ସାମାଜିକ ନୀତିନିୟମ ଓ ମହିଳା ନିଯୁକ୍ତି

ଚାଇନାରେ ଛୋଟ ଝିଅମାନଙ୍କ ରୂପ ବଦଳାଇବା ଲାଗି ସେମାନଙ୍କ ପାଦକୁ ବାନ୍ଧି ଦିଆଯିବାର ଏକ ଯନ୍ତ୍ରଣାଦାୟକ ପ୍ରଥା ଥିଲା। ଏହା ଦଶମ ଶତାବ୍ଦୀରେ ଆରମ୍ଭ ହୋଇ ଅନେକ ଶହ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ୧୯୧୧ରେ ଏହି ପ୍ରଥାକୁ ନିଷିଦ୍ଧ କରାଯାଇଥିଲେ ବି ଏହା ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିଲା। ୧୯୪୯ରେ ଚାଇନାରେ ପିପୁଲ୍ସ ରିପବ୍ଲିକ ଗଠନ ହେବା ପରେ ଏହାର ଅନ୍ତ ଘଟିଥିଲା। ପରେ ଚାଇନାର ମହିଳା ଶ୍ରମଶକ୍ତି ଭାଗୀଦାରି ହାର ୧୯୯୦ ସୁଦ୍ଧା ୭୩%ରେ ପହଞ୍ଚତ୍ଥିଲା, ଯାହା ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋଅପରେଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ (ଓଇସିଡି) ପ୍ରତିଶତଠାରୁ ଯଥେଷ୍ଟ ଅଧିକ। ପଞ୍ଚଦଶ ଶତାବ୍ଦୀର ୟୁରୋପରେ ମହିଳାମାନେ କର୍ସେଟ (ଅଣ୍ଟାକୁ ଭିନ୍ନ ଆକାର ଦେବା ଲାଗି ବାନ୍ଧନ୍ତି) ପିନ୍ଧିବା ଆରମ୍ଭ କଲେ। ଶରୀରକୁ ଏକ ଭି (v)ଆକାର ଦେବା ପାଇଁ ଏହାର ପରିକଳ୍ପନା କରାଯାଇଥିଲା। ତେବେ ଚାଲିବା ଲାଗି ଆରାମଦାୟକ ପୋଷାକ ବିଂଶ ଶତାବ୍ଦୀରେ ଫ୍ୟାଶନକୁ ଆସିଥିଲା। ଏବେ ୟୁରୋପୀୟ ଦେଶଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ସମାନତା ଦୃଷ୍ଟିରୁ ସର୍ବାଧିକ ମାନ୍ୟତା ପାଇଛନ୍ତି। ମହିଳାଙ୍କ ପାଦ ବାନ୍ଧିବା ଏବଂ ଅଣ୍ଟା ବାନ୍ଧିବା ଭଳି ଉଭୟ ପ୍ରଥା ମଧ୍ୟବିତ୍ତ ଏବଂ ନିମ୍ନ ଶ୍ରେଣୀକୁ ବ୍ୟାପିବା ପୂର୍ବରୁ ଆଭିଜାତ୍ୟ ବର୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା। ଏହାକୁ ଦେଖିଲେ ଏହା ନିଶ୍ଚିତ ଯେ, ସୌନ୍ଦର୍ଯ୍ୟ ନିୟମ ପାଳନ କରିବା ଦ୍ୱାରା ମହିଳାମାନେ ଅର୍ଥନୈତିକ କିମ୍ବା ଉତ୍ପାଦନକାରୀ କାର୍ଯ୍ୟରେ ଅଂଶଗ୍ରହଣ କରିବା କଷ୍ଟକର ଥିଲା। ଚାଇନା ଏବଂ ୟୁରୋପ ମଧ୍ୟରେ ସାଂସ୍କୃତିକ ପ୍ରଭେଦ ରହିଥିଲେ ମଧ୍ୟ ମହିଳାଙ୍କୁ ସମାନ ଢଙ୍ଗରେ ସହାୟିକା ଭୂମିକାରେ କାର୍ଯ୍ୟ କରିବାକୁ ଉଭୟେ ପ୍ରେରଣ କରିଥିଲେ। ସେହିପରି ଭାବରେ ଉଭୟ ସମାଜ ପ୍ରତିବନ୍ଧକମୂଳକ ସାମାଜିକ ନୀତିନିୟମ ଦୂର କରିବାକୁ ସକ୍ଷମ ହୋଇଥିଲେ (ଯେଉଁଥିରୁ ଶାରୀରିକ ପରିବର୍ତ୍ତନ କେବଳ ଗୋଟିଏ ଉଦାହରଣ) ଏବଂ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଥିଲେ।
ଏହା କିପରି ଘଟିଲା ତାହା ବୁଝିବା ଜରୁରୀ। ବିଶେଷକରି ଅନ୍ତର୍ଜାତୀୟ ସଂଗଠନ ଏବଂ ଶିକ୍ଷାବିତ୍‌ମାନେ ଲିଙ୍ଗଗତ ସମାନତା ହାସଲ କରିବା ପାଇଁ ସାମାଜିକ ନୀତି ବଦଳାଇବା ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ଏହା ସହ ନୂତନ ମନୋଭାବ ଏବଂ ଅଭ୍ୟାସ ପ୍ରତି ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିବା ପାଇଁ କୌଶଳ ଏବଂ ପଦକ୍ଷେପ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ସେମାନେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାକୁ ମନେରଖିବା ଉଚିତ ଯେ, ସାମାଜିକ ନୀତିଗୁଡ଼ିକ ଭୌତିକ ବାସ୍ତବତାର ସୃଷ୍ଟି ହୁଏ। ଫଳରେ ହଠାତ୍‌ ଚାହଁିଲେ ବି ସେହି ଅବସ୍ଥାରେ ପରିବର୍ତ୍ତନ ଆଣିବା ସମ୍ଭବ ହୁଏ ନାହିଁ। ସାମାଜିକ ନୀତିଗୁଡ଼ିକର ଜଟିଳ ବିବର୍ତ୍ତନକୁ ବୁଝିବା ପାଇଁ ଇତିହାସକୁ ଏକ ଲମ୍ବା ସମୟ ଧରି ଅନୁଧ୍ୟାନ କରିବା ଆବଶ୍ୟକ। ନୋବେଲ ବିଜେତା ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍‌ଡିନଙ୍କ କାର୍ଯ୍ୟ ଏହି ଦୃଷ୍ଟିକୋଣରୁ ଏକ ଉଦାହରଣ। ଆମେରିକା ଉପରେ ଅନୁଧ୍ୟାନ କରି ଗୋଲ୍‌ଡିନ ଜାଣିବାକୁ ପାଇଲେ ଯେ ଦୀର୍ଘ ଦିନ ଧରି ମହିଳାମାନଙ୍କର ଭାଗୀଦାରି ଚାକିରିର ପରିବର୍ତ୍ତନ ସ୍ଥିତି ଯୋଗୁ ଅଧିକ ହେଲା। ଉଦାହରଣ ସ୍ବରୂପ, ସାମାଜିକ ନୀତି ଏବଂ ପ୍ରବୃତ୍ତି ପରିବର୍ତ୍ତନ ନ କରି କାର୍ଯ୍ୟର ସମୟ ହ୍ରାସ ଓ ଉଚ୍ଚ ବେତନଯୁକ୍ତ କୌଶଳଭିତ୍ତିକ କାର୍ଯ୍ୟର ବୃଦ୍ଧି ଯୋଗୁ ଏହା ଘଟିଲା। ଏହି ଦୃଷ୍ଟିକୋଣ ଭାରତ ପାଇଁ ବିଶେଷ ଉପଯୋଗୀ। କାରଣ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଅଥନୈତିକ ଅଭିବୃଦ୍ଧି ଏବଂ ଦ୍ରୁତ ଦାରିଦ୍ର୍ୟ ହ୍ରାସ ସତ୍ତ୍ୱେ ବେତନଯୁକ୍ତ କାର୍ଯ୍ୟରେ ମହିଳାଙ୍କ ଅନୁପାତ ବହୁତ କମ୍‌ ରହିଛି। କେଉଁ ସାମାଜିକ ନୀତିନିୟମ ମହିଳା ଶ୍ରମଶକ୍ତିର ଭାଗୀଦାରିକୁ ରୋକୁଛି ଏବଂ ସେଗୁଡ଼ିକ ଏଥିପାଇର୍ଁ କେବଳ ଦାୟୀ କି ନାହିଁ, ଏଭଳି ଅସଙ୍ଗତିକୁ ନେଇ ବିତର୍କ ସୃଷ୍ଟି ହୋଇଛି। ସମସ୍ୟା ସୃଷ୍ଟି କରୁଥିବା ସେହି ନୀତିନିୟମଗୁଡ଼ିକୁ ଆମ ନୂତନ ଅଧ୍ୟୟନ ଚିହ୍ନଟ କରିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ରୋଷେଇ, ଜାଳେଣି ସଂଗ୍ରହ, ଜଳ ଆଣିବା, ଘରର ରକ୍ଷଣାବେକ୍ଷଣ, ଶିଶୁ ଏବଂ ବୟସ୍କଙ୍କ ଯତ୍ନ ସହିତ ଘରୋଇ କାର୍ଯ୍ୟ ଉପରେ ଭାରତୀୟ ମହିଳାଙ୍କ ଅତ୍ୟଧିକ ଦାୟିତ୍ୱ ଅଛି। ଭାରତୀୟ ମହିଳାମାନେ ଏହି କାର୍ଯ୍ୟକଳାପରେ ପୁରୁଷଙ୍କ ତୁଳନାରେ ୧୦ଗୁଣ ଅଧିକ ସମୟ ବିତାଉଛନ୍ତି। ଏଭଳି ସମୟ ପାର୍ଥକ୍ୟ ବିଶ୍ୱର ବିଭିନ୍ନ ଦେଶର କାର୍ଯ୍ୟ ସମୟ ମଧ୍ୟରେ ସର୍ବାଧିକ। ଅଧିକନ୍ତୁ, ବିଶ୍ୱସ୍ତରରେ ବିବାହ କରି ପୁତ୍ର ପ୍ରାପ୍ତିର ଆଶା ଅଧିକ ରହିଛି। ଭାରତରେ ଯୁବତୀମାନେ ବିଶ୍ୱର ଅନ୍ୟାନ୍ୟ ସ୍ଥାନ ତୁଳନାରେ ଶୀଘ୍ର ବିବାହ ଏବଂ ମାତୃତ୍ୱ ଲାଭ କରି ଏକ ପୁରୁଷ ଉତ୍ତରାଧିକାରୀ ପାଇଁ ଆଶା କରନ୍ତି। ଏହିସବୁ ନୀତିନିୟମର ସୀମିତ ପ୍ରଭାବ ଥିଲେ ମଧ୍ୟ ମହିଳାମାନେ ହାସଲ କରିପାରି ନ ଥିବା ବେତନଯୁକ୍ତ କାର୍ଯ୍ୟ ସମ୍ପର୍କରେ ଆମ ତଥ୍ୟ ପ୍ରକାଶ କରିଛି। ମହିଳାମାନେ ସ୍ବଳ୍ପ ସମୟ ମଧ୍ୟରେ ବେତନ ପ୍ରାପ୍ତ ଚାକିରି କରନ୍ତି ଓ ତାହାକୁ ଛାଡ଼ନ୍ତି। ଏହା ସୂଚିତ କରେ ଯେ, ଏଭଳି କାମ ଯେତେବେଳେ ଉପଲବ୍ଧ ହୁଏ, ସେମାନେ ତାହା କରିବାକୁ ଇଚ୍ଛା କରିଥା’ନ୍ତି। ଜାତି ବ୍ୟବସ୍ଥା ଦ୍ୱାରା ଏହାର ଗତିଶୀଳତା ବାଧାପ୍ରାପ୍ତ ହୋଇଥାଏ। ନିମ୍ନ ଜାତିର ମହିଳାମାନେ ଐତିହାସିକ ଭାବରେ ଶ୍ରମ ବଜାରରେ ଅଧିକ ପ୍ରତିଶତ ଅଂଶଗ୍ରହଣ କରୁଛନ୍ତି ଏବଂ ଅତ୍ୟଧିକ ପରିବର୍ତ୍ତନ ଦରକାର ବୋଲି କହନ୍ତି, ଯାହା ଉପଲବ୍ଧ କାର୍ଯ୍ୟର ଅନିଶ୍ଚିତତାକୁ ସୂଚିତ କରେ।
ଭାରତରେ ବେତନଯୁକ୍ତ ରୋଜଗାରରେ ମହିଳାମାନଙ୍କର ଅନୁପାତ କମ୍‌ ରହିବା ଏକ ଗମ୍ଭୀର ଚିନ୍ତାର ବିଷୟ। ନୀତି ନିର୍ଦ୍ଧାରକମାନେ ସାମାଜିକ ନୀତିନିୟମ ବା ମାନଦଣ୍ଡ ବଦଳାଇବା ପରିବର୍ତ୍ତେ ମହିଳା ଶ୍ରମିକର ଚାହିଦା ସୃଷ୍ଟି ଉପରେ ଅଧିକ ଧ୍ୟାନ ଦେବା ଉଚିତ। ଅର୍ଥାତ୍‌, ବେତନଯୁକ୍ତ କାର୍ଯ୍ୟର ନିୟମିତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବା, ଯଦ୍ଦ୍ବାରା ମହିଳାମାନେ ନିଯୁକ୍ତି ପାଇପାରିବେ ଏବଂ ନିଯୁକ୍ତିଦାତାମାନେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ଉତ୍ସାହିତ ହେବେ। ଭାରତର ଅନେକ ରାଜ୍ୟ ସରକାରୀ କ୍ଷେତ୍ର ନିଯୁକ୍ତିରେ ଲିଙ୍ଗଗତ କୋଟା ଲାଗୁ କରିସାରିଲେଣି। କିନ୍ତୁ ଅସଂଗଠିତ କ୍ଷେତ୍ରରେ ମୋଟ ଭାରତୀୟ ଶ୍ରମିକଙ୍କ ମଧ୍ୟରୁ ୯୦% ଅଛନ୍ତି ଓ ସେଠାରେ ମହିଳା ଶ୍ରମଶକ୍ତି ଭାଗୀଦାରି ପ୍ରତିଶତକୁ ଏଭଳି କୋଟା ଅଧିକ ପ୍ରଭାବିତ କରିନାହିଁ। ଘରୋଇ ନିଯୁକ୍ତିଦାତାମାନେ ମହିଳାମାନଙ୍କୁ ରୋଜଗାର ଦେଇ ଉତ୍ସାହିତ କରିବା ଦରକାର। ଟେକ୍‌ ମହିନ୍ଦ୍ରା, ୱିପ୍ରୋ, ହିରୋ ମୋଟୋକର୍ପ ଏବଂ ଡକ୍ଟର ରେଡ୍ଡୀଙ୍କ ଲାବରେଟୋରି ସମେତ କେତେକ ଅଗ୍ରଣୀ କମ୍ପାନୀ ମହିଳା ଶ୍ରମିକ ଭାଗୀଦାରି ବୃଦ୍ଧି ପାଇଁ ପଦକ୍ଷେପ ନେବା ଆରମ୍ଭ କରିସାରିଲେଣି। ଅନ୍ୟମାନେ ସେମାନଙ୍କ ନେତୃତ୍ୱକୁ ଅନୁସରଣ କରିବା ଉଚିତ।
ଭାରତରେ ଅଧିକ ଲୋକ ଗ୍ରାମାଞ୍ଚଳରେ ରହନ୍ତି। ସେମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, ଚମଡ଼ା ସାମଗ୍ରୀ ଏବଂ କ୍ଷୁଦ୍ର, ଲୋ-ଟେକ୍‌ ମ୍ୟାନୁଫାକ୍‌ଚରିଂ ଭଳି ଶ୍ରମଭିତ୍ତିକ କ୍ଷେତ୍ରଗୁଡ଼ିକରେ ମହିଳାମାନଙ୍କ ପାଇଁ ପାରିଶ୍ରମିକ ପ୍ରାପ୍ତିର ଏକ ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଅନୁଧ୍ୟାନରେ ବହୁ ସଂଖ୍ୟକ ଗ୍ରାମୀଣ ମହିଳା ଦର୍ଶାଇଛନ୍ତି ଯେ, ଭାରତରେ ସେମାନେ ନିଜର ଜୀବିକା ଅର୍ଜନ କରିବାକୁ ଚାହାନ୍ତି। ଏମାନଙ୍କ ସଂଖ୍ୟା କାନାଡ଼ା ଏବଂ ଅଷ୍ଟ୍ରେଲିଆର ମିଳିତ ଜନସଂଖ୍ୟାଠାରୁ ଅଧିକ। ସେମାନେ ଏକ ଦୀର୍ଘମିଆଦୀ ତଥା ବିଶ୍ୱର ସର୍ବବୃହତ୍‌ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ଉତ୍ପାଦନ ଏବଂ ପାରିଶ୍ରମିକଯୁକ୍ତ ମହିଳା ସ୍ବନିଯୁକ୍ତିକୁ ପ୍ରୋତ୍ସାହିତ କରିବାରେ ଏହାର ଅପାର ସମ୍ଭାବନା ରହିଛି।
ପୂର୍ବ ଏସିଆରେ ଗ୍ରାମୀଣ ଅଣକୃଷି ନିଯୁକ୍ତିର ଉପଲବ୍ଧତା ମହିଳାମାନଙ୍କୁ ଦରମା ପ୍ରାପ୍ତ ଶ୍ରମିକ ଭାବେ ପ୍ରବେଶ ପାଇଁ ଅଧିକ ଉତ୍ସାହିତ କରିଥିଲା ଏବଂ ଏହାର ପ୍ରତିକ୍ରିୟାରେ ସାମାଜିକ ନୀତିନିୟମ ପରିବର୍ତ୍ତନ ହେବାକୁ ଲାଗିଲା। ଏ ଦୃଷ୍ଟିରୁ ଭାରତକୁ ଅଲଗା ବୋଲି ବିଶ୍ୱାସ କରିବାର କୌଣସି କାରଣ ନାହିଁ। ନୀତି ନିର୍ଦ୍ଧାରକମାନେ ଭୁଲ୍‌ କାମ କରିବା ଉଚିତ ନୁହେଁ। ସମାନତାର ଏକ ନୂତନ ସଂସ୍କୃତି ସୃଷ୍ଟି କରିବା ପ୍ରୟାସରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିବା ପୂର୍ବରୁ ମହିଳା ନିଯୁକ୍ତି ପାଇଁ ଏକ ପରିବେଶ ସୃଷ୍ଟି କରନ୍ତୁ।

  • ଅଶ୍ୱିନୀ ଦେଶ୍‌ପାଣ୍ଡେ
    ଅର୍ଥନୀତି ପ୍ରାଧ୍ୟାପିକା ତଥା ପ୍ରତିଷ୍ଠାତା ନିର୍ଦ୍ଦେଶକ,
    ସେଣ୍ଟର ଫର୍‌ ଇକୋନୋମିକ ଡାଟା ଆଣ୍ଡ୍‌ ଆନାଲିସିସ୍‌

Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri