ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ ଜୀବନଦୀପ ସେହି ଅନ୍ଧାର ରାତିରେ ଲିଭିଯାଇଥାଏ, ତାହା ସାମ୍ନାକୁ ଆସିପାରେ ନାହିଁ। ଏଭଳି ମୃତ୍ୟୁ ସାମାଜିକ ବ୍ୟବସ୍ଥାର ତ୍ରୁଟି । ଏହା ସମାଜର ସମ୍ବେଦନ ହୀନତାର କ୍ରୂର ଆଇନ ।
କିଛିଦିନ ପୂର୍ବେ ସେଣ୍ଟ ଫର୍‌ ହୋଲିଷ୍ଟିକ ଡେଭଲପ୍‌ମେଣ୍ଟ ପକ୍ଷରୁ ତଥ୍ୟ ମିଳିଥିଲା କି ନଭେମ୍ବର ୨୦୨୪ରୁ ଜାନୁଆରୀ ୨୦୨୫ ମଧ୍ୟରେ ଦିଲ୍ଲୀରେ ୪୭୪ ଜଣ ବାସହୀନ ଲୋକଙ୍କ ଥଣ୍ଡାରେ ମୃତ୍ୟୁ ହୋଇଛି। ଏହି ତଥ୍ୟ ଜିଲାସ୍ତରରୁ ଡାକ୍ତରଖାନାର ଦସ୍ତାବିଜର ସର୍ଭେ ଆଧାରିତ ଥିଲା। ରାଷ୍ଟ୍ରୀୟ ମାନବାଧିକାର କମିଶନ ଏଥି ନିମନ୍ତେ ସ୍ବତଃପୂର୍ବକ ଦିଲ୍ଲୀ ପ୍ରଶାସନକୁ ବିସ୍ତୃତ ରିପୋର୍ଟ ମାଗିଥିଲେ। ବାସ୍ତବିକ ତଥ୍ୟ ଆହୁରି ଅଧିକ ହେବ। ଫୁଟ୍‌ପାଥ ଉପରେ ପଡ଼ିଥିବା ଶବକୁ ଅଜ୍ଞାତ କହି ଦାହ କରାଯାଉଛି। ବିଶେଷଜ୍ଞମାନଙ୍କ ଅନୁମାନ ଯେ ଶତକଡ଼ା ୮୦ଭାଗ ମୃତ୍ୟୁ ପରିଚୟହୀନ ଭାବେ ହଜିଯାଉଛି। ବର୍ତ୍ତମାନ ଶୀତ ଲହରି ଅତୀତଠାରୁ ଅଧିକ ଘାତକ ଦେଖାଯାଉଛି। ଏହି ସଙ୍କଟ ଦିଲ୍ଲୀରେ ସୀମିତ ନୁହଁ। କାନପୁରରେ ୨୦୨୩ରେ ଗୋଟିଏ ସପ୍ତାହ ମଧ୍ୟରେ ୯୮ଜଣଙ୍କ ମୃତ୍ୟୁ ହୋଇଥିଲା। ଏନ୍‌ଏଚ୍‌ଆର୍‌ସି ଅକ୍ଟୋବର ୨୦୨୫ରେ ୧୯ ରାଜ୍ୟ ଆଉ ୪ଟି କେନ୍ଦ୍ରଶାସିତ ପ୍ରଦେଶକୁ ଚେତାବନୀ ଜାରି କରିଥିଲା, ଯେଉଁଥିରେ ବାସହୀନ, ନବଜାତ ଶିଶୁ, ବୃଦ୍ଧାବୃଦ୍ଧ ଓ ଗରିବ ଲୋକଙ୍କୁ ଶୀତ ଦାଉରୁ ବଞ୍ଚାଇବା କାର୍ଯ୍ୟ କରୁ, କିନ୍ତୁ ଚେତାବନୀ ସରକାରୀ କାଗଜ ଭିତରେ ସୀମିତ ।
୨୦୧୧ ଜନଗଣନା ଅନୁସାରେ, ଦେଶର ସହରୀ କ୍ଷେତ୍ରମାନଙ୍କରେ ୯,୩୮,୩୪୮ ଲୋକ ବାସହୀନ ଥିଲେ। ବର୍ତ୍ତମାନ ଏହାର ସଂଖ୍ୟା ଦେଢ କୋଟିକୁ ଟପିଯାଇଛି। ଦିଲ୍ଲୀରେ କେବଳ ୩ରୁ ୪ଲକ୍ଷ ବାସହୀନ ଲୋକ ଅଛନ୍ତି, ଯେଉଁମାନେ ମୁଖ୍ୟତଃ ପ୍ରବାସୀ ଶ୍ରମିକ, ରିକ୍ସାଚାଳକ, ପରିବା ବିକ୍ରେତା, ଘର କାର୍ଯ୍ୟରେ ନିଯୁକ୍ତ କର୍ମଚାରୀମାନେ ଅଛନ୍ତି। ଅଗଷ୍ଟ ୨୦୨୪ରେ କରାଯାଇଥିବା ଗଣତିରେ ୧ଲକ୍ଷ ୫୬ହଜାର ୩୬୯ ଲୋକ ରାତି ୧୧ଟାରୁ ସକାଳ ୫ଟା ୩୦ ଯାଏ ସଡ଼କ କଡ଼ରେ ଶୋଇଥିବା ଦେଖାଯାଇଥିଲା। ଏମାନେ ସକାଳ ୪ଟାରୁ ରିକ୍ସା ଚାଳନା କରନ୍ତି, ବଜାରରେ ଫଳ ପରିବା ବିକନ୍ତି, ଘରମାନଙ୍କରେ ଝାଡ଼ୁ ମାରନ୍ତି, ସନ୍ଧ୍ୟା ହେଲେ ଏମାନଙ୍କୁ ଛାତଟିଏ ମିଳେ ନାହିଁ।
ସହରୀକରଣ ଯୋଗୁ ଗଁା ଖାଲି ହୋଇ ସହର ବୃଦ୍ଧି ହେବାରେ ଲାଗିଛି। ୨୦୪୧ ପର୍ଯ୍ୟନ୍ତ ଦିଲ୍ଲୀ ମାଷ୍ଟରପ୍ଲାନ ଅନୁସାରେ ସହର ସ୍ମାର୍ଟ ହେବାର ସ୍ବପ୍ନ ଦେଖୁଛି, କିନ୍ତୁ ବାସହୀନ ଲୋକଙ୍କ କଥା କେହି ଶୁଣିବାର ନାହିଁ।
ଭୁବନେଶ୍ୱର ସାଲିଆ ସାହି ଉଚ୍ଛେଦର ତୃତୀୟ ଦିନରେ ୫୫୬ ଘର ମାଟିରେ ମିଶିଛି। ନିଜ ଜିଦ୍‌ରେ ଅଟଳ ରହି କିଛି ପରିବାର ଲୋକ ଖୋଲା ପଡ଼ିଆରେ ଯାଇ ପାଲ ତଳେ ଦିନ କାଟୁଛନ୍ତି। ଓଳିଏ ଖାଇଲେ ଆଉ ଓଳିକୁ ଉପବାସ। ଛୋଟ ପିଲା, ବୃଦ୍ଧାବୃଦ୍ଧ ଖରା କାକରରେ ପଡ଼ିରହିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲକ୍ଷ୍ୟ ଥିଲା ସମସ୍ତଙ୍କୁ ଘର, ଏଥିରେ ସମସ୍ତଙ୍କୁ ପକ୍କାଘର ଦେବାର ପ୍ରତିଶ୍ରୁତି ଥିଲା।ହେଲେ ବାସହୀନ ଲୋକଙ୍କ ସଂଖ୍ୟା କମ୍‌ ହେବା ସ୍ଥାନରେ ଏହା ବୃଦ୍ଧି ପାଇଲା। ସରକାର କହୁଛନ୍ତି ପ୍ରତି ୨୦ ମିନିଟରେ ୧୫୦ ଘର ନିର୍ମାଣ ଚାଲିଛି। କିନ୍ତୁ ଏ ସବୁ କାଗଜରେ ରହିଯାଉଛି। ସେପ୍ଟେମ୍ବର ୨୦୨୫ରେ ମନ୍ତ୍ରଣାଳୟ ରାଜ୍ୟମାନଙ୍କ ସହ ସମୀକ୍ଷା କଲା, କିନ୍ତୁ ସମୟ ଅନୁସାରେ କେନ୍ଦ୍ରୀୟ ସହାୟତା ନ ମିଳିବାରୁ ପ୍ରଗତି କାର୍ଯ୍ୟ ବନ୍ଦ ହେଲା।
ରୈନବସେରା ରାତ୍ରି ଆଶ୍ରୟସ୍ଥଳୀ ବାସହୀନଙ୍କ ପାଇଁ ସମାଧାନ କୁହାଯାଏ। କିନ୍ତୁ ଏହାର ଅବସ୍ଥା ଦେଖିଲେ ଆହୁରି ନୈରାଶ୍ୟଜନକ । ଦିଲ୍ଲୀ ଅର୍ବାନ ସେଲ୍‌ଟର ଇମ୍‌ପ୍ରୁଭମେଣ୍ଟ ବୋର୍ଡ ଅନୁସାରେ ସହରରେ ୩୨୫ଟି ରୈନବସେରା ଅଛି। ଯେଉଁଥିରେ ମୋଟ ୧୬୩୩୮ ଜଣ ଶୋଇପାରିବେ। କିନ୍ତୁ ଓି୍ବଣ୍ଟର ଆକ୍‌ଶନ ପ୍ଲାନ ୨୦୨୪-୨୫ ଅନୁସାରେ ୧୯୭ ଗୋଟି ସ୍ଥାୟୀ ବସେରାରୁ ୮୨ଗୋଟି କାର୍ଯ୍ୟ କରୁଛି। କ୍ଷମତା ମାତ୍ର ୭୦୯୨ ଜଣଙ୍କର ଅଛି। ବାକି ସବୁ କ୍ୟାବିନ ଆଉ ତମ୍ବୁ ମାଧ୍ୟମରେ ଚାଲିଛି। ମହିଳାଙ୍କ ୧୭ଟି ଆଶ୍ରୟସ୍ଥଳୀ ଅଛି। ମାଷ୍ଟରପ୍ଲାନ ମୁତାବକ ୩୩୦ରୁ ୩୫୦ ସ୍ଥାୟୀ ରୈନବସେରା ହେବା କଥା।
ରାଷ୍ଟ୍ରୀୟ ମାନବାଧିକାର କମିଶନ ପକ୍ଷରୁ ବାସହୀନଙ୍କୁ ଭିକାରି କିମ୍ବା ନିଶାଖୋର କୁହାଯାଉଛି ତାହା ବଡ଼ ଦୁଃଖର କଥା। ବାସହୀନ ଲୋକଙ୍କ ସମସ୍ୟାର ସମାଧାନ ସମ୍ଭବ, ଏଥିପାଇଁ ଇଚ୍ଛାଶକ୍ତି ଦରକାର। ପ୍ରତ୍ୟେକ ସହରର ବ୍ୟାପକ ସର୍ବେକ୍ଷଣ ଜରୁରୀ, କେତେ ବାସହୀନ ଲୋକ ଅଛନ୍ତି ତାହାର ଠିକ୍‌ ସଂଖ୍ୟା ଜାଣିବା ଦରକାର। ପ୍ରତ୍ୟେକର ବଞ୍ଚତ୍ବାର ମୌଳିକ ଅଧିକାର ଅଛି, କିନ୍ତୁ ଗରିମାପୂର୍ଣ୍ଣ ଜୀବନଯାପନର ଅର୍ଥ ମୁଣ୍ଡ ଉପରେ ଛାତ, ପେଟ ପାଇଁ ଭାତ ନିହାତି ଦରକାର।
ରାଧିକା ଟାୱାର, ଟଙ୍କପାଣି ରୋଡ୍‌

ପଞ୍ଚାନନ ଅଗ୍ରୱାଲ
ଭୁବନେଶ୍ୱର ମୋ -୯୭୭୭୭୪୪୦୭୧

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?