Posted inଫୁରସତ

ଏମିତି ବୁଲେଟ୍‌ ଯିଏ ଦେଖୁଛି, ଘଡ଼ିଏ ଅଟକି ଯାଉଛି; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଆପଣ କେବେ କାଠର ବୁଲେଟ୍‌ ଦେଖିଛନ୍ତି? କିନ୍ତୁ କେରଳର ଜଣେ ଯୁବକ ଏମିତି ନିଆରା ବୁଲେଟ୍‌ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ବୁଲେଟ୍‌ଟି ସମ୍ପୂର୍ଣ୍ଣ କାଠରେ ତିଆରି। ଏହାକୁ ଯିଏ ଦେଖୁଛି ଘଡ଼ିଏ ଅଟକି ରହିଯାଉଛି।
କାରୁଲଇ କଲାମ ଅଞ୍ଚଳ ଶାଗୁଆନ ଗଛରେ ପୂର୍ଣ୍ଣ। ଏଠାରେ ରହୁଥିବା ଜିଧିନ କାରୁଲାଇ ଶାଗୁଆନ କାଠରେ ଏକ ବୁଲେଟ୍‌ ତିଆରି କରିଛନ୍ତି। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ଜିଧିନ କୁହନ୍ତି, ଏହି ବୁଲେଟ୍‌ ତିଆରିରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ତାହା ଅସଲ ବୁଲେଟ୍‌ ଦାମ୍‌ଠାରୁ ଅଧିକ। ଏହାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଆସୁଛନ୍ତି।


ପେସାରେ ଇଲେକ୍ଟ୍ରିସିଆନ ଜିଧିନଙ୍କୁ କାଠର ବୁଲେଟ ତିଆରି କରିବାକୁ ୨ ବର୍ଷରୁ ଅଧିକ ସମୟ ଲାଗିଛି। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ଏହି ବୁଲେଟରେ ଦୁଇଟି ବଡ଼ ଶାଗୁଆନ ଗଛର କାଠ ବ୍ୟବହାର ହୋଇଛି। ଖାଲି ଏତିକି ନୁହେଁ, ଜିଧିନ ବୁଲେଟ୍‌ ତିଆରି ପାଇଁ ମାଲେସିଆରୁ ମଧ୍ୟ କାଠ ମଗାଇଥିଲେ। ତେଲ ଟାଙ୍କି ତିଆରି ପାଇଁ ସେ ଶିଶୁ କାଠ ମଗାଇଥିଲେ। ବାକି ସବୁ ପାର୍ଟ ଶାଗୁଆନ କାଠରେ ତିଆରି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଜିଧିନ ଏହି ବୁଲେଟ୍‌ ତିଆରି ପାଇଁ କାହାର ସାହାଯ୍ୟ ନେଇନାହାନ୍ତି। ନିଜେ ଏକା ସବୁ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ରାସ୍ତାରେ ନାଚିଲେ ପୁନିତ ସୁପରଷ୍ଟାର, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଅଭିନୟ କରି ଲକ୍ଷ ଲକ୍ଷ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପୁନିତ ସୁପରଷ୍ଟାର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପୁନିତଙ୍କର ଅନେକ ଭିଡିଓ...

ସ୍ବେଚ୍ଛାସେବା ଦ୍ୱାରା ବିଶ୍ୱର ବିକାଶ

ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପ୍ରତିବର୍ଷ ୫ ଡିସେମ୍ବରରେ ପାଳନ କରାଯାଏ। ୧୯୮୫ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା...

ବିଶ୍ୱର ସବୁଠୁ ବୟସ୍କ କଇଁଛ

ନୂଆଦିଲ୍ଲୀ: କଇଁଛ ସାଧାରଣତଃ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାର ସମ୍ଭାବନା ରହିଛି। ଜୋନାଥନ ନାମକ...

ବିବାହରେ ରୁଟି ଶେକୁଛନ୍ତି ଅତିଥି

ପୂର୍ବରୁ  ବିବାହ ବୋହୁତ ସରଳ ଥିଲା। ମାତ୍ର ବର୍ତ୍ତମାନ ଏହି ଧାରା ସମ୍ପୂର୍ଣ୍ଣ ବଦଳି ଯାଇଛି। ବିବାହ ପୂର୍ବରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଠାରୁ...

ଷ୍ଟେଜ୍‌ ଉରେ କନ୍ୟାଙ୍କୁ ଧରି ଏମିତି ବୁଲାଇଲେ ବର, ଶେଷରେ ଯାହା ଘଟିଲା ଦେଖିଲେ…

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି। ଏହି ସମରେ ବର, କନ୍ୟା ବିବାହର ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି,...

ନୌସେନାର ୪୧୧ ବର୍ଷର ଇତିହାସ

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ...

ପ୍ଲାଟ୍‌ଫର୍ମରେ ଏମିତି ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେବାର ଇଚ୍ଛା ଲୋକଙ୍କୁ ଏମିତି କାର୍ଯ୍ୟ କରିବାକୁ ବାଧ୍ୟ କରୁଛି, ଯାହା ପୂର୍ବରୁ କେବେ ଦେଖି ନ ଥିବେ। ଆଜିକାଲି ଲୋକମାନେ...

୭୫ ବର୍ଷ ହେବ ଲଗାତର ଜଳୁଛି ଏହି ଦୋକାନର ଚୁଲି

ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଛି। ପ୍ରାୟତଃ ଏହିପରି ଅନେକ ଦୋକାନ ଦେଖିପାରିବେ, ଯାହା ଗୋଟିଏ ପିଢିରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri