ସଫ୍ଟୱେର କ୍ଷେତ୍ରର ସୁରକ୍ଷା

ଶେଖ୍‌ ଫରିଦ୍‌ଉଦ୍ଦିନ

ଭାରତ ସଫ୍ଟୱେର ଶିଳ୍ପକୁ ନେଇ ଆନ୍ତର୍ଜାତିକସ୍ତରରେ ଗୌରବ ଅର୍ଜନ କରିବା ସାଙ୍ଗକୁ ଦେଶ ଭିତରେ ଓ ବାହାରେ ଏହି ଉଦ୍ୟୋଗରେ ବିପୁଳ ସଂଖ୍ୟକ ବୈଷୟିକ ଯୋଗ୍ୟତାପ୍ରାପ୍ତ ଭାରତୀୟ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେଇଛି। ଏବେ ଏହି ଉଦ୍ୟୋଗ ପାଇଁ ଯେପରି ଚାଲେଞ୍ଜ ବଢ଼ିଲାଣି ସେ ଦୃଷ୍ଟିରୁ ଦେଶ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। କାରଣ ଏହି ଉଦ୍ୟୋଗ ସମ୍ପର୍କରେ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଯେଉଁ ସୂଚନା ଦେଉଛନ୍ତି ସେଥିରେ ବିଶେଷ ଖୁସି ହେବାର କିଛି ନାହିଁ। ତା’ ସାଙ୍ଗକୁ ଏ କ୍ଷେତ୍ରରେ ଥିବା ଭାରତୀୟ କମ୍ପାନୀଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ସ୍ଥିତି ମଧ୍ୟ ଉତ୍ସାହଜନକ ନୁହେଁ।
ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଏହି ଉଦ୍ୟୋଗ ଭାରତ ପାଇଁ ଯେ କେବଳ ଏକ ବ୍ରାଣ୍ଡ୍‌ ନେମ୍‌ ସୃଷ୍ଟି କରିଛି ତା’ ନୁହେଁ ଏଥିରୁ ବର୍ଷକୁ ୧୫୦ ବିଲିୟନ ଡଲାର ଆୟ ହେଉଛି। ଆମେରିକାରେ ଭାରତୀୟ ସଫ୍ଟୱେର ଇଞ୍ଜିନିୟରମାନେ ଆମେରିକୀୟମାନଙ୍କର ଚାକିରି ନେଇଯାଉଛନ୍ତି ବୋଲି ସେଠାରେ ଧାରଣା ସୃଷ୍ଟି କରାଯାଇଛି। ଭାରତରେ ବଡ଼ ସହରଗୁଡ଼ିକରେ ସଫ୍ଟୱେରରେ ପ୍ରାୟ ୪ ନିୟୁତରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଟିସିଏସ୍‌, ଇନ୍‌ଫୋସିସ୍‌ ଆଦି ଭାରତୀୟ କମ୍ପାନୀଗୁଡ଼ିକ ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହେଉଥିବାବେଳେ ଆକ୍ସେଞ୍ଚର ପରି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ କମ୍‌ ଖର୍ଚ୍ଚରେ ନିଜର ବ୍ୟବସାୟ ବଢ଼ାଇବାରେ ସଫଳ ହୋଇଛନ୍ତି। ବିଶ୍ୱସ୍ତରରେ ଏହି କାରଣରୁ ସଫ୍ଟୱେରରେ ଭାରତକୁ ଗୁରୁତ୍ୱ ଦିଆଯାଉଛି। ସୂଚନାପ୍ରଯୁକ୍ତି ବିଦ୍ୟାରେ ଭାରତର ବୈଷୟିକ ଦକ୍ଷତାକୁ ଏହାର ସଫ୍ଟୱେର ଇଞ୍ଜିନିୟରମାନେ ବିଶ୍ୱସ୍ତରରେ ସ୍ଥିରୀକୃତ କରାଇ ପାରିଛନ୍ତି। କିନ୍ତୁ ଗତ କିଛି ବର୍ଷରେ ଏହି ଉଦ୍ୟୋଗ ପାଇଁ କ୍ରମଶଃ ଚାଲେଞ୍ଜ ବଢ଼ିଛି। ଦେଶର ବଡ଼ କମ୍ପାନୀଗୁଡ଼ିକର କାମରେ ଏହା ପରିଲକ୍ଷିତ ହେଲାଣି। ଏଣୁ ଆର୍ଥିକ ବଜାରକୁ ଯେଉଁମାନେ ବିଶ୍ଳେଷଣ କରୁଛନ୍ତି ଅର୍ଥାତ୍‌ ଷ୍ଟକ୍‌ମାର୍କେଟକୁ ଯେଉଁମାନେ ଲକ୍ଷ୍ୟ କରୁଛନ୍ତି ସେମାନେ ଦେଶର ସଫ୍ଟୱେର ଉଦ୍ୟୋଗର ମୂଲ୍ୟାଙ୍କନକୁ କମ କରି ଦର୍ଶାଉଛନ୍ତି। ସ୍ବାଭାବିକ ଭାବେ ଭୁଲ କେଉଁଠାରେ ରହିଲା ସେ ପ୍ରଶ୍ନ ଉଠିପାରେ। ପ୍ରଥମେ କେତେକ ବୈଷୟିକ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଗଲା। କୁହାଗଲା ଯେ, ବୈଷୟିକ ପରିବର୍ତ୍ତନ ସହ ଭାରତର ଆଇଟି ଉଦ୍ୟୋଗ ତାଳଦେଇ ପାରୁନାହିଁ। ଏ କ୍ଷେତ୍ରରେ ଦେଖାଗଲା ଯେ, ଡିଜିଟାଲ ବା ରୋବୋର୍ଟ ପରି ଯାନ୍ତ୍ରିକ ବ୍ୟବସ୍ଥା ଏପରି ନୂଆ ଦାୟିତ୍ୱ ନେବ, ଯେଉଁଥିରେ ନିଯୁକ୍ତିର ପରିସର ସଙ୍କୁଚିତ ହୋଇଯିବ। ଅବଶ୍ୟ ଅନେକେ ଯୁକ୍ତି କରୁଛନ୍ତି ଯେ, ବୈଷୟିକ କ୍ଷେତ୍ରରେ ନୂଆ ପରିବର୍ତ୍ତନ ସବୁବେଳେ ଆସିଲେ ବି ତାହା ବେକାରି ସୃଷ୍ଟି କରେ ବୋଲି ଧାରଣା ଠିକ୍‌ ନୁହେଁ। ସେପରି ସମସ୍ୟା ଆସିଲେ ଯେଉଁମାନଙ୍କର ଚାକିରି ହରାଇବାର ଆଶଙ୍କା ଅଛି ସେମାନେ ନୂଆ ବୈଷୟିକ କୌଶଳରେ ତାଲିମ ନେଇ ନିଜକୁ ପରିବର୍ତ୍ତନ ସହ ଖାପ ଖୁଆଇପାରିବେ। ଏହି ଯୁକ୍ତି ଏବେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ପ୍ରତି ପ୍ରଯୁଜ୍ୟ। ଏଣୁ ଭାରତୀୟ ସଫ୍ଟୱେର ଉଦ୍ୟୋଗର ସଫଳତାକୁ ନେଇ ଦେଶ ଆତ୍ମସନ୍ତୋଷ ଭାବରେ ବୁଡ଼ି ରହିବା ଅନୁଚିତ। ସରଳ ଭାବେ ଦେଖିବାକୁ ଗଲେ ଏ କ୍ଷେତ୍ରରେ ଭାରତୀୟମାନଙ୍କର ନିଯୁକ୍ତି କିପରି ସୁରକ୍ଷିତ ରହିବ ଓ ଭବିଷ୍ୟତରେ କିପରି ଚାକିରି ସୃଷ୍ଟି ହୋଇପାରିବ, ସେହି ଲକ୍ଷ୍ୟରେ ଭାରତ ଓ ଏହାର ଆଇଟି କମ୍ପାନୀଗୁଡ଼ିକ କାମ କରିବା ଦରକାର। ଏବେଠାରୁ ନିଯୁକ୍ତି ସଂକୋଚନ ସ୍ପଷ୍ଟ ହୋଇଗଲାଣି।
ଏକ ଅକ୍ସଫୋର୍ଡ ଅନୁଧ୍ୟାନ ଅନୁସାରେ ଆଗାମୀ ୨୫ ବର୍ଷ ମଧ୍ୟରେ ଆମେରିକାରେ ୪୭ ପ୍ରତିଶତ, ଭାରତରେ ୬୯ ପ୍ରତିଶତ ଓ ଚାଇନାରେ ୭୭ପ୍ରତିଶତ ଚାକିରି ଲୋପ ପାଇଯିବ। ଏଯାଏ ବ୍ୟାଙ୍କିଙ୍ଗ୍‌, ବୀମା ଓ ଆର୍ଥିକ ସେବା କ୍ଷେତ୍ର ଗୁଡ଼ିକରେ ଭାରତୀୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ବେଶ୍‌ ବ୍ୟବସାୟ କରିଆସିଛି। କିନ୍ତୁ ବ୍ରିଟେନ ୟୁରୋପୀୟ ୟୁନିୟନରୁ ବାହାରିଯିବା ପରେ ଏହି ବ୍ୟବସାୟ ଚାପର ସମ୍ମୁଖୀନ ହୋଇଛି। ଇଂଲଣ୍ଡରୁ କାମ କରୁଥିବା ବିଶ୍ୱସ୍ତରୀୟ ବ୍ୟାଙ୍କ, ବୀମା ଓ ଆର୍ଥିକସେବା କମ୍ପାନୀଗୁଡ଼ିକ ଚିନ୍ତିତ ଯେ, ଆନୁଷ୍ଠାନିକ ଭାବେ ୟୁରୋପୀୟ ୟୁନିୟନରୁ ବ୍ରିଟେନ ଯିବା ପରେ ଅସ୍ଥିରତା ବଢ଼ିପାରେ। ଭାରତୀୟ ଆଇଟି ଉଦ୍ୟୋଗ ଏହି କାରଣରୁ ବିକଳ୍ପ ପାଇଁ କାମ କରିବା ଉଚିତ। ସାଇବର ନିରାପତ୍ତା, ଡିିଜିଟାଲ ଅଟୋମେଶନ, କୃତ୍ରିମ ମାନସିକ ନୈପୁଣ୍ୟ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ନୂଆ କ୍ଷେତ୍ରଗୁଡ଼ିକରେ ଭାରତୀୟ ସଫ୍ଟୱେର ଇଞ୍ଜିନିୟରମାନେ କାମ କରିପାରିବେ। ଏହାକୁ ବ୍ୟବସାୟିକ ଚାଲେଞ୍ଜ ଭାବେ ବିବେଚନା କରି ସରକାରଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସହ ସଂଶ୍ଳିଷ୍ଟ ସବୁ ପକ୍ଷ ନୂଆ ଆବଶ୍ୟକତା ସହ ଖାପ ଖୁଆଇ ପାରିଲେ ଭାରତୀୟ ସଫ୍ଟୱେର କ୍ଷେତ୍ର ପାଇଁ ଦେଖା ଦେଇଥିବା ଆଶଙ୍କାକୁ ଏଡ଼ାଇ ହେବ।
ମୋ: ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?