Posted inଫୁରସତ

ମରୁଭୂମିରେ ତୁଷାରପାତ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଆମ ପୃଥିବୀ ଅଜବ ଜିନିଷରେ ପରିପୂର୍ଣ୍ଣ। ଅନେକ ଥର ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅଜବ ଘଟଣା ଶୁଣିବାକୁ ପାଇଥାଉ, ସେଥିରୁ କେତେକ ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଆଜି ଏପରି ଏକ ଘଟଣା ବିଷୟରେ କହିବୁ, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମରୁଭୂମି ପ୍ରାୟତଃ ପ୍ରବଳ ଗରମ ଆଉ ବର୍ଷା ବିହୀନ ସ୍ଥାନ ଭାବେ ଜଣାଶୁଣା। ଏଠାରେ ଗରମ ପବନ ପ୍ରବାହିତ ହୁଏ। କିନ୍ତୁ ଦଶନ୍ଧି ପରେ ଏଠାରେ ତୁଷାରପାତ ହୋଇଛି। ଯାହା ଦେଖି ସାରା ବିଶ୍ୱର ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଉତ୍ତର ଆମେରିକାର ସୋନୋରାନ ମରୁଭୂମିରେ ଏପରି ଘଟଣା ଦେଖିବାକୁ ମିଳିଛି। ପ୍ରାୟ ୧ ଲକ୍ଷ ବର୍ଗ ମାଇଲ ପର୍ଯ୍ୟନ୍ତ ବରଫ ପଡ଼ିଛି। ଏହି ମରୁଭୂମିରେ ତାପମାତ୍ରା ୪୮ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ରହିଥାଏ। ଏଠାରେ ଚାରିଆଡ଼େ ବାଲି ଦେଖିବାକୁ ପାଇବେ। ଏଠାରେ ରହିବା କାହା ପାଇଁ ସହଜ ନୁହେଁ । କାରଣ କୌଣସି ସ୍ଥାନରେ ଜଳ ନାହିଁ। କିନ୍ତୁ କିଛି ଦିନ ପୂର୍ବରୁ ଏଠାରେ ପ୍ରବଳ ତୁଷାରପାତ ହୋଇଥିଲା। ପୁଲିଟର-ପୁରସ୍କାର ପ୍ରାପ୍ତ ଲ୍ୟାଣ୍ଡସ୍କେପ ଫଟୋଗ୍ରାଫର ଜ୍ୟାକ୍‌ ଡାଇକିଙ୍ଗା ଏହି ଐତିହାସିକ ଦୃଶ୍ୟକୁ କଏଦ କରିଥିଲେ। ଫଟୋଗୁଡ଼ିକରେ ବରଫ ଆଚ୍ଛାଦିତ କାକ୍‌ଟସ୍‌ ଦେଖିବାକୁ ମିଳିଛି। ୧୯୭୬ରୁ ସୋନୋରାନ ମରୁଭୂମିର ଫଟୋଗ୍ରାଫି କରୁଥିବା ଡାଇକିଙ୍ଗା କହିଛନ୍ତି, ଦଶନ୍ଧି ଧରି ଏହି ଅଞ୍ଚଳରେ ତୁଷାରପାତ ଦେଖାଯାଇ ନ ଥିଲା। ଏଠାରେ ତୁଷାରପାତ ଦେଖିବା ଏକ ଯାଦୁ ପରି।

ଆମେରିକାର ଜାତୀୟ ପାଣିପାଗ ସେବା ପାଣିପାଗ ବିଜ୍ଞାନୀ ବିୟାଙ୍କା ଫେଲଡକିଚର୍‌ ଏହାକୁ ଏଲ୍‌ ନିନୋର ପ୍ରଭାବ ବୋଲି କହିଛନ୍ତି। ସେ କହିଛନ୍ତି, ପ୍ରଶାନ୍ତ ଅଞ୍ଚଳରେ ଢାଞ୍ଚା କ୍ରମାଗତ ଭାବେ ବଦଳୁଛି। ଆର୍କଟିକଠାରୁ ଦକ୍ଷିଣକୁ ଯାଉଥିବା ପବନ ବୁଲି ଏହି ଅଞ୍ଚଳରେ ପହଞ୍ଚିଥିଲା, ଯେଉଁ କାରଣରୁ ଏପରି ଅବସ୍ଥା ସୃଷ୍ଟି ହେଲା। ଶୀତରେ ପଶ୍ଚିମ ଆମେରିକାରେ ପ୍ରବଳ ତୁଷାରପାତ ହୋଇଥିଲା। ଉତ୍ତର ଆରିଜୋନାରେ ଫ୍ଲାଗଷ୍ଟାଫ୍‌ରେ ୧୧ ଫୁଟରୁ ଅଧିକ ବରଫ ପଡ଼ିଥିଲା। ୭୦ ବର୍ଷ ଭିତରେ ଏହା ସବୁଠାରୁ ଅଧିକ ତୁଷାରପାତ।

କହିରଖୁଛୁ, ଦୁନିଆରେ କେବଳ ଗୋଟିଏ ମରୁଭୂମି ଅଛି, ଯେଉଁଠାରେ ତୁଷାରପାତ ହେଉଛି। ଏହି ଅନନ୍ୟ ମରୁଭୂମି କାନାଡାର ୟୁକୋନ ସହରରେ ଅଛି। ଏହାର ନାମ କାରକ୍ରସ। ଏହି ମରୁଭୂମି କେବଳ ୧ ବର୍ଗ ମାଇଲ ପର୍ଯ୍ୟନ୍ତ ବ୍ୟାପିଛି। ଏଠାରେ ଶୀତ ଋତୁରେ ଅଧିକ ଥଣ୍ଡା ହୋଇଥାଏ। ପାଣିପାଗର ପରିବର୍ତ୍ତନ ସହିତ ଏଠାରେ ତୁଷାରପାତ ମଧ୍ୟ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri