Posted inରାଜ୍ୟ

ରାଜ୍ୟରେ ଆରମ୍ଭ ହେବ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ

ଭୁବନେଶ୍ୱର(ବ୍ୟୁରୋ),୨ା୯: କେନ୍ଦ୍ର ସରକାରଙ୍କ ‘ଏକ ଜିଲା ଏକ ଉତ୍ପାଦ’ ସ୍କିମ୍‌ ଅଧୀନରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଔପଚାରିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ରାଜ୍ୟ ସରକାର ନୋଡାଲ ବିଭାଗ ଏବଂ ଶିଳ୍ପ ନିର୍ଦ୍ଦେଶକଙ୍କୁ ନୋଡାଲ ଅଧିକାରୀ ଭାବେ ମନୋନୀତ କରିଛନ୍ତି। ଯୋଜନାର ରୂପାୟନ ପାଇଁ ଆପିକଲକୁ ନୋଡାଲ୍‌ ସଂସ୍ଥା ଭାବେ ବଛାଯାଇଛି। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣରେ ନିୟୋଜିତ ଥିବା ଅଣସଂଗଠିତ ଉଦ୍ୟୋଗ ତଥା କୃଷକ ଉତ୍ପାଦକ ସଂଘ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ସମବାୟ ସମୂହଗୁଡ଼ିକୁ ଏହି ସ୍କିମ୍‌ ବିଶେଷ ସହାୟକ ହେବ। ‘ଏକ ଜିଲା ଏକ ଉତ୍ପାଦ’ ଆଧାରରେ ଭାଲ୍ୟୁଚେନ୍‌କୁ ପ୍ରୋତ୍ସାହିତ କରି ସେମାନଙ୍କ ଆବଶ୍ୟକ ଭିତ୍ତିଭୂମିର ବିକାଶ, ବ୍ରାଣ୍ଡିଂ ଏବଂ ବିପଣନ ସହାୟତା, ଦକ୍ଷତା ବିକାଶ ତାଲିମ ପ୍ରଦାନ ଏବଂ ଏସବୁ ଉପରେ ଅଧିକ ଗବେଷଣା ଆଦି କାର୍ଯ୍ୟରେ ସାହାଯ୍ୟ କରାଯିବ। ସେହିଭଳି ଉଦ୍ୟୋଗଗୁଡ଼ିକୁ ସଫଳ ଭାବେ କାର୍ଯ୍ୟାନ୍ବୟନ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ବିକାଶ ତାଲିମ ଦେବାକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)କୁ ନୋଡାଲ ଏଜେନ୍ସି ଭାବେ ବଛାଯାଇଛି।
ଅନ୍ୟପକ୍ଷରେ କେତେକ ଯୋଗ୍ୟ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକୁ ଋଣ ଯୋଗାଣର ବ୍ୟବସ୍ଥା କରାଯିବା ସହ ମୂଳଧନ ଉପରେ ୩୫% ହିସାବରେ ସର୍ବାଧିକ ୧୦ଲକ୍ଷ ଟଙ୍କା ଯାଏ ରିହାତି ଦେବାର ବ୍ୟବସ୍ଥା କରାଯିବ। ଏପରିକି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରାରମ୍ଭିକ ପୁଞ୍ଜିଭାବେ ୪୦ହଜାର ଟଙ୍କା ଯୋଗାଇଦେବା ସହ ଗୋଟିକିଆ ଉଦ୍ୟୋଗକୁ ସର୍ବାଧିକ ୧୦ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ପ୍ରଥମ କିସ୍ତିରେ ୨.୩୧ କୋଟି ଟଙ୍କା ପାଇଛି। ଏହି ସ୍କିମ୍‌ର ସୁଫଳ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ, ଶିଳ୍ପ ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶକ, ଭାରତୀୟ କୃଷି ଗବେଷଣା ପରିଷଦର ବୈଜ୍ଞାନିକଙ୍କୁ ନେଇ କେଉଁ ଜିଲାରେ କେଉଁ ଉଦ୍ୟୋଗ କରାଯିବ ସେନେଇ ଚୂଡ଼ାନ୍ତ କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଆଗୁଆ ପଦକ୍ଷେପ ଭାବେ ପ୍ରତି ଜିଲାକୁ ପ୍ରାରମ୍ଭିକ ରିହାତି ଭାବେ ୩୦ଲକ୍ଷ ଟଙ୍କା ପ୍ରଦାନ ପାଇଁ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ଏହି ଅନୁଦାନକୁ କିଭଳି ସଫଳତାର ସହ ତ୍ୱରିତ ବିନିଯୋଗ କରାଯାଇ ପାରିବ ସେଥିପାଇଁ ସମସ୍ତ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକ ଜିଲା ଏକ ଉତ୍ପାଦ ସ୍କିମ୍‌ରେ କେଉଁ ଜିଲାରେ କେଉଁ ଉଦ୍ୟୋଗ ପ୍ରକଳ୍ପ ରୂପାୟନ କରାଯିବ ତାହା ନିର୍ଦ୍ଧାରିତ ହୋଇଛି। ଆମ୍ବରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ପାଇଁ ଅନୁଗୋଳ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲାକୁ ବଛା ଯାଇଥିବାବେଳେ ମତ୍ସ୍ୟଭିତ୍ତିକ ଉଦ୍ୟୋଗ ପାଇଁ ବାଲେଶ୍ୱର, ଭଦ୍ରକ ଓ ଗଞ୍ଜାମ, ବାଦାମ ତୈଳବୀଜ ଭିତ୍ତିକ ଉଦ୍ୟୋଗ ଲାଗି ବରଗଡ଼ ଓ ଯାଜପୁରକୁ ସ୍ଥିର କରାଯାଇଛି। ସେହିପରି କଦଳୀ ପ୍ରକ୍ରିୟାକରଣ ପାଇଁ ବଲାଙ୍ଗୀର ଓ କଳାହାଣ୍ଡି, ଦୁଗ୍ଧଭିତ୍ତିକ ଉଦ୍ୟୋଗ ଲାଗି କଟକ ଏବଂ ଜଗତ୍‌ସିଂହପୁର, କମଳା ଜାତୀୟ ଫଳ ପାଇଁ ଦେବଗଡ଼, ଲଙ୍କାଗୁଣ୍ଡ ମସଲା ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁର, ହଳଦୀଗୁଣ୍ଡ ମସଲା ପାଇଁ କନ୍ଧମାଳ, ନଡ଼ିଆ ଜାତୀୟ ଉଦ୍ୟୋଗ ପାଇଁ କେନ୍ଦ୍ରାପଡ଼ା ଓ ପୁରୀ, ଅଦା ପ୍ରକ୍ରିୟାକରଣ ପାଇଁ କୋରାପୁଟ, ମିଲେଟ୍‌ ପାଇଁ ନୂଆପଡ଼ା ଓ ମାଲକାନଗିରି, ଛତୁ ପାଇଁ ଖୋର୍ଦ୍ଧା, ଆମ୍ବଭିତ୍ତିକ ମହୁ ପ୍ରକ୍ରିୟାକରଣ ପାଇଁ ମୟୂରଭଞ୍ଜ, ଆଖୁଭିତ୍ତିକ ଉଦ୍ୟୋଗ ପାଇଁ ନୟାଗଡ଼, ତେନ୍ତୁଳି ଉଦ୍ୟୋଗ ପାଇଁ ରାୟଗଡ଼ା ଓ ସପୁରି ପ୍ରକ୍ରିୟାକରଣ ନିମନ୍ତେ ଗଜପତି ଜିଲାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri