Posted inଖେଳ

ଜିଦ୍‌ରେ ଅଟଳ ପାକିସ୍ତାନ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଘନଉଛି ବିବାଦ, ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୨।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିବାଦ ଲାଗିରହିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ। ତଥାପି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଜିଦ ଧରିଛି। ଯଦିଓ ବିସିସିଆଇ ହାଇବ୍ରିଡ ମଡେଲ ଖୋଳିବାକୁ କହିଛି, କିନ୍ତୁ ପାକିସ୍ତାନ ଏଥିପାଇଁ ପ୍ରସ୍ତୁତ ନାହିଁ।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିସିବି ସ୍ପଷ୍ଟ ଭାବେ ଆଇସିସିକୁ କହିବ ଯେ, ଭବିଷ୍ୟତରେ ଭାରତ ଏବଂ ପାକିସ୍ତାନକୁ ୨୦୨୫ ଚାମ୍ପିଅନ୍ସ ଟ୍ରଫି ସମେତ କୌଣସି ଆଇସିସି ଟୁର୍ନାମେଣ୍ଟ ପାଇଁ ସମାନ ଦଳରେ ରଖାଯିବା ଉଚିତ୍‌ ନୁହେଁ। ଯଦି ଭାରତ ପାକିସ୍ତାନ ଗସ୍ତରେ ରାଜି ନ ହୁଏ, ତେବେ ପାକିସ୍ତାନ ଭାରତ ବିପକ୍ଷରେ ଖେଳିବାକୁ ଚାହୁଁନାହିଁ।

ଏକ ରିପୋର୍ଟରେ ଦାବି କରାଯାଇଛି, ଯଦି ପିସିବି ହାଇବ୍ରିଡ ମଡେଲର ଅଫରକୁ ପ୍ରତ୍ୟାଖ୍ୟାନ କରେ, ତେବେ ପାକିସ୍ତାନ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ହୋଷ୍ଟିଂ ହରାଇବ। ଏଭଳି ପରିସ୍ଥିତିରେ ସମଗ୍ର ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ। ଯଦି ପିସିବି ହାଇବ୍ରିଡ ମଡେଲ ଗ୍ରହଣ କରେ ତେବେ ଟିମ ଇଣ୍ଡିଆ ଦୁବାଇରେ ଏହାର ମ୍ୟାଚ ଖେଳିବ।

୨୦୨୫ ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେବ। ଏହାର ଫାଇନାଲ୍‌ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ। ଟୁର୍ନାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, କିନ୍ତୁ ପିସିବି ଡ୍ରାଫ୍ଟ ସୂଚୀକୁ ଆଇସିସି ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକୁ ଦୋକାନରେ ବସାଇ ଜଳଖିଆ ଖାଇବାକୁ ଯାଇଥିଲେ ବାପା, ଆସିଲା ବେଳକୁ…

ଅତାବିରା,୩୦।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ମୁଖ୍ୟ ବଜାର ସମ୍ମୁଖ ଏକ ପାନ ଦେକାନ ଫ୍ରିଜରେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ସନ୍ଧ୍ୟାରେ…

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ମମତାଙ୍କ ବଡ଼ ବୟାନ

କୋଲକାତା,୩୦ା୪: ପଶ୍ଚିମବଙ୍ଗରେ ଏଥର ଭାଜପା ଏବଂ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କେତେକ ପୋଲ୍‌ ଏଜେନ୍ସି ଆକଳନ କରିଥିଲାବେଳେ ଭାଜପା ସର୍ବାଧିକ ଆସନ ପାଇ…

TMCର ବଡ଼ ଅଭିଯୋଗ, ‘ବାଲଟ ବକ୍ସ ଖୋଲିବାକୁ ଚେଷ୍ଟା’, ଆସିଲା ସିସିଟିଭି ଫୁଟେଜ!

କୋଳକାତା,୩୦।୪: ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ପୁଣିଥରେ ରାଜନୀତି ଉଷ୍ମ ହୋଇଛି। ନେତାଜୀ ଇଣ୍ଡୋର ଷ୍ଟାଡିୟମ ବାହାରେ ଥିବା ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ଟିଏମସି ନେତା ଶଶି…

୪,୪,୪,୪,୪… ଗୋଟିଏ ଓଭରରେ କ୍ରମାଗତ ୫ଟି ଚୌକା ମାରି ଇତିହାସ ସୃଷ୍ଟି କଲେ ବିରାଟ କୋହଲି, ଏହି ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଲେ

ନୂଆଦିଲ୍ଲୀ,୩୦।୪: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କାଗିସୋ ରାବାଡାଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ଗୋଟିଏ ଓଭରରେ ସେ…

କୋକସରା ଅଞ୍ଚଳରେ ପୁଣି ମୃଦୁ ଭୂମିକମ୍ପ, ଆତଙ୍କିତ ହୋଇ…

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ଗୁରୁବାର ସା ୭.ଟା ୨୦.ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଝଟକା…

ନିର୍ବାଚନ ଫଳାଫଳ ପୂର୍ବରୁ ବଡ଼ ବୟାନ ଦେଲେ ସଞ୍ଜୟ

ନୂଆଦିଲ୍ଲୀ,୩୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଅଧିକ ରହିଛି। ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରକାଶିତ ଅଧିକାଂଶ ଏକଜିଟ ପୋଲରେ ଭାଜପା ଆଗୁଆ ରହିବ ବୋଲି…

IPL 2026 ଛାଡ଼ି ରାତାରାତି ଫେରିଗଲେ ପର୍ପଲ କ୍ୟାପ୍‌ ଖେଳାଳି, ଏହି ଟିମ୍‌ର ୩ ଖେଳାଳି ହଠାତ୍‌…

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୬ ସିଜନ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ଅଧାରୁ ଅଧିକ ମ୍ୟାଚ ଶେଷ ହୋଇଥିବା ବେଳେ ଖେଳାଳିଙ୍କ ଆହତ ସମସ୍ୟା ଟିମ୍‌ଗୁଡ଼ିକ ପାଇଁ…

ଓଲଟିଲା ଡଙ୍ଗା, ଥିଲେ ୨୯ ଯାତ୍ରୀ

ଜବଲପୁର,୩୦।୪: ମଧ୍ୟପ୍ରଦେଶ ଜବଲପୁରରେ ଗୁରୁବାର ସାରେ ଜିଲା ମୁଖ୍ୟାଳୟରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ବର୍ଗୀ ଡ୍ୟାମରେ ଝଡ଼ବର୍ଷା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri