ଏମଜିଏନଆରଇଜିଏସରେ ଦୁର୍ନୀତି ଗନ୍ଧ: ଶିବିର ଅଧାରୁ ପଳାଇଲେ ବ୍ଲକ ଅଧ୍ୟକ୍ଷ, ଏବିଡିଓ

ଲୋଇସିଂହା,୧୭।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ପୁରୁଣା ସଭାଗୃହରେ ଏମଜିଏନଆରଇଜିଏସ ଲୋଇସିଂହା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ହାତଗଣତି କେତେଜଣ ବିଭାଗୀୟ କର୍ମଚାରୀ ଥିବା ବେଳେ କେହି ଜଣେ ହେଲେ ଜବକାର୍ଡଧାରୀ ଶ୍ରମିକ କିମ୍ବା ଅଭିଯୋଗକାରୀ ଉପସ୍ଥିତ ନ ଥିଲେ। ଅଭିଯୋଗ ସଂକ୍ରାନ୍ତ ତଥ୍ୟ ଦେବା ପାଇଁ ପଞ୍ଚାୟତର ପିଇଓମାନେ ମଧ୍ୟ ଅନୁପସ୍ଥିତ ଥିବାରୁ ଏହି ଶିବିର କାହା ସ୍ବାର୍ଥରେ ବୋଲି ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଆପତ୍ତି ଉଠାଇଥିଲେ। ଅସନ୍ତୋଷ ବ୍ୟକ୍ତ କରି ବ୍ଲକ ଅଧ୍ୟକ୍ଷ ପଟେଲ ଶିବିର ଅଧାରୁ ଉଠି ଚାଲି ଆସିଥିଲେ ା ୨୦୨୫-୨୬ ଆର୍ଥିକ ବର୍ଷର ଏହା ଦ୍ୱିତୀୟ ଚକ୍ର ା ୨ ଏପ୍ରିଲ ୨୦୨୫ରୁ ୩୦ ସେପ୍ଟେମ୍ବର ୨୦୨୫ ମଧ୍ୟରେ ହୋଇଥିବା ଏମଜିଏନଆରଇଜିଏସ କାମର ସମୀକ୍ଷା ଏହି ଶିବିରରେ କରାଯାଇଥିଲା। ଶିବିରରେ ଉପଜିଲାପାଳ ଆଲୋକ ପଟେଲ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିବା ବେଳେ କୌଣସି କାରଣବଶତଃ ସେ ଆସି ନ ଥିଲେ। ଅପରପକ୍ଷେ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ କିଶୋର ମାନସିଂ ଶିବିରରେ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ଏପିଓ ପୁଷ୍ପାଞ୍ଜଳି ସ୍ବାଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ଦୁର୍ନୀତି ରୋକିବା ପାଇଁ ବିଭାଗରେ ବିବିଧ ସଂସ୍କାର ଅଣାଯାଉଥିବା ସେ କହିଥିଲେ। ଏହାଛଡା ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ଲକରେ ୩ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ସୂଚନା ଦେଇଥିଲେ। ଶିବିରରେ ବ୍ଲକ ସାମାଜିକ ଅଧିକାରୀ ରତିକାନ୍ତ ପଧାନ ପଞ୍ଚାୟତ ସ୍ତରରେ ଭିଆରପିମାନଙ୍କ ଦ୍ୱାରା କରାଯାଇଥିବା ସମୀକ୍ଷା ସମୟର ତଥ୍ୟ ଉପସ୍ଥାପନା କରିଥିଲେ। ବ୍ଲକର ବାଦିବାହାଲ ପଞ୍ଚାୟତରେ ଭିଆରପିମାନେ ସମୀକ୍ଷା କଲା ବେଳେ ୯ ଟି ସାମୂହିକ ପ୍ରକଳ୍ପର କେସ ରେକର୍ଡ ମିଳି ନ ଥିବା ପଧାନ ସୂଚନା ଦେଇଥିଲେ। ସେହିପରି ବୁର୍ଡା ପଞ୍ଚାୟତର ଗାଇ ଗୁହାଳ ପାଇଥିବା ଶିବରାମ ସାହୁ ନାମକ ଜଣେ ହିତାଧିକାରୀ ୨୦୨୩ ଓ ୨୦୨୫ ମସିହାରେ ୨ ଥର ପ୍ରକଳ୍ପର ସୂଚନା ଫଳକ ପାଇଁ ବିଲ୍‌ ଦାଖଲ କରିଥିବା ଅଭିଯୋଗ ହୋଇଥିଲା।

ଲୋଇସିଂହା, କନ୍ଦାଜୁରୀ, ହୀରାପୁର ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଞ୍ଚାୟତ, ମୃର୍ତ୍ତିକା ସଂରକ୍ଷଣ ବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ ହୋଇଥିବା କାମଗୁଡିକର ଗ୍ରାମ ସଭା କପି ଦାଖଲ ହୋଇ ନଥିବାରୁ ହିତାଧିକାରୀମାନେ ପ୍ରାପ୍ୟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଥିଲା। ଶିବିରରେ ଉଦ୍ୟାନ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତିରେ ଏଠାରୁ ଆଗଲପୁରକୁ ବଦଳି ହୋଇଥିବା ବିଭାଗୀୟ ଓଭରସିୟର ଯୋଗ ଦେଇଥିଲେ। ସେ ଅଭିଯୋଗ ଉପରେ ସଠିକ ତଥ୍ୟ ରଖି ନପାରି ଥିଲେ ା ଅପରପକ୍ଷେ ବାଦିବାହାଲ ପଞ୍ଚାୟତରେ ପ୍ରକଳ୍ପ କେସ ରେକର୍ଡ ନ ମିଳିବା ଘଟଣାରେ ପଞ୍ଚାୟତର ଏଡିଓ ଓ ଭିଆରପି ଶିବିରରେ ମୁହାଁମୁହିଁ ହେବା ଭଳି ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଶିବିରରେ କେତେକ ଘଟଣାକୁ ଦେଖି ଶିବିର ଅଧ୍ୟକ୍ଷ ଏବିଡିଓ ମାନସିଂ ମଧ୍ୟ ଶିବିର ଅଧାରୁ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?