ଗାଇବନ୍ଧା ଗାଁକୁ ନାହିଁ ରାସ୍ତା କି ପିଇବା ପାଇଁ ପାଣି ନାହିଁ; ସୋଲାର ପାଣି ଟାଙ୍କି ୨ ବର୍ଷ ହେବ ଅଚଳ

କୋକସରା, ୩୦।୧୧ (ଡି.ଏନ.ଏ.)  କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧୀନ ଆଦିବାସୀ ବହୁଳ ଗାଁ ହେଉଛି ଗାଇବନ୍ଧା । ଏଠାରେ ୩୦ରୁ ଊଦ୍ଧ୍ୱର୍ର୍ ସାନ୍ତା ପରିବାରର ପାଖାପାଖି ୧ ଶହ ୫୦ରୁ ଊଦ୍ଧ୍ୱର୍ର୍ ଲୋକେ ବାସ କରନ୍ତି । ଗାଁରେ ଆଜି ବି ସରକାରଙ୍କ ଅନେକ ଯୋଜନା ପହଞ୍ଚତ୍ ପାରିନାହିଁ । ଗ୍ରାମବାସୀଙ୍କ ପାଇଁ ସବୁଦିନିଆ ଭଲ ରାସ୍ତା ନ ଥିବା ବେଳେ କି ଖାରା କି ବର୍ଷା, ବର୍ଷ ତମାମ୍‌ ଯାତାୟାତରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଓ ନେତାମାନଙ୍କୁ ବହୁବାର ଜଣାଇଥିଲେ ବି କୌଣସି ସୁଫଳ ମିଳି ନାହିଁ । ବର୍ଷ ତମାମ ଗାଁ ଲୋକେ ନିଜ ଉଦ୍ୟମରେ ଅଳ୍ପ ଅଳ୍ପ କିଛି ରାସ୍ତା ତିଆରି କରି ରାସ୍ତା ଅବସ୍ଥା ସୁଧାରିବାକୁ ଚେଷ୍ଟା ଜାରି ରଖିଥିବା କହିଛନ୍ତି । ରାସ୍ତା ଭଲ ନ ଥିବା ଯୋଗୁ ରୋଗୀଙ୍କୁ ଖଟିଆରେ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ବୋହି ନେଲେ ଆମ୍ବୁଲାନ୍ସ ମିଳିଥାଏ ବୋଲି ପ୍ରକାଶ କରିଛନ୍ତି। ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ଗାଁରେ ଲାଗିଥିବା ସୋଲାର ପାଣି ଟାଙ୍କି ୨ ବର୍ଷ ହେବ ଅଚଳ ହୋଇପଡିଛି । ଫଳରେ ଲୋକେ ପାନୀୟ ଜଳ ପାଇଁ ଅନେକ ଅସୁବିଧା ସମ୍ମୁଖିନ ହେଉଥିବା ବେଳେ ସ୍କୁଲରେ ଥିବା ନଳକୂପରେ ନିର୍ଭର କରୁଛନ୍ତି । ଗ୍ରାମର ଭିବିଷଣ ମାଝି, ବଳିଆ ମାଝି, ଚୈତନ୍ୟ ମାଝି, କାମେଶ୍ୱର ମାଝି, ବୈଷ୍ଣବ ମାଝି, ସତ୍ୟ ମାଝୀି, ଟଙ୍କଧର ମାଝି, ମାଲକି ମାଝି, ଗଗରୀ ମାଝି, କେତନ ମାଝି, ମନୋଜ ମାଝି, ସୁକଦେବ ମାଝି ପ୍ରମୁଖ ଗ୍ରାମବାସୀ ଏହାର ସାମାଧାନ ପାଇଁ ଦାବି କରିିଛନ୍ତି । ଏ ନେଇ କୋକସରା ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ସାମିଲ କରାଯାଇ ରାସ୍ତା ତିଆରି କରାଯିବ ଓ ଅଚଳ ସୋଲାର ପାଣି ଟାଙ୍କି ଅଳ୍ପ ଦିନ ମଧ୍ୟରେ ମରାମତି କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପୁରୀରେ ଆଜି ଅତି ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୨୬ା୭(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଶନିବାର ସକାଳ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

୩ ବର୍ଷ ପାଇଁ ଏଚ୍‌-୧ବି ଭିଜା ବନ୍ଦ ଲାଗି ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ୱାଶିଂଟନ,୨୬ା୭: ଆମେରିକା ସିନେଟ୍‌ରେ ଏକ ନୂଆ ବିଧେୟକ ଆସିଛି। ଏହି ବିଲ୍‌ ଅନୁଯାୟୀ ଆଗାମୀ ୩ବର୍ଷ ପାଇଁ ନୂତନ ଏଚ୍‌-୧ବି ଭିଜା ସେବା ବନ୍ଦ ରଖିବାକୁ ଏବଂ…

ସିଏମ୍‌ଓରୁ ଫାଇଲ ଚୋରି ଘଟଣା: ବିଦେଶରେ ଥିବାରୁ ଥାନାରେ ହାଜର ହେଲେନି ପାଣ୍ଡିଆନ

ଭୁବନେଶ୍ୱର,୨୬ା୭(ତ୍ରିନାଥ ମହାନ୍ତି): ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର କମିଶନ ଫାଇଲ୍‌ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଯିବା ଘଟଣାରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବୟାନ, ରାଜ୍ୟ ରାଜନୀତିରେ ଚହଳ!

ଭୁବନେଶ୍ୱର,୨୬।୭ (ସୁନିତ୍‌ ମିଶ୍ର) ଏନ୍‌ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ…

ଦୁଇ ଦିନ ପୂର୍ବରୁ ହିଁ ନିଶ୍ଚିତ ହୋଇ ସାରିଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା! ଜାଣନ୍ତୁ କିଭଳି ଲେଖାଯାଇଥିଲା…

ନୂଆଦିଲ୍ଲୀ,୨୫।୭: NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାରଙ୍କ ସହ ଆଲୋଚନା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ‘କକ୍ରୋଚ୍ ଜନତା ପାର୍ଟି’ (CJP)…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri