Posted inଫୁରସତ

ସାମାଜିକ ସୁରକ୍ଷା ଅପରିହାର୍ଯ୍ୟ

ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରି, ମାନବାଧିକାର ତଥା ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା ଦୂର ପାଇଁ ଏବଂ ସମାଜରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ ଅପରିହାର୍ଯ୍ୟ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୨୦ରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଇଥାଏ। ମଣିଷ ମଣିଷ ଭିତରେ ଏପରି କି ଦେଶ ଦେଶ ମଧ୍ୟରେ ଶାନ୍ତି, ସହାବସ୍ଥାନ ପ୍ରତିଷ୍ଠା କରିବାରେ ସାମାଜିକ ନ୍ୟାୟର ଭୂମିକା ରହିଛି। ଲିଙ୍ଗଗତ, ବୟସ, ଜାତି, ଧର୍ମ, ସମ୍ପ୍ରଦାୟ ଓ ସଂସ୍କୃତି କ୍ଷେତ୍ରରେ ରହିଥିବା ସାମାଜିକ ବାଧାକୁ ହଟାଇଦେବା ଦ୍ୱାରା ଆମେ ସହଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିପାରିବା। ଏଥିପାଇଁ ୨୬ ନଭେମ୍ବର,୨୦୦୭ରେ ଜାତିସଂଘ ସାଧାରଣ ପରିଷଦ ୨୦ ଫେବୃୟାରୀକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଭାବେ ପାଳନକରିବାକୁ ଘୋଷଣା କରିବା ପରେ ୨୦୦୯ରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା।
ଦିବସ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତାକୁ ସ୍ବୀକୃତି ଦେଇଥାଏ। ସାମାଜିକ ନ୍ୟାୟ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ସାମାଜିକ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବା ଏବଂ ଦାରିଦ୍ର୍ୟ, ଲିଙ୍ଗଗତ, ଶାରୀରିକ ଭେଦଭାବ, ନିରକ୍ଷରତା, ଧାର୍ମିକ ଭେଦଭାବ ଦୂରକରିବା ପାଇଁ ବିଭିନ୍ନ ସମ୍ପ୍ରଦାୟକୁ ଅନ୍ତର୍ଜାତୀୟ ସ୍ତରରେ ଏକତ୍ରିତ କରିବା।
ଏହି ଅବସରରେ ବିଶ୍ୱବ୍ୟାପୀ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।
ନିଷ୍ପକ୍ଷ ଜଗତୀକରଣ ପାଇଁ ସାମାଜିକ ନ୍ୟାୟ ଉପରେ କରାଯାଇଥିବା ଘୋଷଣାନାମାକୁ ଆନ୍ତର୍ଜାତିକ ଶ୍ରମ ସଂଘ( ଆଇଏଲ୍‌ଓ) ଗ୍ରହଣ କରିବା ଦ୍ୱାରା ସାମାଜିକ ନ୍ୟାୟ ପ୍ରତି ଜାତିସଂଘର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି। ଏହି ଘୋଷଣାନାମା ୧୦ ଜୁନ୍‌, ୨୦୦୮ରେ କରାଯାଇଥିତ୍ଲା। ସମସ୍ତଙ୍କ ପାଇଁ ନିଯୁକ୍ତି, ସାମାଜିକ ସୁରକ୍ଷା, ସାମାଜିକ ବକ୍ତବ୍ୟ ଏବଂ ମୌଳିକ ନୀତି ଓ ଅଧିକାର ଉପରେ ଏହା ଗୁରୁତ୍ୱ ଦିଏ। ପୂର୍ବରୁ ଆଇଏଲ୍‌ଓ ଦ୍ୱାରା ୧୯୪୪ ଏବଂ ୧୯୯୮ରେ ଦୁଇଟି ଘୋଷଣା କରାଯାଇଥିଲେ ମଧ୍ୟ ୨୦୦୮ ଘୋଷଣାନାମା ଜଗତୀକରଣ ଯୁଗରେ ଏକ ନୂଆ ପଥ ଦେଖାଇଛି। ଏକ ଜଟିଳ ରାଜନୈତିକ ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇଥିଲା ଓ ଏଥିପାଇଁ ଏକ ବିସ୍ତୃତ ସହମତି ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri