ପ୍ରଦୂଷଣ ବଳୟରେ ସ୍ମାର୍ଟସିଟି

ରାଉରକେଲା ଅଫିସ,୨୯।୧୧:ଆଉ ମାସକ ପରେ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହେବ। ଏଥିପାଇଁ ସହରରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ଚାଲିଛି। ଏହା ଭିତରେ ଦିନକୁ ଦିନ ସ୍ମାର୍ଟସିଟିରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି। ଏଥିଯୋଗୁ ଜନସାଧାରଣ ଏବଂ ଯାନବାହନ ଯାତାୟାତରେ ବହୁ ଅସୁବିଧା ହେଉଛି। ଧୂଳିଧୂଆଁ ଯୋଗୁ ରାସ୍ତା ଦେଖା ନ ଯିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ତେବେ ସହରର ଏହି ପ୍ରଦୂଷଣ ହକି ବିଶ୍ୱକପ୍‌ ପୂର୍ବରୁ ନିୟନ୍ତ୍ରଣ ହୋଇଯିବ ବୋଲି ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ପକ୍ଷରୁ କୁହାଯାଇଛି।
ପ୍ରଦୂଷଣ ଯୋଗୁ ରାଉରକେଲା ସହରରେ ବିଶେଷ କରି ପାନପୋଷ ଛକ, ହନୁମାନ ବାଟିକା ଛକ, ଛେଣ୍ଡ୍‌ ରିଂରୋଡ୍‌, ପ୍ଲାଣ୍ଟସାଇଟ ଅଞ୍ଚଳ ରାସ୍ତା କଡରେ ଥିବା ଗଛପତ୍ରର ରଙ୍ଗ ମାଟିଆ ଦେଖା ଯାଉଛି। ସହର ନିକଟ କୁଲୁଙ୍ଗା, ବେଦବ୍ୟାସ, ରାଉରକେଲା ଶିଳ୍ପାଞ୍ଚଳରେ ଥିବା କିଛି ଇଣ୍ଡଷ୍ଟ୍ରିରୁ ବାହାରୁଥିବା କଳାଧୂଆଁ ଓ ପ୍ରଦୂଷଣ ମାତ୍ରାକୁ ରୋକିବା ପାଇଁ ରାଉରକେଲା ପ୍ରଦୂଷଣ ବିଭାଗ ପକ୍ଷରୁ ସେଭଳି ପଦକ୍ଷେପ ନିଆଯାଇନାହିଁ। ବିଭିନ୍ନ ସମୟରେ ରାଉରକେଲା ପାନପୋଷ ଛକରୁ ନେଇ ହନୁମାନ ବାଟିକା ଛକ ରାସ୍ତାରେ ଧୂଳି ଉଡୁଥିବାରୁ ଜନସାଧାରଣଙ୍କୁ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ଧୂଳିକଣାକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଥମେ ରାସ୍ତା ଉପରେ ଦିନକୁ ଦୁଇଥର ଲେଖାଏଁ ପାଣି ଟ୍ୟାଙ୍କର ସାହାଯ୍ୟରେ ପକାଯାଉଥିଲା। ବର୍ତ୍ତମାନ ପାଣି ପକାଯାଉ ନ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରାଉରକେଲା ପ୍ରଦୂଷଣ ବିଭାଗ ପକ୍ଷରୁ ସହର ଆଖାପାଖରେ ଥିବା ଛୋଟ ଛୋଟ ଶିଳ୍ପ କାରଖାନାକୁ ଖାଲି ନୋଟିସ ଜାରି କରି ଦିଆଯାଇଥିବା ବେଳେ ସେମାନଙ୍କ ପ୍ରତି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ କଳାକାରଖାନାରୁ କଳାଧୂଆଁ ବାହାରି ସହରର ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି।
ରାଉରକେଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଉରକେଲା ସହରରେ ପଞ୍ଜୀକୃତ ହୋଇଥିବା ୫୬୫ ଛୋଟବଡ ଶିଳ୍ପ, ପଥର ଖାଦାନ, ବାଲିଘାଟ ଓ ଇଟାଭାଟି ରହିଛି। ସେଥିରୁ ୧୩୬ଟି ଶିଳ୍ପ ମଧ୍ୟରେ କେମିକାଲ ଉଦ୍ୟୋଗ, ଗ୍ୟାସ, ଖଣି, ପଥର ଖାଦାନ ଏବଂ ଇଟାଭାଟି ରହିଛି। ପ୍ରଦୂଷଣ ବିଭାଗ ପକ୍ଷରୁ ୩ ମାସ ତଳେ ବଣେଇରେ ଥିବା ୨ଟି ଶିଳ୍ପ କାରଖାନାକୁ ପ୍ରଦୂଷଣ ନିୟମ ଉଲଂଘନ କରୁଥିବାରୁ ନୋଟିସ ଜାରି କରାଯାଇଥିବାବେଳେ କୁଲୁଙ୍ଗାରେ ୨ଟି, କୁଆଁରମୁଣ୍ଡା ଅଞ୍ଚଳରେ ୩ଟି କାରଖାନା ଉପରେ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଉରକେଲା ଆଖପାଖରେ ଥିବା ପ୍ରାୟ ୫୦ ପ୍ରତିଶତ କାରଖାନା ପ୍ରଦୂଷଣ ନିୟମର ଖିଲାପ କରିଚାଲିଛନ୍ତି। କିନ୍ତୁ ପ୍ରଦୂଷଣ ବିଭାଗ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହେଉଛି। ଫଳରେ ସ୍ମାର୍ଟସିଟି ରାଉରକେଲା ଦିନକୁ ଦିନ ପ୍ରଦୂଷଣ ବଳୟ ଘେରକୁ ଆସିଲାଣି। ଏ ସମ୍ପର୍କରେ ରାଉରକେଲା ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉପ ଆଞ୍ଚଳିକ ଅଧିକାରୀ ବିଜୟ କୁମାର ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ସେପ୍ଟେମ୍ବର ମାସରେ ସହରର ବିଭିନ୍ନ ରାସ୍ତାଘାଟ ମରାମତି ଯୋଗୁ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଥିଲା। ଆଗାମୀ ହକି ବିଶ୍ୱକପ୍‌ ପୂର୍ବରୁ ସମସ୍ତ ରାସ୍ତାଘାଟ ମରାମତି କାମ ସରିଗଲେ ସହରରେ ପ୍ରଦୂଷଣ ନିୟନ୍ତ୍ରଣ ହୋଇଯିବ। ଏଥିସହ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ବିଭାଗ ପକ୍ଷରୁ ସହର ଆଖପାଖରେ ଥିବା ଶିଳ୍ପ କାରଖାନା ଗୁଡିକୁ ଆମେ ସରପ୍ରାଇଜ୍‌ ଭିଜିଟ୍‌ରେ ଯାଉଛୁ। ଯଦି କୌଣସି ସ୍ଥାନରେ ପ୍ରଦୂଷଣ ନିୟମ ଖିଲାପ କରାଯାଇଥିବା ଦେଖୁଛୁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବର୍ତ୍ତମାନ ସହରରେ ବହୁ କନଷ୍ଟ୍ରକ୍‌ଶନ କାମ ଚାଲୁଥିବାରୁ ପ୍ରଦୂଷଣ ଓ ଧୂଳିମାତ୍ରା ବଢିବାରେ ଲାଗିଛି । ତାହା ହକି ବିଶ୍ୱକପ୍‌ ପୂର୍ବରୁ ନିୟନ୍ତ୍ରଣ ହୋଇଯିବ ବୋଲି ଭୋଇ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?