ଭୁବନେଶ୍ୱର(ବ୍ୟୁରୋ),୨ା୯: କେନ୍ଦ୍ର ସରକାରଙ୍କ ‘ଏକ ଜିଲା ଏକ ଉତ୍ପାଦ’ ସ୍କିମ୍ ଅଧୀନରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଔପଚାରିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ରାଜ୍ୟ ସରକାର ନୋଡାଲ ବିଭାଗ ଏବଂ ଶିଳ୍ପ ନିର୍ଦ୍ଦେଶକଙ୍କୁ ନୋଡାଲ ଅଧିକାରୀ ଭାବେ ମନୋନୀତ କରିଛନ୍ତି। ଯୋଜନାର ରୂପାୟନ ପାଇଁ ଆପିକଲକୁ ନୋଡାଲ୍ ସଂସ୍ଥା ଭାବେ ବଛାଯାଇଛି। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣରେ ନିୟୋଜିତ ଥିବା ଅଣସଂଗଠିତ ଉଦ୍ୟୋଗ ତଥା କୃଷକ ଉତ୍ପାଦକ ସଂଘ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ସମବାୟ ସମୂହଗୁଡ଼ିକୁ ଏହି ସ୍କିମ୍ ବିଶେଷ ସହାୟକ ହେବ। ‘ଏକ ଜିଲା ଏକ ଉତ୍ପାଦ’ ଆଧାରରେ ଭାଲ୍ୟୁଚେନ୍କୁ ପ୍ରୋତ୍ସାହିତ କରି ସେମାନଙ୍କ ଆବଶ୍ୟକ ଭିତ୍ତିଭୂମିର ବିକାଶ, ବ୍ରାଣ୍ଡିଂ ଏବଂ ବିପଣନ ସହାୟତା, ଦକ୍ଷତା ବିକାଶ ତାଲିମ ପ୍ରଦାନ ଏବଂ ଏସବୁ ଉପରେ ଅଧିକ ଗବେଷଣା ଆଦି କାର୍ଯ୍ୟରେ ସାହାଯ୍ୟ କରାଯିବ। ସେହିଭଳି ଉଦ୍ୟୋଗଗୁଡ଼ିକୁ ସଫଳ ଭାବେ କାର୍ଯ୍ୟାନ୍ବୟନ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ବିକାଶ ତାଲିମ ଦେବାକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)କୁ ନୋଡାଲ ଏଜେନ୍ସି ଭାବେ ବଛାଯାଇଛି।
ଅନ୍ୟପକ୍ଷରେ କେତେକ ଯୋଗ୍ୟ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକୁ ଋଣ ଯୋଗାଣର ବ୍ୟବସ୍ଥା କରାଯିବା ସହ ମୂଳଧନ ଉପରେ ୩୫% ହିସାବରେ ସର୍ବାଧିକ ୧୦ଲକ୍ଷ ଟଙ୍କା ଯାଏ ରିହାତି ଦେବାର ବ୍ୟବସ୍ଥା କରାଯିବ। ଏପରିକି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରାରମ୍ଭିକ ପୁଞ୍ଜିଭାବେ ୪୦ହଜାର ଟଙ୍କା ଯୋଗାଇଦେବା ସହ ଗୋଟିକିଆ ଉଦ୍ୟୋଗକୁ ସର୍ବାଧିକ ୧୦ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ପ୍ରଥମ କିସ୍ତିରେ ୨.୩୧ କୋଟି ଟଙ୍କା ପାଇଛି। ଏହି ସ୍କିମ୍ର ସୁଫଳ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ, ଶିଳ୍ପ ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶକ, ଭାରତୀୟ କୃଷି ଗବେଷଣା ପରିଷଦର ବୈଜ୍ଞାନିକଙ୍କୁ ନେଇ କେଉଁ ଜିଲାରେ କେଉଁ ଉଦ୍ୟୋଗ କରାଯିବ ସେନେଇ ଚୂଡ଼ାନ୍ତ କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଆଗୁଆ ପଦକ୍ଷେପ ଭାବେ ପ୍ରତି ଜିଲାକୁ ପ୍ରାରମ୍ଭିକ ରିହାତି ଭାବେ ୩୦ଲକ୍ଷ ଟଙ୍କା ପ୍ରଦାନ ପାଇଁ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ଏହି ଅନୁଦାନକୁ କିଭଳି ସଫଳତାର ସହ ତ୍ୱରିତ ବିନିଯୋଗ କରାଯାଇ ପାରିବ ସେଥିପାଇଁ ସମସ୍ତ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକ ଜିଲା ଏକ ଉତ୍ପାଦ ସ୍କିମ୍ରେ କେଉଁ ଜିଲାରେ କେଉଁ ଉଦ୍ୟୋଗ ପ୍ରକଳ୍ପ ରୂପାୟନ କରାଯିବ ତାହା ନିର୍ଦ୍ଧାରିତ ହୋଇଛି। ଆମ୍ବରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ପାଇଁ ଅନୁଗୋଳ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲାକୁ ବଛା ଯାଇଥିବାବେଳେ ମତ୍ସ୍ୟଭିତ୍ତିକ ଉଦ୍ୟୋଗ ପାଇଁ ବାଲେଶ୍ୱର, ଭଦ୍ରକ ଓ ଗଞ୍ଜାମ, ବାଦାମ ତୈଳବୀଜ ଭିତ୍ତିକ ଉଦ୍ୟୋଗ ଲାଗି ବରଗଡ଼ ଓ ଯାଜପୁରକୁ ସ୍ଥିର କରାଯାଇଛି। ସେହିପରି କଦଳୀ ପ୍ରକ୍ରିୟାକରଣ ପାଇଁ ବଲାଙ୍ଗୀର ଓ କଳାହାଣ୍ଡି, ଦୁଗ୍ଧଭିତ୍ତିକ ଉଦ୍ୟୋଗ ଲାଗି କଟକ ଏବଂ ଜଗତ୍ସିଂହପୁର, କମଳା ଜାତୀୟ ଫଳ ପାଇଁ ଦେବଗଡ଼, ଲଙ୍କାଗୁଣ୍ଡ ମସଲା ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁର, ହଳଦୀଗୁଣ୍ଡ ମସଲା ପାଇଁ କନ୍ଧମାଳ, ନଡ଼ିଆ ଜାତୀୟ ଉଦ୍ୟୋଗ ପାଇଁ କେନ୍ଦ୍ରାପଡ଼ା ଓ ପୁରୀ, ଅଦା ପ୍ରକ୍ରିୟାକରଣ ପାଇଁ କୋରାପୁଟ, ମିଲେଟ୍ ପାଇଁ ନୂଆପଡ଼ା ଓ ମାଲକାନଗିରି, ଛତୁ ପାଇଁ ଖୋର୍ଦ୍ଧା, ଆମ୍ବଭିତ୍ତିକ ମହୁ ପ୍ରକ୍ରିୟାକରଣ ପାଇଁ ମୟୂରଭଞ୍ଜ, ଆଖୁଭିତ୍ତିକ ଉଦ୍ୟୋଗ ପାଇଁ ନୟାଗଡ଼, ତେନ୍ତୁଳି ଉଦ୍ୟୋଗ ପାଇଁ ରାୟଗଡ଼ା ଓ ସପୁରି ପ୍ରକ୍ରିୟାକରଣ ନିମନ୍ତେ ଗଜପତି ଜିଲାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି।
ଆହୁରି ସକ୍ରିୟ ହେଲା ଲଘୁଚାପ, ଆସନ୍ତା ୨ ଦିନ ଯାଏ ଏହି ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ବର,୩୧ା୮: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ସୋମବାର ଭୋର ୫ଟା ୩୦ ସୁଦ୍ଧା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଆସନ୍ତା…
ନେପାଳ ବନ୍ୟା ବିଭୀଷିକା: ଗଞ୍ଜାମ ଦମ୍ପତିଙ୍କ ସହ ଝିଅ-ପୁଅ ମୃତ, ଜଳଖିଆ ଖାଉଥିବାବେଳେ ମାଡ଼ିଆସିଲା ପାଣି
ଦିଗପହଣ୍ଡି,୩୧ା୮(ଅଶେଷ ନାଥ ମିଶ୍ର): ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪)…
କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍, ଅପହରଣକାରୀ…
କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍ବ…
ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ
ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…
ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…
ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…
ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି
ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…
ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…
ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…
Archives

