Posted inଜାତୀୟ

୮ ରାଜ୍ୟରେ ୯୦% ସକ୍ରିୟ ମାମଲା

ନୂଆଦିଲ୍ଲୀ,୧୦ା୭(ପି.ଟି.):ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪,୮୭୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୭,୨୯୬ରେ ପହଞ୍ଚତ୍ଛି। ଦେଶର ୮ଟି ରାଜ୍ୟରେ ୯୦ ପ୍ରତିଶତ ସକ୍ରିୟ ମାମଲା ରହିଛି। ସେହି ରାଜ୍ୟ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, କର୍ନାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ଗୁଜରାଟ। ୮୦ ପ୍ରତିଶତ ସକ୍ରିୟ ମାମଲା ୪୯ ଜିଲାରୁ ବୋଲି କୋଭିଡ୍‌-୧୯ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀ (ଜିଓଏମ୍‌) ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଜନିତ ମୃତ୍ୟୁର ୮୬ ପ୍ରତିଶତ ୬ଟି ରାଜ୍ୟରେ ହୋଇଛି। ସେଗୁଡ଼ିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ। ୩୨ ଜିଲାରୁ ୮୦ ପ୍ରତିଶତ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଜିଓଏମ୍‌ ବୈଠକ ବସିଥିଲା। ଅଧିକ ମୃତ୍ୟୁ ଘଟୁଥିବା ଅଞ୍ଚଳକୁ ସ୍ବତନ୍ତ୍ର ଫୋକସ୍‌ରେ ରଖାଯାଇଥିବା ମନ୍ତ୍ରଣାଳୟ ଜିଓଏମ୍‌କୁ ଜଣାଇଥିଲା। ତେବେ ୫ଟି ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତରେ ସଂକ୍ରମଣ ଏବଂ ମୃତ୍ୟୁ ହାର ସର୍ବନିମ୍ନ ଥିବା କୁହାଯାଇଛି। ଭାରତରେ ପ୍ରତି ୧ ନିୟୁତରେ ୫୩୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୫ ଜଣଙ୍କର ମୃତ୍ୟୁ ଘଟୁଛି। ବିଶ୍ୱ ସ୍ତରରେ ଏହି ହାର ଯଥାକ୍ରମେ ୧,୪୫୩ ଏବଂ ୬୮.୭ ରହିଛି। ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ହର୍ଷବର୍ଦ୍ଧନ ସ୍ପଷ୍ଟ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଦେଶରେ ୩,୯୧୪ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଚିକିତ୍ସା ସୁବିଧା ମିଳୁଛି। କରୋନା ରୋଗୀଙ୍କ ପାଇଁ ୩,୭୭,୭୩୭ ସାଧାରଣ ଆଇସୋଲେଶନ ବେଡ୍‌, ୩୯,୮୨୦ ଆଇସିୟୁ ବେଡ୍‌ ଏବଂ ୧,୪୨,୪୧୫ ଅକ୍ସିଜେନ୍‌ ସପୋର୍ଟ ବେଡ୍‌ର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ୨୦,୦୪୭ ଭେଣ୍ଟିଲେଟର ଯୋଗାଇଦିଆଯାଇଛି। ସେହିପରି ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ୨୧.୩ କୋଟି ଏନ୍‌୯୫ ମାସ୍କ, ୧.୨ କୋଟି ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଏବଂ ୬.୧୨ କୋଟି ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ଯୋଗାଇ ଦିଆଯାଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ବର୍ତ୍ତମାନ ଆବଦ୍ଧାଞ୍ଚଳ ନିୟମକୁ କଡ଼ାକଡ଼ି କରାଯାଇଛି। ଏଥିସହିତ ସମ୍ପୂର୍ଣ୍ଣ ପରୀକ୍ଷା କ୍ଷମତାର ଉପଯୋଗ କରାଯିବା ସହ ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତି, ବରିଷ୍ଠ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ଆରୋଗ୍ୟ ସେତୁ ଭଳି ଡିଜିଟାଲ ଉପକରଣର ଅଧିକ ଉପଯୋଗ କରାଯାଉଛି। ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବା ସହ ଭିତ୍ତିଭୂମି ପ୍ରସ୍ତୁତିକୁ ବଢ଼ାଇ ଦିଆଯାଇଥିବା ହର୍ଷବର୍ଦ୍ଧନ କହିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୮୭ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧,୧୨୯ରେ ପହଞ୍ଚତ୍ଛି। ବର୍ତ୍ତମାନ ସୁଦ୍ଧା ୪,୭୬,୩୭୭ ଜଣ ସୁସ୍ଥ ହୋଇଥିବାବେଳେ ୨,୬୯,୭୮୯ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆରୋଗ୍ୟ ହାର ୬୨.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୧୯୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରୁ ୬୪, କର୍ନାଟକରୁ ୫୪, ଦିଲ୍ଲୀରୁ ୪୮, ପଶ୍ଚିମବଙ୍ଗରୁ ୨୩, ଉତ୍ତରପ୍ରଦେଶରୁ ୧୮, ଗୁଜରାଟରୁ ୧୬ ଜଣଙ୍କ ଜୀବନ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?