Posted inଜାତୀୟ

ଖିଲାପକାରୀ ଚାଷୀଙ୍କ ମୁହଁରେ ହସ: ପୁଣି ମିଳିବ ଫସଲ ଋଣ

ଜୟପୁର, ୧୨।୮: ଋଣ ଖିଲାପକାରୀ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ଋଣ ସୁଝି ନ ଥିବା ଚାଷୀଙ୍କୁ ପୁଣି ଫସଲ ବୀମା ଯୋଗାଇ ଦିଆଯିବ। ରାଜସ୍ଥାନ ସରକାର ଏଭଳି ନିଷ୍ପତ୍ତିି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ରାଜ୍ୟରେ ଚାଷୀଙ୍କ ହାତମୁଠା ଟାଣ କରିବା ଲାଗି ଏଭଳି କରିଛନ୍ତି। ଏହା ଦ୍ୱାରା ସାଢ଼େ ୩ ଲକ୍ଷରୁ ଅଧିକ ଖିଲାପକାରୀ ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି। ସରକାର ଚାଷୀଙ୍କୁ ଶୂନ ସୁଧହାରରେ ଋଣ ଯୋଗାଇ ଦେବେ। ଏନେଇ ଚାଷୀ ମୁଲିଆ ସଂଗଠନ ପକ୍ଷରୁ ଲଗାତାର ଦାବି ହୋଇଆସୁଥିଲା। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଖରିଫ୍‌ ଋତୁ ପାଇଁ ରାଜ୍ୟରେ ଏପ୍ରିଲ୍‌ ୧୬ଠାରୁ ନୂଆ ଫସଲ ଋଣ ପ୍ରଦାନ ଜାରି ରହିଛି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହା ଜାରି ରହିବ। ଇତିମଧ୍ୟରେ ରାଜ୍ୟର ୨୩ ଲକ୍ଷ ୭୯ ଚାଷୀଙ୍କୁ ୭ ହଜାର ୩୨୧କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଖରିଫ୍‌ ଋତୁରେ ୧୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସ ଯୋଗୁ ଡେମ୍‌ଚୋକ୍‌ ଯାଏ ମାଡ଼ିଆସିଥିଲା ଚାଇନା’

ଲେହ,୧୯ା୮(ପି.ଟି.): କଂଗ୍ରେସ ଶାସନ ଅମଳରେ ପ୍ରତିରକ୍ଷା ନୀତିରେ ଲଦାଖକୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଚାଇନା ଡେମ୍‌ଚୋକ୍‌ ସେକ୍ଟର ପର୍ଯ୍ୟନ୍ତ ମାଡ଼ିଆସିଛି। ଅନୁଚ୍ଛେଦ ୩୭୦...

ଅଲମ୍ପିକ୍‌ରେ ତ୍ରିରଙ୍ଗା ଦେଖି ଦେଶବାସୀ ରୋମାଞ୍ଚିତ…

ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଦେଖି ଦେଶବାସୀ ରୋମାଞ୍ଚିତ ହୋଇଉଠିଛନ୍ତି। କରୋନା ମହାମାରୀରେ ବି ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି...

ନୂଆ ରାଜନୈତିକ ଦଳ ଗଠନ ସମ୍ପର୍କରେ ଘୋଷଣା କଲେ କ୍ୟାପଟେନ୍‌…

ଚଣ୍ଡିଗଡ଼,୨୭।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ନୂଆ ରାଜନୈତିକ ଦଳ ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ତେବେ ଏହାର ନାମ କରଣ ଶୀଘ୍ର...

କରୋନା ସଂକ୍ରମଣ: ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି

ମୁମ୍ବାଇ,୧୧।୬: ମିଳିଥିବା ଏକ ସୂଚନାରୁ ଜଣାପଡିଛି ମୁମ୍ବାଇରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।...

ଭର୍ତ୍ତୃହରିଙ୍କୁ ମିଳିବ ସଂସଦରତ୍ନ ପୁରସ୍କାର

ଚେନ୍ନାଇ, ୨୫ା୬: ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୦ ସଦସ୍ୟଙ୍କୁ ୨୦୨୦ର ସଂସଦରତ୍ନ ପୁରସ୍କାର ଦିଆଯିବ। ସପ୍ତଦଶ ଲୋକ ସଭାର ପ୍ରଥମ ବର୍ଷରେ...

ବିଜୟ ମୁହାଁ ଏଏପି …

ଚଣ୍ଡିଗଡ଼,୧୦।୩ : ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ବିଜୟ ମୁହାଁ ହୋଇଛି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନ ମଧ୍ୟରୁ...

ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଲେ ମାୟାବତୀ

ଲକ୍ଷ୍ନୌ,୨୮।୧: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ମଙ୍ଗଳବାର ପାକିସ୍ତାନର ମୂଳ ବାସିନ୍ଦା ଗାୟକ ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମାୟାବତୀ କହିଛନ୍ତି...

ଉତ୍ତରକାଶୀରେ ହିମସ୍ଖଳନ: ପ୍ରଶିକ୍ଷକଙ୍କ ମୃତଦେହ ଉଦ୍ଧାର, ୩୨ ଜଣଙ୍କ ସନ୍ଧାନ ଜାରି, ପ୍ରତିରକ୍ଷାମନ୍ତ୍ରୀଙ୍କ ସହାୟତା ଲୋଡିଲେ ମୁଖ୍ୟମନ୍ତ୍ରୀ…

ଡେରାଡୁନ,୪।୧୦ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ଡୋକ୍ରାନି ବମାକ ଗ୍ଳାସିୟରରେ ମଙ୍ଗଳବାର ହିମସ୍ଖଳନ ଘଟିଛି। ସୂଚନାନୁସାରେ, ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନ (ଏନଆଇଏମ)ର ୩୪ ଜଣ ପର୍ବତାରୋହୀ...

Advertisement
Archives

Model This Week