ସଫ୍ଟୱେର କ୍ଷେତ୍ରର ସୁରକ୍ଷା

ଶେଖ୍‌ ଫରିଦ୍‌ଉଦ୍ଦିନ

ଭାରତ ସଫ୍ଟୱେର ଶିଳ୍ପକୁ ନେଇ ଆନ୍ତର୍ଜାତିକସ୍ତରରେ ଗୌରବ ଅର୍ଜନ କରିବା ସାଙ୍ଗକୁ ଦେଶ ଭିତରେ ଓ ବାହାରେ ଏହି ଉଦ୍ୟୋଗରେ ବିପୁଳ ସଂଖ୍ୟକ ବୈଷୟିକ ଯୋଗ୍ୟତାପ୍ରାପ୍ତ ଭାରତୀୟ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେଇଛି। ଏବେ ଏହି ଉଦ୍ୟୋଗ ପାଇଁ ଯେପରି ଚାଲେଞ୍ଜ ବଢ଼ିଲାଣି ସେ ଦୃଷ୍ଟିରୁ ଦେଶ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। କାରଣ ଏହି ଉଦ୍ୟୋଗ ସମ୍ପର୍କରେ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଯେଉଁ ସୂଚନା ଦେଉଛନ୍ତି ସେଥିରେ ବିଶେଷ ଖୁସି ହେବାର କିଛି ନାହିଁ। ତା’ ସାଙ୍ଗକୁ ଏ କ୍ଷେତ୍ରରେ ଥିବା ଭାରତୀୟ କମ୍ପାନୀଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ସ୍ଥିତି ମଧ୍ୟ ଉତ୍ସାହଜନକ ନୁହେଁ।
ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଏହି ଉଦ୍ୟୋଗ ଭାରତ ପାଇଁ ଯେ କେବଳ ଏକ ବ୍ରାଣ୍ଡ୍‌ ନେମ୍‌ ସୃଷ୍ଟି କରିଛି ତା’ ନୁହେଁ ଏଥିରୁ ବର୍ଷକୁ ୧୫୦ ବିଲିୟନ ଡଲାର ଆୟ ହେଉଛି। ଆମେରିକାରେ ଭାରତୀୟ ସଫ୍ଟୱେର ଇଞ୍ଜିନିୟରମାନେ ଆମେରିକୀୟମାନଙ୍କର ଚାକିରି ନେଇଯାଉଛନ୍ତି ବୋଲି ସେଠାରେ ଧାରଣା ସୃଷ୍ଟି କରାଯାଇଛି। ଭାରତରେ ବଡ଼ ସହରଗୁଡ଼ିକରେ ସଫ୍ଟୱେରରେ ପ୍ରାୟ ୪ ନିୟୁତରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଟିସିଏସ୍‌, ଇନ୍‌ଫୋସିସ୍‌ ଆଦି ଭାରତୀୟ କମ୍ପାନୀଗୁଡ଼ିକ ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହେଉଥିବାବେଳେ ଆକ୍ସେଞ୍ଚର ପରି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ କମ୍‌ ଖର୍ଚ୍ଚରେ ନିଜର ବ୍ୟବସାୟ ବଢ଼ାଇବାରେ ସଫଳ ହୋଇଛନ୍ତି। ବିଶ୍ୱସ୍ତରରେ ଏହି କାରଣରୁ ସଫ୍ଟୱେରରେ ଭାରତକୁ ଗୁରୁତ୍ୱ ଦିଆଯାଉଛି। ସୂଚନାପ୍ରଯୁକ୍ତି ବିଦ୍ୟାରେ ଭାରତର ବୈଷୟିକ ଦକ୍ଷତାକୁ ଏହାର ସଫ୍ଟୱେର ଇଞ୍ଜିନିୟରମାନେ ବିଶ୍ୱସ୍ତରରେ ସ୍ଥିରୀକୃତ କରାଇ ପାରିଛନ୍ତି। କିନ୍ତୁ ଗତ କିଛି ବର୍ଷରେ ଏହି ଉଦ୍ୟୋଗ ପାଇଁ କ୍ରମଶଃ ଚାଲେଞ୍ଜ ବଢ଼ିଛି। ଦେଶର ବଡ଼ କମ୍ପାନୀଗୁଡ଼ିକର କାମରେ ଏହା ପରିଲକ୍ଷିତ ହେଲାଣି। ଏଣୁ ଆର୍ଥିକ ବଜାରକୁ ଯେଉଁମାନେ ବିଶ୍ଳେଷଣ କରୁଛନ୍ତି ଅର୍ଥାତ୍‌ ଷ୍ଟକ୍‌ମାର୍କେଟକୁ ଯେଉଁମାନେ ଲକ୍ଷ୍ୟ କରୁଛନ୍ତି ସେମାନେ ଦେଶର ସଫ୍ଟୱେର ଉଦ୍ୟୋଗର ମୂଲ୍ୟାଙ୍କନକୁ କମ କରି ଦର୍ଶାଉଛନ୍ତି। ସ୍ବାଭାବିକ ଭାବେ ଭୁଲ କେଉଁଠାରେ ରହିଲା ସେ ପ୍ରଶ୍ନ ଉଠିପାରେ। ପ୍ରଥମେ କେତେକ ବୈଷୟିକ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଗଲା। କୁହାଗଲା ଯେ, ବୈଷୟିକ ପରିବର୍ତ୍ତନ ସହ ଭାରତର ଆଇଟି ଉଦ୍ୟୋଗ ତାଳଦେଇ ପାରୁନାହିଁ। ଏ କ୍ଷେତ୍ରରେ ଦେଖାଗଲା ଯେ, ଡିଜିଟାଲ ବା ରୋବୋର୍ଟ ପରି ଯାନ୍ତ୍ରିକ ବ୍ୟବସ୍ଥା ଏପରି ନୂଆ ଦାୟିତ୍ୱ ନେବ, ଯେଉଁଥିରେ ନିଯୁକ୍ତିର ପରିସର ସଙ୍କୁଚିତ ହୋଇଯିବ। ଅବଶ୍ୟ ଅନେକେ ଯୁକ୍ତି କରୁଛନ୍ତି ଯେ, ବୈଷୟିକ କ୍ଷେତ୍ରରେ ନୂଆ ପରିବର୍ତ୍ତନ ସବୁବେଳେ ଆସିଲେ ବି ତାହା ବେକାରି ସୃଷ୍ଟି କରେ ବୋଲି ଧାରଣା ଠିକ୍‌ ନୁହେଁ। ସେପରି ସମସ୍ୟା ଆସିଲେ ଯେଉଁମାନଙ୍କର ଚାକିରି ହରାଇବାର ଆଶଙ୍କା ଅଛି ସେମାନେ ନୂଆ ବୈଷୟିକ କୌଶଳରେ ତାଲିମ ନେଇ ନିଜକୁ ପରିବର୍ତ୍ତନ ସହ ଖାପ ଖୁଆଇପାରିବେ। ଏହି ଯୁକ୍ତି ଏବେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ପ୍ରତି ପ୍ରଯୁଜ୍ୟ। ଏଣୁ ଭାରତୀୟ ସଫ୍ଟୱେର ଉଦ୍ୟୋଗର ସଫଳତାକୁ ନେଇ ଦେଶ ଆତ୍ମସନ୍ତୋଷ ଭାବରେ ବୁଡ଼ି ରହିବା ଅନୁଚିତ। ସରଳ ଭାବେ ଦେଖିବାକୁ ଗଲେ ଏ କ୍ଷେତ୍ରରେ ଭାରତୀୟମାନଙ୍କର ନିଯୁକ୍ତି କିପରି ସୁରକ୍ଷିତ ରହିବ ଓ ଭବିଷ୍ୟତରେ କିପରି ଚାକିରି ସୃଷ୍ଟି ହୋଇପାରିବ, ସେହି ଲକ୍ଷ୍ୟରେ ଭାରତ ଓ ଏହାର ଆଇଟି କମ୍ପାନୀଗୁଡ଼ିକ କାମ କରିବା ଦରକାର। ଏବେଠାରୁ ନିଯୁକ୍ତି ସଂକୋଚନ ସ୍ପଷ୍ଟ ହୋଇଗଲାଣି।
ଏକ ଅକ୍ସଫୋର୍ଡ ଅନୁଧ୍ୟାନ ଅନୁସାରେ ଆଗାମୀ ୨୫ ବର୍ଷ ମଧ୍ୟରେ ଆମେରିକାରେ ୪୭ ପ୍ରତିଶତ, ଭାରତରେ ୬୯ ପ୍ରତିଶତ ଓ ଚାଇନାରେ ୭୭ପ୍ରତିଶତ ଚାକିରି ଲୋପ ପାଇଯିବ। ଏଯାଏ ବ୍ୟାଙ୍କିଙ୍ଗ୍‌, ବୀମା ଓ ଆର୍ଥିକ ସେବା କ୍ଷେତ୍ର ଗୁଡ଼ିକରେ ଭାରତୀୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ବେଶ୍‌ ବ୍ୟବସାୟ କରିଆସିଛି। କିନ୍ତୁ ବ୍ରିଟେନ ୟୁରୋପୀୟ ୟୁନିୟନରୁ ବାହାରିଯିବା ପରେ ଏହି ବ୍ୟବସାୟ ଚାପର ସମ୍ମୁଖୀନ ହୋଇଛି। ଇଂଲଣ୍ଡରୁ କାମ କରୁଥିବା ବିଶ୍ୱସ୍ତରୀୟ ବ୍ୟାଙ୍କ, ବୀମା ଓ ଆର୍ଥିକସେବା କମ୍ପାନୀଗୁଡ଼ିକ ଚିନ୍ତିତ ଯେ, ଆନୁଷ୍ଠାନିକ ଭାବେ ୟୁରୋପୀୟ ୟୁନିୟନରୁ ବ୍ରିଟେନ ଯିବା ପରେ ଅସ୍ଥିରତା ବଢ଼ିପାରେ। ଭାରତୀୟ ଆଇଟି ଉଦ୍ୟୋଗ ଏହି କାରଣରୁ ବିକଳ୍ପ ପାଇଁ କାମ କରିବା ଉଚିତ। ସାଇବର ନିରାପତ୍ତା, ଡିିଜିଟାଲ ଅଟୋମେଶନ, କୃତ୍ରିମ ମାନସିକ ନୈପୁଣ୍ୟ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ନୂଆ କ୍ଷେତ୍ରଗୁଡ଼ିକରେ ଭାରତୀୟ ସଫ୍ଟୱେର ଇଞ୍ଜିନିୟରମାନେ କାମ କରିପାରିବେ। ଏହାକୁ ବ୍ୟବସାୟିକ ଚାଲେଞ୍ଜ ଭାବେ ବିବେଚନା କରି ସରକାରଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସହ ସଂଶ୍ଳିଷ୍ଟ ସବୁ ପକ୍ଷ ନୂଆ ଆବଶ୍ୟକତା ସହ ଖାପ ଖୁଆଇ ପାରିଲେ ଭାରତୀୟ ସଫ୍ଟୱେର କ୍ଷେତ୍ର ପାଇଁ ଦେଖା ଦେଇଥିବା ଆଶଙ୍କାକୁ ଏଡ଼ାଇ ହେବ।
ମୋ: ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri