ସାମାଜିକ ବନ୍ଧକ

ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଋଣ ଯୋଜନା ଆରମ୍ଭ କରିଛନ୍ତି। କାଳିଆ ବା ଜଗନ୍ନାଥଙ୍କ ବଡ଼ଭାଇ ବଳରାମଙ୍କ ନାମରେ ନାମିତ ଏହି ଯୋଜନା କାଳିଆ ପରି ଏକ ଅନୁରୂପ ଯୋଜନା ବୋଲି କୁହାଯାଉଛି। ଉପରୁ ଉପରୁ ଦେଖିଲେ ତ ଯୋଜନାଟି ଅତ୍ୟନ୍ତ ଉପାଦେୟ ଭଳି ଜଣାପଡ଼ୁଛି। କାରଣ ଏହି ସମସ୍ତ ନଗଦ ଋଣ ବନ୍ଧକମୁକ୍ତ ରହିବ। ମିଳିତ ଦାୟିତ୍ୱ ଗୋଷ୍ଠୀ (ଜେଏଲ୍‌ଜି) ନାମକ ପାଞ୍ଚ ସଦସ୍ୟ ବିଶିଷ୍ଟ ଗୋଷ୍ଠୀକୁ ଋଣ ପ୍ରଦାନ କରାଯିବ, ଯେଉଁମାନେ ଗୋଷ୍ଠୀର ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ଋଣ ପାଇଁ ‘ସାମାଜିକ ବନ୍ଧକ’ ଭାବରେ କାର୍ଯ୍ୟ କରିବେ। ଯଦି ସେମାନଙ୍କର ସହ-ସଦସ୍ୟମାନଙ୍କ ମଧ୍ୟରୁ କେହି ଜଣେ ଋଣ ପରିଶୋଧରେ ଖିଲାପ କରନ୍ତି, ତେବେ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ଉତ୍ତରଦାୟୀ ରହିବେ। ରାଜ୍ୟରେ କାର୍ଯ୍ୟ କରୁଥିବା ଶାଖା ସଂଖ୍ୟାକୁ ଆଧାର କରି ପ୍ରତ୍ୟେକ ବ୍ୟାଙ୍କକୁ ଏକ ଋଣପ୍ରଦାନ ଲକ୍ଷ୍ୟ ଦିଆଯାଇଛି। ପ୍ରତ୍ୟେକ ଋଣଦାତା ବ୍ୟାଙ୍କ ଗୋଟିଏ ବର୍ଷରେ ଅତି କମ୍‌ରେ ୧୦ଟି ଜେଏଲ୍‌ଜିକୁ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୁଇବର୍ଷ ମଧ୍ୟରେ ଏହି ଯୋଜନାରେ ୭ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ସରକାର ଚିହ୍ନଟ କରିଛନ୍ତି। ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପିଏସି)ଗୁଡ଼ିକୁ କୃଷକମାନଙ୍କୁ ଋଣ ପ୍ରଦାନ କରିବାକୁ କୁହାଯାଇଛି। ଓଡିଶାରେ ୭୦୦୦ ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ଅଛି ଏବଂ ପ୍ରତ୍ୟେକ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ ୧୦ଟି ଜେଏଲ୍‌ଜିକୁ ଅର୍ଥ ପ୍ରଦାନ କରିବେ। ପ୍ରତ୍ୟେକ ଜେଏଲ୍‌ଜିର ପାଞ୍ଚଜଣ ସଦସ୍ୟ ରହିବେ ଏବଂ ସେମାନେ ପ୍ରତ୍ୟେକେ ୧.୬ ଲକ୍ଷ ଟଙ୍କା ପାଇବେ। ଦୁଇବର୍ଷ ମଧ୍ୟରେ ୧.୪୦ ଲକ୍ଷ ଜେଏଲ୍‌ଜି ମାଧ୍ୟମରେ ପ୍ରାୟ ସାତ ଲକ୍ଷ ଭୂମିହୀନ କୃଷକଙ୍କୁ ଉପକୃତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ୧୦୪୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ରାଜ୍ୟରେ ଏହି ଯୋଜନାକୁ ବୀମା ଗ୍ୟାରେଣ୍ଟି ପ୍ରଦାନ କରିବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଅଫ୍‌ ଏଗ୍ରିକଲ୍‌ଚରାଲ ଏକ୍ସଟେନ୍‌ଶନ (ଇମେଜ୍‌) ଏବଂ ଏଗ୍ରିକଲ୍‌ଚରାଲ ଟେକ୍ନୋଲୋଜି ମ୍ୟାନେଜ୍‌ମେଣ୍ଟ ଏଜେନ୍ସି (ଆତ୍ମା) ଯଥାକ୍ରମେ ରାଜ୍ୟ ଓ ଜିଲା ସ୍ତରରେ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। କାଳିଆଠାରୁ ବଳରାମ ଭିନ୍ନ, କାରଣ ପ୍ରଥମଟି ଫସଲ ଋଣ ହୋଇଥିବାବେଳେ ପରବର୍ତ୍ତୀଟି ହେଉଛି କେବଳ ମାଗଣା ଅର୍ଥ ବଣ୍ଟନ। କାଳିଆ ଜମି ଥିବା ଲୋକଙ୍କୁ ଉପକୃତ କରିଥିବାବେଳେ, ବଳରାମ ଭୂମିହୀନ ଚାଷୀଙ୍କୁ ଉପକୃତ କରିବାର ଲକ୍ଷ୍ୟ ରଖାଯାଇଛି, ଯେଉଁମାନେ ପୂର୍ବ ଯୋଜନାରେ କୃଷି ଋଣ ପାଇପାରି ନ ଥିଲେ। କ୍ଷେତ୍ର ସ୍ତରରେ ଏହାର ସୁଷ୍ଠୁ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଲ୍‌ଡବ୍ଲ୍ୟୁଏସ୍‌)ମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରିଛନ୍ତି। ଏଥିସହ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସରକାର ଏକ ପ୍ରୋତ୍ସାହନ ବ୍ୟବସ୍ଥା ରଖିଛନ୍ତି।
ଏକ ଭଲ ସମୟରେ ଯୋଜନାଟି ଆସିିଛି। ବର୍ତ୍ତମାନ କୋଭିଡ୍‌-୧୯ ହେତୁ ଗ୍ରାମଗୁଡିକରେ କୃଷି ଶ୍ରମିକମାନେ ଢେର୍‌ ସମସ୍ୟା ଭିତରେ ଅଛନ୍ତି। ଗ୍ରାମଗୁଡ଼ିକୁ ପ୍ରବାସୀ ଶ୍ରମିକ ବହୁ ସଂଖ୍ୟାରେ ଆସିବା ଯୋଗୁ ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କ ଘନତା ବୃଦ୍ଧି ପାଇଛି। ସେମାନଙ୍କୁ ଯାହା ଦରକାର ତାହା ହେଉଛି ଶସ୍ତା ଋଣର ଉପଲବ୍ଧତା। ଯଦି ସରକାର ଏହି ଶ୍ରମିକମାନଙ୍କୁ ସେମାନଙ୍କର ଦକ୍ଷତା ଓ ଅଭିଜ୍ଞତା ଉପରେ ଆଧାର କରି କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କରିବା ପାଇଁ ଏହି ଟଙ୍କା ଦିଅନ୍ତେ ତେବେ ତାହା ସେମାନଙ୍କୁ ସାହାଯ୍ୟ କରନ୍ତା। ବ୍ୟାଙ୍କଗୁଡିକ ପାଇଁ କୃଷି ଏକ ପ୍ରାଥମିକ ଋଣ ପ୍ରଦାନ କ୍ଷେତ୍ର ଏବଂ ବଳରାମ ବ୍ୟାଙ୍କଗୁଡ଼ିକୁ ଏହି ପ୍ରାଥମିକ କ୍ଷେତ୍ରକୁ ଋଣପ୍ରଦାନ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ। ତେବେ ଏହା ଏକ ସାଧାରଣ ଜ୍ଞାନ ଯେ, ବାଣିଜି୍ୟକ ବ୍ୟାଙ୍କଗୁଡିକ ଭୂମିହୀନ ଚାଷୀଙ୍କ କଥା ଦୂରେ ଥାଉ, ଚାଷୀମାନଙ୍କୁ ହିଁ ଋଣ ଦେବାକୁ ଆଗ୍ରହ ଦେଖାନ୍ତି ନାହିଁ। ସେଥିପାଇଁ ଏହି ଯୋଜନାର ସଫଳତା ଉପରେ ସନ୍ଦେହ ଅଛି। ଏହି ସାମାଜିକ ବନ୍ଧକ ପ୍ରଣାଳୀ କିପରି ତଳସ୍ତରରେ କାର୍ଯ୍ୟ କରିବ ସେ ନେଇ ସରକାର ଅଧିକ ସ୍ପଷ୍ଟୀକରଣ ନ ଦେଲେ ବ୍ୟାଙ୍କଗୁଡିକ ଋଣପ୍ରଦାନ କରିବାକୁ ବିଶେଷ ଆଗ୍ରହୀ ନ ହୋଇପାରନ୍ତି। ଯଦି ସରକାର ଏଭଳି ଋଣ ପାଇଁ ଗ୍ୟାରେଣ୍ଟି ଦେବେ ତେବେ ଭଲ ହେବ। ତା’ହେଲେ ଏହି ଋଣଗୁଡିକର ପରିଶୋଧ ନେଇ ବ୍ୟାଙ୍କଗୁଡ଼ିକ ନିଶ୍ଚିତ ହୋଇପାରିବେ। ତା’ ନ ହେଲେ ବଳରାମ ଯୋଜନା କିପରି କାର୍ଯ୍ୟ କରିବ ତାହା ଏବେଠୁ କହିବା କଷ୍ଟକର। ଯେହେତୁ ବଳରାମ ସାଧାରଣ ଫସଲ ଋଣ, ହିତାଧିକାରୀଙ୍କୁ ଏପରି ଋଣ ଦେବା ପାଇଁ ବ୍ୟାଙ୍କଗୁଡିକ ନିରନ୍ତର ଫଲୋଅପ୍‌ ଓ ମନିଟରିଂ କରିବା ଦରକାର। ରାଜ୍ୟ ଏବଂ ଜିଲା ସ୍ତରରେ ଅଧିକାରୀମାନଙ୍କୁ କେବଳ ଦାୟିତ୍ୱ ଦେଲେ ହେବ ନାହିଁ ବରଂ ଯୋଜନାର ସଫଳତା ପାଇଁ ଲକ୍ଷ୍ୟଭିତ୍ତିକ ପ୍ରୋତ୍ସାହନ ବ୍ୟବସ୍ଥା କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri