ସାପଚୋରି ର଼୍ୟାକେଟ୍‌ ଠାବ

ଭୁବନେଶ୍ୱର, (ଅସମାପିକା ସାହୁ)/ବାଲେଶ୍ୱର, ୧୭।୮(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ଗ୍ରାମରେ ବାଲେଶ୍ୱର ବନଖଣ୍ଡ ପକ୍ଷରୁ ଚଢ଼ାଉ କରାଯାଇ ୨୯ଟି ନାଗ ସାପ ଜବତ ସହ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭୋଗରାଇ ଅଞ୍ଚଳର କମଳଲୋଚନ ପଣ୍ଡା (୩୬), ଭେଲୋରା ଗୌରାଙ୍ଗ ଗିରି (୩୫) ଓ ଗମ୍ଭାରିଆ ଅଞ୍ଚଳର ମମତା ମହାନା(୨୭)। ଏନେଇ ଚାନ୍ଦିପୁର ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜରେ ମାମଲା ନଂ. ୩୨/୨୦୨୩-୨୪ ରୁଜୁ କରାଯାଇଛି। ଚାନ୍ଦିପୁର ରେଞ୍ଜ ଅଫିସ କାର୍ଯ୍ୟାଳୟରେ ଅଭିଯୁକ୍ତଙ୍କୁ ଅଟକ ରଖି ବାଲେଶ୍ୱର ଡିଏଫ୍‌ଓ ଖୁସୱନ୍ତ ସିଂ ପଚରାଉଚରା ଜାରି ରଖିଛନ୍ତି। ସାପଗୁଡ଼ିକୁ ଅଭିଯୁକ୍ତମାନେ କେଉଁଠୁ ଆଣିଥିଲେ, କାହା ପାଖରୁ ଆଣିଥିଲେ, କେଉଁମାନଙ୍କୁ ବିଷ ବିକ୍ରି କରୁଥିଲେ, କେତେ ଦିନ ହେଲା ଏ ସାପ ବା ବିଷ କାରବାର କରୁଥିଲେ, ଏନେଇ ସେମାନଙ୍କୁ ଗୁଡ଼େଇ ତୁଡେଇ ଜେରା କରାଯାଉଛି। ଗିରଫ ୩ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନାନୁସାରେ, ସ୍ନେକ୍‌ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ବନ ବିଭାଗ ସହିତ ଯୋଗାଯୋଗ କରିଥିଲେ ଏବଂ ବୁଧବାର ଚଢ଼ାଉ କରିବା ପାଇଁ ଯୋଜନା କରିଥିଲେ। ବୁଧବାର ସକାଳେ ଶୁଭେନ୍ଦୁ, ସ୍ନେକ୍‌ ହେଲ୍ପ ଲାଇନର ଲଳିତ ମୋହନ ପଣ୍ଡା ଏବଂ
ଦୁର୍ଗାମାଧବ ମହାପାତ୍ର ସକାଳ ୬ଟାରେ ବାଲେଶ୍ୱରରେ ପହଞ୍ଚତ୍ଥିଲେ। ବାଲେଶ୍ୱର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଦିଗନ୍ତ ଏବଂ ଜଳେଶ୍ୱର ରେଞ୍ଜ ଅଧିକାରୀ ଜୟଶ୍ରୀ ମୁର୍ମୁ ସର୍ଚ୍ଚ ୱାରେଣ୍ଟ ଧରି ପ୍ରସ୍ତୁତ ହୋଇ ରହିଥିଲେ। କମଳଲୋଚନ ପଣ୍ଡା ଓ ମମତା ମାହାନା ଥିବା ଘର ଭିତରେ ସକାଳ ୮ଟା ବେଳେ ବାଲେଶ୍ୱର ଏସିଏଫ୍‌ ଦିଗନ୍ତଙ୍କ ଟିମ୍‌ ଚଢ଼ାଉ କରି ୨୭ଟି ପେଡ଼ିରେ ଥିବା ନାଗ ସାପଙ୍କୁ ଜବତ କରିଥିଲେ। ପରେ କମଳଙ୍କଠାରୁ ସୂଚନା ପାଇ ଗୌରାଙ୍ଗ ଗିରି ଘରେ ଚଢ଼ାଉ କରି ଆଉ ଦୁଇଟି ସାପ ଜବତ କରାଯାଇଥିଲା। ତେବେ ଗୌରାଙ୍ଗ ଗିରିଙ୍କୁ ସ୍ଥାନୀୟ ହାଟ ଭିତରୁ ଗିରଫ କଲାବେଳେ ଚାପା ଉତ୍ତେଜନା ମଧ୍ୟ ଦେଖା ଯାଇଥିଲା। ବାଲେଶ୍ୱର ଟାଉନରେ ଥିବା ଚାନ୍ଦିପୁର ରେଞ୍ଜ କାର୍ଯ୍ୟାଳୟକୁ ୩ଭିଯୁକ୍ତଙ୍କ ସହିତ ୨୯ ସାପକୁ ଅଣାଯାଇଥିଲା। ସେଠାରେ ସବୁ ସାପଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମପାମପି କାମ କରିବାରେ ସ୍ନେକ୍‌ ହେଲ୍ପ ଲାଇନ ଟିମ୍‌ ବନ ବିଭାଗକୁ ସହାୟତା କରିଥିଲା। ଯାଞ୍ଚ ସମୟରେ ଅଧିକାଂଶ ସାପଙ୍କ ବିଷ ଦାନ୍ତ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିବାବେଳେ ଏପରି କି କେତେକଙ୍କ ବିଷଗ୍ରନ୍ଥିଙ୍କୁ ବାହାର କରାଯାଇଥିଲା। ତେବେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରିବା ପରେ କେଉଁ ସାପଙ୍କୁ ଜଙ୍ଗଲରେ ପ୍ରାକୃତିକ ଆବାସରେ ଛଡ଼ାଯିବ କିମ୍ବା ଚିଡ଼ିଆଖାନାକୁ ଥଇଥାନ ପାଇଁ ପଠାଯିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର କରାଯିବ।
ଏନେଇ ବାଲେଶ୍ୱର ଡିଏଫ୍‌ଓ ଖୁସୱନ୍ତ ସିଂ କହିଛନ୍ତି, ତଦନ୍ତ ଜାରି ରହିଛି ଏବଂ ଆମେ ସବୁ ଦିଗକୁ ଆଖିରେ ରଖି ରାଜ୍ୟ ବାହାର ଲିଙ୍କ୍‌ ଅଛି ବା ନାହିଁ ସେ ବିଷୟରେ ତର୍ଜମା କରାଯାଉଛି। ଶୁଭେନ୍ଦୁ କହିଛନ୍ତି, ଏତେ ସଂଖ୍ୟକ ବିଷଧର ସାପ ସେ ଦୁଇଜଣ ଲୋକଙ୍କ କାମ ନୁହେଁ। ସ୍ଥାନୀୟ କିମ୍ବା ପଡ଼ୋଶୀ ଜିଲାର ସାପ ଧରାଳିଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଅଭିଯୁକ୍ତଙ୍କ ମୋବାଇଲ କଲ୍‌ ରେକର୍ଡ ଯାଞ୍ଚ କଲେ ଜଣାପଡ଼ିବ। ସାପଗୁଡିକୁ ଗାଁ ଯାତ୍ରାରେ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଉଥିବା ଅଭିଯୁକ୍ତମାନେ କହୁଥିବାବେଳେ ଏତେ ସଂଖ୍ୟକ ବିଷଧର ସାପଙ୍କୁ କିପରି ଯାତ୍ରାରେ ପ୍ରଦର୍ଶନ କରିବାକୁ ଲୋକମାନେ ସୁଯୋଗ ଦେଉଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ କମଳଲୋଚନଙ୍କ ପାଖରୁ ଏକ ଖପୁରି ଓ ହାଡ଼ ମଧ୍ୟ ଜବତ ହୋଇଛି। ସେହି ଖପୁରି ହନୁ ମାଙ୍କଡ଼ର ବୋଲି କମଳ ଜେରା ସମୟରେ କହିଥିବା ଜଣାପଡ଼ିଛି। ତେବେ ତାହା ମାଙ୍କଡ଼ର ବୋଲି ନିଶ୍ଚିତ ହେବା ପାଇଁ ତାକୁ ଓୟୁଏଟି ଭେଟେରିନାରୀ କଲେଜରେ ଥିବା ସେଣ୍ଟର ଫର୍‌ ଓ୍ବାଇଲ୍ଡଲାଇଫ ହେଲ୍‌ଥକୁ ପଠାଯିବ ବୋଲି ଏସିଏଫ୍‌ ଦିଗନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

ଘସିପୁରାରୁ ଲଢିବେ ସୌମ୍ୟ! କହିଲେ ଏହି ଦଳ ଦେଇଛି ଅଫର…

ଭୁବନେଶ୍ୱର,୩୦।୪: ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ। ସେ କହିଥିଲେ, ‘ମୋର...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

Featured Video Play Icon

ଭାଜପା ଛାଡ଼ିଲେ ଅମୀୟ ଦାଶ

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ଏକାମ୍ରର ଭାଜପା ନେତା ଅମୀୟ ଦାଶ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ଅମୀୟ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri