କାମରେ ଆସୁନି ସୌର ପ୍ରକଳ୍ପ

ଜଗତ୍‌ସିଂହପୁର ଅଫିସ,୧ା୮: ବିଦ୍ୟୁତ୍‌ ଆବଶ୍ୟକତାକୁ ଦେଖି ଉତ୍ପାଦନ ସନ୍ତୋଷଜନକ ନୁହେଁ। ତେଣୁ ଏହାର ବିକଳ୍ପ ଭାବେ ସୌରଶକ୍ତିର ବିନିଯୋଗ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା କୁହାଯାଉଛି। ବାସ୍ତବରେ କିନ୍ତୁ ଏହା କେବଳ ଉପରଠାଉରିଆ ଭଳି ମନେହେଉଛି। ୧୯୮୪ରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଅଧୀନରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓଡ଼ିଶା ରିନ୍ବେବ୍‌ଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି) ବା ଓରେଡା କାର୍ଯ୍ୟକ୍ଷମ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ରାଜ୍ୟରେ ଅକ୍ଷୟ ଶକ୍ତିର ବ୍ୟାପକ ବିନିଯୋଗ କରିବା ଅର୍ଥାତ୍‌ ବହୁ ସଂଖ୍ୟକ ଲୋକଙ୍କୁ ଏହାର ଉପକାର ଯୋଗାଇବା। କିନ୍ତୁ ଇତିମଧ୍ୟରେ ୩୮ ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଓରେଡା ତା’ର ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ ପାରିନାହିଁ । ଆଶ୍ଚର୍ଯ୍ୟର କଥା ହେଲା, ଏବେ ବି ଅଧିକାଂଶ ଲୋକ ସୌର ପ୍ରକଳ୍ପ (ସୋଲାର ପ୍ରୋଜେକ୍ଟ) କ’ଣ ଓ ଏହାର ଉପକାରିତା ବିଷୟରେ ଜାଣନ୍ତି ନାହିଁ। ଜଗତ୍‌ସିଂହପୁର ଜିଲାରେ ଓରେଡା ପକ୍ଷରୁ ଅନେକ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ଦର୍ଶାଯାଉଛି। କିନ୍ତୁ ସେଗୁଡିକ ମଧ୍ୟରୁ ଅଧିକାଂଶ ଅଚଳ ଥିବାରୁ ବାସ୍ତବ ଲକ୍ଷ୍ୟପୂରଣ ହୋଇପାରୁନାହିଁ। ଜଗତ୍‌ସିଂହପୁର ଏକ ବାତ୍ୟା ଓ ବନ୍ୟା ପ୍ରବଣ ଜିଲା ହୋଇଥିବାରୁ ଜିଲାରେ ସୌର ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେଲେ ବିଦ୍ୟୁତ ଅଭାବଜନିତ ସମସ୍ୟା କେତେକାଂଶରେ ଦୂର ହୋଇପାରନ୍ତା ବୋଲି ଦାବି ହେଉଛି।
୧୯୯୯ ମହାବାତ୍ୟା ପରେ ଜିଲା ବିଶେଷକରି ଏରସମା ଅଞ୍ଚଳରେ ବହୁ ସଂଖ୍ୟକ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଥିଲା। କିନ୍ତୁ ଏବେ ସେଗୁଡିକର ଚିହ୍ନବର୍ଣ୍ଣ ନାହିଁ। ଏହାପରେ ମଧ୍ୟ ଏହି ଲାଇଟ୍‌ ଲଗା ଚାଲିଛି। ୨୦୧୭-୧୮ରେ ନାଉଗାଁ ବ୍ଲକ ଅଞ୍ଚଳରେ ୧୯୪ଟି ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଥିଲା। କିନ୍ତୁ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଅଚଳ ହୋଇଯାଇଛି। ସେତେବେଳେ ଷ୍ଟ୍ରିଟ୍‌ ଲାଇଟ୍‌ ପିଛା ୧୬,୮୦୦ ଟଙ୍କା ହିସାବରେ ୨୮,୫୬,୦୦୦ ଟଙ୍କା ବିନିଯୋଗ ସତ୍ତ୍ବେ ଏହା ଲୋକଙ୍କ କାମରେ ଲାଗି ନ ଥିଲା। ଅନୁରୂପ ଭାବେ ୨୦୧୬-୧୭ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଛାତ ଉପରେ ୧୦ କିଲୋୱାଟ୍‌ର ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା । ବିଦ୍ୟୁତ ନ ଥିଲା ବେଳେ ଜିଲାପାଳଙ୍କ ଚାମ୍ବର, ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ସଦ୍‌ଭାବନା ସଭାଗୃହ ଆଦିକୁ ଆଲୋକିତ କରିବା ଏହାର ଉଦ୍ଦେଶ୍ୟ ଥିଲା । ବହୁ ଅର୍ଥ ବ୍ୟୟରେ ଏହି ପ୍ରକଳ୍ପ କରାଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଉକ୍ତ ବର୍ଷ ବାଲିକୁଦା, ଏରସମା ଥାନା, ନାଉଗାଁ ଓ ବିରିଡ଼ି ଥାନା ପରିସରରେ ମଧ୍ୟ ୨.୫ କିଲୋୱାଟ୍‌ ହିସାବରେ ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ଏଗୁଡିକ ମଧ୍ୟ କାର୍ଯ୍ୟକ୍ଷମ ନ ଥିବା ଅଭିଯୋଗ ହୋଇଛି। ଜିଲାରେ ୧୧୬ଟି ସୋଲାର ଡୁଆଲ ପମ୍ପ ବସାଯାଇଥଲା। ପମ୍ପ ବୋରିଂ ଭିତରେ ସମର ଫିଲ୍ଡ ମୋଟର ଲାଗିଥିଲା। ୧୦ ଫୁଟ ଉଚ୍ଚରେ ୫,୦୦୦ ଲିଟର ପାଣି ରହିଲା ପରି ଟାଙ୍କି ହୋଇଥିଲା। ଏହି ଟାଙ୍କି ଉପରେ ସୋଲାର ପ୍ୟାନେଲଗୁଡିକ ଖଞ୍ଜାଯାଇଥିଲା। ସୌର ଶକ୍ତିରୁ ବିଦ୍ୟୁତ ସୃଷ୍ଟି ହୋଇ ମୋଟରକୁ କାର୍ଯ୍ୟକ୍ଷମ କରୁଥିଲା ବୋଲି ଦର୍ଶାଯାଇଥିଲା। କିନ୍ତୁ ଏହାର ଉପକାର ଲୋକେ ଏ ପର୍ଯ୍ୟନ୍ତ ପାଇପାରୁ ନାହାନ୍ତି। ଏସବୁ ବାବଦରେ ଅର୍ଥାତ୍‌ ପମ୍ପ ପିଛା ପାଖାପାଖି ୩,୯୭,୦୦୦ ହିସାବରେ ମୋଟ ୪,୬୦,୫୨,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ବାତ୍ୟା ‘ଫନୀ’ ପରେ ଏଗୁଡ଼ିକରୁ କିଛି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅବଶିଷ୍ଟ ମଧ୍ୟ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ନାହିଁ। ଗ୍ରାମାଞ୍ଚଳ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ଜିଲାର ବହୁ ସ୍ଥାନରେ ସୌର ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଇଥିବା କୁହାଯାଉଥିଲେ ସୁଦ୍ଧା ଏକାଧିକ ଅଚଳ ରହିଛି।
ଏ ସମ୍ପର୍କରେ ଓରେଡା ସହକାରୀ ନିର୍ଦ୍ଦେଶକ କିଶୋର କୁମାର ଦାଶ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରୁ କେବଳ ଜଗତ୍‌ସିଂହପୁର ନୁହେଁ ସାରା ରାଜ୍ୟକୁ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ଅନୁଦାନ ଆସିନାହିଁ। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଯେଉଁଠି ପ୍ରକଳ୍ପ ହୋଇଛି ୫ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଅଛି। ଅର୍ଥାତ୍‌ ଯାହା କିଛି ମରାମତି ଏହି ୫ ବର୍ଷ ମଧ୍ୟରେ କରିହେବ। ପୁରୁଣା ହୋଇଥିଲେ କିଛି କରିବା ସମ୍ଭବ ନୁହେଁ। ପାଣି ପମ୍ପ ଦାୟିତ୍ୱ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ୍ବ ଦିଆଯାଇଛି। ନିକଟରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ୮ରୁ ୯ଟି ଉଚ୍ଚ ବିଦ୍ୟାଳୟରେ ସୌର ଚାଳିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଏହା ଭିତରେ ଜିଲାର ୪ ରୁ ୫ଟି ଅଗ୍ନିଶମ କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟରେ ପ୍ରକଳ୍ପ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇଛି। ସେଗୁଡ଼ିକରେ କୌଣସି ତ୍ରୁଟି ହେଲେ ତୁରନ୍ତ ମରାମତି କରାଯିବ ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?