ରାସ୍ତାରେ ପକାଯାଇଛି ମାଟି: ବିପଦରେ ପଥିକ, ଯାତ୍ରୀ

ନବରଙ୍ଗପୁର, ୨୦।୪: (ବି.ପ୍ର.) ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନ ଜଣସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ମଙ୍ଗଲମ ଟିମ୍ବର ଦେଇ ମହିଳା ମହାବିଦ୍ୟାଳୟ, ଭିଜିଲାନ୍ସ ଅଫିସ୍‌ ଛକ ଦେଇ ସର୍କିଟ ହାଉସ ନିକଟ ୨୬ ନମ୍ବର ଜାତୀୟ ରାଜପଥକୁ ଏକ ରାସ୍ତା ସଂଯୋଗକଲେ। ଏବେ ଏହି ରାସ୍ତାର ଅନେକ ସ୍ଥାନ ବିପଦପୂର୍ଣ୍ଣ ହୋଇ ପଡ଼ିଛି।
ସହରର ବାଇପାସ୍‌ ରାସ୍ତା ଭାବେ ବ୍ୟବହାର ହେଉଥିବା ରାସ୍ତାକଡ଼ରେ ଟ୍ରକ୍‌ ଓ ଟିପ୍ପର ମାଧ୍ୟମରେ ମାଟି ଓ ଆବର୍ଜନା ଡମ୍ପିଂ କରାଯାଉଛି। ରାସ୍ତା ସଂକୀର୍ଣ୍ଣ ଯୋଗୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ପଥିକ ଓ ଚାଳକ। ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଏହି ରାସ୍ତା ହୋଇଥିବାବେଳେ ବିଭାଗ ଓ ପୌରସଂସ୍ଥା କେହି ମଧ୍ୟ ଦୃଷ୍ଟି ଦେଉ ନାହାନ୍ତି। ଜିଲାପାଳ ଏ ଦିଗରେ ଗୁରୁତ୍ୱ ଦେବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏହି ରାସ୍ତାକୁ ସଂଯୋଗ କରୁଥିବା ଭିଜିଲାନ୍ସ ଅଫିସ ଛକରୁ ସର୍କିଟ ହାଉସ ଛକ ପର୍ଯ୍ୟନ୍ତ ନୂତନ ରାସ୍ତା ସଂଯୋଗ କରାଗଲା । ଏହି ରାସ୍ତା ଖୋଲିବାର ମାସକ ମଧ୍ୟରେ ଦୁର୍ଘଟଣାରେ ଜଣେ କନଷ୍ଟେବଲଙ୍କର ମୃତ୍ୟୁ ଘଟିଲା। ଏହାର କିଛିଦିନ ବ୍ୟବଧାନରେ ଜିଲା ପରିଷଦ କାର୍ଯ୍ୟାଳୟର ବୋଲେରୋ ଟ୍ରକ୍‌କୁ ପିଟିଲା । ଏଥିରେ ଜଣେ ଅଧିକାରୀ ଗୁରୁତର ହୋଇ ଏବେ ବି ଚିକିତ୍ସାଧୀନ ଅଛନ୍ତି। ରାସ୍ତାକଡ଼ରେ ଗୋଚାଲାଣ ଟ୍ରକ୍‌ ବେଆଇନ ଭାବେ ପାର୍କିଂ ଦୁର୍ଘଟଣାର ମୁଖ୍ୟ କାରଣ ଥିଲା। ସେହିଭଳି ଏବେ ମାଟି ଓ ଆବର୍ଜନା ରାସ୍ତା ଉପରେ ଡମ୍ପିଂ କରିବା ଦୁର୍ଘଟଣାର କାରଣ ହୋଇ ଠିଆହେବ। ଆଗକୁ ରହିଛି କଲ୍ୟାଣ ମଣ୍ଡପ। କୌଣସି କାର୍ଯ୍ୟକ୍ରମ ହେଲେ ଗାଡ଼ି ପାର୍କିଂ ଓ କିଛି ଦୂରରେ ରହିଛି ବିଦେଶୀ ମଦଦୋକାନ ଏହି ଦୁଇ ସ୍ଥାନ ମଝିରେ ରାସ୍ତାକଡ଼ରେ ମାଟି ଓ ଆବର୍ଜନା ଆଣି କେହି ବିଳମ୍ବିତ ରାତିରେ ପକାଇ ଚାଲିଛନ୍ତି। ଏନେଇ ପୌର ପ୍ରଶାସନ ଓ ଜିଲାପାଳ ଗୁରୁତ୍ୱ ନ ଦେଲେ ସଡ଼କ ସୁରକ୍ଷା ଜୀବନ ରକ୍ଷା ବାର୍ତ୍ତା ଓଲଟା ହୋଇଯିବ। ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ସମେତ ସମସ୍ତ ଜନସାଧାରଣଙ୍କ ମଧ୍ୟ କର୍ତ୍ତବ୍ୟ ରହିଛି। ଯେଉଁ ବ୍ୟକ୍ତିବିଶେଷ ମାଟି ଓ ଆବର୍ଜନା ରାସ୍ତା ଉପରେ ପକାଉଛନ୍ତି ତାହା ନ କରନ୍ତୁ। ନିଜ ସ୍ବାର୍ଥପାଇଁ ଅନ୍ୟର ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

୩୨୬ ଏମ୍‌ପି, ୧୪ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୮ା୮(ପି.ଟି.): ଲୋକ ସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଏବଂ ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri