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଲାଗି ସର୍ବୋଚ୍ଚ ଅଦାଲତରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ବୁଧବାର ସୁପ୍ରିମକୋର୍ଟ ଉକ୍ତ ପିଟିଶନଗୁଡ଼ିକର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନଙ୍କ ଖଣ୍ଡପୀଠ କେନ୍ଦ୍ର ସମେତ ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ସରକାରଙ୍କଠାରୁ ଜବାବ ଚାହିଁଛନ୍ତି। ଶୀତକାଳୀନ ଅବକାଶ ଆରମ୍ଭ ହେବାକୁ ଥିବାରୁ ଗୁରୁବାର ସୁଦ୍ଧା ଜବାବ ଦାଖଲ କରିବାକୁ ସେମାନଙ୍କୁ କୁହାଯାଇଛି।
ଶାହିନ୍‌ବାଗ ରାୟର ଉଦାହରଣ ଦେଇ ରାସ୍ତା ଅବରୋଧକୁ ବେଆଇନ ଘୋଷଣା କରିବାକୁ ଜଣେ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ। ୩ ସପ୍ତାହ ହେଲା ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି। କୃଷକ ନେତାମାନଙ୍କ ସହ ସରକାରଙ୍କର ୫ ପର୍ଯ୍ୟାୟ ଆଲୋଚନା ବିଫଳ ହେଲାଣି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ଚାଷୀନେତାମାନଙ୍କ ସହ ବୈଠକ କରିଥିଲେ। ତେବେ ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ଅଡ଼ିବସିଛନ୍ତି। କୃଷକ ନେତାମାନଙ୍କ ସହ କେନ୍ଦ୍ରର ବୁଝାମଣା କାମ କରୁନାହିଁ । ଅଚଳାବସ୍ଥା ଦୂର ଲାଗି କୃଷକ ଓ ସରକାରୀ ପ୍ରତିନିଧିମାନଙ୍କୁ ନେଇ ଏକ କମିଟି ଗଠନ ଲାଗି ଖଣ୍ଡପୀଠ ପରାମର୍ଶ ଦେଇଥିଲେ।
ବୁଝାମଣା ପାଇଁ ସରକାର ପ୍ରସ୍ତୁତ ଥିବା କୋର୍ଟଙ୍କୁ ଜଣାଇଥିଲେ। ଚାଷୀମାନେ କୌଣସି କଥା ଶୁଣିବାକୁ ରାଜି ନୁହନ୍ତି। ଆନ୍ଦୋଳନରୁ ଅନ୍ୟମାନେ ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି ଓ କୃଷକ ଆନ୍ଦୋଳନକୁ ଉସୁକାଉଛନ୍ତି ବୋଲି ସରକାର ଅଦାଲତଙ୍କୁ ଜଣାଇଥିଲେ। କୃଷକଙ୍କ ବିରୋଧରେ କିଛି କରାଯିବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ଚାଷୀମାନେ ପ୍ରଭାବିତ ହୋଇସାରିଥିବାବେଳେ ଏପରି କହିବାର ଅର୍ଥ କ’ଣ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ। କୃଷକ ସଂଗଠନଗୁଡ଼ିକୁ କ’ଣ ପାଇଁ ପକ୍ଷ କରାଯାଉନାହିଁ। ସେମାନଙ୍କୁ ନ ଶୁଣି ଆମେ କିପରି ରାୟ ଦେବୁ ବୋଲି ଜଷ୍ଟିସ୍‌ ବୋବ୍‌ଡେ କହିବା ସହ ଆବେଦନକାରୀଙ୍କୁ କୃଷକ ସଂଗଠନଗୁଡ଼ିକର ନାଁ ଦେବା ପାଇଁ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ

କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସଂଘର୍ଷ ଓ ଦୁର୍ଦ୍ଦଶାରେ ମର୍ମାହତ ହୋଇ ଜଣେ ଶିଖ୍‌ ପୂଜକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତକ ହରିୟାଣାର ଜଣେ ଧର୍ମପ୍ରଚାରକ ବାବା ରାମ ସିଂ(୬୫) ବୋଲି ଜଣାପଡିଛି। କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ସମାଧାନ କରୁ ନ ଥିବା ଏବଂ ସେମାନଙ୍କ ପ୍ରତି ଅନ୍ୟାୟ କରୁଥିବାରୁ ଏହାର ପ୍ରତିବାଦ ସ୍ବରୂପ ସେ ଆତ୍ମହତ୍ୟା କରିଥିବା ଏକ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ତାଙ୍କ ନିକଟରୁ ଜବତ ଏହି ନୋଟ୍‌ରେ ଆହୁରି ଲେଖା ଯାଇଛି, ନିଜ ଅଧିକାର ପାଇଁ ଚାଷୀମାନେ ଏଭଳି ଲଢ଼ୁଥିବାବେଳେ ସରକାର କିଛି କରୁ ନ ଥିବା ତାଙ୍କୁ ଦୁଃଖ ଦେଇଛି। ତାଙ୍କ ଆତ୍ମହତ୍ୟା ସରକାରଙ୍କ ଦମନ ନୀତି ବିରୋଧରେ ସ୍ବର ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri