ଗାଇବନ୍ଧା ଗାଁକୁ ନାହିଁ ରାସ୍ତା କି ପିଇବା ପାଇଁ ପାଣି ନାହିଁ; ସୋଲାର ପାଣି ଟାଙ୍କି ୨ ବର୍ଷ ହେବ ଅଚଳ

କୋକସରା, ୩୦।୧୧ (ଡି.ଏନ.ଏ.)  କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧୀନ ଆଦିବାସୀ ବହୁଳ ଗାଁ ହେଉଛି ଗାଇବନ୍ଧା । ଏଠାରେ ୩୦ରୁ ଊଦ୍ଧ୍ୱର୍ର୍ ସାନ୍ତା ପରିବାରର ପାଖାପାଖି ୧ ଶହ ୫୦ରୁ ଊଦ୍ଧ୍ୱର୍ର୍ ଲୋକେ ବାସ କରନ୍ତି । ଗାଁରେ ଆଜି ବି ସରକାରଙ୍କ ଅନେକ ଯୋଜନା ପହଞ୍ଚତ୍ ପାରିନାହିଁ । ଗ୍ରାମବାସୀଙ୍କ ପାଇଁ ସବୁଦିନିଆ ଭଲ ରାସ୍ତା ନ ଥିବା ବେଳେ କି ଖାରା କି ବର୍ଷା, ବର୍ଷ ତମାମ୍‌ ଯାତାୟାତରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଓ ନେତାମାନଙ୍କୁ ବହୁବାର ଜଣାଇଥିଲେ ବି କୌଣସି ସୁଫଳ ମିଳି ନାହିଁ । ବର୍ଷ ତମାମ ଗାଁ ଲୋକେ ନିଜ ଉଦ୍ୟମରେ ଅଳ୍ପ ଅଳ୍ପ କିଛି ରାସ୍ତା ତିଆରି କରି ରାସ୍ତା ଅବସ୍ଥା ସୁଧାରିବାକୁ ଚେଷ୍ଟା ଜାରି ରଖିଥିବା କହିଛନ୍ତି । ରାସ୍ତା ଭଲ ନ ଥିବା ଯୋଗୁ ରୋଗୀଙ୍କୁ ଖଟିଆରେ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ବୋହି ନେଲେ ଆମ୍ବୁଲାନ୍ସ ମିଳିଥାଏ ବୋଲି ପ୍ରକାଶ କରିଛନ୍ତି। ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ଗାଁରେ ଲାଗିଥିବା ସୋଲାର ପାଣି ଟାଙ୍କି ୨ ବର୍ଷ ହେବ ଅଚଳ ହୋଇପଡିଛି । ଫଳରେ ଲୋକେ ପାନୀୟ ଜଳ ପାଇଁ ଅନେକ ଅସୁବିଧା ସମ୍ମୁଖିନ ହେଉଥିବା ବେଳେ ସ୍କୁଲରେ ଥିବା ନଳକୂପରେ ନିର୍ଭର କରୁଛନ୍ତି । ଗ୍ରାମର ଭିବିଷଣ ମାଝି, ବଳିଆ ମାଝି, ଚୈତନ୍ୟ ମାଝି, କାମେଶ୍ୱର ମାଝି, ବୈଷ୍ଣବ ମାଝି, ସତ୍ୟ ମାଝୀି, ଟଙ୍କଧର ମାଝି, ମାଲକି ମାଝି, ଗଗରୀ ମାଝି, କେତନ ମାଝି, ମନୋଜ ମାଝି, ସୁକଦେବ ମାଝି ପ୍ରମୁଖ ଗ୍ରାମବାସୀ ଏହାର ସାମାଧାନ ପାଇଁ ଦାବି କରିିଛନ୍ତି । ଏ ନେଇ କୋକସରା ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ସାମିଲ କରାଯାଇ ରାସ୍ତା ତିଆରି କରାଯିବ ଓ ଅଚଳ ସୋଲାର ପାଣି ଟାଙ୍କି ଅଳ୍ପ ଦିନ ମଧ୍ୟରେ ମରାମତି କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri