ସିଫା ସହ ସୋଆର ବୁଝାମଣା ସ୍ବାକ୍ଷରିତ

ଭୁବନେଶ୍ୱର,୨୫।୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏଆର୍‌-ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ରେଶ୍‌ୱାଟର ଆକ୍ୱାକଲଚର (ସିଫା) ମଧ୍ୟରେ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ ବୁଧବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ହର୍ବାଲ ବାୟୋମେଡିସିନ୍ସ, ନାନୋଟେକ୍ନୋଲୋଜି, ମେରାଇନ୍‌ ଆଣ୍ଡ ଫ୍ରେଶ୍‌ ୱାଟର ଇକୋ ସିଷ୍ଟମ୍ସ,ଆଣ୍ଟି-ମାଇକ୍ରୋବାଇଆଲ୍‌ ରେଜିଷ୍ଟାନ୍ସ, ଇମ୍ୟୁନୋଲୋଜି ଆଣ୍ଡ ଟ୍ରାନ୍ସଲେସ୍‌ନାଲ୍‌ ମେଡିସିନ ରିସର୍ଚ୍ଚ ଇତ୍ୟାଦି କ୍ଷେତ୍ରରେ ଉଭୟ ଅନୁଷ୍ଠାନ ମଧ୍ୟରେ ଶିକ୍ଷା ଓ ଗବେଷଣା କାର୍ଯ୍ୟ କରାଯିବ। ଏପରିକି ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଏବଂ ଆଇସିଏଆର୍‌-ସିଫାର ନିର୍ଦ୍ଦେଶକ ଡ. ସରୋଜ କୁମାର ସ୍ବାଇଁ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏ ସମ୍ପର୍କରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ପ୍ରଧାନ କହିଛନ୍ତି, ଏହାଦ୍ୱାରା ଉଭୟ ଅନୁଷ୍ଠାନ ବିଭିନ୍ନ କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ ସମ୍ପାଦନ ସାଙ୍ଗକୁ ବିକଶିତ ଜ୍ଞାନକୌଶଳର ବିନିଯୋଗ କରିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ସେହିଭଳି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍‌ ପ୍ରଫେସର ବିଜୟ କୁମାର ସାହୁ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସ୍କୁଲ ଅଫ୍‌ ଫାର୍ମାସ୍ୟୁଟିକାଲ ସାଇନ୍‌ସେସ୍‌ର ଡିନ୍‌ ପ୍ରଫେସର ସୁଦାମ ଚରଣ ସି, ଫାର୍ମାସ୍ୟୁଟିକ୍ସ ବିଭାଗର ପ୍ରଫେସର ଗୌତମ ରଥ ଓ ଡ. ବିନୀତ କୁମାର ରାଏ, ଫାର୍ମାକଗ୍ନୋସି ବିଭାଗର ପ୍ରଫେସର ଗୌତମ ଘୋଷ, ଫାର୍ମାକଲୋଜି ବିଭାଗର ପ୍ରଫେସର ଦୁର୍ଗାମାଧବ କର ଓ ଡ. ବିଶ୍ୱନାଥ କର ଏବଂ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ପ୍ରଫେସର ସନ୍ତୋଷ କୁମାର ସ୍ବାଇଁ ଏବଂ ଡ. ଦେବସ୍ମିତା ଦୁବେ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସେହିପରି ଆଇସିଏଆର୍‌-ସିଫା ପକ୍ଷରୁ ଫିସ୍‌ ଜେନେଟିକ୍ସ ଆଣ୍ଡ ବାୟୋଟେକ୍ନୋଲୋଜି ଡିଭିଜନର ମୁଖ୍ୟ ଡ. ପରମାନନ୍ଦ ଦାସ, ପ୍ରିନ୍ସିପାଲ୍‌ ସାଇଣ୍ଟିଷ୍ଟ ଡ. ମୃଣାଳ ସାମନ୍ତଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋରଞ୍ଜନ ନାୟକଙ୍କ ସହ ଆଇସିଏଆର୍‌-ସିଫାର ବରିଷ୍ଠ ଅଧିକାରୀ ସୌଜନ୍ୟମୂଳକ ସାକ୍ଷାତ ସହ ଏମ୍‌ଓୟୁ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଟେଲିକମ୍‌ ଯନ୍ତ୍ରାଂଶ ଉପରେ କଟକଣା ଲାଗିପାରେ

ନୂଆଦିଲ୍ଲୀ: ଗଲ୍‌ଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ଚାଇନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏହି ଦିଗରେ ସରକାର...

ଜଗଦୀଶ କାନାରା ବ୍ୟାଙ୍କ୍‌ ଭୁବନେଶ୍ୱର ଅଞ୍ଚଳ ମୁଖ୍ୟ

ଭୁବନେଶ୍ୱର,୩।୫: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ନୂତନ ଅଞ୍ଚଳ ମୁଖ୍ୟ ଭାବେ ବରିଷ୍ଠ ବ୍ୟାଙ୍କର୍ସ ଜଗଦୀଶ ଚନ୍ଦର ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ...

ଆଦର୍ଶ ରେଣ୍ଟାଲ ଆଇନ ଆଣିବେ ସରକାର

ନୂଆଦିଲ୍ଲୀ: ସରକାର ଆଗାମୀ ଦିନରେ ଏକ ରେଣ୍ଟାଲ ବା ଭଡା ସଂକ୍ରାନ୍ତ ଆଇନ ଆଣିବାକୁ ଯୋଜନା ରଖିଛନ୍ତି। ଆବାସ ଏବଂ ସହରୀ ବ୍ୟାପାର ସଚିବ ଦୁର୍ଗା...

କୋକାକୋଲାରୁ ୪ହଜାର ଛଟେଇ

ବାଙ୍ଗାଲୋର,୩୦।୮: କୋଭିଡ୍‌-୧୯ ସଂକ୍ରମଣ କାରଣରୁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସହ ବଜାରରେ ସମସ୍ୟା ସୃଷ୍ଟି ହୋଇଛି। ବିଶ୍ୱର ପ୍ରମୁଖ କମ୍ପାନୀ କୋକାକୋଲା ବର୍ତ୍ତମାନ ବିଭିନ୍ନ...

ଭିକି କୌଶଲ ରେଡ୍‌ ଚିଫ୍‌ର ବ୍ରାଣ୍ଡ ଆମ୍ବାସାଡର

  ନୂଆଦିଲ୍ଲୀ,୨୬-୧୧: ଲେୟାନ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡର ଅନ୍ୟତମ ଲୋକପ୍ରିୟ ବ୍ରାଣ୍ଡ ରେଡ ଚିଫର ବ୍ରାଣ୍ଡ ଆମ୍ବାସାଡର ଭାବେ ବଲିଉଡ ଅଭିନେତା ଭିକି କୌଶଲଙ୍କୁ ନିଯୁକ୍ତ...

ସେନ୍‌କୋର ସ୍ବତନ୍ତ୍ର ଫ୍ରିଡମ୍‌ ଅଫର

ଭୁବନେଶ୍ୱର,୧୪।୮: ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ଏକ ଆକର୍ଷଣୀୟ ଏବଂ ସ୍ବତନ୍ତ୍ର ଫ୍ରିଡମ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ସ୍ବାଧୀନତା...

ବାଇଜୁସ୍‌ର ରବିନ୍ଦ୍ରନ ଦେଶର ନୂଆ କୋଟିପତି;ଟ୍ୟୁସନରୁ ମିଳିଥିଲା ଆପ୍‌ ତିଆରି ଆଇଡିଆ

ନୂଆଦିଲ୍ଲୀ,୩୦-୭: ଏକଦା ଟ୍ୟୁସନ ପଢ଼ାଉଥିବା ବାଇଜୁ ରବିନ୍ଦ୍ରନ ଆଜି ଭାରତର ନୂଆ କୋଟିପତି ଭାବେ ପରିଗଣିତ ହେଉଛନ୍ତି। ଗତ ୮ ବର୍ଷ ଭିତରେ ତାଙ୍କ ସମ୍ପତ୍ତି...

ବିଓବି ସମ୍ବଲପୁର କ୍ଷେତ୍ର ପକ୍ଷରୁ ସ୍ବଚ୍ଛତା ପକ୍ଷ

ଭୁବନେଶ୍ୱର,୨୧।୧: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ସ୍ବଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ...

Advertisement
Archives

Model This Week