ଭାଜପାର ଦୋମୁହାଁ ନୀତିକୁ ନେଇ ଚର୍ଚ୍ଚା

କେନ୍ଦୁଝର,୨୪ା୧(ସ୍ବ.ପ୍ର.): ସମାଜିକକର୍ମୀ ନୈନା ସାହୁ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନମୋଡ଼ ନେଉଛି। ପ୍ରଥମେ ଦୁର୍ଘଟଣା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଏନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରିଥିଲେ। ଏବେ ଘଟଣାରେ ଭାଜପା ନେତା ପ୍ରକାଶ ମଲ୍ଲିକଙ୍କ ନାମ ଉଠିବା ବିବାଦକୁ ଅଧିକ ଘନିଭୂତ କରିଛି। ଏଥିସହ ଭାଜପା ଜଣଙ୍କୁ ନିଲମ୍ବନ କରିବା ଓ ଅନ୍ୟକୁ ଘଣ୍ଟ ଘୋଡ଼ାଇବା ନେଇ ଚର୍ଚ୍ଚା ହେଉଛି।
ଯେ, ସଦର ଥାନାରେ ଅଭିଯୋଗ ପରେ ଭାଜପା ଯୁବ ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ ଅକ୍ଷୟ ମହାରଣାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ତେବେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗରେ ଫସିଥିବା ପ୍ରକାଶଙ୍କ ପ୍ରତି ଭିନ୍ନ ଆଭିମୁଖ୍ୟକୁ ନେଇ ଦଳରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ରାଜ୍ୟ ସଭାପତିଙ୍କ ଅତି ଘନିଷ୍ଠ ଜଣେ ନେତାଙ୍କ ଅନୁଗତ ହୋଇଥିବାରୁ ଜିଲା ଭାଜପା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଚର୍ଚ୍ଚା ହେଉଛି। ଏଭଳି ସମ୍ବେଦଳଶୀଳ ଘଟଣା ସମ୍ପର୍କରେ ରାଜ୍ୟ ନେତୃତ୍ୱଙ୍କୁ ଜଣାଇ ଦିଆଯାଇଥିବା ଜିଲା ସଂଗଠନ କହୁଛି। ରାଜ୍ୟ ସଂଗଠନ ଏହାକୁ ହାଲୁକା ଭାବେ ଗ୍ରହଣ କରି ପଦକ୍ଷେପ ନେଉ ନ ଥିବାରୁ ଦଳର ପକ୍ଷପାତିତା ନୀତି ପଦାରେ ପଡ଼ିଛି। ଦଳର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉଥିବାବେଳେ ତାଙ୍କୁ ସୁରକ୍ଷା ଦିଆଯାଉଥିବା ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି। ଏଥିସହ ନୈନା ସାହୁଙ୍କ ମୃତ୍ୟୁ ବାଇକ୍‌ ଦୁର୍ଘଟଣା ଯୋଗୁ ହୋଇଥିବା ନେଇ ପୋଲିସ ମାମଲା ରୁଜୁ କରି ହାଲୁକା ଭାବେ ନେଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ଦୁର୍ଘଟଣା ମାମଲା ଦର୍ଶାଇବା ପାଇଁ ପ୍ରମାଣ ଖୋଜି ପରୋକ୍ଷରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ମୃତ ନୈନାଙ୍କ ମା’ ରେବତୀ ସାହୁ ଅଭିଯୋଗ କରିଛନ୍ତି। ଏଣୁ ଥାନାରେ ନ୍ୟାୟ ନ ମିଳିବାରୁ ନୈନାଙ୍କ ମାତା ପିତା ଜାନୁୟାରୀ ୧୨ରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସ୍‌ପି ଏହାର ତଦନ୍ତ ପାଇଁ କ୍ରାଇମ୍‌ ଡିଏସ୍‌ପିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଭୟ ଭାଜପା ଓ ବିଜେଡି ନାରୀଙ୍କ ସମ୍ମାନର କଥା କହୁଥିବା ବେଳେ ନୈନାଙ୍କ ମୃତ୍ୟୁ ଘଟଣାରେ ଚୁପ୍‌ ବସିବା ଭିତ୍ତିରି ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଏଣୁ ତୁରନ୍ତ ଏହାର ତଦନ୍ତ କରି ପୋଲିସ ସତ୍ୟ ପଦାକୁ ଆଣୁ ବୋଲି ଜିଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri