ସାମାଜିକ (ଅ)ସୁରକ୍ଷା

ବ୍ରିଟେନକୁ ପଛରେ ପକାଇ ଭାରତ ୫ମ ବୃହତ୍‌ ଅର୍ଥନୀତି ହୋଇଥିବା ବିଷୟ ୨ ସେପ୍ଟେମ୍ବରରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଉଲ୍ଲସିତ ହେଲାଭଳି ମନେହେଉଛି। ଦେଶ ପାଇଁ ଏହା ଏକ ଖୁସି ଖବର ବୋଲି କୁହାଯାଇପାରେ। ଅନ୍ୟପକ୍ଷରେ ସେହିଦିନ ଅନ୍ତର୍ଜାତୀୟ ଶ୍ରମିକ ସଙ୍ଗଠନ (ଆଇଏଲ୍‌ଓ) ପକ୍ଷରୁ ସାମାଜିକ ସୁରକ୍ଷା ସଂକ୍ରାନ୍ତ ‘ଓ୍ବାର୍ଲଡ ସୋସିଆଲ୍‌ ପ୍ରୋଟେକ୍‌ଶନ ରିପୋର୍ଟ ୨୦୨୦-୨୨’ ପ୍ରକାଶ ପାଇଛି ଓ ସେଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ ମାତ୍ର ୨୪.୪ ପ୍ରତିଶତ ନାଗରିକଙ୍କ ପାଖରେ ସାମାଜିକ ସୁରକ୍ଷା ରହିଛି। ପଡ଼ୋଶୀ ବାଂଲାଦେଶରେ ୨୮.୪ ପ୍ରତିଶତ ଲୋକ ସୁରକ୍ଷା ପାଉଥିବା ବେଳେ ତାହାଠାରୁ ଭାରତ ପଛରେ ପଡ଼ିଛି। ପ୍ରକାଶିତ ତଥ୍ୟକୁ ଗଭୀର ଭାବେ ଦେଖିଲେ ୭୫.୬ ପ୍ରତିଶତ ଭାରତୀୟ ସାମାଜିକ ସୁରକ୍ଷା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ପୁଣି ବିଶ୍ଳେଷଣ କଲେ ଦେଶ ଜନସଂଖ୍ୟାର ତିନି ଚତୁର୍ଥାଂଶରୁ ଅଧିକ ଲୋକ ସୁରକ୍ଷାବଳୟ ବାହାରେ ରହିଛନ୍ତି। ଯଦି କୌଣସି କ୍ଷେତ୍ରରେ ଭାରତ ଆଗକୁ ଯାଉଛି ଓ ତାହାକୁ ସବୁ ମଞ୍ଚରେ ଆଲୋଚନା କରାଯାଉଛି; ସେହି ମାନସିକତାରେ ଦେଖିଲେ ଭାରତ ଯଦି କାହାଠାରୁ ଦୁର୍ବଳ ବୋଲି ଜଣାପଡ଼ୁଛି, ସେଭଳି ସ୍ଥଳେ ଅସ୍ବାଭାବିକ ସ୍ଥିତି ସଂକ୍ରାନ୍ତରେ ମଧ୍ୟ ତର୍ଜମା ହେବା ଆବଶ୍ୟକ। ହେଲେ ସେହି ସ୍ତରକୁ ଭାରତ ଏ ଯାଏ ଉଠିପାରି ନାହିଁ ବୋଲି ପ୍ରଦର୍ଶନ କରାଯାଉଥିବା କାର୍ଯ୍ୟରୁ ବୁଝାପଡ଼ିଯାଉଛି।
ଭାରତ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଥିବା ସର୍ବଦା କହିଚାଲିଛନ୍ତି। ମଧ୍ୟାହ୍ନ ଭୋଜନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବୀମା ଓ ଲୋକଙ୍କୁ ବିନାମୂଲ୍ୟରେ ଖାଦ୍ୟ ଯୋଗାଣ ପର୍ଯ୍ୟନ୍ତ ଅନେକ ସ୍ବାଗତଯୋଗ୍ୟ କାର୍ଯ୍ୟକ୍ରମ ବିଷୟରେ ସରକାର ପ୍ରଚାର କରୁଛନ୍ତି। ଏହିଭଳି କାର୍ଯ୍ୟ କରାଉଥିବା ଦେଶକୁ ଜନମଙ୍ଗଳ ରାଷ୍ଟ୍ର (ଓ୍ବେଲ୍‌ଫେୟାର ଷ୍ଟେଟ୍‌) ଭାବେ ଗଣାଯାଏ। ରାଜନୀତିରେ ଏପରି କାର୍ଯ୍ୟର ଅନେକ ଗୁରୁତ୍ୱ ରହିଛି ବୋଲି ଓଡ଼ିଶା ସମେତ ଭାରତବର୍ଷ ସାରା, ପ୍ରତ୍ୟେକ ନିର୍ବାଚନ ପୂର୍ବରୁ, ଘୋଷଣା ପରେ ଘୋଷଣା ହେଉଥିବା ପରିଲକ୍ଷିତ ହୋଇଥାଏ। ଏବେକା ସ୍ଥିତିରେ ସେହିସବୁ ଘେଷଣା କାର୍ଯ୍ୟକାରୀ ମଧ୍ୟ ହେଉଛି, ଯାହାକୁ ସମସ୍ତେ ସକାରାତ୍ମକ ଦୃଷ୍ଟିରେ ଦେଖିବା ଦରକାର। କାରଣ କେବଳ ଧନୀ ବ୍ୟବସାୟୀଙ୍କୁ ଆର୍ଥିକ ସୁବିଧା ଏବଂ ଋଣଛାଡ଼ କରିଦେଲେ ଦେଶ ଆଗେଇପାରିବ ନାହିଁ। ଗରିବଙ୍କୁ ଦିଆଯାଉଥିବା ସୁବିଧାକୁ ଏବେ କେତେକ ଭାରତୀୟ ନକାରାତ୍ମକ ଦୃଷ୍ଟିରେ ଦେଖି କହୁଛନ୍ତି ଯେ, ସେଗୁଡ଼ିକ ରେଭେଡି (ହିନ୍ଦୀରେ) ବା ମାଗଣା ଉପହାର। ଏଠାରେ ମନେରଖିବାକୁ ହେବ ଯେ, ଭାରତରେ ପ୍ରତ୍ୟେକ ନାଗରିକ କରଦାତା। ନିତିଦିନ ଶୁଣିବାକୁ ମିଳେ ଯେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ପୂର୍ବ ମାସଠାରୁ ଅନେକ କୋଟି ଟଙ୍କା ବୃଦ୍ଧି ପାଉଛି। ଏହି ଅର୍ଥସବୁ ନାଗରିକଙ୍କ ମୁଣିରୁ ସରକାର ଛଡ଼ାଇ ନେଉଛନ୍ତି। କେବଳ ଆୟକର ପଇଠ କରୁଥିବା ଭାରତୀୟ ନିଜକୁ କରଦାତା ବୋଲି ଭାବିବା ଉଚିତ ନୁହେଁ। ସେଥିପାଇଁ ଗରିବଙ୍କୁ ମିଳୁଥିବା ସୁବିଧା ଏକ ଉନ୍ନତ ଅର୍ଥନୀତିର ସଙ୍କେତ। ତେବେ କେଉଁ ଯୋଜନା ବା କାର୍ଯ୍ୟକ୍ରମ ସାମାଜିକ ନିରାପତ୍ତା ଲାଗି ଉଦ୍ଦିଷ୍ଟ ଓ କେଉଁଗୁଡ଼ିକ ଭୋଟ ହାତେଇବା ଲାଗି ଅଭିପ୍ରେତ ତାହାର ସୂକ୍ଷ୍ମ ତଫାତ୍‌ ଜାଣିବା ସାଧାରଣରେ କଷ୍ଟକର ହୋଇପଡ଼ୁଛି। ଏ ଦିଗରେ ଛାନ୍‌ଭିନ୍‌ କରିବାର କୌଣସି ଆବଶ୍ୟକତା ନାହିଁ। ଦେଶର ଅର୍ଥ ନାଗରିକ; ପାହାଡ଼, ପର୍ବତ କିମ୍ବା ନଦୀ ନୁହେଁ। ଯଦି ନାଗରିକଙ୍କୁ ସରକାରଙ୍କ ତରଫରୁ ସୁବିଧା ମିଳିପାରିଲା ସେଥିରେ କାହାରିକୁ କଷ୍ଟ ହେବା କଥା ନୁହେଁ। ଯଦି କଷ୍ଟ ହେଉଛି, ତେବେ ସେହି ନାଗରିକ ଲୁକ୍କାୟିତ ଜନବିରୋଧୀ। ସରକାର ସର୍ବଦା ଦାବି କରୁଛନ୍ତି ଯେ, ଦେଶର ହିତାଧିକାରୀଙ୍କ ନିକଟରେ ଯୋଜନାର ସମସ୍ତ ଶ୍ରେୟ ପହଞ୍ଚୁଛି। କଂଗ୍ରେସ ସରକାରଙ୍କ ସମୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିବା ବିଷୟକୁ ଏବର ସରକାର ଦୋହରାଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସେତେବେଳେ ରାଜୀବ ଗାନ୍ଧୀ କହିଥିଲେ କେନ୍ଦ୍ରରୁ ମଞ୍ଜୁର ହେଉଥିବା ପ୍ରତି ଏକ ଟଙ୍କା ମଧ୍ୟରୁ ଲୋକଙ୍କ ପାଖରେ ମାତ୍ର ୧୫ ପଇସା ପହଞ୍ଚୁଥିଲା। ଏବେ ସରକାର କହୁଛନ୍ତି ସବୁ ସରକାରୀ ଯୋଜନାର ସୁଫଳ ଶତପ୍ରତିଶତ ଦେଶବାସୀଙ୍କ ନିକଟରେ ପହଞ୍ଚୁଛି। ବର୍ତ୍ତମାନର ସରକାରଙ୍କ ଦାବି ଯଦି ସତ୍ୟ ହୋଇଥାଆନ୍ତା, ତାହା ହେଲେ ଆଜି ୭୫.୬ ପ୍ରତିଶତ ଲୋକ ସାମାଜିକ ସୁରକ୍ଷା ବ୍ରାକେଟ ବାହାରେ ନ ଥାଆନ୍ତେ। ଆଇଏଲ୍‌ଓ ଦ୍ୱାରା ପ୍ରକାଶିତ ରିପୋର୍ଟକୁ ଦେଖିଲେ ପୃଥିବୀର କେତେକ ଦେଶର ଶତପ୍ରତିଶତ ଲୋକ ଅନ୍ତତଃ ଗୋଟିଏ ସାମାଜିକ ସୁରକ୍ଷା ସୁବିଧା ପାଇପାରୁଛନ୍ତି। ଏଭଳି ପ୍ରଚ୍ଛଦପଟରେ ଭାରତ ଦାବି କରିପାରିବ ନାହିଁ ଯେ, ପ୍ରତ୍ୟେକ ନାଗରିକ କୌଣସି ନା କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri