”ସୌର ଝଡ଼ ସାଧାରଣତଃ ସୌର କଳଙ୍କ ସହ ସଂଶ୍ଳିଷ୍ଟ ଥାଏ। ସୌର କଳଙ୍କ ହେଉଛି ସୂର୍ଯ୍ୟପୃଷ୍ଠର କଳା ଅଂଶ ଏବଂ ଏଥିରେ ଦ୍ରୁତ ଚୁମ୍ବକୀୟ କ୍ଷେତ୍ର ଥାଏ। ଗୋଟିଏ ସାଧାରଣ ଆକାରର ସୌର କଳଙ୍କ ପୃଥିବୀ ଭଳି ବଡ଼ ହୋଇପାରେ। ଯେତେବେଳେ ସୂର୍ଯ୍ୟପୃଷ୍ଠ ଦେଇ ଦ୍ରୁତ ଚୁମ୍ବକୀୟ କ୍ଷେତ୍ର ନିର୍ଗତ ହୋଇଥାଏ, ପୃଷ୍ଠର ସେହି ଅଞ୍ଚଳ ସାମାନ୍ୟ ଥଣ୍ଡା ହୋଇଥାଏ। ସୌରପୃଷ୍ଠକୁ ‘କୋରୋନା’ କୁହାଯାଏ ଏବଂ ଏହାର ତାପମାତ୍ରା ହେଉଛି ଛଅ ହଜାର ଡିଗ୍ରୀ ସେଲ୍‌ସିୟସ। ସୌର କଳଙ୍କର ତାପମାତ୍ରା ହେଉଛି ୪୨୦୦ ଡିଗ୍ରୀ ସେଲ୍‌ସିୟସ। ଏଣୁ ସୌର କଳଙ୍କ କଳା ଦେଖାଯାଏ।“

ସୂର୍ଯ୍ୟ ହେଉଛି ସୌରଜଗତର ମୁଖ୍ୟ। ଏହାକୁ କେନ୍ଦ୍ର କରି ସୌରଜଗତର ସମସ୍ତ ଗ୍ରହ ପରିକ୍ରମଣ କରିଥାଆନ୍ତି। ପୃଥିବୀଠାରୁ ଏହାର ଦୂରତା ହେଉଛି ପ୍ରାୟ ୧୫ କୋଟି କିମି। ଏହାର ତିନି-ଚତୁର୍ଥାଂଶ ଉଦ୍‌ଜାନ ହୋଇଥିବା ବେଳେ ଏକ-ଚତୁର୍ଥାଂଶ ହିଲିୟମ। ସୂର୍ଯ୍ୟ ଯୋଗୁ ପୃଥିବୀରେ ଜୀବଜଗତ ସୃଷ୍ଟି ହୋଇ ତିଷ୍ଠି ରହିଛି। ଏହା ଆମକୁ ଆଲୋକ ଓ ତାପ ପ୍ରଦାନ କରିଥାଏ। ସୌରଶକ୍ତି ସାହାଯ୍ୟରେ ଉଦ୍ଭିଦଜଗତ ଖାଦ୍ୟ ପ୍ରସ୍ତୁତ କରନ୍ତି। ସୂର୍ଯ୍ୟ ଯୋଗୁ ଜଳଚକ୍ର ମାଧ୍ୟମରେ ପୃଥିବୀରେ ବୃଷ୍ଟିପାତ ହୋଇଥାଏ। ମୋଟ ଉପରେ କହିଲେ, ସୂର୍ଯ୍ୟ ହେଉଛି ସକଳ ଶକ୍ତିର ଆଧାର। କିନ୍ତୁ ବେଳେବେଳେ ପୃଥିବୀରେ ସୂର୍ଯ୍ୟର କୁପ୍ରଭାବ ପଡ଼ିଥାଏ।
ସୂର୍ଯ୍ୟ ହେଉଛି ଗୋଟିଏ ବୃହତ୍‌ ତାପୀୟ-ଆଣବିକ ରିଆକ୍ଟର। ସେଠାରେ ଉଦ୍‌ଜାନ ପରମାଣୁର ତାପୀୟ ସଂଯୋଜନ ହୋଇ ହିଲିୟମ୍‌ ପରମାଣୁ ସୃଷ୍ଟି ହୁଏ ଏବଂ ଏହି ପ୍ରକ୍ରିୟାରେ ପ୍ରଚୁର ଶକ୍ତି ଉତ୍ପନ୍ନ ହୁଏ। ଏହାର ଆଭ୍ୟନ୍ତରୀଣ ତାପମାତ୍ରା ହେଉଛି ପ୍ରାୟ ୧୦ ଲକ୍ଷ ଡିଗ୍ରୀ ସେଲ୍‌ସିୟସ। ଏହାର ଅଭ୍ୟନ୍ତର ମୁଖ୍ୟତଃ ଅତି ଉତ୍ତପ୍ତ ପ୍ଲାଜ୍‌ମା ଗ୍ୟାସ୍‌କୁ ନେଇ ଗଠିତ। ପ୍ଲାଜ୍‌ମାକୁ ପଦାର୍ଥର ଚତୁର୍ଥ ଅବସ୍ଥା କୁହାଯାଏ। ବେଳେବେଳେ ସୂର୍ଯ୍ୟପୃଷ୍ଠରେ କିଛି ଗଣ୍ଡଗୋଳିଆ ଅବସ୍ଥା ସୃଷ୍ଟି ହୋଇ ଏଥିରୁ ପ୍ରଚୁର ପରିମାଣର ଚୁମ୍ବକୀୟ ଶକ୍ତି ବାହାରି ଏହାର ବାହ୍ୟସ୍ତର ଦେଇ ସମସ୍ତ ସୌରଜଗତକୁ ବ୍ୟାପିଥାଏ। ଏହି ଅକସ୍ମାତ୍‌ ଶକ୍ତି ବିସ୍ଫୋରଣକୁ ‘ସୌରଶିଖା’ କୁହାଯାଏ। ଏହା ସହିତ ପ୍ରାୟ ପ୍ରତ୍ୟେକ ସମୟରେ କୋରୋନାରୁ କିଛି ବସ୍ତୁ ମଧ୍ୟ ବାହାରି ଯାଇଥାଏ। ଏହାକୁ ‘କୋରୋନା ବସ୍ତୁ’ ନିଷ୍କାସନ କୁହାଯାଏ। ଏହି ବସ୍ତୁଗୁଡ଼ିକ ବାସ୍ତବରେ ହେଉଛି ଆୟନୀୟ କଣିକା ପ୍ରୋଟନ। ସୂର୍ଯ୍ୟପୃଷ୍ଠରୁ ତୀବ୍ର ବେଗରେ ନିର୍ଗତ ହେଉଥିବା ଏହି ଶକ୍ତି ଓ କଣିକାକୁ ‘ସୌର ଝଡ଼’ କୁହାଯାଏ। ଏହା କେତେ ମିନିଟରୁ ଆରମ୍ଭ କରି କେତେ ଘଣ୍ଟା ପର୍ଯ୍ୟନ୍ତ ଘଟିଥାଏ। ଏଥିରେ ବିଲିୟନ ଟନ୍‌ର ବସ୍ତୁତ୍ୱ ଥାଇପାରେ ଏବଂ ଏହା ଘଣ୍ଟା ପ୍ରତି ୮ ଲକ୍ଷରୁ ୫୦ ଲକ୍ଷ ବେଗରେ ଗତି କରିଥାଏ।
ସୌର ଝଡ଼ ସାଧାରଣତଃ ସୌର କଳଙ୍କ ସହ ସଂଶ୍ଳିଷ୍ଟ ଥାଏ। ସୌର କଳଙ୍କ ହେଉଛି ସୂର୍ଯ୍ୟପୃଷ୍ଠର କଳା ଅଂଶ ଏବଂ ଏଥିରେ ଦ୍ରୁତ ଚୁମ୍ବକୀୟ କ୍ଷେତ୍ର ଥାଏ। ଗୋଟିଏ ସାଧାରଣ ଆକାରର ସୌର କଳଙ୍କ ପୃଥିବୀ ଭଳି ବଡ଼ ହୋଇପାରେ। ଯେତେବେଳେ ସୂର୍ଯ୍ୟପୃଷ୍ଠ ଦେଇ ଦ୍ରୁତ ଚୁମ୍ବକୀୟ କ୍ଷେତ୍ର ନିର୍ଗତ ହୋଇଥାଏ, ପୃଷ୍ଠର ସେହି ଅଞ୍ଚଳ ସାମାନ୍ୟ ଥଣ୍ଡା ହୋଇଥାଏ। ସୌରପୃଷ୍ଠକୁ ‘କୋରୋନା’ କୁହାଯାଏ ଏବଂ ଏହାର ତାପମାତ୍ରା ହେଉଛି ୬ ହଜାର ଡିଗ୍ରୀ ସେଲ୍‌ସିୟସ। ସୌର କଳଙ୍କର ତାପମାତ୍ରା ହେଉଛି ୪୨୦୦ ଡିଗ୍ରୀ ସେଲ୍‌ସିୟସ। ଏଣୁ ସୌର କଳଙ୍କ କଳା ଦେଖାଯାଏ। ସୌର କଳଙ୍କଗୁଡ଼ିକ ଗୋଟିଏ ଜାଗାରେ ସ୍ଥିର ନ ଥାଏ। ପୃଥିବୀରୁ ଦେଖିଲେ ୨୭ ଦିନରେ ଏଗୁଡ଼ିକର ସମ୍ପୂର୍ଣ୍ଣ ଘୂର୍ଣ୍ଣନ ହୋଇଥାଏ।
ସୂର୍ଯ୍ୟର ଏହି ପ୍ରକାର କାର୍ଯ୍ୟକଳାପ ୧୧ବର୍ଷିଆ ଚକ୍ରରେ ହେଉଥାଏ। ଅର୍ଥାତ୍‌ ସୌର କଳଙ୍କର ସଂଖ୍ୟା ନିମ୍ନତମରୁ ବଢ଼ି ବଢ଼ି ସର୍ବାଧିକ ପର୍ଯ୍ୟନ୍ତ ଯାଇଥାଏ ଏବଂ ଏହାପରେ ପୁନଶ୍ଚ ହ୍ରାସ ପାଇ ନିମ୍ନତମ ହୋଇଥାଏ। ଏହି ଚକ୍ର ସମ୍ପୂର୍ଣ୍ଣ କରିବା ପାଇଁ ହାରାହାରି ଏଗାର ବର୍ଷ ଲାଗିଥାଏ। ସୂର୍ଯ୍ୟ କାର୍ଯ୍ୟକଳାପର ପରିବର୍ତ୍ତନକୁ ଏହି ସୌରଚକ୍ର ସାହାଯ୍ୟରେ ଜାଣିହୁଏ। ବିଗତ ସର୍ବାଧିକ ସୌର କଳଙ୍କ ୨୦୧୩ ମସିହାରେ ଦେଖାଦେଇଥିଲା ଏବଂ ପରବର୍ତ୍ତୀ ସର୍ବାଧିକ ସୌର କଳଙ୍କ ୨୦୨୪ ଅର୍ଥାତ୍‌ ଚଳିତବର୍ଷ ଦେଖାଦେବ। ସର୍ବାଧିକ ସୌର କଳଙ୍କର ଅର୍ଥ ହେଉଛି ସୂର୍ଯ୍ୟର ସର୍ବାଧିକ କାର୍ଯ୍ୟକଳାପ ଏବଂ ଏହି ସମୟରେ ସୌର ଝଡ଼ର ପରିମାଣ ବହୁଗୁଣରେ ବଢ଼ିଯାଏ।
ସୌର ଝଡ଼ର ପ୍ରଭାବ
ସୌର ଝଡ଼ର ପ୍ରଭାବ ପୃଥିବୀ ଉପରେ ଅନେକ ଭାବରେ ପଡ଼ିଥାଏ। ଅବଶ୍ୟ ବଡ଼ ଧରଣର ସୌର ଝଡ଼ ଆମର ଅନେକ କ୍ଷତି କରିଥାଏ। ପୃଥିବୀ ଚାରିପଟେ ଗୋଟିଏ ଚୁମ୍ବକୀୟ ବଳୟ ଅଛି। ସୌର ଝଡ଼ ଏହି ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ଆଣିଥାଏ, ଯାହା ପୃଥିବୀର ସୁପରିବାହୀ ପୃଷ୍ଠରେ ବୈଦ୍ୟୁତିକ କ୍ଷେତ୍ର ପ୍ରେରଣ କରିଥାଏ। ଆମେ ଜାଣୁ ଯେ ପ୍ରତ୍ୟେକ ବିଦ୍ୟୁତ୍‌ ସଞ୍ଚାରଣ ତାର କିମ୍ବା ଉପକରଣ ଏହାର ନିଉଟ୍ରାଲ ପଏଣ୍ଟରେ ଭୂମି ସହିତ ସଂଯୋଗ କରିଥାଏ। ଏଣୁ ସୌର ଝଡ଼ ପ୍ରେରିତ ବିଦ୍ୟୁତ୍‌ କେନ୍ଦ୍ର ଏହା ମାଧ୍ୟମରେ ପ୍ରବେଶ କରି ବିଦ୍ୟୁତ୍‌ ଉପକରଣଗୁଡ଼ିକର କ୍ଷତି କରିଥାଏ। ଏହା ମଧ୍ୟ ବିଦ୍ୟୁତ୍‌ ଓ ଟେଲିଗ୍ରାଫ କେବୁଲର କ୍ଷତି ପହଞ୍ଚାଇଥାଏ।
ସୌର ଝଡ଼ ତେଲ ଓ ଗ୍ୟାସ୍‌ ପାଇପ୍‌ରେ କଳଙ୍କି ସୃଷ୍ଟି କରିଥାଏ। ଉଡ଼ାଜାହାଜ ପଠାଉଥିବା ଉଚ୍ଚ-ଆବୃତ୍ତିର ରେଡିଓ ବାର୍ତ୍ତା ଏହାଦ୍ୱାରା ପ୍ରଭାବିତ ହୋଇଥାଏ। ମହାକାଶରେ ଅବସ୍ଥାପିତ କୃତ୍ରିମ ଉପଗ୍ରହ ଓ ‘ଜିପିଏସ୍‌’ର ବୈଦ୍ୟୁତିକ ଓ ଇଲେକ୍‌ଟ୍ରୋନିକ୍‌ ଯନ୍ତ୍ରପାତି ଏହାଦ୍ୱାରା ପ୍ରଭାବିତ ହେବା ଯୋଗୁଁ ପୃଥିବୀ ସହିତ ଯୋଗାଯୋଗ ବ୍ୟାହତ ହୋଇପାରେ। କୃତ୍ରିମ ଉପଗ୍ରହରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଖଞ୍ଜା ଯାଇଥିବା ସୌର ଫଳକର କାର୍ଯ୍ୟରେ ଏହା ବାଧା ପହଞ୍ଚାଇଥାଏ। ମହାକାଶଚାରୀମାନେ ମଧ୍ୟ ଏହି ସମୟରେ ପ୍ରଭାବିତ ହୋଇପାରନ୍ତି। ଏହା ଯୋଗୁ ଉତ୍ତର ମେରୁ ଓ ଦକ୍ଷିଣ ମେରୁ ଅଞ୍ଚଳରେ ରଙ୍ଗିନ ଆଲୋକ ପ୍ରଭା ଦେଖାଯାଏ।
ସୌର ଝଡ଼ର ଚିହ୍ନଟ
ଭୂପୃଷ୍ଠ ଓ ମହାକାଶରେ ଅବସ୍ଥାପିତ ହୋଇଥିବା ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦୃଶ୍ୟମାନ ଆଲୋକ, ଅତି ବାଇଗଣୀ ରଶ୍ମି, ଗାମା ରଶ୍ମି ଓ ଏକ୍ସ ରଶ୍ମିକୁ ଚିହ୍ନଟ କରାଯାଏ। ଏଥିରେ ଥିବା ଟ୍ରାନ୍ସମିଟର ଓ ରିସିଭର ଦ୍ୱାରା ରେଡିଓ ତରଙ୍ଗ ମଧ୍ୟ ଚିହ୍ନଟ ହୁଏ ଏବଂ କଣିକା ଚିହ୍ନଟ ଯନ୍ତ୍ର ସାହାଯ୍ୟରେ ଆୟନ ଓ ଇଲେକ୍‌ଟ୍ରନକୁ ଗଣନା କରାଯାଏ। ମାଗ୍ନେଟୋମିଟର ଚୁମ୍ବକୀୟ କ୍ଷେତ୍ରକୁ ଠାବ କରେ। କ୍ୟାମେରା ଦ୍ୱାରା ପୃଥିବୀ ଉପରେ ସୁମେରୁ ଓ କୁମେରୁ ପ୍ରଭା ଦେଖିହୁଏ। ସୁମେରୁ ଓ କୁମେରୁ ପ୍ରଭା ସୂର୍ଯ୍ୟର ସର୍ବାଧିକ କାର୍ଯ୍ୟକଳାପ ସମୟରେ ଅଧିକ ଭାବେ ଦେଖାଦେଇଥାଏ। ପ୍ରଭାର ମୁଖ୍ୟ ରଙ୍ଗ ହେଉଛି ସବୁଜ। ଏହା ପୃଥିବୀରୁ ୮୦-୩୦୦ କିମି ଉଚ୍ଚରେ ଦେଖାଯାଏ।
ସୌର ଝଡ଼କୁ ଚିହ୍ନଟ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ମହାକାଶ ସଂଘ ମହାକାଶକୁ ମହାକାଶଯାନ ପଠାଇଛନ୍ତି। ଭାରତ ପୃଥିବୀଠାରୁ ୧୫ ଲକ୍ଷ କିିମି ଓ ସୂର୍ଯ୍ୟଠାରୁ ୧୪ କୋଟି ୮୫ ଲକ୍ଷ କିମି ଦୂରତାରେ ଥିବା ଏଲ-୧ ବିନ୍ଦୁରେ ଆଦିତ୍ୟ ଏଲ-୧ ଯାନକୁ ଅବସ୍ଥାପିତ କରିଛି। ଏଥିରେ ଥିବା ଯନ୍ତ୍ରପାତି ସୌର ଝଡ଼ରେ ନିର୍ଗତ ହେଉଥିବା ଆୟନଗୁଡ଼ିକ ଗଣନା କରିବା ସହିତ ଚୁମ୍ବକୀୟ କ୍ଷେତ୍ରକୁ ମାପ କରିବ।
ପୃଥିବୀର ଚୁମ୍ବକ ବଳୟ ପୃଥିବୀକୁ ସୌର ଝଡ଼ରୁ ରକ୍ଷା କରୁଛି। ମାତ୍ର ସୌର ଝଡ଼ର ପରିମାଣ ଅଧିକ ହେଲେ ଏହା ରକ୍ଷା କରି ନ ପାରେ। ସେଥିପାଇଁ ଆମକୁ ପ୍ରସ୍ତୁତ ରହିବା ସହିତ ବିହିତ ପ୍ରତିକାର ପାଇଁ କାର୍ଯ୍ୟ କରିବା ଉଚିତ।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?