ସାମାଜିକ (ଅ)ସୁରକ୍ଷା

ବ୍ରିଟେନକୁ ପଛରେ ପକାଇ ଭାରତ ୫ମ ବୃହତ୍‌ ଅର୍ଥନୀତି ହୋଇଥିବା ବିଷୟ ୨ ସେପ୍ଟେମ୍ବରରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଉଲ୍ଲସିତ ହେଲାଭଳି ମନେହେଉଛି। ଦେଶ ପାଇଁ ଏହା ଏକ ଖୁସି ଖବର ବୋଲି କୁହାଯାଇପାରେ। ଅନ୍ୟପକ୍ଷରେ ସେହିଦିନ ଅନ୍ତର୍ଜାତୀୟ ଶ୍ରମିକ ସଙ୍ଗଠନ (ଆଇଏଲ୍‌ଓ) ପକ୍ଷରୁ ସାମାଜିକ ସୁରକ୍ଷା ସଂକ୍ରାନ୍ତ ‘ଓ୍ବାର୍ଲଡ ସୋସିଆଲ୍‌ ପ୍ରୋଟେକ୍‌ଶନ ରିପୋର୍ଟ ୨୦୨୦-୨୨’ ପ୍ରକାଶ ପାଇଛି ଓ ସେଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ ମାତ୍ର ୨୪.୪ ପ୍ରତିଶତ ନାଗରିକଙ୍କ ପାଖରେ ସାମାଜିକ ସୁରକ୍ଷା ରହିଛି। ପଡ଼ୋଶୀ ବାଂଲାଦେଶରେ ୨୮.୪ ପ୍ରତିଶତ ଲୋକ ସୁରକ୍ଷା ପାଉଥିବା ବେଳେ ତାହାଠାରୁ ଭାରତ ପଛରେ ପଡ଼ିଛି। ପ୍ରକାଶିତ ତଥ୍ୟକୁ ଗଭୀର ଭାବେ ଦେଖିଲେ ୭୫.୬ ପ୍ରତିଶତ ଭାରତୀୟ ସାମାଜିକ ସୁରକ୍ଷା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ପୁଣି ବିଶ୍ଳେଷଣ କଲେ ଦେଶ ଜନସଂଖ୍ୟାର ତିନି ଚତୁର୍ଥାଂଶରୁ ଅଧିକ ଲୋକ ସୁରକ୍ଷାବଳୟ ବାହାରେ ରହିଛନ୍ତି। ଯଦି କୌଣସି କ୍ଷେତ୍ରରେ ଭାରତ ଆଗକୁ ଯାଉଛି ଓ ତାହାକୁ ସବୁ ମଞ୍ଚରେ ଆଲୋଚନା କରାଯାଉଛି; ସେହି ମାନସିକତାରେ ଦେଖିଲେ ଭାରତ ଯଦି କାହାଠାରୁ ଦୁର୍ବଳ ବୋଲି ଜଣାପଡ଼ୁଛି, ସେଭଳି ସ୍ଥଳେ ଅସ୍ବାଭାବିକ ସ୍ଥିତି ସଂକ୍ରାନ୍ତରେ ମଧ୍ୟ ତର୍ଜମା ହେବା ଆବଶ୍ୟକ। ହେଲେ ସେହି ସ୍ତରକୁ ଭାରତ ଏ ଯାଏ ଉଠିପାରି ନାହିଁ ବୋଲି ପ୍ରଦର୍ଶନ କରାଯାଉଥିବା କାର୍ଯ୍ୟରୁ ବୁଝାପଡ଼ିଯାଉଛି।
ଭାରତ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଥିବା ସର୍ବଦା କହିଚାଲିଛନ୍ତି। ମଧ୍ୟାହ୍ନ ଭୋଜନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବୀମା ଓ ଲୋକଙ୍କୁ ବିନାମୂଲ୍ୟରେ ଖାଦ୍ୟ ଯୋଗାଣ ପର୍ଯ୍ୟନ୍ତ ଅନେକ ସ୍ବାଗତଯୋଗ୍ୟ କାର୍ଯ୍ୟକ୍ରମ ବିଷୟରେ ସରକାର ପ୍ରଚାର କରୁଛନ୍ତି। ଏହିଭଳି କାର୍ଯ୍ୟ କରାଉଥିବା ଦେଶକୁ ଜନମଙ୍ଗଳ ରାଷ୍ଟ୍ର (ଓ୍ବେଲ୍‌ଫେୟାର ଷ୍ଟେଟ୍‌) ଭାବେ ଗଣାଯାଏ। ରାଜନୀତିରେ ଏପରି କାର୍ଯ୍ୟର ଅନେକ ଗୁରୁତ୍ୱ ରହିଛି ବୋଲି ଓଡ଼ିଶା ସମେତ ଭାରତବର୍ଷ ସାରା, ପ୍ରତ୍ୟେକ ନିର୍ବାଚନ ପୂର୍ବରୁ, ଘୋଷଣା ପରେ ଘୋଷଣା ହେଉଥିବା ପରିଲକ୍ଷିତ ହୋଇଥାଏ। ଏବେକା ସ୍ଥିତିରେ ସେହିସବୁ ଘେଷଣା କାର୍ଯ୍ୟକାରୀ ମଧ୍ୟ ହେଉଛି, ଯାହାକୁ ସମସ୍ତେ ସକାରାତ୍ମକ ଦୃଷ୍ଟିରେ ଦେଖିବା ଦରକାର। କାରଣ କେବଳ ଧନୀ ବ୍ୟବସାୟୀଙ୍କୁ ଆର୍ଥିକ ସୁବିଧା ଏବଂ ଋଣଛାଡ଼ କରିଦେଲେ ଦେଶ ଆଗେଇପାରିବ ନାହିଁ। ଗରିବଙ୍କୁ ଦିଆଯାଉଥିବା ସୁବିଧାକୁ ଏବେ କେତେକ ଭାରତୀୟ ନକାରାତ୍ମକ ଦୃଷ୍ଟିରେ ଦେଖି କହୁଛନ୍ତି ଯେ, ସେଗୁଡ଼ିକ ରେଭେଡି (ହିନ୍ଦୀରେ) ବା ମାଗଣା ଉପହାର। ଏଠାରେ ମନେରଖିବାକୁ ହେବ ଯେ, ଭାରତରେ ପ୍ରତ୍ୟେକ ନାଗରିକ କରଦାତା। ନିତିଦିନ ଶୁଣିବାକୁ ମିଳେ ଯେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ପୂର୍ବ ମାସଠାରୁ ଅନେକ କୋଟି ଟଙ୍କା ବୃଦ୍ଧି ପାଉଛି। ଏହି ଅର୍ଥସବୁ ନାଗରିକଙ୍କ ମୁଣିରୁ ସରକାର ଛଡ଼ାଇ ନେଉଛନ୍ତି। କେବଳ ଆୟକର ପଇଠ କରୁଥିବା ଭାରତୀୟ ନିଜକୁ କରଦାତା ବୋଲି ଭାବିବା ଉଚିତ ନୁହେଁ। ସେଥିପାଇଁ ଗରିବଙ୍କୁ ମିଳୁଥିବା ସୁବିଧା ଏକ ଉନ୍ନତ ଅର୍ଥନୀତିର ସଙ୍କେତ। ତେବେ କେଉଁ ଯୋଜନା ବା କାର୍ଯ୍ୟକ୍ରମ ସାମାଜିକ ନିରାପତ୍ତା ଲାଗି ଉଦ୍ଦିଷ୍ଟ ଓ କେଉଁଗୁଡ଼ିକ ଭୋଟ ହାତେଇବା ଲାଗି ଅଭିପ୍ରେତ ତାହାର ସୂକ୍ଷ୍ମ ତଫାତ୍‌ ଜାଣିବା ସାଧାରଣରେ କଷ୍ଟକର ହୋଇପଡ଼ୁଛି। ଏ ଦିଗରେ ଛାନ୍‌ଭିନ୍‌ କରିବାର କୌଣସି ଆବଶ୍ୟକତା ନାହିଁ। ଦେଶର ଅର୍ଥ ନାଗରିକ; ପାହାଡ଼, ପର୍ବତ କିମ୍ବା ନଦୀ ନୁହେଁ। ଯଦି ନାଗରିକଙ୍କୁ ସରକାରଙ୍କ ତରଫରୁ ସୁବିଧା ମିଳିପାରିଲା ସେଥିରେ କାହାରିକୁ କଷ୍ଟ ହେବା କଥା ନୁହେଁ। ଯଦି କଷ୍ଟ ହେଉଛି, ତେବେ ସେହି ନାଗରିକ ଲୁକ୍କାୟିତ ଜନବିରୋଧୀ। ସରକାର ସର୍ବଦା ଦାବି କରୁଛନ୍ତି ଯେ, ଦେଶର ହିତାଧିକାରୀଙ୍କ ନିକଟରେ ଯୋଜନାର ସମସ୍ତ ଶ୍ରେୟ ପହଞ୍ଚୁଛି। କଂଗ୍ରେସ ସରକାରଙ୍କ ସମୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିବା ବିଷୟକୁ ଏବର ସରକାର ଦୋହରାଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସେତେବେଳେ ରାଜୀବ ଗାନ୍ଧୀ କହିଥିଲେ କେନ୍ଦ୍ରରୁ ମଞ୍ଜୁର ହେଉଥିବା ପ୍ରତି ଏକ ଟଙ୍କା ମଧ୍ୟରୁ ଲୋକଙ୍କ ପାଖରେ ମାତ୍ର ୧୫ ପଇସା ପହଞ୍ଚୁଥିଲା। ଏବେ ସରକାର କହୁଛନ୍ତି ସବୁ ସରକାରୀ ଯୋଜନାର ସୁଫଳ ଶତପ୍ରତିଶତ ଦେଶବାସୀଙ୍କ ନିକଟରେ ପହଞ୍ଚୁଛି। ବର୍ତ୍ତମାନର ସରକାରଙ୍କ ଦାବି ଯଦି ସତ୍ୟ ହୋଇଥାଆନ୍ତା, ତାହା ହେଲେ ଆଜି ୭୫.୬ ପ୍ରତିଶତ ଲୋକ ସାମାଜିକ ସୁରକ୍ଷା ବ୍ରାକେଟ ବାହାରେ ନ ଥାଆନ୍ତେ। ଆଇଏଲ୍‌ଓ ଦ୍ୱାରା ପ୍ରକାଶିତ ରିପୋର୍ଟକୁ ଦେଖିଲେ ପୃଥିବୀର କେତେକ ଦେଶର ଶତପ୍ରତିଶତ ଲୋକ ଅନ୍ତତଃ ଗୋଟିଏ ସାମାଜିକ ସୁରକ୍ଷା ସୁବିଧା ପାଇପାରୁଛନ୍ତି। ଏଭଳି ପ୍ରଚ୍ଛଦପଟରେ ଭାରତ ଦାବି କରିପାରିବ ନାହିଁ ଯେ, ପ୍ରତ୍ୟେକ ନାଗରିକ କୌଣସି ନା କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri