ପ୍ରଦୂଷଣ ବଳୟରେ ସ୍ମାର୍ଟସିଟି

ରାଉରକେଲା ଅଫିସ,୨୯।୧୧:ଆଉ ମାସକ ପରେ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହେବ। ଏଥିପାଇଁ ସହରରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ଚାଲିଛି। ଏହା ଭିତରେ ଦିନକୁ ଦିନ ସ୍ମାର୍ଟସିଟିରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି। ଏଥିଯୋଗୁ ଜନସାଧାରଣ ଏବଂ ଯାନବାହନ ଯାତାୟାତରେ ବହୁ ଅସୁବିଧା ହେଉଛି। ଧୂଳିଧୂଆଁ ଯୋଗୁ ରାସ୍ତା ଦେଖା ନ ଯିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ତେବେ ସହରର ଏହି ପ୍ରଦୂଷଣ ହକି ବିଶ୍ୱକପ୍‌ ପୂର୍ବରୁ ନିୟନ୍ତ୍ରଣ ହୋଇଯିବ ବୋଲି ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ପକ୍ଷରୁ କୁହାଯାଇଛି।
ପ୍ରଦୂଷଣ ଯୋଗୁ ରାଉରକେଲା ସହରରେ ବିଶେଷ କରି ପାନପୋଷ ଛକ, ହନୁମାନ ବାଟିକା ଛକ, ଛେଣ୍ଡ୍‌ ରିଂରୋଡ୍‌, ପ୍ଲାଣ୍ଟସାଇଟ ଅଞ୍ଚଳ ରାସ୍ତା କଡରେ ଥିବା ଗଛପତ୍ରର ରଙ୍ଗ ମାଟିଆ ଦେଖା ଯାଉଛି। ସହର ନିକଟ କୁଲୁଙ୍ଗା, ବେଦବ୍ୟାସ, ରାଉରକେଲା ଶିଳ୍ପାଞ୍ଚଳରେ ଥିବା କିଛି ଇଣ୍ଡଷ୍ଟ୍ରିରୁ ବାହାରୁଥିବା କଳାଧୂଆଁ ଓ ପ୍ରଦୂଷଣ ମାତ୍ରାକୁ ରୋକିବା ପାଇଁ ରାଉରକେଲା ପ୍ରଦୂଷଣ ବିଭାଗ ପକ୍ଷରୁ ସେଭଳି ପଦକ୍ଷେପ ନିଆଯାଇନାହିଁ। ବିଭିନ୍ନ ସମୟରେ ରାଉରକେଲା ପାନପୋଷ ଛକରୁ ନେଇ ହନୁମାନ ବାଟିକା ଛକ ରାସ୍ତାରେ ଧୂଳି ଉଡୁଥିବାରୁ ଜନସାଧାରଣଙ୍କୁ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ଧୂଳିକଣାକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଥମେ ରାସ୍ତା ଉପରେ ଦିନକୁ ଦୁଇଥର ଲେଖାଏଁ ପାଣି ଟ୍ୟାଙ୍କର ସାହାଯ୍ୟରେ ପକାଯାଉଥିଲା। ବର୍ତ୍ତମାନ ପାଣି ପକାଯାଉ ନ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରାଉରକେଲା ପ୍ରଦୂଷଣ ବିଭାଗ ପକ୍ଷରୁ ସହର ଆଖାପାଖରେ ଥିବା ଛୋଟ ଛୋଟ ଶିଳ୍ପ କାରଖାନାକୁ ଖାଲି ନୋଟିସ ଜାରି କରି ଦିଆଯାଇଥିବା ବେଳେ ସେମାନଙ୍କ ପ୍ରତି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ କଳାକାରଖାନାରୁ କଳାଧୂଆଁ ବାହାରି ସହରର ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି।
ରାଉରକେଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଉରକେଲା ସହରରେ ପଞ୍ଜୀକୃତ ହୋଇଥିବା ୫୬୫ ଛୋଟବଡ ଶିଳ୍ପ, ପଥର ଖାଦାନ, ବାଲିଘାଟ ଓ ଇଟାଭାଟି ରହିଛି। ସେଥିରୁ ୧୩୬ଟି ଶିଳ୍ପ ମଧ୍ୟରେ କେମିକାଲ ଉଦ୍ୟୋଗ, ଗ୍ୟାସ, ଖଣି, ପଥର ଖାଦାନ ଏବଂ ଇଟାଭାଟି ରହିଛି। ପ୍ରଦୂଷଣ ବିଭାଗ ପକ୍ଷରୁ ୩ ମାସ ତଳେ ବଣେଇରେ ଥିବା ୨ଟି ଶିଳ୍ପ କାରଖାନାକୁ ପ୍ରଦୂଷଣ ନିୟମ ଉଲଂଘନ କରୁଥିବାରୁ ନୋଟିସ ଜାରି କରାଯାଇଥିବାବେଳେ କୁଲୁଙ୍ଗାରେ ୨ଟି, କୁଆଁରମୁଣ୍ଡା ଅଞ୍ଚଳରେ ୩ଟି କାରଖାନା ଉପରେ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଉରକେଲା ଆଖପାଖରେ ଥିବା ପ୍ରାୟ ୫୦ ପ୍ରତିଶତ କାରଖାନା ପ୍ରଦୂଷଣ ନିୟମର ଖିଲାପ କରିଚାଲିଛନ୍ତି। କିନ୍ତୁ ପ୍ରଦୂଷଣ ବିଭାଗ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହେଉଛି। ଫଳରେ ସ୍ମାର୍ଟସିଟି ରାଉରକେଲା ଦିନକୁ ଦିନ ପ୍ରଦୂଷଣ ବଳୟ ଘେରକୁ ଆସିଲାଣି। ଏ ସମ୍ପର୍କରେ ରାଉରକେଲା ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉପ ଆଞ୍ଚଳିକ ଅଧିକାରୀ ବିଜୟ କୁମାର ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ସେପ୍ଟେମ୍ବର ମାସରେ ସହରର ବିଭିନ୍ନ ରାସ୍ତାଘାଟ ମରାମତି ଯୋଗୁ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଥିଲା। ଆଗାମୀ ହକି ବିଶ୍ୱକପ୍‌ ପୂର୍ବରୁ ସମସ୍ତ ରାସ୍ତାଘାଟ ମରାମତି କାମ ସରିଗଲେ ସହରରେ ପ୍ରଦୂଷଣ ନିୟନ୍ତ୍ରଣ ହୋଇଯିବ। ଏଥିସହ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ବିଭାଗ ପକ୍ଷରୁ ସହର ଆଖପାଖରେ ଥିବା ଶିଳ୍ପ କାରଖାନା ଗୁଡିକୁ ଆମେ ସରପ୍ରାଇଜ୍‌ ଭିଜିଟ୍‌ରେ ଯାଉଛୁ। ଯଦି କୌଣସି ସ୍ଥାନରେ ପ୍ରଦୂଷଣ ନିୟମ ଖିଲାପ କରାଯାଇଥିବା ଦେଖୁଛୁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବର୍ତ୍ତମାନ ସହରରେ ବହୁ କନଷ୍ଟ୍ରକ୍‌ଶନ କାମ ଚାଲୁଥିବାରୁ ପ୍ରଦୂଷଣ ଓ ଧୂଳିମାତ୍ରା ବଢିବାରେ ଲାଗିଛି । ତାହା ହକି ବିଶ୍ୱକପ୍‌ ପୂର୍ବରୁ ନିୟନ୍ତ୍ରଣ ହୋଇଯିବ ବୋଲି ଭୋଇ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri