ଭୁବନେଶ୍ୱର, (ଅସମାପିକା ସାହୁ)/ବାଲେଶ୍ୱର, ୧୭।୮(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ଗ୍ରାମରେ ବାଲେଶ୍ୱର ବନଖଣ୍ଡ ପକ୍ଷରୁ ଚଢ଼ାଉ କରାଯାଇ ୨୯ଟି ନାଗ ସାପ ଜବତ ସହ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭୋଗରାଇ ଅଞ୍ଚଳର କମଳଲୋଚନ ପଣ୍ଡା (୩୬), ଭେଲୋରା ଗୌରାଙ୍ଗ ଗିରି (୩୫) ଓ ଗମ୍ଭାରିଆ ଅଞ୍ଚଳର ମମତା ମହାନା(୨୭)। ଏନେଇ ଚାନ୍ଦିପୁର ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜରେ ମାମଲା ନଂ. ୩୨/୨୦୨୩-୨୪ ରୁଜୁ କରାଯାଇଛି। ଚାନ୍ଦିପୁର ରେଞ୍ଜ ଅଫିସ କାର୍ଯ୍ୟାଳୟରେ ଅଭିଯୁକ୍ତଙ୍କୁ ଅଟକ ରଖି ବାଲେଶ୍ୱର ଡିଏଫ୍ଓ ଖୁସୱନ୍ତ ସିଂ ପଚରାଉଚରା ଜାରି ରଖିଛନ୍ତି। ସାପଗୁଡ଼ିକୁ ଅଭିଯୁକ୍ତମାନେ କେଉଁଠୁ ଆଣିଥିଲେ, କାହା ପାଖରୁ ଆଣିଥିଲେ, କେଉଁମାନଙ୍କୁ ବିଷ ବିକ୍ରି କରୁଥିଲେ, କେତେ ଦିନ ହେଲା ଏ ସାପ ବା ବିଷ କାରବାର କରୁଥିଲେ, ଏନେଇ ସେମାନଙ୍କୁ ଗୁଡ଼େଇ ତୁଡେଇ ଜେରା କରାଯାଉଛି। ଗିରଫ ୩ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନାନୁସାରେ, ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ବନ ବିଭାଗ ସହିତ ଯୋଗାଯୋଗ କରିଥିଲେ ଏବଂ ବୁଧବାର ଚଢ଼ାଉ କରିବା ପାଇଁ ଯୋଜନା କରିଥିଲେ। ବୁଧବାର ସକାଳେ ଶୁଭେନ୍ଦୁ, ସ୍ନେକ୍ ହେଲ୍ପ ଲାଇନର ଲଳିତ ମୋହନ ପଣ୍ଡା ଏବଂ
ଦୁର୍ଗାମାଧବ ମହାପାତ୍ର ସକାଳ ୬ଟାରେ ବାଲେଶ୍ୱରରେ ପହଞ୍ଚତ୍ଥିଲେ। ବାଲେଶ୍ୱର ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଦିଗନ୍ତ ଏବଂ ଜଳେଶ୍ୱର ରେଞ୍ଜ ଅଧିକାରୀ ଜୟଶ୍ରୀ ମୁର୍ମୁ ସର୍ଚ୍ଚ ୱାରେଣ୍ଟ ଧରି ପ୍ରସ୍ତୁତ ହୋଇ ରହିଥିଲେ। କମଳଲୋଚନ ପଣ୍ଡା ଓ ମମତା ମାହାନା ଥିବା ଘର ଭିତରେ ସକାଳ ୮ଟା ବେଳେ ବାଲେଶ୍ୱର ଏସିଏଫ୍ ଦିଗନ୍ତଙ୍କ ଟିମ୍ ଚଢ଼ାଉ କରି ୨୭ଟି ପେଡ଼ିରେ ଥିବା ନାଗ ସାପଙ୍କୁ ଜବତ କରିଥିଲେ। ପରେ କମଳଙ୍କଠାରୁ ସୂଚନା ପାଇ ଗୌରାଙ୍ଗ ଗିରି ଘରେ ଚଢ଼ାଉ କରି ଆଉ ଦୁଇଟି ସାପ ଜବତ କରାଯାଇଥିଲା। ତେବେ ଗୌରାଙ୍ଗ ଗିରିଙ୍କୁ ସ୍ଥାନୀୟ ହାଟ ଭିତରୁ ଗିରଫ କଲାବେଳେ ଚାପା ଉତ୍ତେଜନା ମଧ୍ୟ ଦେଖା ଯାଇଥିଲା। ବାଲେଶ୍ୱର ଟାଉନରେ ଥିବା ଚାନ୍ଦିପୁର ରେଞ୍ଜ କାର୍ଯ୍ୟାଳୟକୁ ୩ଭିଯୁକ୍ତଙ୍କ ସହିତ ୨୯ ସାପକୁ ଅଣାଯାଇଥିଲା। ସେଠାରେ ସବୁ ସାପଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମପାମପି କାମ କରିବାରେ ସ୍ନେକ୍ ହେଲ୍ପ ଲାଇନ ଟିମ୍ ବନ ବିଭାଗକୁ ସହାୟତା କରିଥିଲା। ଯାଞ୍ଚ ସମୟରେ ଅଧିକାଂଶ ସାପଙ୍କ ବିଷ ଦାନ୍ତ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିବାବେଳେ ଏପରି କି କେତେକଙ୍କ ବିଷଗ୍ରନ୍ଥିଙ୍କୁ ବାହାର କରାଯାଇଥିଲା। ତେବେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରିବା ପରେ କେଉଁ ସାପଙ୍କୁ ଜଙ୍ଗଲରେ ପ୍ରାକୃତିକ ଆବାସରେ ଛଡ଼ାଯିବ କିମ୍ବା ଚିଡ଼ିଆଖାନାକୁ ଥଇଥାନ ପାଇଁ ପଠାଯିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର କରାଯିବ।
ଏନେଇ ବାଲେଶ୍ୱର ଡିଏଫ୍ଓ ଖୁସୱନ୍ତ ସିଂ କହିଛନ୍ତି, ତଦନ୍ତ ଜାରି ରହିଛି ଏବଂ ଆମେ ସବୁ ଦିଗକୁ ଆଖିରେ ରଖି ରାଜ୍ୟ ବାହାର ଲିଙ୍କ୍ ଅଛି ବା ନାହିଁ ସେ ବିଷୟରେ ତର୍ଜମା କରାଯାଉଛି। ଶୁଭେନ୍ଦୁ କହିଛନ୍ତି, ଏତେ ସଂଖ୍ୟକ ବିଷଧର ସାପ ସେ ଦୁଇଜଣ ଲୋକଙ୍କ କାମ ନୁହେଁ। ସ୍ଥାନୀୟ କିମ୍ବା ପଡ଼ୋଶୀ ଜିଲାର ସାପ ଧରାଳିଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଅଭିଯୁକ୍ତଙ୍କ ମୋବାଇଲ କଲ୍ ରେକର୍ଡ ଯାଞ୍ଚ କଲେ ଜଣାପଡ଼ିବ। ସାପଗୁଡିକୁ ଗାଁ ଯାତ୍ରାରେ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଉଥିବା ଅଭିଯୁକ୍ତମାନେ କହୁଥିବାବେଳେ ଏତେ ସଂଖ୍ୟକ ବିଷଧର ସାପଙ୍କୁ କିପରି ଯାତ୍ରାରେ ପ୍ରଦର୍ଶନ କରିବାକୁ ଲୋକମାନେ ସୁଯୋଗ ଦେଉଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ କମଳଲୋଚନଙ୍କ ପାଖରୁ ଏକ ଖପୁରି ଓ ହାଡ଼ ମଧ୍ୟ ଜବତ ହୋଇଛି। ସେହି ଖପୁରି ହନୁ ମାଙ୍କଡ଼ର ବୋଲି କମଳ ଜେରା ସମୟରେ କହିଥିବା ଜଣାପଡ଼ିଛି। ତେବେ ତାହା ମାଙ୍କଡ଼ର ବୋଲି ନିଶ୍ଚିତ ହେବା ପାଇଁ ତାକୁ ଓୟୁଏଟି ଭେଟେରିନାରୀ କଲେଜରେ ଥିବା ସେଣ୍ଟର ଫର୍ ଓ୍ବାଇଲ୍ଡଲାଇଫ ହେଲ୍ଥକୁ ପଠାଯିବ ବୋଲି ଏସିଏଫ୍ ଦିଗନ୍ତ କହିଛନ୍ତି।
‘ଏହା କ୍ରିକେଟ୍ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍ ଚେଜ୍ କରିବା ପରେ ବି ରାଗିଗଲେ ହେଡ୍ କୋଚ୍ ଗମ୍ଭୀର…ଜାଣନ୍ତୁ କାରଣ
ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍ରେ ୪୦୬ ରନ୍ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍କୁ ନେଇ…
ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍, ୨ ଗେଟ୍ରେ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…
ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…
ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…
ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…
ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ
ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…
ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍, ୬୨ଟଙ୍କାରୁ ଅଧିକ …
ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…
ଏମ୍ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି
ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…
ବିଶ୍ୱର ପ୍ରଥମ ବ୍ୟାଟର୍ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା
ଗୁଆହାଟୀ,୧।୧୦: ‘ହିଟ୍ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

