ରାସ୍ତାରେ ପକାଯାଇଛି ମାଟି: ବିପଦରେ ପଥିକ, ଯାତ୍ରୀ

ନବରଙ୍ଗପୁର, ୨୦।୪: (ବି.ପ୍ର.) ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନ ଜଣସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ମଙ୍ଗଲମ ଟିମ୍ବର ଦେଇ ମହିଳା ମହାବିଦ୍ୟାଳୟ, ଭିଜିଲାନ୍ସ ଅଫିସ୍‌ ଛକ ଦେଇ ସର୍କିଟ ହାଉସ ନିକଟ ୨୬ ନମ୍ବର ଜାତୀୟ ରାଜପଥକୁ ଏକ ରାସ୍ତା ସଂଯୋଗକଲେ। ଏବେ ଏହି ରାସ୍ତାର ଅନେକ ସ୍ଥାନ ବିପଦପୂର୍ଣ୍ଣ ହୋଇ ପଡ଼ିଛି।
ସହରର ବାଇପାସ୍‌ ରାସ୍ତା ଭାବେ ବ୍ୟବହାର ହେଉଥିବା ରାସ୍ତାକଡ଼ରେ ଟ୍ରକ୍‌ ଓ ଟିପ୍ପର ମାଧ୍ୟମରେ ମାଟି ଓ ଆବର୍ଜନା ଡମ୍ପିଂ କରାଯାଉଛି। ରାସ୍ତା ସଂକୀର୍ଣ୍ଣ ଯୋଗୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ପଥିକ ଓ ଚାଳକ। ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଏହି ରାସ୍ତା ହୋଇଥିବାବେଳେ ବିଭାଗ ଓ ପୌରସଂସ୍ଥା କେହି ମଧ୍ୟ ଦୃଷ୍ଟି ଦେଉ ନାହାନ୍ତି। ଜିଲାପାଳ ଏ ଦିଗରେ ଗୁରୁତ୍ୱ ଦେବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏହି ରାସ୍ତାକୁ ସଂଯୋଗ କରୁଥିବା ଭିଜିଲାନ୍ସ ଅଫିସ ଛକରୁ ସର୍କିଟ ହାଉସ ଛକ ପର୍ଯ୍ୟନ୍ତ ନୂତନ ରାସ୍ତା ସଂଯୋଗ କରାଗଲା । ଏହି ରାସ୍ତା ଖୋଲିବାର ମାସକ ମଧ୍ୟରେ ଦୁର୍ଘଟଣାରେ ଜଣେ କନଷ୍ଟେବଲଙ୍କର ମୃତ୍ୟୁ ଘଟିଲା। ଏହାର କିଛିଦିନ ବ୍ୟବଧାନରେ ଜିଲା ପରିଷଦ କାର୍ଯ୍ୟାଳୟର ବୋଲେରୋ ଟ୍ରକ୍‌କୁ ପିଟିଲା । ଏଥିରେ ଜଣେ ଅଧିକାରୀ ଗୁରୁତର ହୋଇ ଏବେ ବି ଚିକିତ୍ସାଧୀନ ଅଛନ୍ତି। ରାସ୍ତାକଡ଼ରେ ଗୋଚାଲାଣ ଟ୍ରକ୍‌ ବେଆଇନ ଭାବେ ପାର୍କିଂ ଦୁର୍ଘଟଣାର ମୁଖ୍ୟ କାରଣ ଥିଲା। ସେହିଭଳି ଏବେ ମାଟି ଓ ଆବର୍ଜନା ରାସ୍ତା ଉପରେ ଡମ୍ପିଂ କରିବା ଦୁର୍ଘଟଣାର କାରଣ ହୋଇ ଠିଆହେବ। ଆଗକୁ ରହିଛି କଲ୍ୟାଣ ମଣ୍ଡପ। କୌଣସି କାର୍ଯ୍ୟକ୍ରମ ହେଲେ ଗାଡ଼ି ପାର୍କିଂ ଓ କିଛି ଦୂରରେ ରହିଛି ବିଦେଶୀ ମଦଦୋକାନ ଏହି ଦୁଇ ସ୍ଥାନ ମଝିରେ ରାସ୍ତାକଡ଼ରେ ମାଟି ଓ ଆବର୍ଜନା ଆଣି କେହି ବିଳମ୍ବିତ ରାତିରେ ପକାଇ ଚାଲିଛନ୍ତି। ଏନେଇ ପୌର ପ୍ରଶାସନ ଓ ଜିଲାପାଳ ଗୁରୁତ୍ୱ ନ ଦେଲେ ସଡ଼କ ସୁରକ୍ଷା ଜୀବନ ରକ୍ଷା ବାର୍ତ୍ତା ଓଲଟା ହୋଇଯିବ। ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ସମେତ ସମସ୍ତ ଜନସାଧାରଣଙ୍କ ମଧ୍ୟ କର୍ତ୍ତବ୍ୟ ରହିଛି। ଯେଉଁ ବ୍ୟକ୍ତିବିଶେଷ ମାଟି ଓ ଆବର୍ଜନା ରାସ୍ତା ଉପରେ ପକାଉଛନ୍ତି ତାହା ନ କରନ୍ତୁ। ନିଜ ସ୍ବାର୍ଥପାଇଁ ଅନ୍ୟର ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri