Posted inଫୁରସତ

ମରୁଭୂମିରେ ତୁଷାରପାତ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଆମ ପୃଥିବୀ ଅଜବ ଜିନିଷରେ ପରିପୂର୍ଣ୍ଣ। ଅନେକ ଥର ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅଜବ ଘଟଣା ଶୁଣିବାକୁ ପାଇଥାଉ, ସେଥିରୁ କେତେକ ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଆଜି ଏପରି ଏକ ଘଟଣା ବିଷୟରେ କହିବୁ, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମରୁଭୂମି ପ୍ରାୟତଃ ପ୍ରବଳ ଗରମ ଆଉ ବର୍ଷା ବିହୀନ ସ୍ଥାନ ଭାବେ ଜଣାଶୁଣା। ଏଠାରେ ଗରମ ପବନ ପ୍ରବାହିତ ହୁଏ। କିନ୍ତୁ ଦଶନ୍ଧି ପରେ ଏଠାରେ ତୁଷାରପାତ ହୋଇଛି। ଯାହା ଦେଖି ସାରା ବିଶ୍ୱର ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଉତ୍ତର ଆମେରିକାର ସୋନୋରାନ ମରୁଭୂମିରେ ଏପରି ଘଟଣା ଦେଖିବାକୁ ମିଳିଛି। ପ୍ରାୟ ୧ ଲକ୍ଷ ବର୍ଗ ମାଇଲ ପର୍ଯ୍ୟନ୍ତ ବରଫ ପଡ଼ିଛି। ଏହି ମରୁଭୂମିରେ ତାପମାତ୍ରା ୪୮ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ରହିଥାଏ। ଏଠାରେ ଚାରିଆଡ଼େ ବାଲି ଦେଖିବାକୁ ପାଇବେ। ଏଠାରେ ରହିବା କାହା ପାଇଁ ସହଜ ନୁହେଁ । କାରଣ କୌଣସି ସ୍ଥାନରେ ଜଳ ନାହିଁ। କିନ୍ତୁ କିଛି ଦିନ ପୂର୍ବରୁ ଏଠାରେ ପ୍ରବଳ ତୁଷାରପାତ ହୋଇଥିଲା। ପୁଲିଟର-ପୁରସ୍କାର ପ୍ରାପ୍ତ ଲ୍ୟାଣ୍ଡସ୍କେପ ଫଟୋଗ୍ରାଫର ଜ୍ୟାକ୍‌ ଡାଇକିଙ୍ଗା ଏହି ଐତିହାସିକ ଦୃଶ୍ୟକୁ କଏଦ କରିଥିଲେ। ଫଟୋଗୁଡ଼ିକରେ ବରଫ ଆଚ୍ଛାଦିତ କାକ୍‌ଟସ୍‌ ଦେଖିବାକୁ ମିଳିଛି। ୧୯୭୬ରୁ ସୋନୋରାନ ମରୁଭୂମିର ଫଟୋଗ୍ରାଫି କରୁଥିବା ଡାଇକିଙ୍ଗା କହିଛନ୍ତି, ଦଶନ୍ଧି ଧରି ଏହି ଅଞ୍ଚଳରେ ତୁଷାରପାତ ଦେଖାଯାଇ ନ ଥିଲା। ଏଠାରେ ତୁଷାରପାତ ଦେଖିବା ଏକ ଯାଦୁ ପରି।

ଆମେରିକାର ଜାତୀୟ ପାଣିପାଗ ସେବା ପାଣିପାଗ ବିଜ୍ଞାନୀ ବିୟାଙ୍କା ଫେଲଡକିଚର୍‌ ଏହାକୁ ଏଲ୍‌ ନିନୋର ପ୍ରଭାବ ବୋଲି କହିଛନ୍ତି। ସେ କହିଛନ୍ତି, ପ୍ରଶାନ୍ତ ଅଞ୍ଚଳରେ ଢାଞ୍ଚା କ୍ରମାଗତ ଭାବେ ବଦଳୁଛି। ଆର୍କଟିକଠାରୁ ଦକ୍ଷିଣକୁ ଯାଉଥିବା ପବନ ବୁଲି ଏହି ଅଞ୍ଚଳରେ ପହଞ୍ଚିଥିଲା, ଯେଉଁ କାରଣରୁ ଏପରି ଅବସ୍ଥା ସୃଷ୍ଟି ହେଲା। ଶୀତରେ ପଶ୍ଚିମ ଆମେରିକାରେ ପ୍ରବଳ ତୁଷାରପାତ ହୋଇଥିଲା। ଉତ୍ତର ଆରିଜୋନାରେ ଫ୍ଲାଗଷ୍ଟାଫ୍‌ରେ ୧୧ ଫୁଟରୁ ଅଧିକ ବରଫ ପଡ଼ିଥିଲା। ୭୦ ବର୍ଷ ଭିତରେ ଏହା ସବୁଠାରୁ ଅଧିକ ତୁଷାରପାତ।

କହିରଖୁଛୁ, ଦୁନିଆରେ କେବଳ ଗୋଟିଏ ମରୁଭୂମି ଅଛି, ଯେଉଁଠାରେ ତୁଷାରପାତ ହେଉଛି। ଏହି ଅନନ୍ୟ ମରୁଭୂମି କାନାଡାର ୟୁକୋନ ସହରରେ ଅଛି। ଏହାର ନାମ କାରକ୍ରସ। ଏହି ମରୁଭୂମି କେବଳ ୧ ବର୍ଗ ମାଇଲ ପର୍ଯ୍ୟନ୍ତ ବ୍ୟାପିଛି। ଏଠାରେ ଶୀତ ଋତୁରେ ଅଧିକ ଥଣ୍ଡା ହୋଇଥାଏ। ପାଣିପାଗର ପରିବର୍ତ୍ତନ ସହିତ ଏଠାରେ ତୁଷାରପାତ ମଧ୍ୟ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri