ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି। ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ହାଟରେ ବ୍ୟବସାୟ ଚାଲୁଛି। ତେବେ ଜନଜାତି ହାଟ ପଦା ସମେତ ୫୯ନଂ ଜାତୀୟ ରାଜପଥର କଡ଼ରେ ବିଭିନ୍ନ ପୋଷାକ ଦୋକାନ ସମେତ ପନିପରିବା, ଶୁଖୁଆ, ମାଛ, ଚାଷୀ ଯନ୍ତ୍ରପାତି ସମେତ ଜଙ୍ଗଲଜାତୀୟ ସାମଗ୍ରୀ ବିକ୍ରିବଟା ହେଉଛି। ତେବେ ସନ୍ଧ୍ୟା ହେଲେ ହାଟରେ କିଣୁଥିବା ଗ୍ରାହକ ଅନ୍ଧାରରେ ହଇରାଣ ଭୋଗୁଥିଲେ। ଏହାର ଆଶୁ ସମାଧାନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ସରପଞ୍ଚ ଅମିତା ପ୍ରଧାନ ବଡ଼ ପଦକ୍ଷେପ ନେଇଛନ୍ତି। ସେ ଜରୁରୀ ଭାବେ ଷ୍ଟ୍ରିଟ ଲାଇଟ ପଞ୍ଚାୟତ ପାଣ୍ଠିରୁ ଲଗାଇଛନ୍ତି। ଏବେ ୨ଟି ଲାଗିଥିବା ବେଳେ ଆସନ୍ତା ସାପ୍ତାହିକ ହାଟ ପୂର୍ବରୁ ହାଟ ଅଞ୍ଚଳକୁ ସମ୍ପୂର୍ଣ୍ଣ ଆଲୋକ ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚଙ୍କ ପ୍ରତିନିଧି ପରମେ ପ୍ରଧାନ କହିଛନ୍ତି।

ସେ କହିଛନ୍ତି, ସିମନବାଡିରେ ଦୀର୍ଘ ୪୦ ବର୍ଷ ପରେ ହାଟ ଖୋଲାଯାଇଛି। ୫ ସପ୍ତାହ ହାଟ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏଠାକୁ ଅଧିକ ଗ୍ରାହକ ଆସୁଥିବା ସେ କହିଛନ୍ତି। ତେଣୁ ଯାହା ମୌଳିକ ସୁବିଧା ଦରକାର ତାହା କରାଯିବ ଏଥିସହ ସୋଲାର ଷ୍ଟ୍ରିଟ ଲାଇଟକୁ ଶୀଘ୍ର ସଚଳ କରିବାକୁ ବଣିକ ସଙ୍ଘ ଜିଲାପାଳଙ୍କୁ ଜଣାଇଛନ୍ତି। ଉକ୍ତ ଲାଇଟ ମରାମତି ହେଲେ ଆହୁରି ଭଲ ହେବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ବାଲିଗୁଡାଠାରୁ ଦାରିଙ୍ଗବାଡି ପର୍ଯ୍ୟନ୍ତ ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ସୋଲାର ପ୍ୟାନେଲ ଥିବା ଷ୍ଟ୍ରିଟ ଲାଇଟ ଗୁଡିକ ଲାଗିବାର ଅଳ୍ପ ଦିନ ମଧ୍ୟରେ ଅଚକ ହୋଇଗଲା। ଏନେଇ ସମ୍ପୃକ୍ତି ଠିକା ସଂସ୍ଥା ଆରକେଡ଼ି ପକ୍ଷରୁ ରକ୍ଷଣବେକ୍ଷଣ ଅଭାବରୁ ତାହା ଅଚକ ହୋଇଥିଲା। ଜିଲାପ୍ରଶାସନଠାରୁ ଆରମ୍ଭ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଦାରିଙ୍ଗବାଡିକୁ ଆସିବାବେଳେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଠିକା ସଂସ୍ଥାର ମୁଖିଆଙ୍କୁ ଫୋନ ଯୋଗେ ଶୀଘ୍ର ଆଲୁଅ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଲେ ଫଳ ଶୂନ। ଆଜି ପର୍ଯ୍ୟନ୍ତ ଷ୍ଟ୍ରିଟ ଆଲୁଅକୁ ମରାମତି କରାଯାଇପାରିନଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri