Posted inଫୁରସତ

ସୋସିଆଲ ମିଡିଆ ଓ ସାଇନ୍ସ କମ୍ୟୁନିକେଶନ

ସୋସିଆଲ ମିଡିଆ ଓ ସାଇନ୍ସ କମ୍ୟୁନିକେଶନ
ସୋସିଆଲ୍‌ ମିଡିଆ ଏକ କମ୍ପ୍ୟୁଟର-ଆଧାରିତ ଟେକ୍ନୋଲୋଜି, ଯାହାକି ବର୍ତ୍ତମାନ ଭର୍ଚୁଆଲ୍‌ ନେଟ୍‌ୱର୍କ ଜରିଆରେ ଜ୍ଞାନ ଏବଂ ସୂଚନା ବାଣ୍ଟିବାର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି । ବିଶେଷକରି କରୋନା ମହାମାରୀ ସମୟରେ ଏହାର ବ୍ୟବହାର ବହୁମାତ୍ରାରେ ବୃଦ୍ଧି ପାଇଛି। ହେଲେ ଏହାର ବ୍ୟବହାର ଯେପରି କାହାର ବ୍ୟକ୍ତିଗତ ଜୀବନ ଅବା ସମାଜ ଉପରେ ନକାରାତ୍ମକ ପ୍ରଭାବ ନ ପକାଏ, ସେଥିପ୍ରତି ସମସ୍ତେ ସଜାଗ ରହିବା ଆବଶ୍ୟକ…

ବୈଜ୍ଞାନିକମାନେ କିଛି ବର୍ଷ ପୂର୍ବରୁ ସୂଚନା, ଧାରଣା, ଚିନ୍ତାଧାରା, ଟ୍ୟୁଟୋରିଆଲ୍‌, ଅନୁସନ୍ଧାନ ଏବଂ ଚାକିରିର ଅଫର୍‌ ଭଳି ସଂକ୍ଷିପ୍ତ କାର୍ଯ୍ୟକଳାପ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ୍‌, ଟ୍ବିଟର, ରିସର୍ଚ୍ଚଗେଟ୍‌, ଲିଙ୍କଡଇନ୍‌, ଟିକ୍‌ଟକ୍‌, ସ୍ନାପଚେଟ୍‌, କ୍ଲବ ହାଉସ୍‌, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ବ୍ୟବହାର କରିବା ଆରମ୍ଭ କରିଥିଲେ। ତେବେ ମହାମାରୀ ଏସବୁର ବ୍ୟବହାରକୁ ବହୁତ ଗୁଣରେ ବୃଦ୍ଧି କରିଛି। ଏହା ଜରିଆରେ ଅନେକ ବିଜ୍ଞାନ ଯୋଗାଯୋଗକାରୀମାନେ ମଧ୍ୟ ବିଶେଷଜ୍ଞ/ବୈଜ୍ଞାନିକମାନଙ୍କର ନୂତନ ଗବେଷଣା ଫଳାଫଳର ସୂଚନା ଜନସାଧାରଣଙ୍କୁ ଜଣାଇଥା’ନ୍ତି। ସେମାନେ ବିଜ୍ଞାନ ବିଷୟରେ ଜନସାଧାରଣଙ୍କ ବୁଝାମଣା ଏବଂ ଆଗ୍ରହକୁ ପ୍ରୋତ୍ସାହିତ କରିବା ପାଇଁ ପୋଡକାଷ୍ଟ ଏବଂ ଭିଡିଓ ପୋଷ୍ଟ କରନ୍ତି। ତେବେ ଏହାଦ୍ୱାରା ବାସ୍ତବରେ କେତେଜଣ ଉପକୃତ ହେଉଛନ୍ତି ତାହା ପ୍ରଶ୍ନବାଚୀ। କାରଣ ସୋସିଆଲ ମିଡିଆ ଦ୍ୱାରା ସାଇନ୍ସ କମ୍ୟୁନିକେଶନ୍‌ର ଉଭୟ ଭଲ ଏବଂ ଖରାପ ପ୍ରଭାବ ଥିବା ଦେଖିବାକୁ ମିଳୁଛି।
ସୋସିଆଲ୍‌ ମିଡିଆରେ କୌଣସି ଏକାଡେମିକ୍‌ ବିନିମୟରେ ଭାଗନେବାକୁ ଭ୍ରମଣ ପାଣ୍ଠି ଆବଶ୍ୟକ ହୋଇ ନ ଥାଏ। ସମ୍ଭାବ୍ୟ କ୍ୟାରିୟର ଚିନ୍ତା କରୁଥିବା ଛାତ୍ରୀଛାତ୍ରମାନଙ୍କୁ ବିଜ୍ଞାନର ବିଭିନ୍ନ କ୍ଷେତ୍ର ସମ୍ପର୍କରେ ଜାଣିବାରେ ଏହା ବେଶ୍‌ ସାହାଯ୍ୟ କରିଥାଏ। ସେହିପରି ବୈଜ୍ଞାନିକମାନେ ମଧ୍ୟ ନିଜ କଠିନ ପରିଶ୍ରମର ଚାପ ଏବଂ ସଂଘର୍ଷ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଏହା ମଧ୍ୟ ଏକ ଭଲ ଉପାୟ। ତେବେ ଅପରପକ୍ଷେ ଦେଖିବାକୁ ଗଲେ, ବାସ୍ତବ ବିଜ୍ଞାନ ବକ୍ତବ୍ୟଗୁଡିକ ନିର୍ଦ୍ଦିଷ୍ଟ ନିୟମ, ପ୍ରମାଣ, ଅବ୍‌ଜେକ୍ଟିଭ୍‌ ଏବଂ ନିର୍ଭୁଲ ମୂଲ୍ୟାଙ୍କନ ଉପରେ ଆଧାରିତ ହୋଇଥିବା ବେଳେ ସୋସିଆଲ ମେଡିଆରେ ତଥ୍ୟଗୁଡ଼ିକ ଦ୍ରୁତ ଗତିଶୀଳ ଏବଂ ଅଧିକାଂଶ ସମୟରେ ଅସଙ୍ଗତ ହୋଇପାରେ, ଯାହାକି ଜନସାଧାରଣଙ୍କ ନିକଟରେ ଭୁଲ ତଥ୍ୟ ପହଞ୍ଚାଇପାରେ। ଏହାଦ୍ୱାରା ଧାର୍ମିକ ବିଶ୍ୱାସ ପ୍ରତି ହାଇପରପୋଲାରାଇଜଡ୍‌ ଜନସାଧାରଣ ଧାର୍ମିକ ଘଟଣା ଏବଂ ବୈଜ୍ଞାନିକ ପ୍ରମାଣ ସହିତ ଅତିରିକ୍ତ ଭାବରେ ସଂଯୋଗ କରି ଜନସାଧାରଣଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିପାରନ୍ତି। ଅନ୍‌ଲାଇନ୍‌ ଯୋଗାଯୋଗ ପ୍ରଣାଳୀରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁସନ୍ଧାନମୂଳକ ପତ୍ରିକା ଅପେକ୍ଷା ଜନସାଧାରଣଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ, ଯାହାର ସୁଯୋଗ ନେଇ ଅନେକେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିପାରନ୍ତି।
ତେଣୁ ସୋସିଆଲ୍‌ ମିଡିଆରେ ବିଜ୍ଞାନ ଯୋଗାଯୋଗକାରୀଙ୍କର ସୂଚନା ପ୍ରଦାନ ସମୟରେ କିଛି ଦାୟିତ୍ୱ ରହିବା ଦରକାର:
– ସୌଭାଗ୍ୟର କଥା ଯେ, ଆମ ଭାରତର ଲୋକମାନେ ବୈଜ୍ଞାନିକ ଏବଂ ବିଜ୍ଞାନକୁ ବୃତ୍ତି ଭାବରେ ଉଚ୍ଚ ସମ୍ମାନ ଦିଅନ୍ତି। ତେଣୁ ବିଜ୍ଞାନଭିତ୍ତିକ ପ୍ରକ୍ରିୟା ଏବଂ ବୈଜ୍ଞାନିକମାନଙ୍କ ଉପରେ ଜନସାଧାରଣଙ୍କ ଦୃଷ୍ଟିକୋଣର ବିକାଶରେ ସାହାଯ୍ୟ କରନ୍ତୁ। ଭୁଲ ତଥ୍ୟକୁ ବିଜ୍ଞାନଭିତ୍ତିରେ ପ୍ରମାଣ କରନ୍ତୁ ନାହିଁ। ସୋସିଆଲ ମିଡିଆର ମୂଳଦୁଆ ବିଜ୍ଞାନର ଉଦ୍ଭାବନ ଉପରେ ଉପସ୍ଥାପିତ। ତେଣୁ ସୋସିଆଲ ମିଡିଆର ବିଜ୍ଞାନ ପ୍ରତି ନୂତନ challenge ଗୁଡିକ ପରାସ୍ତ କରିବା ପାଇଁ ବୈଜ୍ଞାନିକ ସମ୍ପ୍ରଦାୟ, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନ ମଧ୍ୟରେ ସହଭାଗିତା ଆବଶ୍ୟକ।
– ଡ. ସ୍ନିଗ୍ଧା ପଣ୍ଡା
କଲ୍ୟାଣୀ, ପଶ୍ଚିମବଙ୍ଗ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri