କଳାହୀରାରେ ସୁଯୋଗ

ସାରଦା ପ୍ରସାଦ କର

କଳାହୀରା ଭାବରେ ଜଣାଶୁଣା କୋଇଲା ଭୂତଳର ଏକ ମୂଲ୍ୟବାନ୍‌ ସମ୍ପତ୍ତି। ଏହାର ଉତ୍ତୋଳନ, ବିପଣନ ଓ ଶକ୍ତିକ୍ଷେତ୍ରରେ ପ୍ରୟୋଗାମତ୍କ ବିଦ୍ୟା ଏବେ ପାରମ୍ପରିକତାଠାରୁ ଊର୍ଦ୍ଧ୍ୱକୁ ଯାଇ ଆପଣେଇଛି ଯାନ୍ତ୍ରିକ କୌଶଳ। କେନ୍ଦ୍ର ସରକାରଙ୍କ ଏକକ ମାଲିକାନା ଓ ନିଷ୍ପତ୍ତି ଭିତରେ ଆସୁଥିବା କୋଇଲା ବିଭାଗଟି ନିଜେ ସମୃଦ୍ଧ ହେବା ପରିପ୍ରେକ୍ଷୀରେ ଭୌଗୋଳିକ ସ୍ଥିତି ଭିତରେ ଆସୁଥିବା ରାଜ୍ୟଟି ମଧ୍ୟ ରୟାଲଟି ନେଇ ନିଜେ ସମୃଦ୍ଧ ହେଉଛି। ନିୟମ ଅନୁସାରେ କୋଇଲା ଖଣି ବାଣିଜି୍ୟକ ଓ ଘରୋଇ ବ୍ୟବହାର ପାଇଁ ଭିନ୍ନ ଭିନ୍ନ ନିଲାମ ପ୍ରକ୍ରିୟାରେ ଅଧିଗ୍ରହଣ ଓ ଉତ୍ତୋଳନ ହୋଇଥାଏ। ଆମତ୍ନିର୍ଭର ଭାରତର ଦୂରଦୃଷ୍ଟି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବାଣିଜି୍ୟକ ଖଣି ପାଇଁ ୪୧ଟି କୋଇଲା ବ୍ଲକ୍‌ ନିଲାମ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଏହା କୋଇଲା କ୍ଷେତ୍ରରେ ସୁଯୋଗ ସୃଷ୍ଟି ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ପୂର୍ବାଞ୍ଚଳ କୋଇଲା ସମୃଦ୍ଧ ରାଜ୍ୟଗୁଡ଼ିକରେ ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଇବା ଆଶା ରଖାଯାଇଛି। ସୂଚନାଯୋଗ୍ୟ, ଭାରତର ସମସ୍ତ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା ଏହି କଳାହୀରା ଉପତ୍ାଦନରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଦଖଲ କରିସାରିଥିଲେ ମଧ୍ୟ ଗରିବୀ ଇଣ୍ଡେକ୍ସରେ ଭାରତର ଶୀର୍ଷ ଦୁଇ ସ୍ଥାନରେ ସଂଘର୍ଷ ଜାରି ରଖିଛନ୍ତି। ବାଣିଜି୍ୟକ ଖଣି ଭାରତରେ କୋଇଲା ଉପତ୍ାଦନର ଉନ୍ନତି କରିବା ସହ ପୁଞ୍ଜିନିବେଶ ପ୍ରତି ଆକର୍ଷିତ କରିବା ଓ ୨୦୩୦ ସୁଦ୍ଧା ୧୦୦ ମିଲିୟନ ଟନ୍‌ କୋଇଲା ଗ୍ୟାସିଫିକେଶନ୍‌ ଲକ୍ଷ୍ୟ ହାସଲ ହେବାର ଯେଉଁ ସରକାରୀ ଦୀର୍ଘସୂତ୍ରୀ ଲକ୍ଷ୍ୟ ରଖାଯାଇଛି, ତାହା ‘ଜଳବିହୁନେ ସୃଷ୍ଟିନାଶ’ ପରି ଏକ ସମ୍ବେଦନଶୀଳ ତଥା ଅଭାବୀ ସମ୍ଭାବନାକୁ ଆମନ୍ତ୍ରଣ କଲାଣି ବୋଲି ସରକାର ଜାଣିବା ଉଚିତ। ଏବେ ଚାଇନା ୧୦୦୫, ଆମେରିକା ୨୪୬, ଭାରତ ୨୨୯ ଗିଗାୱାଟ୍‌ ତାପଜ ଶକ୍ତି ଉପତ୍ାଦନ କରିପାରୁଛନ୍ତି। ବାର୍ଷିକ ୨୩୫ ମିଲିୟନ୍‌ ଟନ୍‌ ଆମଦାନି କରୁଥିବା କୋଲ୍‌ ଇଣ୍ଡିଆକୁ କେନ୍ଦ୍ରୀୟ ଶକ୍ତି ଆୟୋଗ (ସିଇଏ) ୪୮ ପ୍ରତିଶତ ତାପଜ ଶକ୍ତି ଅଭାବ ପଡ଼ୁଥିବା ଦର୍ଶାଇସାରିଛନ୍ତି।
ତାପଜ ବିଦ୍ୟୁତ୍‌ ଶିଳ୍ପରେ ଅତି ଉଚ୍ଚକୋଟୀର କୋଇଲାର ଆବଶ୍ୟକତା ଥିବାବେଳେ ବେଳେବେଳେ ଏଭଳି ମାନଯୁକ୍ତ କୋଇଲା ଉପତ୍ାଦନ ନ ହୋଇପାରି ଶକ୍ତିକ୍ଷେତ୍ରରେ ସଙ୍କଟ ଉପୁଜିଛି। ଏହି ପରିସ୍ଥିତି ଯଦି ଲାଗି ରୁହେ ତେବେ ତାପଜ ବିଦ୍ୟୁତ୍‌ ପରି ଭାରିଶିଳ୍ପ ପ୍ରଥମେ ବନ୍ଦ ହେବ। କୋଲ୍‌ ଇଣ୍ଡିଆ ଯାହା ଭାରତ ସରକାରଙ୍କ ତରଫରୁ କୋଇଲାର ସ୍ଥାନ-ମାନ-ଉପତ୍ାଦନ ପାଇଁ ସବୁ ପ୍ରକାର ଦାୟିତ୍ୱ ବହନ କରେ, ତାହା ୨୦୧୩ରୁ କୋଇଲା ସଙ୍କଟ ବିଷୟରେ ସୂଚନା ଦେଇସାରିଛି। ୧୭ବର୍ଷ ବା ତା’ଠାରୁ କମ୍‌ ସମୟ ମଧ୍ୟରେ କୋଇଲା ସରିଯିବାର ଯେଉଁ ତଥ୍ୟ ଗ୍ଲୋବାଲ୍‌ କୋଲ୍‌ ରିସୋର୍ସ ଷ୍ଟାଣ୍ଡାର୍ଡ ସୂଚେଇଥିଲେ ସେଥିରୁ ଆମେ ୭ ବର୍ଷ ଖର୍ଚ୍ଚ କରିସାରିଛୁ। ଆଉ ୧୦ ବର୍ଷ ବା ତା’ଠାରୁ କମ୍‌ ସମୟ ପାଇଁ କୋଇଲା କ୍ଷେତ୍ରରେ ନିଯୁକ୍ତି କଥାକୁ ଗୋଟିଏ ବଡ଼ ସୁଯୋଗ ଭାବିବା ଅପରିଣାମଦର୍ଶିତାର ପରିଚୟ ଦେଉଛି। ମାତ୍ର ୭୦ ହଜାର ପ୍ରତ୍ୟକ୍ଷ ଓ ୨ଲକ୍ଷ ୧୦ ହଜାର ପରୋକ୍ଷ ନିଯୁକ୍ତି ଅଭିଜ୍ଞତା ପାଇସାରିଥିବା କୋଲ୍‌ ଇଣ୍ଡିଆ ୨୦୨୫-୨୬ ବେଳକୁ ଆବଶ୍ୟକ ହେଉଥିବା ପ୍ରକୃତ ଶିଳ୍ପ ଚଳାଇବା ମାନଯୁକ୍ତ କୋଇଲାର ମାତ୍ର ୧୫ ପ୍ରତିଶତ ଉପତ୍ାଦନ କରି ଶକ୍ତି ଆଉ ନିଯୁକ୍ତି କ୍ଷେତ୍ରରେ କିଭଳି ପାରଦର୍ଶିତା ଦେଖାଇବେ? ବେଳ ଥାଉଁ ଚିନ୍ତା ନ କଲେ ସରକାର ଏବେ ଖଣି ଆବଣ୍ଟନ ନାମରେ ନିଲାମ କରିଥିବା ଉଚ୍ଚତାପଜ ଗ୍ରେଡ୍‌ର କୋକିଙ୍ଗ୍‌ କୋଇଲା ପାଇଁ ଅଷ୍ଟ୍ରେଲିଆ ଦେଶ ଭଳି ଅନ୍ୟର ଦରଜା ବାଡ଼େଇ କହିବେ, ‘ଆମ ଦେଶରେ ଭଣ୍ଡାର ଅଭାବରୁ ନଷ୍ଟ ହେଉଥିବା ଚାଉଳ କିଛି ନେଇ ଆମକୁ କୋଇଲା ଦିଅ’। କୁହାଯାଉଛି ବାଣିଜି୍ୟକ ଖଣି ଭାରତରେ କୋଇଲା ଉପଲବ୍ଧି କରିବା ସହ ପୁଞ୍ଜିନିବେଶ ପ୍ରତି ଆକର୍ଷିତ ଓ କୋଇଲା ଗ୍ୟାସିଫିକେଶନକୁ ମଧ୍ୟ ବଡ଼ ପ୍ରଗତି ଦେବ। ଦେଶର ଖାଦ୍ୟ ସୁରକ୍ଷା ଓ ଉର୍ଜା ସୁରକ୍ଷାର ଉଦ୍ଦେଶ୍ୟଗୁଡ଼ିକ ପୂରଣ କରିବ। ଏମିତି ଅନେକ ଆଶା ରଖି ବାଣିଜି୍ୟକ କୋଇଲା ଖଣି କ୍ଷେତ୍ରରେ ସବୁଠାରୁ ବଡ଼ ସଂସ୍କାର ଓ ଐତିହାସିକ ପଦକ୍ଷେପ କଥା ଯାହା କୁହାଯାଉଛି ତାହା ତରବରିଆ ଭାବରେ ନ ହୋଇ ଦୀର୍ଘମିଆଦୀ ଓ ସୁଚିନ୍ତିତ ରୂପାୟନ ହେଲେ ୨୦୩୦ ସୁଦ୍ଧା ହାସଲ ହେବାକୁ ଥିବା ଲକ୍ଷ୍ୟ ୨୦୨୫ରୁ ପକ୍ଷାଘାତପୀଡ଼ିତ ହେବନାହିଁ।
ପୂର୍ବ ଭାରତ ବିଶେଷକରି ଆଦିବାସୀ ଅଞ୍ଚଳ ଏବଂ ଆକାଂକ୍ଷୀ ଜିଲାଗୁଡ଼ିକୁ ବିକାଶର ପ୍ରମୁଖ ସ୍ତମ୍ଭ ରୂପେ ରୂପାନ୍ତରିତ କରିବା କଥାଟିକୁ ସକାରାମତ୍କ ଦିଗରୁ ବିଚାରକଲେ ଜାଣିପାରିବା ଏହା ଆଦିବାସୀଙ୍କ କି ପ୍ରକାର ଉନ୍ନତି କରିବ। ପାହାଡ଼, ଜଙ୍ଗଲ ଓ ଖଣି ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କର ଏହା ନିଜସ୍ବ ପରିବେଶ ଯେହେତୁ ଖଣିରେ ଶ୍ରମିକ କାମଟିଏ ପାଇବା ସରକାରଙ୍କ ଦୟାନୁହେଁ ବରଂ ସରକାରଙ୍କ ପାଇଁ ସହଜ ଶ୍ରମସମ୍ବଳର ଫାଇଦା। ଖଣି ଯୋଗୁ ସରକାର ଯେଉଁ ୨ଲକ୍ଷ ୮୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିର ଢୋଲ ବାଡ଼ଉଛନ୍ତି ସେହି ତଥ୍ୟଟି ଖାତାପତ୍ରରେ ବହୁ ଆଗରୁ ଚଢ଼ିସାରିଛି। ତେବେ ସବୁବର୍ଗର ଫାଇଦା ହେବ କହି ଖଣି ନିଲାମୀ ନାମରେ ପୁଞ୍ଜିପତିମାନଙ୍କ ହାତକୁ ଯେଭଳି ବଡ଼ ବଡ଼ ଖଣି ଟେକିଦିଆଯାଉଛି ତାହା ଫଳରେ ‘ଯଥା ପୂର୍ବଂ ତଥା ପରମ୍‌’ ନ୍ୟାୟରେ ହାତଗଣତି କେଇଟା ବର୍ଷରେ ଖାଲି ଖଣି ଥିବ ହେଲେ କୋଇଲା ନ ଥିବ। ବାର୍ଷିକ ୬ଶହ ମିଲିୟନ୍‌ ଟନ୍‌ ଉତ୍ତୋଳନ ହିସାବରେ ଗଚ୍ଛିତ ୩୦୧.୫ ବିଲିୟନ୍‌ ଅର୍ଥାତ୍‌ ୩୦୧୫୦୦/୬୦୦=୫୦୦ ବର୍ଷର କଥା ସରକାରଙ୍କର ଏକ କଳ୍ପନା ମାତ୍ର। ଆବଶ୍ୟକ କୋଇଲା ଭରଣା କରିବାରେ ଅସହାୟତାରୁ ୨୩୫ ମିଲିୟନ୍‌ ଟନ୍‌ ଏମିତି ତ ଏବେଠାରୁ ଆମଦାନି କରି ବି ତାପଜବିଦ୍ୟୁତ୍‌ରେ ସଙ୍କଟ ସୃଷ୍ଟି ହୋଇଛି। ଜୀବାଶ୍ମ ଇନ୍ଧନ ପ୍ରକୃତିର ସୀମିତ ଦାନ ହେତୁ ସରକାର ଏହାର ନିୟନ୍ତ୍ରିତ ଉପଯୋଗ କରିବା ଉଚିତ। ବିଟୁମିନସ୍‌ ଓ ଆନ୍ଥ୍ରାସାଇଟ୍‌ ମାନର କୋଇଲା ଅଭାବରୁ ତାପଜ ବିଦ୍ୟୁତ୍‌ ଉପତ୍ାଦନ ପ୍ରଭାବିତ ହେବା ନିଶ୍ଚିତ। କୋଇଲାକୁ କଳାହୀରାର ମାନ୍ୟତା ଦେଇ ସରକାର ୨୦୫୦ ପର୍ଯ୍ୟନ୍ତ ନିଯୁକ୍ତିର ଏକ ସୁଯୋଗ ସୃଷ୍ଟି କରନ୍ତୁ।
ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମିଳୁଥିବା କୋଇଲା ମଧ୍ୟରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ କୋଇଲାର ମାନ ସର୍ବାଧିକ। ଦେଶରେ ସମୁଦାୟ ଶକ୍ତି ଉପତ୍ାଦନର ୫୫ ଭାଗ କେବଳ କୋଇଲାରୁ ମିଳୁଥିବାବେଳେ ସମସ୍ତ ୪ଟି ବର୍ଗ- ପିଟ୍‌, ଲିଗ୍‌ନାଇଟ୍‌, ବିଟୁମିନସ୍‌ ଏବଂ ଆନ୍ଥ୍ରାସାଇଟ୍‌ (ଉଚ୍ଚତାପ ନିଃସରଣକାରୀ) ୯୦ ଭାଗ କୋଇଲା କେବଳ ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରୁ ଆସୁଛି। ସଞ୍ଚିତ ଥିବା ଝାଡ଼ଖଣ୍ଡର ୮୩.୧୫ ବିଲିୟନ୍‌ ଟନ୍‌, ଓଡ଼ିଶାର ୭୯.୩୦ ବିଲିୟନ୍‌ ଟନ୍‌ ଆଉ ଛତିଶଗଡ଼ର ୫୭ବିଲିୟନ୍‌ ଟନ୍‌ କୋଇଲା ଉତ୍ତୋଳନ କଲେ ସରକାର ରୟାଲଟି ପାଇବେ ସିନା କିନ୍ତୁ ଏଯାବତ୍‌ ଉତ୍ତୋଳନ କରିଥିବା କୋଇଲା ରୟାଲଟିରେ ଉକ୍ତ ରାଜ୍ୟଗୁଡ଼ିକରୁ ଗରିବୀ ତ ହଟିପାରିନାହିଁ! ଦ୍ୱିତୀୟ ବୃହତ୍‌ ଉପତ୍ାଦନକାରୀ ଓ ତୃତୀୟ ବୃହତ୍‌ ଉପଭୋକ୍ତା ଭାବେ ବାସ୍ତବିକ ନିଯୁକ୍ତି, ସ୍ବାସ୍ଥ୍ୟ ଓ ଖଣି ସୁରକ୍ଷାକୁ ଅଗ୍ରାଧିକାର ଦେବାର ସମୟ ଏବେ ଆସିଛି। ପ୍ରତିବର୍ଷ ଖଣିଧସେଇ ମରୁଥିବା ପାଖାପାଖି ବିଶ୍ୱର ୧୫ହଜାର ଖଣିକର୍ମଚାରୀଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଦାୟିତ୍ୱ ନିଶ୍ଚିତ କରିବା ସରକାରଙ୍କ କାମ। ସ୍ବାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ବୀମା ଓ ବ୍ଲାକ୍‌ ଲଙ୍ଗ୍‌ (କଳା ଫୁସ୍‌ଫୁସ୍‌) ରୋଗକୁ ବାହାରିପାରି ନ ଥିବା ଔଷଧ ପାଇଁ ବିକଳ୍ପ ଔଷଧ ବ୍ୟବସ୍ଥା ସରକାର କରିନାହନ୍ତି। ଚାଇନା, ଆମେରିକା, ଭାରତ ଓ ଜାପାନ ଯଥାକ୍ରମେ କୋଇଲାର ବଡ଼ ଉପଭୋକ୍ତା ରହିଆସିଛନ୍ତି। ଇଣ୍ଡୋନେସିଆ ୫ମ ବୃହତ୍‌ ଉପତ୍ାଦନକାରୀ ହେଲେ ମଧ୍ୟ ଉପଭୋକ୍ତାରେ ୧୦ ନମ୍ବର। ସେହିପରି ଚାଇନା, ଭାରତ, ଆମେରିକା ଓ ଅଷ୍ଟ୍ରେଲିଆ ଯଥାକ୍ରମେ ବଡ଼ ଉପତ୍ାଦନକାରୀ। କୋକିଙ୍ଗ୍‌ କୋଲ୍‌ ଆବଶ୍ୟକତାର ପାଖାପାଖି ୫୦ ମିଲିୟନ୍‌ ଟନ୍‌ ଯାହା ସମୁଦାୟ ଆବଶ୍ୟକତାର ୮୫ପ୍ରତିଶତ, ଅଷ୍ଟ୍ରେଲିଆରୁ ଆମଦାନି ହେଉଥିବାବେଳେ ଏବେ ମଙ୍ଗୋଲିଆ ଓ ରୁଷ୍‌କୁ ଚାହିଦା ପୂରଣ ପାଇଁ କଥାବାର୍ତ୍ତା ସରିଛି। ଆଗକୁ ବହୁ ଷ୍ଟିଲ୍‌ ପ୍ଲାଣ୍ଟ୍‌, ଆଇରନ୍‌ ସ୍ମେଲଟର୍‌ ପ୍ଲାଣ୍ଟ ପାଇଁ ସରକାର ଚୁକ୍ତିବଦ୍ଧ ଥିବାବେଳେ ତାହା ଆବଶ୍ୟକ କୋକିଙ୍ଗ କୋଲ୍‌ ବିନା ଅଧାରେ ଝୁଲିବା ସହ ନିଯୁକ୍ତି ସୁଯୋଗକୁ ବାଧା ଆଣିବ। ଏମିତି ତ ସରକାର ୨୦୩୦ ସୁଦ୍ଧା ଷ୍ଟିଲ୍‌ ଉପତ୍ାଦନରେ ଚାଇନାକୁ କାଟି ପୃଥିବୀରେ ଅଦ୍ୱିତୀୟ ହେବାର ଲକ୍ଷ୍ୟ ରଖିଛନ୍ତି। ଖଣିଗୁଡ଼ିକରେ ବାର୍ଷିକ ରାଜସ୍ବ ବାବଦରେ ରାଜ୍ୟ ସରକାରଙ୍କୁ ମିଳିବ ୨୦ ହଜାର କୋଟି। ଭାରତ ସରକାର ୨୦୩୦ ସୁଦ୍ଧା ୧୦୦ ମିଲିୟନ୍‌ ଟନ୍‌ କୋଇଲା ଗ୍ୟାସିଫିକେଶନ୍‌ ଲକ୍ଷ୍ୟ ରଖିଥିବାବେଳେ ନିବେଶ କରିବେ ୨୦ ହଜାର କୋଟି। ତେବେ ବିଶ୍ୱବଜାରରୁ ଦୀର୍ଘଅବଧି ଋଣ ଆଣି ଉପତ୍ାଦନ ଓ ଆୟସମୃଦ୍ଧ ହେବା ଅପେକ୍ଷା ନିଲାମୀ ଆୟ ୨୦ ହଜାର କୋଟି ଗୋଟିଏ ଥର ଖର୍ଚ୍ଚ କରି ବାର୍ଷିକ ୨୦ ହଜାର କୋଟିର ଫାଇଦା ଉଠାଇଲେ ବ୍ୟବସାୟିକ ଲାଭ କେତେ ହେଉଛି ଆଉ କାହା ଖାତାକୁ କେତେ ଯାଉଛି ଜଣାପଡ଼ନ୍ତା।
ପୁରୁଣା ଭୁବନେଶ୍ୱର, ମୋ- ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri