ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ରେ ୩ବର୍ଷର ସୋହିନୀ

ଖୋର୍ଦ୍ଧା/ ବାଲେଶ୍ୱର ଅଫିସ, ୧୫।୧୨- ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩ ବର୍ଷ ୭ ମାସ। ଏହି ବୟସରେ ପିଲାମାନେ ନାଚଗୀତ, ଖେଳକୁଦରେ ମସ୍‌ଗୁଲ ଥିବା ବେଳେ ସେ କିନ୍ତୁ ସମସ୍ତଙ୍କଠାରୁ ଟିକିଏ ନିଆରା। ନିକଟରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ (ଆଇବିଆର)ରେ ସୋହିନୀଙ୍କ ନାମ ସ୍ଥାନ ପାଇଛି। ସଂସ୍ଥା ପକ୍ଷରୁ ସେ ମାନପତ୍ର, ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସୋହିନୀ ୧୪୩ଟି ଦେଶର ନାମ, ପର୍ଯ୍ୟାୟ ସାରଣୀର ମୌଳିକ (ଏଲିମେଣ୍ଟ୍‌ସ ଅଫ୍‌ ପିରିୟଡିକ ଟେବୁଲ) ଗୁଡିକର ନାମ, ୧୮ଟି ଭାରତୀୟ ଜାତୀୟ ସଙ୍କେତ, ସୌର ମଣ୍ଡଳ ଗ୍ରହଙ୍କ ଅବସ୍ଥିତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କହିପାରନ୍ତି। ଏଥିସହ ମାନଚିତ୍ର ଦେଖି ୮୩ଟି ଦେଶର ନାମ, ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ନାମ କହିବା ସହ ସେମାନଙ୍କ କାର୍ଯ୍ୟ ବର୍ଣ୍ଣନା କରନ୍ତି। ସୋହିନୀ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇବା ଲାଗି ତାଙ୍କ ପରିବାର ଉଦ୍ୟମ ଜାରି ରଖିଛନ୍ତି। ବାପା କମଳେନ୍ଦୁ ନାୟକ, ମା’ ରଞ୍ଜନା, ଜେଜେବାପା ଭରତ ନାୟକ, ଜେଜେମା’ ପ୍ରତିମା କୁମାରୀ, ଅଜା ଅବସରପ୍ରାପ୍ତ ରୟାୟନ ବିଜ୍ଞାନ ଅଧ୍ୟାପକ ରବୀନ୍ଦ୍ର ନାଥ ଦାସ ଓ ଆଈ ଆନନ୍ଦିନୀ ସୋହିନୀଙ୍କ ବିସ୍ମୟ ପ୍ରତିଭାକୁ ପରଖିଥିଲେ। ଆଗାମୀ ଦିନରେ ସୋହିନୀ ‘ମ୍ୟାପ୍‌ର ଆଉଟ୍‌ଲାଇନ୍‌’ ବିଷୟକୁ ନେଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ଼ ନିମନ୍ତେ ପ୍ରସ୍ତୁତ ହେଉଥିବା ତାଙ୍କ ମା’ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀଗୃହ ବିମ୍‌ରୁ ପ୍ଲାଷ୍ଟର ଖସିଲା

କଟକ ଅଫିସ, ୧୨।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଟିଏମ୍‌ ବିଭାଗ ଶ୍ରେଣୀଗୃହରେ ଥିବା ବିମ୍‌ର ପ୍ଲାଷ୍ଟର ବୁଧବାର ଖସିପଡିଥିଲା। ହେଲେ ସେହି ସମୟରେ ସେଠାରେ ବସିଥିବା ଜଣେ...

ଦୟା ଓ୍ବେଷ୍ଟ କେନାଲର ସୌନ୍ଦର୍ଯ୍ୟକରଣ ବାଟବଣା

କଟକରୋଡ୍‌,୨୦।।୮(ଡି.ଏନ୍‌.ଏ.): ଦଳ ଓ ଅଳିଆ ଆବର୍ଜନାରେ ବାରମ୍ବାର ପୋତି ହୋଇପଡୁଛି କଟକ ଜିଲା ବାରଙ୍ଗ ନିକଟରୁ ଭୁବନେଶ୍ୱର ସହର ଓ ଉପକଣ୍ଠ ମଧ୍ୟରେ ଯାଇଥିବା ଦୟା...

ଯାଜପୁରରେ ବଦଳିପାରେ ପୂର୍ବ ଧାରା: ଏକ୍‌ଜିଟ ପୋଲ୍‌କୁ ନେଇ ମିଶ୍ରିତ ପ୍ରତିକ୍ରିୟା

ଯାଜପୁର ଅଫିସ,୨୧।୫: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ବିଭିନ୍ନ ଟିଭି ଚ୍ୟାନେଲ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟ...

ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ

ଭବାନୀପାଟଣା,୧୯।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ୨ ବର୍ଷ ହେଲା କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ...

ଆଧ୍ୟାତ୍ମିକ ଗୁରୁ ଅସୀମାନନ୍ଦ ସରସ୍ବତୀଙ୍କ ପରଲୋକ

କଟକ ଅଫିସ,୪।୪: କଟକ ଚହଟା ସ୍ଥିତ ରାମ ନିଗମେଶ୍ୱର ଆଶୟମରେ ମଙ୍ଗଳବାର ଭୋରରେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ବତୀ ମହାରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ...

ରେଳ ଧାରଣାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଇଣ୍ଡା,୧୨।୧୧(ଡି.ଏନ.ଏ.)-ତାଳଚେର-ସମ୍ବଲପୁର ରେଳପଥର କିଶୋରନଗର ଥାନା ଖଇରମୁଣ୍ଡା ନିକଟସ୍ଥ ରେଳଧାରଣା ପରିସରରୁ ମଙ୍ଗଳବାର ହଣ୍ଡପା ଥାନା ଠେଲକନାଳୀ ଗ୍ରାମର ସୁଲୁ ପ୍ରଧାନ(୧୮) ଜଣେ ଯୁବକଙ୍କ ମୃତଦେହକୁ କିଶୋରନଗର...

ପୁଣି ରାଜ୍ୟରେ ୧୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୨ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୫୨ ରେ ପହଞ୍ଚିଥିବା...

ନିର୍ମାଣ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ କରି ପ୍ରଧାନଶିକ୍ଷକ ନିଲମ୍ବିତ

ମାଲକାନଗିରି,୧୧ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଥି ପଞ୍ଚାୟତ କଂସାରିପୁଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନଙ୍କୁ ବିଦ୍ୟାଳୟର ଭାଙ୍ଗି ଯାଇଥିବା ପାଚେରି ନିର୍ମାଣ କାର୍ଯ୍ୟରେ ନିୟୋଜିତ...

Advertisement
Archives

Model This Week