କାମରେ ଆସୁନି ସୌର ପ୍ରକଳ୍ପ

ଜଗତ୍‌ସିଂହପୁର ଅଫିସ,୧ା୮: ବିଦ୍ୟୁତ୍‌ ଆବଶ୍ୟକତାକୁ ଦେଖି ଉତ୍ପାଦନ ସନ୍ତୋଷଜନକ ନୁହେଁ। ତେଣୁ ଏହାର ବିକଳ୍ପ ଭାବେ ସୌରଶକ୍ତିର ବିନିଯୋଗ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା କୁହାଯାଉଛି। ବାସ୍ତବରେ କିନ୍ତୁ ଏହା କେବଳ ଉପରଠାଉରିଆ ଭଳି ମନେହେଉଛି। ୧୯୮୪ରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଅଧୀନରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓଡ଼ିଶା ରିନ୍ବେବ୍‌ଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି) ବା ଓରେଡା କାର୍ଯ୍ୟକ୍ଷମ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ରାଜ୍ୟରେ ଅକ୍ଷୟ ଶକ୍ତିର ବ୍ୟାପକ ବିନିଯୋଗ କରିବା ଅର୍ଥାତ୍‌ ବହୁ ସଂଖ୍ୟକ ଲୋକଙ୍କୁ ଏହାର ଉପକାର ଯୋଗାଇବା। କିନ୍ତୁ ଇତିମଧ୍ୟରେ ୩୮ ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଓରେଡା ତା’ର ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ ପାରିନାହିଁ । ଆଶ୍ଚର୍ଯ୍ୟର କଥା ହେଲା, ଏବେ ବି ଅଧିକାଂଶ ଲୋକ ସୌର ପ୍ରକଳ୍ପ (ସୋଲାର ପ୍ରୋଜେକ୍ଟ) କ’ଣ ଓ ଏହାର ଉପକାରିତା ବିଷୟରେ ଜାଣନ୍ତି ନାହିଁ। ଜଗତ୍‌ସିଂହପୁର ଜିଲାରେ ଓରେଡା ପକ୍ଷରୁ ଅନେକ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ଦର୍ଶାଯାଉଛି। କିନ୍ତୁ ସେଗୁଡିକ ମଧ୍ୟରୁ ଅଧିକାଂଶ ଅଚଳ ଥିବାରୁ ବାସ୍ତବ ଲକ୍ଷ୍ୟପୂରଣ ହୋଇପାରୁନାହିଁ। ଜଗତ୍‌ସିଂହପୁର ଏକ ବାତ୍ୟା ଓ ବନ୍ୟା ପ୍ରବଣ ଜିଲା ହୋଇଥିବାରୁ ଜିଲାରେ ସୌର ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେଲେ ବିଦ୍ୟୁତ ଅଭାବଜନିତ ସମସ୍ୟା କେତେକାଂଶରେ ଦୂର ହୋଇପାରନ୍ତା ବୋଲି ଦାବି ହେଉଛି।
୧୯୯୯ ମହାବାତ୍ୟା ପରେ ଜିଲା ବିଶେଷକରି ଏରସମା ଅଞ୍ଚଳରେ ବହୁ ସଂଖ୍ୟକ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଥିଲା। କିନ୍ତୁ ଏବେ ସେଗୁଡିକର ଚିହ୍ନବର୍ଣ୍ଣ ନାହିଁ। ଏହାପରେ ମଧ୍ୟ ଏହି ଲାଇଟ୍‌ ଲଗା ଚାଲିଛି। ୨୦୧୭-୧୮ରେ ନାଉଗାଁ ବ୍ଲକ ଅଞ୍ଚଳରେ ୧୯୪ଟି ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଥିଲା। କିନ୍ତୁ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଅଚଳ ହୋଇଯାଇଛି। ସେତେବେଳେ ଷ୍ଟ୍ରିଟ୍‌ ଲାଇଟ୍‌ ପିଛା ୧୬,୮୦୦ ଟଙ୍କା ହିସାବରେ ୨୮,୫୬,୦୦୦ ଟଙ୍କା ବିନିଯୋଗ ସତ୍ତ୍ବେ ଏହା ଲୋକଙ୍କ କାମରେ ଲାଗି ନ ଥିଲା। ଅନୁରୂପ ଭାବେ ୨୦୧୬-୧୭ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଛାତ ଉପରେ ୧୦ କିଲୋୱାଟ୍‌ର ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା । ବିଦ୍ୟୁତ ନ ଥିଲା ବେଳେ ଜିଲାପାଳଙ୍କ ଚାମ୍ବର, ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ସଦ୍‌ଭାବନା ସଭାଗୃହ ଆଦିକୁ ଆଲୋକିତ କରିବା ଏହାର ଉଦ୍ଦେଶ୍ୟ ଥିଲା । ବହୁ ଅର୍ଥ ବ୍ୟୟରେ ଏହି ପ୍ରକଳ୍ପ କରାଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଉକ୍ତ ବର୍ଷ ବାଲିକୁଦା, ଏରସମା ଥାନା, ନାଉଗାଁ ଓ ବିରିଡ଼ି ଥାନା ପରିସରରେ ମଧ୍ୟ ୨.୫ କିଲୋୱାଟ୍‌ ହିସାବରେ ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ଏଗୁଡିକ ମଧ୍ୟ କାର୍ଯ୍ୟକ୍ଷମ ନ ଥିବା ଅଭିଯୋଗ ହୋଇଛି। ଜିଲାରେ ୧୧୬ଟି ସୋଲାର ଡୁଆଲ ପମ୍ପ ବସାଯାଇଥଲା। ପମ୍ପ ବୋରିଂ ଭିତରେ ସମର ଫିଲ୍ଡ ମୋଟର ଲାଗିଥିଲା। ୧୦ ଫୁଟ ଉଚ୍ଚରେ ୫,୦୦୦ ଲିଟର ପାଣି ରହିଲା ପରି ଟାଙ୍କି ହୋଇଥିଲା। ଏହି ଟାଙ୍କି ଉପରେ ସୋଲାର ପ୍ୟାନେଲଗୁଡିକ ଖଞ୍ଜାଯାଇଥିଲା। ସୌର ଶକ୍ତିରୁ ବିଦ୍ୟୁତ ସୃଷ୍ଟି ହୋଇ ମୋଟରକୁ କାର୍ଯ୍ୟକ୍ଷମ କରୁଥିଲା ବୋଲି ଦର୍ଶାଯାଇଥିଲା। କିନ୍ତୁ ଏହାର ଉପକାର ଲୋକେ ଏ ପର୍ଯ୍ୟନ୍ତ ପାଇପାରୁ ନାହାନ୍ତି। ଏସବୁ ବାବଦରେ ଅର୍ଥାତ୍‌ ପମ୍ପ ପିଛା ପାଖାପାଖି ୩,୯୭,୦୦୦ ହିସାବରେ ମୋଟ ୪,୬୦,୫୨,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ବାତ୍ୟା ‘ଫନୀ’ ପରେ ଏଗୁଡ଼ିକରୁ କିଛି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅବଶିଷ୍ଟ ମଧ୍ୟ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ନାହିଁ। ଗ୍ରାମାଞ୍ଚଳ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ଜିଲାର ବହୁ ସ୍ଥାନରେ ସୌର ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଇଥିବା କୁହାଯାଉଥିଲେ ସୁଦ୍ଧା ଏକାଧିକ ଅଚଳ ରହିଛି।
ଏ ସମ୍ପର୍କରେ ଓରେଡା ସହକାରୀ ନିର୍ଦ୍ଦେଶକ କିଶୋର କୁମାର ଦାଶ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରୁ କେବଳ ଜଗତ୍‌ସିଂହପୁର ନୁହେଁ ସାରା ରାଜ୍ୟକୁ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ଅନୁଦାନ ଆସିନାହିଁ। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଯେଉଁଠି ପ୍ରକଳ୍ପ ହୋଇଛି ୫ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଅଛି। ଅର୍ଥାତ୍‌ ଯାହା କିଛି ମରାମତି ଏହି ୫ ବର୍ଷ ମଧ୍ୟରେ କରିହେବ। ପୁରୁଣା ହୋଇଥିଲେ କିଛି କରିବା ସମ୍ଭବ ନୁହେଁ। ପାଣି ପମ୍ପ ଦାୟିତ୍ୱ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ୍ବ ଦିଆଯାଇଛି। ନିକଟରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ୮ରୁ ୯ଟି ଉଚ୍ଚ ବିଦ୍ୟାଳୟରେ ସୌର ଚାଳିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଏହା ଭିତରେ ଜିଲାର ୪ ରୁ ୫ଟି ଅଗ୍ନିଶମ କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟରେ ପ୍ରକଳ୍ପ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇଛି। ସେଗୁଡ଼ିକରେ କୌଣସି ତ୍ରୁଟି ହେଲେ ତୁରନ୍ତ ମରାମତି କରାଯିବ ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ଭ୍ୟାନ୍‌ରେ ଆସି ପୋଷା କୁକୁରକୁ ଲୁହାଛଡ଼ରେ ଆକ୍ରମଣ କରି ଚୋରି ଘଟଣାର ପର୍ଦ୍ଦାଫାଶ: ସିସିଟିଭି ଫୁଟେଜ୍‌ରୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri